ଅନ୍‌ଲକ୍-୨ ପାଇଁ କେନ୍ଦ୍ର ସରକାର ଜାରି କଲା ନୂଆ ଗଇଡ଼ଲାଇନ୍ !

ଅନ୍‌ଲକ୍-୨ ପାଇଁ କେନ୍ଦ୍ର ସରକାର ଜାରି କଲା ନୂଆ ଗଇଡ଼ଲାଇନ୍ !

ନୂଆଦିଲ୍ଲୀ: ବର୍ଦ୍ଧିତ କାରୋନା ସଂକରଣକୁ ରୋକିବା ପାଇଁ ଦେଶର ସରକାର ପ୍ରଥମ ପର୍ଯ୍ୟାୟରେ ସମଗ୍ର ଦେଶକୁ ଲକ୍ଡ଼ାଉନ ଘୋଷଣା କରିଥିଲେ ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ଲକ୍ଡ଼ାଉନ ବଦଳରେ Unlock ନାମ ଦେଇ ଏହାର ଭିନ୍ନ ଭିନ୍ନ ପର୍ଯ୍ୟାୟ କରିଥିଲେ । Unlock ପ୍ରଥମ ପର୍ଯ୍ୟାୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ଅନ୍‌ଲକ୍-୧ର ଅବଧି ଆସନ୍ତାକାଲି ମଧ୍ୟ ରାତ୍ରରେ ଶେଷ ହେବାକୁ ଯାଉଥିବା ବେଳେ ଆଜି ବିଳମ୍ବିତ ସନ୍ଧ୍ୟାରେ କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରାଳୟ ପକ୍ଷରୁ ଅନ୍‌ଲକ୍-୨ ନେଇ ନୂତନ ଗାଇଡଲାଇନ୍ ଜାରି ହୋଇଛି । ନୂତନ ଗାଇଡଲାଇନରେ କରୋନା ଭାଇରସ୍‌ ନେଇ କେନ୍ଦ୍ର ସରକାର ଜୁଲାଇ ମାସ ପାଇଁ ଅନ୍‌ଲକ୍-୨ର ଗାଇଡଲାଇନ୍‌ ଜାରି କରିଛନ୍ତି ।

ନୂଆ ଗାଇଡଲାଇନ୍ ଅନୁଯାୟୀ, ରାତି ୧୦ଟାରୁ ସକାଳ ୫ଟା ଯାଏଁ ରାତ୍ରିକାଳୀନ କର୍ଫ୍ୟୁ ଜାରି ରହିବ । ଏହାସହ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ସମସ୍ତ ସ୍କୁଲ୍, କଲେଜ, ଶିକ୍ଷା ଓ କୋଚିଂ ଅନୁଷ୍ଠାନ ବନ୍ଦ ରହିବ । ସେହିପରି ଅନ୍ତର୍ଜାତୀୟ ବିମାନ ସେବା ଓ ମେଟ୍ରୋ ରେଳ ସେବା ବନ୍ଦ ରଖିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି ।

ଏହାଛଡ଼ା ସିନେମାହଲ୍, ଜିମ୍, ସୁଇମିଂ ପୁଲ୍, ପାର୍କ, ବାର୍ ବନ୍ଦ ରହିବ । ସେହିପରି ସାମାଜିକ, ରାଜନୈତିକ, କ୍ରୀଡ଼ା, ମନୋରଞ୍ଜନ ଭିତ୍ତିକ ସମାବେଶ ମଧ୍ୟ ପୂର୍ବଭଳି ବନ୍ଦ ରଖିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି ।

ଗାଇଡଲାଇନ୍ ଅନୁଯାୟୀ, ନିଜ ଅଞ୍ଚଳରେ ଥିବା ଦୋକାନରେ ଏକାଥରକେ ୫ରୁ ଅଧିକ ଜଣ ଛିଡ଼ା ହୋଇପାରିବେ । ତେବେ ସମସ୍ତଙ୍କୁ ସାମାଜିକ ଦୂରତା ବଜାୟ ରଖିବାକୁ ପଡ଼ିବ ।

ଅନ୍‌ଲକ୍-୧ରେ ଜାରି ହୋଇଥିବା ଗାଇଡଲାଇନରେ କଣ୍ଟେନମେଣ୍ଟ ଜୋନରୁ ବାହାରେ ଧାର୍ମିକସ୍ଥଳୀ, ହୋଟେଲ, ରେଷ୍ଟୁରାଣ୍ଟ, ଶପିଙ୍ଗ୍ ମଲକୁ ଜୁନ୍ ୮ ତାରିଖରୁ ଖୋଲିବାକୁ ଅନୁମତି ମିଳିଥିଲା । ଏହା ଆଗକୁ ମଧ୍ୟ ଜାରି ରହିବ । ଏଥିପାଇଁ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜର୍ (ଏସଓପି) ଜାରି ରହିବ ।

Leave a Reply

Your email address will not be published. Required fields are marked *