ସୁଶାନ୍ତ ସିଂହଙ୍କ ଆତ୍ମହତ୍ୟା ମାମଲା ହୋଇଯାଇଛି ଆହୁରି ଗମ୍ଭୀର । ମିଶୁନାହିଁ ସଞ୍ଜୟ ଲୀଳା ଭଂଶାଲୀ ଓ ଆଦିତ୍ୟ ଚୋପଡ଼ାଙ୍କ ବୟାନ !

ସୁଶାନ୍ତ ସିଂହଙ୍କ ଆତ୍ମହତ୍ୟା ମାମଲା ହୋଇଯାଇଛି ଆହୁରି ଗମ୍ଭୀର । ମିଶୁନାହିଁ ସଞ୍ଜୟ ଲୀଳା ଭଂଶାଲୀ ଓ ଆଦିତ୍ୟ ଚୋପଡ଼ାଙ୍କ ବୟାନ !

ସୁଶାନ୍ତ ସିଂହ ରାଜପୁତଙ୍କ ନିଧନକୁ ଏକ ମାସରୁ ଅଧିକ ସମୟ ବିତିଯାଇଛି, କିନ୍ତୁ ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ଶୋକର ଲହରୀ ଖେଳିରହିଛି । ସେମାନେ ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ତାଙ୍କ ମୃତ୍ୟୁ ଦୁଃଖରୁ ବାହାରି ପାରି ନାହାଁନ୍ତି । ସୁଶାନ୍ତଙ୍କ ଫ୍ୟାନ୍ସ ମାନେ ସୁଶାନ୍ତଙ୍କୁ ବହୁତ ଭଲ ପାଉଥିଲେ । ଫ୍ୟାନ୍ସ ମାନେ ସୁଶାନ୍ତଙ୍କ ମାମଲାରେ ସିବିଆଇ ଯାଞ୍ଚ କରିବା ପାଇଁ ଦାବି କରୁଛନ୍ତି । ଏହି ମାମଲାରେ ଆଦିତ୍ୟ ଚୋପଡ଼ା, ସଞ୍ଜୟ ଲୀଳା ଭଂଶାଲୀ ଓ ରିୟା ଚକ୍ରବର୍ତ୍ତୀ ସମେତ ୩୫ ଜଣ ଲୋକଙ୍କୁ ପଚରାଉଚରା କରାଗଲା ।

newstrend

ଗତକାଲି ଆଦିତ୍ୟ ଚୋପଡ଼ାଙ୍କ ବୟାନ ବର୍ଶୋବା ପୋଲିସ୍ ଷ୍ଟେସନରେ ରେକର୍ଡ କରାଯାଇଛି । ଆଦିତ୍ୟଙ୍କୁ ପୋଲିସ୍ ସାଢେ ଚାରି ଘଣ୍ଟା ଧରି ପଚରାଉଚରା କଲେ । ଆଦିତ୍ୟ ପୂର୍ବରୁ ପୋଲିସ୍ ସଂଜୟ ଲୀଳା ଭଂଶାଲୀଙ୍କ ବୟାନ ରେକର୍ଡ କରିସାରିଥିଲା କିନ୍ତୁ ପୋଲିସ୍ ପ୍ରଶାସନ ଅନୁଯାୟୀ ସଞ୍ଜୟ ଲୀଳା ଭଂଶାଲୀ ଓ ଆଦିତ୍ୟ ଚୋପଡ଼ାଙ୍କ ବୟାନରେ ବହୁତ ଅନ୍ତର ରହିଛି । ଦୁହିଁଙ୍କ ବୟାନ ପରସ୍ପର ସହ ମିଶୁ ନାହିଁ । ଦୁଇଜଣଙ୍କ ଭିନ୍ନ ଭିନ୍ନ ବୟାନ ରହିଛି ।

ବାସ୍ତବରେ, ସଞ୍ଜୟ ଲୀଳା ଭଂଶାଲୀ ନିଜ ବୟାନରେ କହିଥିଲେ ଯେ ସେ ନିଜ ଚଳଚ୍ଚିତ୍ର ବାଜିରାଓ ମସ୍ତାନୀରେ ସୁଶାନ୍ତ ସିଂହ ରାଜପୁତଙ୍କୁ ନେବା ପାଇଁ ଚାହୁଁଥିଲେ କିନ୍ତୁ ସେହି ସମୟରେ ସେ ୟଶରାଜ ଫିଲ୍ମ ସହିତ କଣ୍ଟ୍ରାକ୍ଟରେ ଥିଲେ । ସଞ୍ଜୟ କହିଛନ୍ତି ଯେ ସୁଶାନ୍ତଙ୍କୁ ନିଜ ଫିଲ୍ମରେ କାଷ୍ଟ କରିବା ପାଇଁ ସେ ୟଶରାଜ ସହ କଥାବାର୍ତ୍ତା କଲେ କିନ୍ତୁ କିଛି ସମାଧାନ ମିଳିଲା ନାହିଁ ।

ସେପଟେ, ଆଦିତ୍ୟ ଏହି କଥାଟିକୁ ମିଥ୍ୟା ବୋଲି କହିଛନ୍ତି ଏବଂ ସ୍ପଷ୍ଟ ମନା କରିଦେଇଛନ୍ତି ଯେ ତାଙ୍କ କଣ୍ଟ୍ରାକ୍ଟରେ ରହି ସେ ସୁଶାନ୍ତଙ୍କୁ ଅନ୍ୟ କୌଣସି ଚଳଚ୍ଚିତ୍ରରେ ଅଭିନୟ କରିବା ପାଇଁ ମନା କରିନଥିଲେ । ଏତିକିନୁହେଁ, ଆଦିତ୍ୟ ଚୋପଡ଼ା ଏହି ବୟାନକୁ ଖାରଜ କରି କହିଛନ୍ତି ଯେ ସଞ୍ଜୟ ଲୀଳା ଭଂଶାଲୀ ତାଙ୍କ ସହିତ ଏହା ବିଷୟରେ କିଛି କଥାବାର୍ତ୍ତା କରିନଥିଲେ ।

ଆଦିତ୍ୟ ଏହା କହିଛନ୍ତି

newstrend

ଆଦିତ୍ୟ ଏହି କଥାଟିକୁ ମିଥ୍ୟା ବୋଲି କହିଛନ୍ତି ଯେ ସଞ୍ଜୟ ଲୀଳା ଭଂଶାଲୀ କେବେମଧ୍ୟ ୟଶରାଜ ଫିଲ୍ମସକୁ ଏହା କହିନଥିଲେ ଯେ ସେ ସୁଶାନ୍ତଙ୍କୁ ବାଜିରାଓ ମସ୍ତାନୀ ଚଳଚ୍ଚିତ୍ରରେ କାଷ୍ଟ କରିବା ପାଇଁ ଚାହଁନ୍ତି । ଆଦିତ୍ୟଙ୍କ ଅନୁସାରେ ଯେତେବେଳେ ସୁଶାନ୍ତ କଣ୍ଟ୍ରାକ୍ଟରେ ରହି “ଏମଏସ ଧୋନି ଦ ଅନଟୋଲଡ଼” ଷ୍ଟୋରି କରୁଥିଲେ ତେବେ ବାଜିରାଓ ମସ୍ତାନୀ କାହିଁକି ନୁହେଁ ? ଏହି ମାମଲାରେ କଥାବାର୍ତ୍ତାକୁ ନେଇ ସଞ୍ଜୟ ଲୀଳା ଭଂଶାଲୀ ପକ୍ଷରୁ କିଏ ମଧ୍ୟ ୟଶରାଜ ନିକଟକୁ ଆସିନଥିଲେ ।

ଅଭିଯୋଗକୁ କହିଛନ୍ତି ମିଥ୍ୟା

newstrend

ଆଦିତ୍ୟ ସଞ୍ଜୟ ଲୀଳା ଭଂଶାଲୀଙ୍କ ଅଭିଯୋଗ ଗୁଡ଼ିକୁ ସମ୍ପୂର୍ଣ୍ଣ ମିଥ୍ୟା ବୋଲି କହିଛନ୍ତି ଏବଂ କହିଛନ୍ତି ଯେ ସଞ୍ଜୟ ଲୀଳା ଭଂଶାଲୀଙ୍କ ରାମଲୀଳା ରଣବୀର ସିଂହ ୨୦୧୨ ମସିହାରେ ସ୍ଵାକ୍ଷର କରିଥିଲେ ଏବଂ ସେହି ବର୍ଷ ୟଶରାଜଙ୍କ ସହିତ ସୁଶାନ୍ତଙ୍କ କଣ୍ଟ୍ରାକ୍ଟ ମଧ୍ୟ ଆରମ୍ଭ ହୋଇଥିଲା । ଯେବେକି ଚଳଚ୍ଚିତ୍ର ବାଜିରାଓ ମସ୍ତାନୀ ୨୦୧୫ ମସିହାରେ ଆସିଥିଲା । ଏହି ପ୍ରଶ୍ନ ଉଠାଇବା କି ୟଶରାଜ ଫିଲ୍ମ ଫିଲ୍ମସ୍ ସୁଶାନ୍ତଙ୍କୁ ଭଂଶାଲୀ ପ୍ରଡକ୍ସନ ସହିତ କାମ କରିବା ପାଇଁ ଦେଲେ ନାହିଁ ଏହା ଭୁଲ୍ ଅଟେ । ଏହାପରେ ଆଦିତ୍ୟଙ୍କୁ ତାଙ୍କ ଚଳଚ୍ଚିତ୍ର ଗୁଡ଼ିକ ବିଷୟରେ ପଚରାଉଚରା କରାଗଲା ।

ରିୟା ବିଷୟରେ ମଧ୍ୟ କହିଲେ ଅନେକ କିଛି

newstrend

ଆଦିତ୍ୟ ପୋଲିସ୍ ଜେରା ସମୟରେ ରିୟା ଚକ୍ରବର୍ତ୍ତୀଙ୍କୁ ନେଇ ମଧ୍ୟ ଅନେକ କିଛି କହିଛନ୍ତି । ଆଦିତ୍ୟ କହିଲେ ଯେ ପାଖପାଖି ଏକ ବର୍ଷ ପୂର୍ବରୁ ସେ ରିୟାଙ୍କୁ ୟୁରୋପ ଟୁରରେ କୌଣସି ବିଜ୍ଞାପନ ଶୁଟିଂ କରିବା ପାଇଁ ନେଇ ଯାଇଥିଲେ । ଏହି ସମୟରେ ରିୟାଙ୍କ ଫ୍ଲାଇଟ୍, ହୋଟେଲ, ବିଜ୍ଞାପନ ସୁଟିଂର ସମସ୍ତ ଖର୍ଚ୍ଚକୁ କମ୍ପାନୀ ଉଠାଇଥିଲା । ଏହା ବ୍ୟତୀତ ଅନ୍ୟସବୁ ଖର୍ଚ୍ଚ ସୁଶାନ୍ତ ଉଠାଇଥିଲେ । ରିୟା ସୁଶାନ୍ତଙ୍କ କ୍ରେଡ଼ିଟ୍ କାର୍ଡରୁ ଶପିଙ୍ଗ କରୁଥିଲେ । ପୋଲିସ୍ ପଚରାଉଚରାରେ ଏହା ମଧ୍ୟ ଜଣାପଡ଼ିଛି ଯେ ଗତ ୧୧ ମାସ ମଧ୍ୟରେ ରିୟା ସୁଶାନ୍ତଙ୍କ ଆକାଉଣ୍ଟରୁ ଅନେକ ଟଙ୍କା ନିଜ ଉପରେ ଖର୍ଚ୍ଚ କରିଥିଲେ । ଯଦିଓ ଏହି ଟଙ୍କା କେତେ ଏହା ବିଷୟରେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସୂଚନା ମିଳିନାହିଁ ।

Leave a Reply

Your email address will not be published. Required fields are marked *