ଆପଣ ଜାଣନ୍ତି କି ଧୂପକାଠି ଜଳାଇବାକୁ ବାରଣ କରାଯାଏ କାହିଁକି ? ଜାଣନ୍ତୁ ଏହା ପଛରେ ଥିବା ବାସ୍ତବିକ ସତ୍ୟ…

ଆପଣ ଜାଣନ୍ତି କି ଧୂପକାଠି ଜଳାଇବାକୁ ବାରଣ କରାଯାଏ କାହିଁକି ? ଜାଣନ୍ତୁ ଏହା ପଛରେ ଥିବା ବାସ୍ତବିକ ସତ୍ୟ…

ଆମ ହିନ୍ଦୁ ଧର୍ମରେ ପ୍ରତ୍ୟେକ ଘରେ ପୂଜା ସମୟରେ ଧୂପକାଠି ଏବଂ ଦୀପ ନିଶ୍ଚିତ ଭାବରେ ପ୍ରଜ୍ବଳନ କରାଯାଇଥାଏ । ଏସବୁ ବିନା କୌଣସି ବି ପୂଜା ସମ୍ପୂର୍ଣ୍ଣ ନୁହେଁ । ଏକ ଶୋଧରୁ ଜଣା ପଡ଼ିଛି ଯେ ଧୂପକାଠିରୁ ନିର୍ଗତ ଧୂଆଁ ପୋଲିଏରୋମେଟିକ୍ ହାଇଡ୍ରକାର୍ବନ୍ କାରଣରୁ ପୂଜାରୀ ମାନଙ୍କୁ ଆସ୍ଥାମା, କର୍କଟ, ମୁଣ୍ଡ ବ୍ୟଥା ଏବଂ କାଶ ସମସ୍ୟା ଅଧିକ ମାତ୍ରାରେ ବଢ଼ିଯାଏ । ସୁଗନ୍ଧ ଯୁକ୍ତ ଧୂପକାଠି ଘରେ ଜଳାଇବା ଦ୍ୱାରା ବାୟୁ ପ୍ରଦୂଷଣ ହୋଇଥାଏ ଏବଂ ବିଶେଷ ରୂପରେ କାର୍ବନ୍ ମୋନକସାଇଡ୍ ନିର୍ଗତ ହୋଇଥାଏ । ଯଦି ଆପଣ ନିୟମିତ ପୂଜା କରନ୍ତି ଏବଂ ଧୂପକାଠି ଜାଳନ୍ତି ତେବେ ଭଲ ହେବ ଧୂପକାଠିର ମାତ୍ରା କମ୍ କରି ଦିଅନ୍ତୁ କିମ୍ବା ଧୂପକାଠି ବଦଳରେ ଦୀପ ଜଳାନ୍ତୁ ।

ଆମ ହିନ୍ଦୁ ଧର୍ମରେ ଶାସ୍ତ୍ର ଅନୁସାରେ କୌଣସି ବି ଶୁଭ କାର୍ଯ୍ୟରେ ବାଉଁଶର ବ୍ୟବହାର କରାଯାଏ ନାହିଁ ଏମିତିକି କୌଣସି ଦାହ ସଂସ୍କାର କାର୍ଯ୍ୟରେ ମଧ୍ୟ ବାଉଁଶର ବ୍ୟବହାର ହୋଇ ନଥାଏ । ପୁଣି ବାଉଁଶରେ ନିର୍ମିତ ଧୂପକାଠି ଜଳାଇ ଆମେ ଭଗବାନଙ୍କୁ କିପରି ପ୍ରସନ୍ନ କରିପାରିବା ? ପୁରାଣରେ ମାନ୍ୟତା ରହିଛି ଯେ ‘ବାଉଁଶ ଜଳାଇବା ଦ୍ୱାରା ବଂଶ ଜଳି ଯାଏ ।’ ଧୂପକାଠି ସକାରାତ୍ମକତା ଯୁକ୍ତ ଅଟେ, ଶକ୍ତିର ସୃଜନ କରିଥାଏ, ଯାହାଦ୍ୱାରା ସ୍ଥାନ ପବିତ୍ର ହୋଇଯାଏ ଏବଂ ଆମ ମନକୁ ଶାନ୍ତି ମିଳିଥାଏ । ଏଥିରେ ନକରାତ୍ମକ ଶକ୍ତିରେ ଯୁକ୍ତ ବାୟୁ ଶୁଦ୍ଧ ହୋଇଯାଏ ଏଥିପାଇଁ ପ୍ରତିଦିନ ଧୂପକାଠି ଜଳାଇବା ଅତି ଉତ୍ତମ ଏବଂ ଶୁଭ ହୋଇଥାଏ ବୋଲି କୁହାଯାଏ ।

ଆମ ଶାସ୍ତ୍ର କିମ୍ବା ଆମ ମହାପୁରୁଷମାନେ ଯାହାବି ମହତ୍ୱପୂର୍ଣ୍ଣ କଥା କହିଛନ୍ତି ତାହା ପଛରେ ଅବଶ୍ୟ କିଛି ନା କିଛି ବୈଜ୍ଞାନିକ ତଥ୍ୟ ଲୁଚି ରହିଛି । ଏବେ ଏହା ବୈଜ୍ଞାନିକ ରୂପରେ ସିଦ୍ଧ ହୋଇ ସାରିଛି ଯେ ବାଉଁଶ ଜଳାଇବା ଦ୍ୱାରା ଧୂଆଁ ହୋଇଥାଏ, ସେହି ଧୂଆଁ ଫୁସଫୁସ୍ ଦେଇ ଯେତେବେଳେ ରକ୍ତରେ ମିଶିଥାଏ, ଯାହା ଆମର ପ୍ରଜନନ କ୍ଷମତା କୁ କମ୍ କରି ଦେଇଥାଏ । ଅର୍ଥାତ ମଣିଷ କୁ ନପୁଂସକତା ଦିଗରେ ଠେଲି ଦେଇଥାଏ ଅର୍ଥାତ ନପୁଂସକତାର କାରଣ ହୋଇଥାଏ ।

ଯଦି ଆମେ ଧୂପକାଠି ଜଳାଉ ତେବେ ‘ବାଉଁଶ ମଧ୍ୟ ଜଳାଉ ଏବଂ ବାଉଁଶ ଜଳାଇବା ଅର୍ଥ ନିଜର ବଂଶ ଜଳାଇବା ଅଟେ । ବାଉଁଶ କୁ ଜଳାଇବା ଉଚିତ୍ ହୋଇ ନଥାଏ । ଏମିତିକି ଯେତେବେଳେ ଆମ ହିନ୍ଦୁ ଧର୍ମର ମଧ୍ୟ ବାଉଁଶର ଜିନିଷ ଝିଅକୁ ବିବାହରେ ଦିଆଯାଇଥାଏ ଯାହାର ଅର୍ଥ ହୋଇଥାଏ- ବାଉଁଶ ଅର୍ଥାତ ବଂଶ ଯାହାଦ୍ୱାରା ଝିଅ ଯେଉଁ ଘରକୁ ଯିବ ସେଠାରେ ବଂଶ ବଢ଼ିବ । କିନ୍ତୁ ଲୋକେ ଦେବୀ ଦେବତାଙ୍କୁ ପ୍ରସନ୍ନ କରିବା ପାଇଁ ବାଉଁଶ କାଠରେ ତିଆରି ଧୂପର ଉପଯୋଗ କରନ୍ତି ଯାହାକି ଠିକ୍ ନୁହେଁ । ଏହା ପରିବର୍ତ୍ତେ ଗାଈ ଗୋବରରେ ବକୁଳ, ଘିଅ, ଚନ୍ଦନ, କପୂର ଆଦି ମିଶାଇ ଛୋଟ ଛୋଟ ଗୋଲି ବନାଇ ଶୁଖାଇ ତାହାକୁ ଜଳାଇବା ଆବଶ୍ୟକ । ଏହାଦ୍ଵାରା ବାତାବରଣ ଶୁଦ୍ଧ ହୋଇଥାଏ ଏବଂ ଶାସ୍ତ୍ରରେ ମଧ୍ୟ ବାଉଁଶ କାଠ କୁ ଅନୁଚିତ୍ ବୋଲି କୁହାଯାଇଛି ।

ଗାଈ ଗୋବର, ଗୋମୂତ୍ର, ଘିଅ, ଭୀମସେନୀ କପୂର, ନିମ ତିଆରି ଗୋ ଶାଳାରେ ନିର୍ମିତ ଧୂପବତୀର ପ୍ରୟୋଗ ସର୍ବୋତ୍ତମ ଏବଂ ସ୍ୱାସ୍ଥ୍ୟ ବର୍ଦ୍ଧକ ଅଟେ । ଏକ ସତ୍ୟ କଥା ଅଟେ ଯେ ଦୀର୍ଘ ସମୟ ପର୍ଯ୍ୟନ୍ତ ଧୂପକାଠି ଜଳାଇବା ଦ୍ୱାରା ଆଖିରେ ବିଶେଷ କ୍ଷତି ହୋଇଥାଏ ଏବଂ ଜ୍ଵଳନ ହେବା ସହିତ ଲୁହ ବାହାରିଥାଏ । ବୃଦ୍ଧ ବ୍ୟକ୍ତି ମାନଙ୍କ ଆଖିରେ ଜ୍ଵଳନ ହୋଇଥାଏ । ଏହାବ୍ୟତୀତ ସମ୍ବେଦନଶୀଳ ତ୍ୱଚାରେ କୁଣ୍ଡେଇ ହେବା ଭଳି ସମସ୍ୟା ଦେଖା ଦେଇଥାଏ ଏବଂ ଏହା ତନ୍ତ୍ରିକା ସହିତ ସମ୍ବନ୍ଧିତ ଲକ୍ଷଣ ସକ୍ରିୟ କରିଥାଏ । ନିୟମିତ ଭାବରେ ଧୂପକାଠିର ଉପଯୋଗ କରିବା ଦ୍ୱାରା ଯେଉଁ ସମସ୍ୟା ହୋଇଥାଏ ତାହା ହେଉଛି ମୁଣ୍ଡ ବ୍ୟଥା, ଧ୍ୟାନ କେନ୍ଦ୍ରିତ କରିବାରେ ସମସ୍ୟା ହେବ ଏବଂ ବିସ୍ମୃତି ସାମିଲ୍ ହେବା ଇତ୍ୟାଦି ।

Leave a Reply

Your email address will not be published. Required fields are marked *