ଭାଉଜଙ୍କ ବ୍ୟବହାରକୁ ନେଇ ବ୍ୟସ୍ତ ବିବ୍ରତ ଦିଅର ! ଅଦାଲତରୁ ସାହାଯ୍ୟ ଲୋଡି କହିଛନ୍ତି- ଅଶ୍ଳୀଳ କାର୍ଯ୍ୟ ପାଇଁ ଚାପ ପକାଉଥିଲେ !

ଜଣେ ଯୁବକ ତାଙ୍କ ଭାଉଜ ମାନଙ୍କ ବିରୋଧରେ ଅଦାଲତରେ ମାମଲା ଦାଖଲ କରିଛନ୍ତି ଏବଂ ଅଦାଲତରୁ ନ୍ୟାୟ ଦାବି କରିଛନ୍ତି । ଏହି ଯୁବକଙ୍କ କହିବା ଅନୁଯାୟୀ ତାଙ୍କ ଭାଉଜ ମାନେ ତାଙ୍କ ସହିତ ଅସଦାଚରଣ କରୁଥିଲେ ଏବଂ ତାଙ୍କୁ ଭୁଲ୍ କାମ କରିବାକୁ ବାଧ୍ୟ କରୁଥିଲେ । ଭାଉଜ ମାନଙ୍କର ଏହି କାର୍ଯ୍ୟକଳାପ ଦ୍ୱାରା ସେ ବହୁତ ବ୍ୟସ୍ତ ବିବ୍ରତ ଥିଲେ । ଭାଉଜ ମାନଙ୍କୁ ବହୁତ ଥର ବୁଝାଇବା ପରେ ମଧ୍ୟ ଯେତେବେଳେ ସେମାନେ ତାଙ୍କ କଥାରେ ରାଜି ହୋଇ ନଥିଲେ, ଶେଷରେ ଯୁବକ ଜଣକ ଅଦାଲତକୁ ସାହାଯ୍ୟ ମାଗିଥିଲେ । ଏହି ମାମଲା ଉତ୍ତରପ୍ରଦେଶର ଅଲୀଗଡର ବୋଲି ଜଣାପଡ଼ିଛି ।

ଭାଉଜ ମାନଙ୍କ ଉପରେ ମକଦ୍ଦମା ଦାଖଲ

ଯୁବକଙ୍କ ଆବେଦନ ଉପରେ ଅଦାଲତ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ରାଜ୍ୟ ପୋଲିସ୍ ଯୁବକଙ୍କ ଦୁଇ ଭାଉଜଙ୍କ ବିରୋଧରେ ମାମଲା ଦାଖଲ କରିବାକୁ କହିଛି । ଏଥି ସହିତ ପୋଲିସ୍ ଏହି ମାମଲାର ତଦନ୍ତ ଆରମ୍ଭ କରିଦେଇଛି । ଯୁବକଙ୍କ ଅଭିଯୋଗ ଏହିକି ଯେ ଯେତେବେଳେ ତାଙ୍କ ଭାଇ କାମ କରିବାକୁ ବାହାରକୁ ଯାଉଥିଲେ । ସେତେବେଳେ ତାଙ୍କ ଦୁଇ ଭାଉଜ ସେମାନଙ୍କ ସହିତ ଶାରୀରିକ ସମ୍ପର୍କ ରଖିବା ପାଇଁ ତାଙ୍କ ଉପରେ ଚାପ ପ୍ରୟୋଗ କରୁଥିଲେ । ମନା କରିଲେ ତାଙ୍କ ସହିତ ମାରପିଟ ମଧ୍ୟ କରାଯାଉଥିଲା ।

ରାବଣ ଟୀଲା ଅଞ୍ଚଳରେ ରହୁଥିବା ଏହି ଯୁବକ ଜଣକ ଅଦାଲତକୁ କହିଛନ୍ତି କି ତାଙ୍କ ଦୁଇ ଭାଉଜ ତାଙ୍କ ସହିତ ଜବରଦସ୍ତି କରୁଥିଲେ । ମନା କରିଲେ ତାଙ୍କ ଦୁଇ ଭାଉଜ ତାଙ୍କୁ ମାରପିଟ କରୁଥିଲେ । ଦୀର୍ଘ ସମୟ ଧରି ସେ ଏହିସବୁ ସମ୍ମୁଖୀନ କରୁଥିଲେ । କିନ୍ତୁ ବର୍ତ୍ତମାନ ଯୁବକ ଜଣକ ତାଙ୍କ ଭାଉଜ ମାନଙ୍କୁ ଦଣ୍ଡ ଦେବାକୁ ସ୍ଥିର କରିଛନ୍ତି ଏବଂ ସେମାନଙ୍କ ବିରୋଧରେ ମାମଲା ଦାଖଲ କରିଛନ୍ତି ।

ଭାଇ ମାନଙ୍କ ଅନୁପସ୍ଥିତିରେ ବିରକ୍ତ କରୁଥିଲେ

ଯୁବକଙ୍କ ଅନୁସାରେ ତାଙ୍କ ବାପାଙ୍କର ମୃତ୍ୟୁ ହୋଇସାରିଛି ଏବଂ ସେ ତାଙ୍କ ଭାଇମାନଙ୍କ ସହିତ ରୁହନ୍ତି । ଯେଉଁ ମାନେ ବିବାହିତ ଅଟନ୍ତି । ଭାଇମାନେ ପ୍ରତିଦିନ କାମ କରିବା ପାଇଁ ବାହାରକୁ ଚାଲି ଯାଉଥିଲେ । ଯାହା ପରେ ତାଙ୍କ ଭାଉଜ ମାନେ ତାଙ୍କ ସହିତ ଅଶ୍ଳୀଳ ବ୍ୟବହାର କରୁଥିଲେ । ଏହା ସହିତ ତାଙ୍କୁ ମାରପିଟ ମଧ୍ୟ କରୁଥିଲେ ଏବଂ କିଛି ମଧ୍ୟ କହିଲେ ତାଙ୍କୁ ବଦନାମ୍ କରିବାକୁ ଧମକ୍ ଦେଉଥିଲେ । ଦୁଇ ଭାଉଜ ସମ୍ବନ୍ଧ ପାଇଁ ଚାପ ପ୍ରୟୋଗ କରୁଥିଲେ । କ୍ରମାଗତ ଭାବେ ଉତ୍ପୀଡ଼ନା ଦ୍ୱାରା ବିବ୍ରତ ହୋଇ ଯୁବକ ଜଣକ ଅନେକ ଥର ଆତ୍ମହତ୍ୟା କରିବାକୁ ମଧ୍ୟ ଉଦ୍ୟମ କରିଥିଲେ କିନ୍ତୁ ଶେଷରେ ସେ ଭାଉଜ ମାନଙ୍କୁ ଦଣ୍ଡ ଦେବାକୁ ନିଷ୍ପତ୍ତି ନେଇଥିଲେ ଏବଂ ପୋଲିସର ସାହାଯ୍ୟ ଲୋଡିଥିଲେ । ଯୁବକଙ୍କ ଆବେଦନ ଆଧାରରେ ଅଦାଲତ ଅଭିଯୁକ୍ତ ଭାଉଜ ମାନଙ୍କ ବିରୋଧରେ ମାମଲା ଦାଖଲ କରିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି । ଯାହା ପରେ ଅଲୀଗଡ ପୋଲିସ୍ ମାମଲା ଦାଖଲ କରିଛନ୍ତି ଏବଂ ମାମଲାର ତଦନ୍ତ ମଧ୍ୟ ଆରମ୍ଭ କରିଦେଇଛନ୍ତି ।

Be the first to comment

Leave a Reply

Your email address will not be published.


*