ବରର ସତ୍ୟତା ଜାଣି କ୍ରୋଧିତ ହୋଇଗଲେ କନ୍ୟା ! ଗୃହ ପ୍ରବେଶ କରିବା ପରିବର୍ତ୍ତେ ମଥାରୁ ଲିଭାଇ ଦେଲେ ସିନ୍ଦୁର…

ବରର ସତ୍ୟତା ଜାଣି କ୍ରୋଧିତ ହୋଇଗଲେ କନ୍ୟା ! ଗୃହ ପ୍ରବେଶ କରିବା ପରିବର୍ତ୍ତେ ମଥାରୁ ଲିଭାଇ ଦେଲେ ସିନ୍ଦୁର…

ବିହାରରେ ଏକ ବର କନ୍ୟାର ସ୍ୱାଗତ ଘର ଲୋକମାନେ ଝାଡୁ ଚପଲରେ କରିଛନ୍ତି ଏବଂ ଏମାନଙ୍କୁ ବହୁ ମାତ୍ରାରେ ମାଡ଼ ମାରିଥିଲେ । ବିବାହ କରିବା ପରେ ଯେତେବେଳେ ବର ତାଙ୍କ କନ୍ୟାକୁ ନେଇ ଘରେ ପହଞ୍ଚିଥିଲେ, ସେତେବେଳେ ପରିବାର ଲୋକମାନେ ନୂତନ ବଧୂର ସ୍ୱାଗତ କରିବା ସ୍ଥାନରେ ତାଙ୍କୁ ମାଡ଼ ମାରିବା ଆରମ୍ଭ କରିଥିଲେ । ଯାହାପରେ କନ୍ୟା ବିବାହକୁ ଭାଙ୍ଗି ଦେଇ ନିଜ ଘରକୁ ଫେରି ଯାଇଥିଲେ । ତେବେ ବିବାହ ଭାଙ୍ଗିବା ପୂର୍ବରୁ କନ୍ୟା ନିଜ ସ୍ୱାମୀଙ୍କୁ ଗାଳି କରିଥିଲେ । ଏହି ଅଦ୍ଭୂତପୂର୍ବକ ମାମଲା ଲଖିସରାୟର ଅଟେ ।

ସୂଚନା ଅନୁଯାୟୀ, ଲଖିସରାୟରେ ରହୁଥିବା ରୂପେଶ୍ କୁମାର୍ ନାମକ ଜଣେ ବ୍ୟକ୍ତି ପରିବାର ଲୋକଙ୍କୁ ନ କହି ବିବାହ କରି ନେଇଥିଲେ । ତେବେ ବିବାହ କରିବା ପରେ ରୂପେଶ୍ କୁମାର୍ ନିଜ ପତ୍ନୀଙ୍କୁ ନେଇ ଘରକୁ ଯିବା ପରେ ବହୁତ ହଙ୍ଗାମା ହୋଇଥିଲା ଏବଂ ରୂପେଶ୍ କୁମାରଙ୍କୁ ମାଡ଼ ମରାଯାଇଥିଲା । ବାସ୍ତବରେ ପୂର୍ବରୁ ରୂପେଶ୍ କୁମାର୍ ବିବାହିତ ଅଟନ୍ତି ଏବଂ ଗୋଟିଏ ପିଲାର ପିତା ଅଟନ୍ତି । ଘରେ ପତ୍ନୀ ଥାଉ ଥାଉ ସେ କାହାକୁ ନ କହି ଦ୍ଵିତୀୟ ବିବାହ କରିନେଇଥିଲେ ।

ତେବେ ବିବାହ କରିସାରିବା ପରେ ସେ ଯେତେବେଳେ ତାଙ୍କ ଦ୍ଵିତୀୟ ପତ୍ନୀଙ୍କୁ ନେଇ ଘରକୁ ଆସିଥିଲେ, ସେତେବେଳେ ପ୍ରଥମ ପତ୍ନୀ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ପ୍ରଥମ ପତ୍ନୀ ସାଙ୍ଗେ ସାଙ୍ଗେ ତାଙ୍କ ଭାଇଙ୍କୁ ଫୋନ୍ କରି ଘରକୁ ଡକାଇଥିଲେ । ଯାହାପରେ ପ୍ରଥମ ପତ୍ନୀ ଏବଂ ତାଙ୍କ ଭାଇମାନେ ରୂପେଶ୍ କୁମାରଙ୍କୁ ବହୁମାତ୍ରାରେ ମାଡ଼ ମାରିଥିଲେ ଏବଂ ଏହା ସହ ଦ୍ଵିତୀୟ ପତ୍ନୀଙ୍କୁ ମଧ୍ୟ ମାଡ଼ ମାରିଥିଲେ । ତେବେ ଦ୍ଵିତୀୟ ପତ୍ନୀ ଏମାନଙ୍କୁ କ୍ଷମା ମାଗି କହିଥିଲେ କି ତାଙ୍କ ସହ ଧୋକା ହୋଇଅଛି ।

ରୂପେଶଙ୍କର ଦ୍ଵିତୀୟ ପତ୍ନୀ କହିଥିଲେ କି ଯୁବକ ଜଣକ ନିଜକୁ ମୁଙ୍ଗରେ ଜିଲ୍ଲାର ଧରହରା ଥାନାର ବାହାଚୌକି ଗ୍ରାମର ବାସିନ୍ଦା ବୋଲି କହିଥିଲେ । ଏହା ସହ ସେ ବିବାହିତ ବୋଲି ମଧ୍ୟ ଲୁଚାଇଥିଲେ । ଦ୍ଵିତୀୟ ପତ୍ନୀଙ୍କର ଅଭିଯୋଗ ରହିଛି କି ସେ ନିଜକୁ ଅବିବାହିତ ବୋଲି କହିଥିଲେ । ତାପରେ ସେ ବିବାହ କରିଥିଲେ । ରୂପେଶଙ୍କର ସତ୍ୟତା ଜଣା ପଡିବା ମାତ୍ରେ ଦ୍ଵିତୀୟ ପତ୍ନୀ ତାଙ୍କୁ ଛାଡି ଚାଲି ଯାଇଥିଲେ ।

ରୂପେଶଙ୍କର ସତ୍ୟତା ଜଣାପଡିବା ମାତ୍ରେ ଦ୍ଵିତୀୟ ପତ୍ନୀ ତାଙ୍କ ସହ ରହିବା ପାଇଁ ସ୍ପଷ୍ଟ ଭାବରେ ମନା କରିଦେଇଥିଲେ ଏବଂ ମଥାରେ ଲଗାଇଥିବା ସିନ୍ଦୁର ପୋଛି ଦେଇଥିଲେ ଓ ମଙ୍ଗଳସୂତ୍ର ଖୋଲି ଫିଙ୍ଗି ଦେଇଥିଲେ । ଏହାପରେ ଯୁବତୀ ନିଜ ଭାଇଙ୍କୁ ଡାକି ଘରକୁ ଫେରି ଯାଇଥିଲେ ।

ଦ୍ଵିତୀୟ ପତ୍ନୀ ଅତ୍ୟନ୍ତ ମାଡ଼ ମାରିଲେ:-

ବିବାହ ଭାଙ୍ଗିବା ପୂର୍ବରୁ ଦ୍ଵିତୀୟ ପତ୍ନୀ ତାଙ୍କୁ ବହୁତ ମାଡ଼ ମାରିଥିଲେ । ଅନ୍ୟପକ୍ଷରେ ଏହି ସମ୍ପୂର୍ଣ୍ଣ ଘଟଣାର କେହି ଜଣେ ଭିଡିଓ ତିଆରି କରିଦେଇଥିଲେ । ଯାହା ବର୍ତ୍ତମାନ ସମୟରେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଅଛି । କହିରଖୁଛୁ ଯେ ଯୁବକ ଜଣଙ୍କର ପ୍ରଥମ ବିବାହ ୨୦୧୮ ମସିହାରେ ହୋଇଥିଲା । ଏହି ବିବାହରୁ ତାଙ୍କର ଗୋଟିଏ ପୁତ୍ର ସନ୍ତାନ ରହିଛି । ଏହାସତ୍ତ୍ୱେ ମଧ୍ୟ ସେ ଆଉ ଏକ ବିବାହ କରିନେଇଥିଲେ । ଦ୍ଵିତୀୟ ପତ୍ନୀ ଛାଡି ଚାଲିଯିବା ପରେ ରୂପେଶ୍ କୁମାର ପୁଣିଥରେ ନିଜ ପତ୍ନୀ ଏବଂ ପୁଅ ସହ ରହୁଛନ୍ତି ।

Leave a Reply

Your email address will not be published. Required fields are marked *