ସୂର୍ଯ୍ୟ ନିଜର ଗତି ବଦଳାଇବା ଫଳରେ ଏହି ରାଶିର ଜାତକକୁ ମିଳିବ ଲାଭ….

ସୂର୍ଯ୍ୟ ନିଜର ଗତି ବଦଳାଇବା ଫଳରେ ଏହି ରାଶିର ଜାତକକୁ ମିଳିବ ଲାଭ….

୧୯ ଡିସେମ୍ବରରୁ ସୂର୍ଯ୍ୟ ନିଜର ଗତି ବଦଳାଇବା ଫଳରେ ଏହି ରାଶିର ଜାତକକୁ ମିଳିବ ଲାଭ ।

ସୂର୍ଯ୍ୟ ଦେବତା ନିଜର ଗତି ୧୯ ଡିସେମ୍ବରରୁ ନିଜର ଗତିପଥ ପରିବର୍ତ୍ତନ କରୁଛନ୍ତି । ସୂର୍ଯ୍ୟ ବିଚ୍ଛା ରାଶିରୁ ଧନୁ ରାଶିରେ ପ୍ରବେଶ କରିବାକୁ ଯାଉଛନ୍ତି । ଧନୁ ରାଶି ଉପରେ ସୂର୍ଯ୍ୟ ଦେବ ୧୪ ଜାନୁୟାରୀ ମାସର ଦୁଇପ୍ରହର ବାଜି ୨୭ ମିନିଟ ପର୍ଯ୍ୟନ୍ତ ବିରାଜମାନ ରହିବେ ଏବଂ ବାହାରକୁ ଆସି ମକର ରାଶିରେ ପ୍ରବେଶ କରିବେ ଯାହାଫଳରେ କିଛି ରାଶିର ବ୍ୟକ୍ତିଙ୍କ ଉପରେ ଏହାର ସୁପ୍ରଭାଵ ପଡିବ । ଆସନ୍ତୁ ଜାଣିବେ ସୂର୍ଯ୍ୟଦେବଙ୍କ ଗତି ପରିବର୍ତ୍ତନ ଫଳରେ କେଉଁ ସବୁ ରାଶି ଗୁଡିକ ଉପରେ ଏହାର ପ୍ରଭାବ ପଡିବ ।

ମେଷ ରାଶି

ମେଷ ରାଶି ଉପରେ ସୂର୍ଯ୍ୟର ପ୍ରଭାବ ଭଲ ରହିବ । ଏହି ରାଶିର ବ୍ୟକ୍ତିଙ୍କ ସ୍ବାସ୍ଥ୍ୟ ଭଲ ରହିବ ଏବଂ ଏହା ସହ ଧର୍ମ ଆଧ୍ୟାତ୍ମିକ ପ୍ରତି ରୁଚି ବଢିବ । ଚାକିରୀରେ ସଫଳତା ମିଳିବ , ନିଜର ସାହସ ଏବଂ ପରାକ୍ରମ କାରଣରୁ ବିଷମ ପରିସ୍ଥିତିରେ ମଧ୍ୟ ସହଜରେ ବିଜୟ ପ୍ରାପ୍ତ କରିପାରିବେ ।

ବୃଷଭ ରାଶି

ଏହି ରାଶି ଉପରେ ସୂର୍ଯ୍ୟଦେବଙ୍କ ପ୍ରଭାବ ପଡିବା ଫଳରେ ସଫଳତା ଏବଂ ସମ୍ମାନ ମିଳିଲେ ମଧ୍ୟ କୌଣସି ନା କୌଣସି କାରଣରୁ ଏହି ରାଶିର ବ୍ୟକ୍ତିଙ୍କ ମନ ଅଶାନ୍ତ ରହିବ ମାତାପିତାଙ୍କ ସ୍ୱାସ୍ଥ୍ୟ ସମସ୍ୟା ନିମନ୍ତେ ଚିନ୍ତିତ ରହିବେ । ସାଙ୍ଗସାଥୀ ମାନଙ୍କ ତରଫରୁ ଅପ୍ରିୟ ସମାଚାର ମିଳିବ ।

ମିଥୁନ ରାଶି

ଏହି ରାଶିର ଲୋକଙ୍କ ବିବାହିତ ଜୀବନ ସାମାନ୍ୟ ରହିବ । ବିବାହରେ ଟିକିଏ ବିଳମ୍ବ ହେବ । କାର୍ଯ୍ୟ ବେପାର ଆଦିରେ ଉନ୍ନତି ହେବ । ଅଜଣା ବ୍ୟକ୍ତିଙ୍କ ନିମନ୍ତେ କ୍ଷତି ସହିବା ପାଇଁ ପଡିପାରେ ।

କର୍କଟ ରାଶି

ସୂର୍ଯ୍ୟଦେଵଙ୍କ ଗତି ପରିବର୍ତ୍ତନ ଫଳରେ କର୍କଟ ରାଶି ର ଲୋକଙ୍କୁ ଲାଭ ହୋଇପାରେ । କୋର୍ଟ କଚେରୀ ମାମଲା ସହ ଜଡିତ କାର୍ଯ୍ୟରେ ଆପଣଙ୍କୁ ସଫଳତା ମିଳିବ । ଆପଣଙ୍କ ସ୍ବାସ୍ଥ୍ୟବ୍ୟସ୍ଥାରେ ଅସୁବିଧା ହୋଇପାରେ । ଶତ୍ରୁଙ୍କ ତରଫରୁ ଆପଣଙ୍କୁ ସାହାଯ୍ୟ ମିଳିବ ।

ସିଂହ ରାଶି

ସିଂହ ରାଶି ଉପରେ ସୂର୍ଯ୍ୟଦେଵଙ୍କ ପ୍ରଭାବ ଭଲ ରହିବ, ବିଶେଷ କରି ବିଜ୍ଞାନ ଏବଂ ବାଣିଜ୍ୟ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କ ନିମନ୍ତେ ଏହି ସମୟ ଅଧିକ ଅନୁକୂଳ ଅଟେ । ପ୍ରେମ ସମ୍ବନ୍ଧରେ ନିରାଶ ମିଳିବ ପରିବାରର ସହଯୋଗ ମିଳିବ ।

କନ୍ୟା ରାଶି

ଏହି ରାଶି ପାଇଁ ସୂର୍ଯ୍ୟଦେଵଙ୍କ ପ୍ରଭାବ ଯୋଗୁଁ ଅପ୍ରତ୍ୟଶିକ ପରିଣାମ ଉଥାନ ପଥାନ ଦେଖାଯିବ, ଆପଣଙ୍କୁ ଅନେକ ପ୍ରକାରର ଅପ୍ରିୟ ସମାଚାର ମିଳିପାରେ । ମାତାପିତା ଙ୍କ ସ୍ବାସ୍ଥ୍ୟ ପ୍ରତି ଜାଗ୍ରତ ରୁହନ୍ତୁ ।

ତୁଳା ରାଶି

ଆପଣଙ୍କ ପରାକ୍ରମ ଆପଣଙ୍କ ପାଇଁ ସଫଳତା ଆଣିବ। ପ୍ରତିଦିନର ରୋଜଗାରରେ ଉନ୍ନତି ମିଳିବ । ସ୍ବାସ୍ଥ୍ୟବ୍ୟସ୍ଥାରେ ସୁଧାର ଦେଖାଯିବ । ଜୀବନ ସାଥିର ସୋହଯୋଗ ରହିବ । ସୂର୍ଯ୍ୟ ଦେବତାଙ୍କୁ ଜଳ ଅର୍ପଣ କରନ୍ତୁ । କିଛି ମଧ୍ୟ ନୂତନ କାର୍ଯ କରିବା ଶୁଭ ହେବ।


ବିଚ୍ଛା ରାଶି

ଆପଣଙ୍କ ରାଶି ପାଇଁ ସୂର୍ଯ୍ୟଦେବଙ୍କ ଗତି ପରିବର୍ତ୍ତନ ଲାଭଦାୟକ ଅଟେ । ସ୍ବାସ୍ଥ୍ୟର ଭଲ ଭାବରେ ଧ୍ୟାନ ରଖନ୍ତୁ । ପରିବାର ସହ ଜଡିତ କିଛି ସମସ୍ୟା ଉପୁଜି ପାରେ । ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କଲେ କଠିନ ସମସ୍ୟାରୁ ସହଜରେ ମୁକ୍ତି ମିଳିବ ।

ଧନୁ ରାଶି

ଆପଣଙ୍କ ନିମନ୍ତେ ଶୁଭ ସମୟ ଚାଲିଆସିଛି । ଦାନଧର୍ମରେ ସମୟ ଅତିବାହିତ ହେବ । ଘରେ ମାଙ୍ଗଳିକ କାର୍ଯ୍ୟ ହେବାର ସମ୍ଭାବନା ରହିଛି । ସୁଖଶାନ୍ତି ଜୀବନରେ ବଜାୟ ରହିବ । ବ୍ୟବସାୟ ସହ ଜଡିତ ବ୍ୟକ୍ତିଙ୍କୁ ଲାଭ ହୋଇପାରେ । ନାଲି ବସ୍ତ୍ରର ଦାନ କରନ୍ତୁ, ପିଲାଙ୍କ ଉପରେ ବିଶେଷ ଧ୍ୟାନ ଦିଅନ୍ତୁ ।

ମକର ରାଶି

ମକର ରାଶିର ବ୍ୟକ୍ତିଙ୍କ ଜୀବନରେ ଉଥାନ ପତନର ସମୟ ଆସିଛି । ଆପଣଙ୍କୁ ଆର୍ଥିକ ସମସ୍ୟା ହୋଇପାରେ। ସବୁ ପ୍ରକାର ବିବାଦରୁ ଦୂରରେ ରୁହନ୍ତୁ । ଏହି ସମୟରେ ଧନ କାହାରିକୁ ଦିଅନ୍ତୁ ନାହିଁ, ଅନ୍ୟଥା ସେହି ଧନ ଠିକ୍ ସମୟରେ ମିଳିବ ନାହିଁ ।

କୁମ୍ଭ ରାଶି

ଆପଣଙ୍କ ପରାକ୍ରମ ରଙ୍ଗ ଆଣିବ। ଯଦି କିଛି ଭାବୁଛନ୍ତି ତାହା ଆରମ୍ଭ କରନ୍ତୁ,ପ୍ରେମ ବ୍ୟାପାରର ସ୍ଥିତି ମଧ୍ୟ ଭଲ ରହିବ, ସୂର୍ଯ୍ୟ ଦେବତାଙ୍କୁ ଜଳ ଦିଅନ୍ତୁ, ଆୟର ସାଧନ ବଢ଼ିବା ସହ ଦେଇଥିବା ଧନ ମଧ୍ୟ ଫେରି ପାଇବେ ।

ମୀନ ରାଶି

ଏହି ରାଶିରେ ଦଶମ କର୍ମ ଭାବରେ ଗୋଚର କରି ସୂର୍ଯ୍ୟର ପ୍ରଭାବ ଆପଣଙ୍କ ପାଇଁ କୌଣସି ବରଦାନ ଠାରୁ କମ୍ ହେବ ନାହିଁ । ଆପଣଙ୍କୁ ସବୁ କ୍ଷେତ୍ରରେ ସଫଳତା ହାସଲ ହେବ । ଆପଣଙ୍କ ମାତାପିତାଙ୍କ ସ୍ବାସ୍ଥ୍ୟ ଉପରେ ଧ୍ୟାନ ଦିଅନ୍ତୁ ।

Leave a Reply

Your email address will not be published. Required fields are marked *