ଝିଅଟିର ସୁନ୍ଦରତା ହେଲା ତା’ ମୃତ୍ୟର କାରଣ ଥିଲା ! ପ୍ରଥମେ ଚୁଟି ଏବଂ ଆଈବ୍ରୋ, ପୁଣି ଶରୀରରେ ୩୩ ଗୋଟି ସ୍ଥାନରେ କରିଥିଲେ କ୍ଷତ…

ଝିଅଟିର ସୁନ୍ଦରତା ହେଲା ତା’ ମୃତ୍ୟର କାରଣ ଥିଲା ! ପ୍ରଥମେ ଚୁଟି ଏବଂ ଆଈବ୍ରୋ, ପୁଣି ଶରୀରରେ ୩୩ ଗୋଟି ସ୍ଥାନରେ କରିଥିଲେ କ୍ଷତ…

ଏହି ଆଶ୍ଚର୍ଯ୍ୟଜନକ ମାମଲାଟି । ଏହି ଘଟଣାଟି ଆନ୍ଧ୍ରପ୍ରଦେଶର ବିଶାଖାପାଟଣାର ଅଟେ । ପୋଲିସ ଏହି ମାମଲାରେ ୬ ଜଣଙ୍କୁ ଗିରଫ କରିଛି । ପୋଲିସ ଯାଞ୍ଚ କରିବା ସମୟରେ କହିଛି ଯେ, ଦେହ ବ୍ୟବସାୟକୁ ଭିତ୍ତି କରି ଏହି ଝିଅଟିର ହତ୍ୟା କରାଯାଇଛି ।

Google

ଦେହ ବ୍ୟବସାୟ କରିବାକୁ ମନ କରିଥିବା ଯୋଗୁଁ ନାବାଳିକା ଝିଅଟିକୁ କିଛି ଦୁଷ୍କର୍ମୀମାନେ ଅତି ବର୍ବରଚିତ୍ତରେ ହତ୍ୟା କରିଥିଲେ । ପୋଲିସ କହିଛି ଯେ, ଘର ମାଲିକ ଗୁତଲା ବସନ୍ତା ଝିଅକୁ ଦେହ ବେପାର ପାଇଁ ବାଧ୍ୟ କରିବାକୁ ଚାହୁଁଥିଲା । ସେ ପ୍ରଥମ ଝିଅକୁ ଯନ୍ତ୍ରଣା ଦେଇଥିଲା ଏବଂ ପରେ ତାହାର ହତ୍ୟା କରି ଦେଇଥିଲେ ।

Google

ପୋଲିସକୁ ଗୁରୁବାର ଦିନ ୨୨ ବର୍ଷୀୟ ଜଣେ ଝିଅର ଶବ ମିଳିଥିଲା । ପୋଲିସକୁ ଏହି ସୂଚନା ସେହି ସମୟରେ ମିଳିଥିଲା, ଯେତେବେଳେ ଆରୋପୀମାନେ ଝିଅଟିର ଅନ୍ତିମ ସଂସ୍କାର କରୁଥିଲେ । ଯେତେବେଳେ ଘର ମାଲିକଙ୍କୁ ଝିଅଟିର ଶବ ବିଷୟରେ ପଚାରା ଯାଇଥିଲା, ସେ କହିଥିଲେ ଯେ ଦେହ ଖରାପ ଯୋଗୁଁ ମୃତ୍ୟ ହୋଇଛି । କିନ୍ତୁ ଶବ ବ୍ୟବଚ୍ଛେଦ ରିପୋର୍ଟରେ ଶରୀରର ୩୩ ଗୋଟି ସ୍ଥାନରେ କ୍ଷତ ଚିହ୍ନ ମିଳିଛି । ଏତିକି ହିଁ ନୁହଁ ଦିବ୍ୟାଙ୍କ ଶରୀରକୁ ଜଳନ୍ତା କାଠରେ ଚେଙ୍କ ଦିଆଯାଇଥିଲା । ତାଙ୍କର ଚୁଟି କଟାଯାଇଥିଲା । ତାଙ୍କ ଆଈବ୍ରୋ ମଧ୍ୟ ସେବ୍ କରି ଦିଆଯାଇଥିଲା । ଝିଅଟିକୁ ୫ ଦିନ ପର୍ଯ୍ୟନ୍ତ ଭୋକ ଶୋଷରେ ରଖା ଯାଇଥିଲା । ଏହି କାରଣରୁ ତାହାର ମୃତ୍ୟ ହୋଇଯାଇଥିଲା ।

Google

ଘର ମାଲିକାଣି ଝିଅଟିର ଶବକୁ ନିଜ ବନ୍ଧୁମାନଙ୍କ ସହିତ ମିଶି ଲୁଚାଇବାକୁ ଚାହୁଁଥିଲେ । ଏଥିପାଇଁ ସେ ଶବକୁ ଫୁଲରେ ଘୋଡାଇ ରାତିରେ ହିଁ ଅନ୍ତିମ ସଂସ୍କାର କରିବା ପାଇଁ ଭାବିଥିଲେ । କିନ୍ତୁ ଯେଉଁ ଗାଡିରେ ସେମାନେ ଶବକୁ ନେଇ ଯାଉଥିଲେ, ସେହି ଗାଡ଼ି ଚାଳକଙ୍କୁ ଯେତେବେଳେ ଏହି ମାମଲା ସନ୍ଦିଗ୍ଧ ଲାଗିଥିଲା ସେ ପୋଲିସକୁ ଏହି ସୂଚନା ଜଣାଇ ଦେଇଥିଲା ।

Google

ପୋଲିସଙ୍କ କହିବାନୁଯାୟୀ, ମାଲିକାଣି ଝିଅଟିର ସୁନ୍ଦରତାକୁ ଦେଖି ଇର୍ଷାପରାୟଣ ଥିଲେ ଏବଂ ସେହି ଝିଅକୁ ଦେହ ବେପାରରେ ଲଗାଇ ଟଙ୍କା ରୋଜଗାର କରିବା ପାଇଁ ଚାହୁଁଥିଲେ । ଏତିକି ହିଁ ନୁହଁ ପୋଲିସ କହିଥିଲେ, ୨୦୧୫ ମସିହାରେ ଝିଅଟିର ମାଁ, ଭାଇ ଏବଂ ଜେଜେମାଁଙ୍କୁ କିଛି ଲୋକମାନେ ହତ୍ୟା କରି ଦେଇଥିଲେ । ଏହି ମାମଲାରେ ବର୍ତ୍ତମାନ ଯାଞ୍ଚ ଚାଲୁଛି ।

Leave a Reply

Your email address will not be published. Required fields are marked *