ମାର୍ଚ୍ଚ ୨୭ରୁ ପୁଣି ୭ଦିନ ବନ୍ଦ ରହିବ ବ୍ୟାଙ୍କ !

ମାର୍ଚ୍ଚ ୨୭ରୁ ପୁଣି ୭ଦିନ ବନ୍ଦ ରହିବ ବ୍ୟାଙ୍କ !

ନମସ୍କାର ସାଙ୍ଗମାନେ ଆଜି ଆମେ ଆପଣଙ୍କୁ କିଛି ବ୍ୟାଙ୍କ ସମ୍ବନ୍ଧୀୟ ତଥ୍ୟ ଜଣାଇବାକୁ ଯାଉଛୁ । ଆପଣମାନେ ଶୀଘ୍ର ତୁଟାଇ ଦିଅନ୍ତୁ ବ୍ୟାଙ୍କ ସମ୍ବନ୍ଧୀୟ ସମସ୍ତ କାମ । ଆଜିଠାରୁ ପୁଣି ୭ଦିନ ବନ୍ଦ ରହିବ ବ୍ୟାଙ୍କ । ତେବେ ଆସନ୍ତୁ ଦେଖିବା କଣ ରହିଛି ଏହାକୁ ନେଇ ସମ୍ପୁର୍ଣ୍ଣ ଖବର । ଏଥିପାଇଁ ଏହି ଆର୍ଟିକିଲକୁ ସମ୍ପୁର୍ଣ୍ଣ ପଢନ୍ତୁ ।

ଯଦି ଆପଣଙ୍କ ବ୍ୟାଙ୍କରେ କୌଣସି ଜରୁରୀ କାମ ଅଛି ତେବେ ଶୀଘ୍ର ସାରି ନିଅନ୍ତୁ । କାରଣ ଚଳିତ ସପ୍ତାହର ଶନିବାର ଠାରୁ ଆରମ୍ଭ କରି ଆସନ୍ତା ରବିବାର ପର୍ଯ୍ୟନ୍ତ ଅର୍ଥାତ ୨୭ ମାର୍ଚ୍ଚରୁ ୪ ଏପ୍ରିଲ୍ ମଧ୍ୟରେ ମାତ୍ର ୩ଦିନ ଖୋଲା ରହିବ ବ୍ୟାଙ୍କ ।ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ଜାରି ହୋଇଥିବା ଛୁଟି ସୂଚୀପତ୍ର ଅନୁଯାୟୀ ୨୭ ମାର୍ଚ୍ଚରୁ ୨୯ମାର୍ଚ୍ଚ ପର୍ଯ୍ୟନ୍ତ ଲଗାତାର ୩ଦିନ ବ୍ୟାଙ୍କ ବନ୍ଦ ରହିବ ।

୨୭ ମାର୍ଚ୍ଚ ଚତୁର୍ଥ ଶନିବାର ପାଇଁ ବ୍ୟାଙ୍କ ବନ୍ଦ ରହିବ । ୨୮ ମାର୍ଚ୍ଚ ରବିବାର ଏବଂ ୨୯ରେ ହୋଲି ପଡୁଥିବା କାରଣରୁ ବ୍ୟାଙ୍କ ବନ୍ଦ ରହିବ । ଏହାପରେ ୩୦ ମାର୍ଚ୍ଚ ଅର୍ଥାତ ମଙ୍ଗଳବାର ଗୋଟେ ଦିନ ବ୍ୟାଙ୍କ ଖୋଲା ରହିବ । ଏବଂ ଏହାପରେ ୩୧ ତାରିଖରେ ମଧ୍ୟ ସାଧାରଣ ଲୋକଙ୍କ ପାଇଁ ବ୍ୟାଙ୍କ ଖୋଲା ରହିବ । କିନ୍ତୁ କୌଣସି ସରକାରୀ କାର୍ଯ୍ୟ ହୋଇପାରିବ ନାହିଁ ।

ଏପ୍ରିଲ ମାସର ପ୍ରଥମ ଦିନ ଅର୍ଥାତ୍ ଏପ୍ରିଲ ୧ ତାରିଖ ଦିନ ପୁଣି ବ୍ୟାଙ୍କ ବନ୍ଦ ରହିବ । ସେହିଦିନ ଆକାଉଣ୍ଟ କ୍ଲୋଜିଙ୍ଗ ରହିବା କାରଣରୁ ବ୍ୟାଙ୍କ ବନ୍ଦ ରହିବ ଏବଂ ଏପ୍ରିଲ ୨ ତାରିଖରେ ଗୁଡଡ୍ ଫ୍ରାଇଡେ ପାଇଁ ପୁନର୍ବାର ବ୍ୟାଙ୍କ ବନ୍ଦ ରହିବ । ଏହାପରେ ଏପ୍ରିଲ ୩ ତାରିଖ ବା ଶନିବାର ଦିନ ବ୍ୟାଙ୍କ ଖୋଲିବ । ଏହା ପରଦିନ ରବିବାର ପଡୁଥିବାରୁ ପୁଣି ବ୍ୟାଙ୍କ ବନ୍ଦ ରହିବ ।

ଏହିଦିନ ଗୁଡିକ ବ୍ୟାଙ୍କ ବନ୍ଦ ରହିବ ସତ କିନ୍ତୁ ଆପଣ ଯଦି ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ ସହିତ ଯୋଡି ହୋଇଥିବେ ତେବେ ଆପଣଙ୍କୁ ଏହି ଅସୁବିଧାର ସମ୍ମୁଖିନ ହେବାକୁ ପଡିବ ନାହିଁ । ଟଙ୍କା ଜମା କରିବା ଏବଂ ଚେକ୍ ଡିପୋଜିଟ୍ ଭଳି କାମକୁ ବାଦ୍ ଦେଲେ ଆପଣ ନେଟ୍ ବ୍ୟାକିଂଙ୍ଗ ଦ୍ୱାରା ଟଙ୍କା ଟ୍ରାନ୍ସଫର୍, ସପିଙ୍ଗ ଆଦି କରିପାରିବେ । ଯଦି ଏହି କାମକୁ ବାଦ୍ ଦେଇ ଅନ୍ୟ କୌଣସି ଗୁରୁତ୍ତ୍ୱପୂର୍ଣ୍ଣ କାର୍ଯ୍ୟ ରହିଛି ତେବେ ଜଲଦି ସାରି ଦିଅନ୍ତୁ । ନଚେତ୍ ଆପଣ ଅସୁବିଧାରେ ପଡିପାରନ୍ତି । ଏହା ରହିଛି ବର୍ତ୍ତମାନର ସବୁଠାରୁ ବଡ଼ ଖବର ।

Leave a Reply

Your email address will not be published. Required fields are marked *