ଚୀନ ଉପରେ ଲଗାମ ଲଗାଇବା ପାଇଁ ସେନା ଉଠାଇଲା ଏହି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ! ଲଦ୍ଦାଖରେ ନିୟୋଜିତ କରିଲେ ବାୟୁ ରକ୍ଷା ମିଶାଇଲ ସିଷ୍ଟମ…

ଚୀନ ଉପରେ ଲଗାମ ଲଗାଇବା ପାଇଁ ସେନା ଉଠାଇଲା ଏହି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ! ଲଦ୍ଦାଖରେ ନିୟୋଜିତ କରିଲେ ବାୟୁ ରକ୍ଷା ମିଶାଇଲ ସିଷ୍ଟମ…

ଭାରତ ଓ ଚୀନ ମଧ୍ୟରେ ବଢୁଥିବା ତିକ୍ତତାକୁ ଦେଖି ସେନାର ପ୍ରମୁଖ ଜେନେରାଲ ମୁକୁନ୍ଦ ନରୱଣେ ଦୁଇ ଦିନ ଲଦ୍ଦାଖ ଗସ୍ତ କରିଥିଲେ । ଏହି ମଧ୍ୟରେ ସେନା ପ୍ରମୁଖ ଜେନେରାଲ ମୁକୁନ୍ଦ ନରୱଣେ ସୀମାର ସ୍ଥିତିକୁ ଅନୁଧ୍ୟାନ ମଧ୍ୟ କରିଥିଲେ । ଏତଦ୍-ବ୍ୟତୀତ ଚୀନ ସହିତ ହୋଇଥିବା ହିଂସାତ୍ମକ ସଂଘର୍ଷ ସମୟରେ ଆହାତ ହୋଇଥିବା ସୈନିକି ମାନଙ୍କୁ ସାକ୍ଷାତ ମଧ୍ୟ କରିଥିଲେ । ସେନା ପ୍ରମୁଖ ଜେନେରାଲଙ୍କ ଏହି ଗସ୍ତକୁ ବହୁତ ମହତ୍ୱପୂର୍ଣ୍ଣ ବୋଲି କୁହାଯାଉଥିଲା । ଏଥିସହିତ, ଏହି ଗସ୍ତର ଗୋଟିଏ ଦିନ ପରେ ହିଁ ସୀମାରେ ଭାରିତୀୟ ସଶସ୍ତ୍ର ବଳ ବାୟୁ ରକ୍ଷା ମିଶାଇଲ ସିଷ୍ଟମ (Air defense missile system)କୁ ନିୟୋଜିତ କରାଯାଇଛି ।

Google

ସୂତ୍ର ଅନୁସାରେ, ବାସ୍ତବିକ ନିୟନ୍ତ୍ରଣ ରେଖା (LAC) ଠାରେ ଚୀନ ଲଡୁଆ ବିମାନ ଏଵଂ ହେଲିକ୍ୟାପ୍ଟରର ବଢୁଥିବା ଗତିବିଧିକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି ଏବଂ ଲଦ୍ଦାଖ ସେକ୍ଟରରେ ଏହାକୁ ନିୟୋଜିତ କରାଯାଇଛି ।

Google

ଜୁନ୍ ୧୫ ପର ଠାରୁ ସୀମାରେ ଚୀନ ଅନେକ କାର୍ଯ୍ୟକଳାପ କରିଚାଲିଛି । କିଛି ସମୟ ପାଇଁ ଚୀନ ସୀମାରେ ସୁଖୋଇ-୩୦ ପରି ବିମାନକୁ ସୀମାରେ ଉଡ଼ାଉଥିଲା । ଚୀନର ଏହି ବିମାନ ଭାରତୀୟ ସୀମାର ପାଖାପାଖି ୧୦ କିଲୋମିଟର ଦୂରତା ମଧ୍ୟରେ ଉଡୁଥିବାର ନଜର ଆସିଥିଲା ।

ସୀମାର ଏହି ଅଞ୍ଚଳରେ ଦୃଷ୍ଟିଗୋଚର ହୋଇଛି ଚୀନୀ ହେଲିକ୍ୟାପ୍ଟର :

ଚୀନ ନିଜର ହେଲିକ୍ୟାପ୍ଟରକୁ ସବ-ସେକ୍ଟର ନାର୍ଥ (ଦୋୖଲତ ବାଗ୍ ଔଲ୍ଡୀ ସେକ୍ଟର), ଗଲୱାନ ଘାଟି ନିକଟସ୍ଥ ପେଟ୍ରୋଲିଂ ପଏଣ୍ଟ ୧୪, ପେଟ୍ରୋଲିଂ ପଏଣ୍ଟ ୧୫, ପେଟ୍ରୋଲିଂ ପଏଣ୍ଟ ୧୭ ଏବଂ ୧୭-ଏ (ହଟ୍) ସହିତ ଅନେକ ବିବାଦିତ କ୍ଷେତ୍ରମାନଙ୍କରେ ଉଡାଉଛି । ଏହି ଚୀନ ବିମାନ ମଧ୍ୟ ଭାରତୀୟ LACର ବହୁତ ନିକଟରୁ ଉଡାଣ ଭରୁଛି । ଏହି ବିମାନମାନଙ୍କ ଜରିଆରେ ଚୀନ ଭାରତକୁ ଡ଼ରାଇବା ପାଇଁ ଚେଷ୍ଟା କରୁଛି । ଚୀନ ପକ୍ଷରୁ କରାଯାଉଥିବା ଏହି ସମସ୍ତ ଗତିବିଧି ମାନଙ୍କ ଉପରେ ଧ୍ୟାନ ରଖିବା ସହିତ ଭାରତ ସେନା ଏହି ଅଞ୍ଚଳ ମାନଙ୍କରେ ଏୟାର୍ ଡିଫେନ୍ସ ମିଶାଇଲ୍ ନିୟୋଜିତ କରିବାର ନିଷ୍ପତ୍ତି ନେଇସାରିଛି । ଏୟାର୍ ଡିଫେନ୍ସ ମିଶାଇଲ୍ ନିୟୋଜିତ କରିବା ଦ୍ୱାରା ଚୀନକୁ ଭାରତ ପକ୍ଷରୁ କଡା ସନ୍ଦେଶ ମିଳିଛି । ସୂତ୍ର ଅନୁସାରେ ଭାରତ ବହୁତ ଶୀଘ୍ର ଅତ୍ୟଧିକ ସକ୍ଷମ ବାୟୁ ରକ୍ଷା ପ୍ରଣାଳୀ ମଧ୍ୟ ପ୍ରାପ୍ତ କରିବାକୁ ଯାଉଛି । ଯାହାକୁ LACରେ ନିୟୋଜିତ କରାଯାଇପାରେ ।

Google

ଏୟାର୍ ଡିଫେନ୍ସ ମିଶାଇଲ୍ ବ୍ୟତୀତ ଭାରତୀୟ ସେନା ସୀମାରେ ବହୁତସାରା ମିଶାଇଲ ଏବଂ ଟ୍ୟାଙ୍କ ମଧ୍ୟ ଜମା କରିବା ଆରମ୍ଭ କରିଦେଇଛି । ବିଶେଷ ବିମାନ ମାନଙ୍କ ଦ୍ୱାରା ଟ୍ୟାଙ୍କ ଏବଂ ଅସ୍ତ୍ରଶସ୍ତ୍ର ସୀମା ନିକଟକୁ ପହଞ୍ଚାଯାଉଛି । ଏହା ବ୍ୟତୀତ ବର୍ତ୍ତମାନ ସୀମା ନିକଟରେ ଭାରତ ଯୁଦ୍ଧ ଅଭ୍ୟାସ ମଧ୍ୟ କରିଥିଲା ।

ହିଂସାତ୍ମକ ସଂଘର୍ଷ ପରେ ତିକ୍ତତା ବଢିଥିଲା :

ଲଦାଖର ଗାଲଭାନ୍ ଉପତ୍ୟକାରେ ଚୀନ୍ ଏହାର ଗୋଟିଏ ନିବଶସ୍ଥଳୀ ତିଆରି କରିଥିଲା । ଭାରତୀୟ ସେନା ଏହାକୁ ତ୍ରିବର ବିରୋଧ କରିଥିଲେ । ଯାହାଫଳରେ ଧୀରେ ଧୀରେ ଗଲୱାନ ଘାଟି ନିକଟରେ ଦୁଇ ସେନା ମଧ୍ୟର ତିକ୍ତତା ବଢ଼ିବାରେ ଲାଗିଲା ଏବଂ ଜୁନ୍ ୧୫ ତାରିଖ ଦିନ ଏହି ତିକ୍ତତା ହିଂସାତ୍ମକ ସଂଘର୍ଷର ରୂପ ନେଇଯାଇଥିଲା । ଏହି ହିଂସାତ୍ମକ ସଂଘର୍ଷରେ ୨୦ ଜଣ ଭାରତୀୟ ଯବାନ ସହିଦ ହୋଇଥିଲେ । ଯେଉଁଥିରେ ବହୁତ ସୈନିକ ଗୁରୁତର ଆହାତ ମଧ୍ୟ ହୋଇଥିଲେ । ଯେଉଁମାନଙ୍କ ଚିକିତ୍ସା ଲଦ୍ଦାଖ ସେନା ହସ୍ପିଟାଲରେ କରାଯାଉଛି । ଏହି ହିଂସାତ୍ମକ ସଂଘର୍ଷରେ ଚୀନକୁ ବହୁତ କ୍ଷତି ପହଞ୍ଚାଇ ଥିଲା । ବର୍ତ୍ତମାନ ଚୀନ ତିକ୍ତତାକୁ କମ କରିବା ପରିବର୍ତ୍ତେ ସୀମାରେ ନିଜର ସୈନିକମାନଙ୍କୁ ବଢ଼ାଇବା ଆରମ୍ଭ କରିଦେଇଛି । ଯାହାର ଜବାବରେ ଭାରତୀୟ ସେନା ମଧ୍ୟ ନିଜ ଯବାନମାନଙ୍କ ସଂଖ୍ୟା ଚୀନ ସୀମାରେ ବଢ଼ାଉଛି ।

Leave a Reply

Your email address will not be published. Required fields are marked *