ଅନେକ ରୋଗର ରାମବାଣ ଔଷଧ ଭୃଷଙ୍ଗ ପତ୍ର ।

ନୂଆଦିଲ୍ଲୀ,୨୯/୮: ଭୃଷଙ୍ଗ ପତ୍ର କେବଳ ତରକାରୀର ସ୍ୱାଦ ବଢାଇବା ପାଇଁ ବ୍ୟବହୃତ କରାଯାଇନଥାଏ, ବରଂ ପ୍ରାଚୀନ କାଳରୁ ଏହାକୁ ଔଷଧ ଭାବେରେ ମଧ୍ୟ ବ୍ୟବହାର କରିଆସୁଛି । ଭୃଷଙ୍ଗ ପତ୍ର ମୁଖ୍ୟତଃ ଯେକୌଣସି ବ୍ୟଞ୍ଜନର ସ୍ୱାଦ ଏବଂ ସୁଗନ୍ଧ ବାଢାଇବା ପାଇଁ ବ୍ୟବହୃତ ହୁଏ । କିନ୍ତୁ ଏଥିରେ ଥିବା ପୋଷକ ତତ୍ତ୍ୱ ଅନେକ କ୍ଷେତ୍ରରେ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ।

ଭୃଷଙ୍ଗ ପତ୍ର ଖାଇବା ଅନ୍ତଃନଳୀ ପକ୍ଷେ ଅତ୍ୟନ୍ତ ଲାଭପ୍ରଦ । ଏହା ହଜମ ପ୍ରକ୍ରିୟାକୁ ମଜବୁତ କରିଥାଏ । ଯେଉଁମାନଙ୍କର ଗ୍ୟାସ୍ ଏବଂ ବଦହଜମି ଭଳି ସମସ୍ୟା ରହିଛି, ସେମାନଙ୍କ ପାଇଁ ଭୃଷଙ୍ଗ ପତ୍ରର ସେବନ ରାମବାଣ ସଦୃଶ ହୋଇଥାଏ । ବିଶେଷଜ୍ଞଙ୍କ ମତରେ, ହଜମ ପ୍ରକ୍ରିୟା ଠିକ୍ ରହିଲେ ଓଜନ ବୃଦ୍ଧି ହେବାର ସମ୍ଭାବନା କମ୍ ଥାଏ । ଏଥିରେ ପ୍ରାକୃତିକ ଡିଟକ୍ସିଫାଇଙ୍ଗ ଗୁଣ ଥିବାରୁ ଭୃଷଙ୍ଗ ପତ୍ର ଚୋବାଇ ଖାଇବା କିମ୍ବା ଖାଦ୍ୟରେ ବ୍ୟବହାର କରିବା ଦ୍ୱାରା ଶରୀରର କ୍ଷତିକାରକ ଉପାଦାନ ଦୂର ହୋଇଥାଏ ।

Google

ଭୃଷଙ୍ଗ ପତ୍ର ଆଣ୍ଟିଅକ୍ସିଡାଣ୍ଟ ଏବଂ ଫ୍ଲାଭୋନାଏଡର ଏକ ଉତ୍ତମ ଉତ୍ସ । ଏହା ଶରୀରରେ ବ୍ଲଡ୍ ସୁଗର ଲେବେଲକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ ଏବଂ କାର୍ବୋହାଇଡ୍ରେଟ୍ ଅବଶୋଷଣକୁ ପ୍ରତିରୋଧ କରିଥାଏ । ଏହା ରକ୍ତରେ ସୁଗର ଲେବେଲକୁ ହ୍ରାସ କରିବା ସହ କୋଲେଷ୍ଟ୍ରଲ ଲେବେଲକୁ ସନ୍ତୁଳିତ ରଖେ । ଏହାର ପତ୍ରରେ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଏବଂ ଆଣ୍ଟିମାଇକ୍ରୋବିୟାଲ ଭରପୂର ମାତ୍ରାରେ ରହିଛି । ତେଣୁ ଏହା ପ୍ରାକୃତିକ ଭାବେ ଇନସୁଲିନ୍ କାର୍ଯ୍ୟକଳାପକୁ ପ୍ରୋତ୍ସାହିତ କରିଥାଏ ।

Google

ଭୃଷଙ୍ଗ ପତ୍ରରେ ଭିଟାମିନ୍-ଏ ଏବଂ ଭିଟାମିନ୍-ସି ଥାଏ । ଏହା ଲିଭର୍ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହାର ନିୟମିତ ସେବନ ଲିଭରକୁ ଶକ୍ତିଶାଳୀ ଏବଂ ସୁସ୍ଥ ରଖେ । ସକାଳେ ଖାଲି ପେଟରେ ୧୦-୧୨ଟି ପତ୍ର ଚୋବାଇ ଖାଇଲେ ୟୁରିକ୍ ଏସିଡ୍ ମଧ୍ୟ ନିୟନ୍ତ୍ରିତ ରହିଥାଏ । ଭୃଷଙ୍ଗ ପତ୍ରରେ ଆଇରନ୍ ଏବଂ ଫୋଲିକ୍ ଏସିଡ୍ ପ୍ରଚୁର ପରିମାଣରେ ମିଳିଥାଏ, ଯାହା ଶରୀର ପାଇଁ ଖୁବ ଆବଶ୍ୟକ । ଏଥିରେ ଥିବା ଭିଟାମିନ୍-ଏ ଏବଂ ଭିଟାମିନ୍-ସି ଲିଭରର ଚର୍ବିକୁ ମଧ୍ୟ ହ୍ରାସ କରିଥାଏ ।

Google

ଭୃଷଙ୍ଗ ପତ୍ରରେ ବିଟାକାରୋଟିନ୍ ଭରପୂର ମାତ୍ରାରେ ରହିଛି, ଯାହା କେଶ ଝଡିବା ସମସ୍ୟାରୁ ମୁକ୍ତି ଦିଏ । ଏଥିସହ କେଶ ବଢିବାରେ ମଧ୍ୟ ସାହାଯ୍ୟ କରିଥାଏ । ବାସ୍ତବରେ, ଏଥିରେ ଅନେକ ଆମିନୋ ଏସିଡ୍ ମଧ୍ୟ ଥାଏ, ଯାହା କେଶକୁ ଲମ୍ବା, ଘନ ଏବଂ ଶକ୍ତ କରିଥାଏ । ଏହାର ବୃଦ୍ଧିରେ ମଧ୍ୟ ସାହାଯ୍ୟ କରିଥାଏ । ଭୃଷଙ୍ଗ ପତ୍ରରେ ଫସଫରସ୍, ଆଇରନ୍, କ୍ୟାଲସିୟମ୍ ଏବଂ ଭିଟାମିନ୍ ବି-୩ ଥାଏ । ଚର୍ମ ଏବଂ କେଶର ଚିକିତ୍ସା ପାଇଁ ଭୃଷଙ୍ଗ ପତ୍ର ବହୁଳ ଭାବରେ ବ୍ୟବହୃତ ହୁଏ ।

ଆଶା କରୁଛୁ ସ୍ୱାସ୍ଥ୍ୟ ସମ୍ଭାନ୍ଧୀୟ ଏହି ଅନୁଛେଦଟି ଆପଣଙ୍କୁ ଆପଣଙ୍କୁ ପସନ୍ଦ ଆସିବ । ନିଜ ବନ୍ଧୁ ଓ ପରିବାରବର୍ଗଙ୍କ ମଧ୍ୟରେ ସେୟାର କରି ଜାଣନ୍ତୁ ।

Be the first to comment

Leave a Reply

Your email address will not be published.


*