ସାଥ୍ ନିଭାନା ସାଥିୟା ଧାରାବାହିକରେ ଅଭିନୟ କରିଥିବା ଏହି ଅଭିନେତ୍ରୀ ବର୍ତ୍ତମାନ ଦେଖାଯାଉଛନ୍ତି ଖୁବ୍ ସୁନ୍ଦର !

ସାଥ୍ ନିଭାନା ସାଥିୟା ଧାରାବାହିକରେ ଅଭିନୟ କରିଥିବା ଏହି ଅଭିନେତ୍ରୀ ବର୍ତ୍ତମାନ ଦେଖାଯାଉଛନ୍ତି ଖୁବ୍ ସୁନ୍ଦର !

ଷ୍ଟାର୍ ପ୍ଲସର ବହୁତ ଲୋକପ୍ରିୟ ଧାରାବାହିକ “ସାଥ୍ ନିଭାନା ସାଥିୟା” ଆପଣ ନିଶ୍ଚୟ ରୂପେ ଦେଖିଥିବେ । ଯାହାକି ବହୁତ କମ୍ ସମୟରେ ଦର୍ଶକଙ୍କ ବହୁତ ଲୋକପ୍ରିୟ ଧାରାବାହିକ ହୋଇଯାଇଥିଲା । ଏହି ଧାରାବାହିକରେ ସବୁ ଚରିତ୍ରରେ କଳାକାର ବହୁତ ସୁନ୍ଦର ରୂପେ ଅଭିନୟ କରିଥିଲେ । ସେଥିମଧ୍ୟରୁ ଗୋଟିଏ ଚରିତ୍ର ଥିଲା ଜିଗର’ର ଦ୍ୱିତୀୟ ସ୍ତ୍ରୀ ପାରିଧି ଜିଗର ମଦି । ଏହି ଚରିତ୍ରରେ ସେ ଏତେ ସୁନ୍ଦର ରୂପେ ଅଭିନୟ କରିଥିଲେ ଯେ ସେ ବହୁତ ଲୋକପ୍ରିୟ ହୋଇଗଲେ । ଏହି ଧାରାବାହିକ ବନ୍ଦ ହୋଇ ବହୁତ ସମୟ ହୋଇଗଲାଣି କିନ୍ତୁ ଆପଣ ଜାଣନ୍ତି କି, ଏହି ଧାରାବାହିକର ଜିଗରଙ୍କ ଦ୍ୱିତୀୟ ସ୍ତ୍ରୀ ପାରିଧି ଜିଗର ମଦିଙ୍କ ଚରିତ୍ରରେ ଅଭିନୟ କରିଥିବା ଅଭିନେତ୍ରୀ ଆଜି କେଉଁଠାରେ ଅଛନ୍ତି, କଣ କରନ୍ତି ଓ କିପରି ଦେଖା ଯାଆନ୍ତି । ତେବେ ଚାଲନ୍ତୁ ଏହି ଦମଦାର୍ ଅଭିନେତ୍ରୀଙ୍କ ବିଷୟରେ ସମ୍ପୂର୍ଣ୍ଣ ରୂପେ ଜାଣିବା ।

google
google

ସାଥ୍ ନିଭାନା ସାଥିୟା ଧାରାବାହିକରେ ଅଭିନୟ କରିଥିବା ପାରିଧି ଜିଗର ମଦିଙ୍କ ଅସଲି ନାମ ହେଉଛି ଲବଲିନ୍ କୌର ସାଶି । ଯାହାଙ୍କ ଜନ୍ମ ୧୬ ଜୁଲାଇ ୧୯୯୦ରେ ଜାମ୍ମୁ କାଶ୍ମୀରରେ ହୋଇଥିଲା । ସେଥିପାଇଁ ତାଙ୍କ ସମ୍ପୂର୍ଣ୍ଣ ପାଠପଢା ମଧ୍ୟ ଏଠାରେ ହିଁ ହୋଇଥିଲା । ତାଙ୍କ କ୍ୟାରିଅର ବିଷୟରେ କହିବାକୁଗଲେ ସେ ୨୦୧୧ରେ ଆସିଥିବା ଧାରାବାହିକ ” ବାଡ଼େ ଆଛେ ଲାଗତେ ହେଁ “ରୁ କରିଥିଲେ । ଯେଉଁଥିରେ ସେ ଜୟଣୀ ଚରିତ୍ରରେ ଅଭିନୟ କରିଥିଲେ । ଏହାପରେ ତାଙ୍କୁ ଇମାଜିନ୍ ଟିଭିର ରୋମାଣ୍ଟିକ୍ ଧାରାବାହିକ “କିତନି ମହବ୍ବତ ହେଁ ୨” ରେ ଅଭିନୟ କରିବାକୁ ସୁଯୋଗ ମିଳିଥିଲା । ଏଥିରେ ସେ ଏକ ସୋପର୍ଟିଙ୍ଗ ଚରିତ୍ରରେ ଅଭିନୟ କରିଥିଲେ କିନ୍ତୁ ଦମଦାର୍ ଅଭିନୟ ଦ୍ୱାରା ସମସ୍ତଙ୍କ ହୃଦୟକୁ ଜିତିଥିଲେ । ଏହାପରେ ତାଙ୍କୁ ଅନେକ ଧାରାବାହିକରେ କାମ କରିବାକୁ ସୁଯୋଗ ମିଳିଲା । ଯେପରିକି ସାବଧାନ ଇଣ୍ଡିଆ, କ୍ୟା ହୁଆ ତେରା ୱାଦା, ଅନାମିକା, ଓ ସାଥ୍ ନିଭାନା ସାଥିୟା ଭଳି ଧାରାବାହିକ ଗୁଡ଼ିକ ସାମିଲ ଅଛି ।

google
google
google

ଏହି ଧାରାବାହିକ ଗୁଡ଼ିକରେ ଅଭିନୟ କରିବାପରେ ସେ ନିଜ କ୍ୟାରିଅରକୁ ବିଶ୍ରାମ ଦେଇଦେଲେ । କାରଣ ଏହି ଧାରାବାହିକ ପରେ ତାଙ୍କୁ ଅନ୍ୟ କୌଣସି ଧାରାବାହିକରେ କାମ କରିବାକୁ ସୌଭାଗ୍ୟ ପ୍ରାପ୍ତ ହେଲାନାହିଁ । ତେଣୁ ନିଜର ବୁଡୁଥିବା କ୍ୟାରିଅରକୁ ବଞ୍ଚାଇବା ପାଇଁ ସେ ୨୦୧୯ରେ ଏକ ବିଜିନେସ୍ ମ୍ୟାନ୍ କୌଶିକ୍ କ୍ରିଷ୍ଣାମୂର୍ତିଙ୍କ ସହ ବିବାହ କରିଥିଲେ । ବର୍ତ୍ତମାନ ସେ ଟିଭି ଜଗତରୁ ଦୂରରେ ବିବାହିତ ଜୀବନରେ ବହୁତ ଖୁସିରେ ରହୁଛନ୍ତି । ବର୍ତ୍ତମାନ ସମୟରେ ସେ ୨୯ ବର୍ଷର ହୋଇଗଲେ ଓ ସେ ପୂର୍ବ ଅପେକ୍ଷା ବର୍ତ୍ତମାନ ଖୁବ୍ ସୁନ୍ଦର ଦେଖା ଯାଉଛନ୍ତି ।

Leave a Reply

Your email address will not be published. Required fields are marked *