“ଜିନ୍ଦେଗୀ କି ମେହେକ୍” ଧାରାବାହିକରେ ମେହେକ୍ ଚରିତ୍ରରେ ଅଭିନୟ କରି ବହୁତ ଲୋକପ୍ରିୟ ହୋଇଥିଲେ ଏହି ଅଭିନେତ୍ରୀ ଯିଏକି ଦେଖିବାକୁ ଖୁବ୍ ସୁନ୍ଦର ଅଟନ୍ତି ।

“ଜିନ୍ଦେଗୀ କି ମେହେକ୍” ଧାରାବାହିକରେ ମେହେକ୍ ଚରିତ୍ରରେ ଅଭିନୟ କରି ବହୁତ ଲୋକପ୍ରିୟ ହୋଇଥିଲେ ଏହି ଅଭିନେତ୍ରୀ ଯିଏକି ଦେଖିବାକୁ ଖୁବ୍ ସୁନ୍ଦର ଅଟନ୍ତି ।

“ଜି ଟିଭି”ର ଲୋକପ୍ରିୟ ଧାରାବାହିକ “ଜିନ୍ଦେଗୀ କି ମେହେକ୍” ଆପଣ ନିଶ୍ଚୟ ରୂପେ ଦେଖିଥିବେ । ଯାହାର କାହାଣୀ ଏକ ସାଧାରଣ ଝିଅ “ମେହେକ୍”ର ଜୀବନ ଉପରେ ଆଧାରିତ ଥିଲା । ଯିଏ ରୋଷେଇ କରିବାରେ ନିପୁଣ ଅଟେ ଓ ସେ ନିଜ କଳାକୁ ସମସ୍ତଙ୍କ ଆଗରେ ଦେଖେଇବା ପାଇଁ ଅନେକ ପ୍ରତିଯୋଗିତାରେ ଭାଗ ନେଇଥାଏ । ତାଙ୍କ ଜୀବନରେ ସେତେବେଳେ ଟ୍ଵିଷ୍ଟ ଆସିବ ଯେତେବେଳେ କି ସେ ଶୌର୍ୟ ଖାନ୍ନା ସହିତ ମିଶିବ । ଏହି ଧାରାବାହିକର କାହାଣୀ ଓ ଏହି ଦୁହେଁଙ୍କ ମଧ୍ୟରେ ଥିବା ପ୍ରେମ ଲୋକଙ୍କୁ ବହୁତ ପସନ୍ଦ ଆସିଥିଲା । ଯେଉଁଥି କାରଣରୁ ସେ ବହୁତ ଲୋକପ୍ରିୟ ହୋଇଯାଇଥିଲେ । ଏହି ଧାରାବାହିକ ବନ୍ଦ ହୋଇ ବହୁତ ଦିନ ହୋଇଗଲାଣି କିନ୍ତୁ ଏହି ଧାରାବାହିକରେ ମେହେକ୍ ଚରିତ୍ରରେ ଅଭିନୟ କରିଥିବା ଏହି ଅଭିନେତ୍ରୀ ଏବେ କେଉଁଠାରେ ଅଛନ୍ତି, କଣ କରନ୍ତି ଓ କିପରି ଦେଖାଯାନ୍ତି ? ତେବେ ଚାଲନ୍ତୁ ମେହେକ୍ ବିଷୟରେ ସମ୍ପୂର୍ଣ୍ଣ ଖବର ଜାଣିବା ।

Google
Google

ମେହେକ୍ ଚରିତ୍ରରେ ଅଭିନୟ କରିଥିବା ଅଭିନେତ୍ରୀଙ୍କ ନାମ ହେଉଛି ସମିକ୍ସା ଜୈସୱାଲ । ତାଙ୍କ ଜନ୍ମ ୨ ନଭେମ୍ବର ୧୯୮୫ରେ ଇନ୍ଦର୍ ରେ ହୋଇଥିଲା । ସେ ନିଜ କ୍ୟାରିୟରର ଆରମ୍ଭ ଏକ ମୋଡେଲିଙ୍ଗ ରୂପେ କରିଥିଲେ । ସେ ଅନେକ ବିଜ୍ଞାପନ ମଧ୍ୟ କରିଥଲେ । ଯେତେବେଳେ ସେ ମୋଡେଲିଙ୍ଗରେ ସଫଳତା ହାସଲ କରିଥିଲେ, ସେତେବେଳେ ସେ ଟିଭି ଇଣ୍ଡଷ୍ଟ୍ରିରେ କାମ କରିବାକୁ ଚାହିଁଲେ । ଏଥିମଧ୍ୟରେ ଏହି ଧାରାବାହିକର ନିର୍ଦେଶକ ରହିତ କେ. ମୁଖାର୍ଜୀଙ୍କ ସହିତ ଦେଖା ହୋଇଥିଲା । ପ୍ରଥମ ଦେଖାରେ ସେ ନିଜ ମନରେ ନିର୍ଣ୍ଣୟ ନେଇଗଲେ ଯେ, ତାଙ୍କୁ ନିଜେ ନିର୍ଦେଶନା କରୁଥିବା ଧାରାବାହିକରେ ମୁଖ୍ୟ ଭୂମିକାର ଚରିତ୍ରରେ ଅଭିନୟ କରିବାକୁ ସୁଯୋଗ ଦେବେ ଓ ଏଭଳି ହିଁ ହେଲା ।

Google
Google

ଏହା ତାଙ୍କ ଜୀବନର ଏକ ଟର୍ନିଙ୍ଗ ପୋଇଣ୍ଟ ଥିଲା । ସମିକ୍ସା ଜୈସୱାଲ ମହୟ ଟିଭି ଜଗତରେ ଏଣ୍ଟ୍ରି କରିବାକୁ ରାଜି ମଧ୍ୟ ହୋଇଗଲେ । ଏହାପରେ ତାଙ୍କୁ ଏହି ଧାରାବାହିକରେ ମେହେକ୍ ଚରିତ୍ରରେ ଅଭିନୟ କରିବାକୁ ସୁଯୋଗ ମିଳିଲା । ସେ ଏତେ ସୁନ୍ଦର ରୂପେ ଅଭିନୟ କରିଲେ ଯେ, ତାଙ୍କ ଅଭିନୟ ସଭିଁଙ୍କ ହୃଦୟକୁ ଜିତିଥିଲା । ଯେଉଁଥି କାରଣରୁ ଏହି ଧାରାବାହିକ ଶେଷ ହେବା ପର୍ଯ୍ୟନ୍ତ ଏଥିରେ ସେ ଅଭିନୟ କରୁଥିଲେ ।

Google
Google

ଏହି ଧାରାବାହିକ ପରେ ସେ ଏକ “ୱେବ୍ ସିରିଜ୍ ପେହେଳି ଦାଫା”ରେ କାମ କରିଥିଲେ ଓ ବର୍ତ୍ତମାନ ସମୟରେ ମଧ୍ୟ ସେ ନିଜ କ୍ୟାରିଅର ଜାରି ରଖିଛନ୍ତି । ସେ କଲୋର୍ସ ଟିଭିର ବୋହୁ “ବେଗମ୍ ନୁର୍ ଆଜାର୍ ମିର୍ଜା ଚରିତ୍ରରେ ଅଭିନୟ କରୁଥିବା ଦେଖିବାକୁ ମିଳୁଛି । ତାଙ୍କ ସୁନ୍ଦରତା ବିଷୟରେ କହିବାକୁ ଗଲେ ସମିକ୍ସା ଜୈସୱାଲ ପୂର୍ବ ଅପେକ୍ଷା ଏବେ ଖୁବ୍ ସୁନ୍ଦର ଦେଖାଯାଉଛନ୍ତି । ଆପଣ ମଧ୍ୟ ତାଙ୍କ ଫୋଟ ଗୁଡ଼ିକୁ ଦେଖି ଅନୁଭବ କରିପାରିଥିବେ ।

Leave a Reply

Your email address will not be published. Required fields are marked *