୧୯ ବର୍ଷପରେ ବଦଳି ଯାଇଛନ୍ତି “କାଣ୍ଟା ଲଗା” ଗୀତରୁ ପ୍ରସିଦ୍ଧିଲାଭ କରିଥିବା ଏହି ଅଭିନେତ୍ରୀ ! ବର୍ତ୍ତମାନ ଏପରି କିଛି କାମ କରି ଗୁଜୁରାଣ ମେଣ୍ଟାଉଛନ୍ତି…

୧୯ ବର୍ଷପରେ ବଦଳି ଯାଇଛନ୍ତି “କାଣ୍ଟା ଲଗା” ଗୀତରୁ ପ୍ରସିଦ୍ଧିଲାଭ କରିଥିବା ଏହି ଅଭିନେତ୍ରୀ ! ବର୍ତ୍ତମାନ ଏପରି କିଛି କାମ କରି ଗୁଜୁରାଣ ମେଣ୍ଟାଉଛନ୍ତି…

ବଲିଉଡରେ ଅନେକ ଗୀତ ଆସିଛି ଏବଂ ଯାଇଛି କିନ୍ତୁ କିଛି ଗୀତ ସିନେ ପରଦାରେ ଏତେ ମାତ୍ରାରେ ହିଟ୍ ହୋଇଯାଇଛି କି ଲୋକମାନେ ଆଜି ମଧ୍ୟ ସେ ସବୁକୁ ଶୁଣି ଖୁସି ଅନୁଭବ କରନ୍ତି । ଏହିପରି ଗୋଟିଏ ଗୀତ ହେଉଛି ‘କାଣ୍ଟା ଲଗା’ । ଯଦିଓ ଏହି ଗୀତଟି ବହୁତ ପୁରୁଣା ଅଟେ କିନ୍ତୁ ୨୦୦୨ ମସିହାରେ ‘କାଣ୍ଟା ଲଗା’ ଗୀତ ସହିତ ରିମେକ୍ ସଂସ୍କରଣ ଲଞ୍ଚ ହୋଇଥିଲା । ଏହି ଗୀତ ଜଙ୍ଗଲରେ ନିଆଁ ଲାଗିଯିବା ପରି ବ୍ୟାପିଥିଲା ଏବଂ ପ୍ରସିଦ୍ଧ ମଧ୍ୟ ହୋଇଥିଲା । ଏହି ଗୀତରେ ନଜର ଆସିଥିବା ଅଭିନେତ୍ରୀ ଆଉ କେହି ନୁହଁନ୍ତି ବରଂ ଶେଫାଲୀ ଜରିୱାଲା ଥିଲେ । ରାତାରାତି ସେ ଏତେ ପ୍ରସିଦ୍ଧ ହୋଇଗଲେ କି ବିବାହରୁ ଆରମ୍ଭ କରି ପାର୍ଟି ମାନଙ୍କରେ ମଧ୍ୟ ତାଙ୍କର ଏହି ଗୀତ ବାଜୁଥିଲା । କିନ୍ତୁ ବର୍ତ୍ତମାନ ସମୟରେ ଲୋକମାନଙ୍କ ମନରେ ଏକ ପ୍ରଶ୍ନ ଆସିଛି କି ୧୯ ବର୍ଷପରେ ସେ କେଉଁଠାରେ ଅଛନ୍ତି । ତେବେ ଆସନ୍ତୁ ଆଜି ଆମେ ଅପଣଙ୍କୁ କହିବୁ ସେ କେଉଁଠାରେ କହିଛନ୍ତି ଏବଂ କ’ଣ କରୁଛନ୍ତି ।

ଯଦିଓ ଆଜି ଶେଫାଲୀ ଜରିୱାଲା ଗ୍ଲାମରସ୍ ବଲିଉଡରୁ ଦୂରରେ ଅଛନ୍ତି କିନ୍ତୁ ସେ ସୋସିଆଲ୍ ମିଡିଆରେ ବହୁତ ସକ୍ରିୟ ଅଛନ୍ତି । ସେ ସବୁବେଳେ ନିଜ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ଫୋଟ ସେୟାର୍ କରିଥାନ୍ତି । ଖବର ଅନୁଯାୟୀ ୨୦୧୪ ମସିହାରେ ଶେଫାଲୀ ତାଙ୍କ ପ୍ରେମିକ ତଥା ଟିଭି ଅଭିନେତା ପରାଗ ତ୍ୟାଗୀଙ୍କୁ ବ୍ୟକ୍ତିଗତ ଭାବରେ ବିବାହ କରି ଦେଇଥିଲେ ଏବଂ ବର୍ତ୍ତମାନ ସମୟରେ ସେ ତାଙ୍କ ପରିବାର ସହିତ ସମୟ ଅତିବାହିତ କରୁଛନ୍ତି । ବର୍ତ୍ତମାନ ସେ ନିଜର ଫିଟନେସ୍ ଉପରେ ସମ୍ପୂର୍ଣ୍ଣ ଧ୍ୟାନ ଦେଉଛନ୍ତି ଏବଂ ନିଜକୁ ପରିବର୍ତ୍ତନ କରୁଛନ୍ତି । ଆପଣଙ୍କୁ କହିରଖୁଛୁ କି ଶେଫାଲୀ ଦୁଇଥର ବିବାହ କରିଛନ୍ତି । କିନ୍ତୁ କୌଣସି ଏକ କାରଣ ହେତୁ ତାଙ୍କର ପ୍ରଥମ ବିବାହ ତିଷ୍ଠି ପାରିନଥିଲା । ଏହା ପୂର୍ବରୁ ତାଙ୍କର ବିବାହ ହରମୀତ ଗୁଲଜାରଙ୍କ ସହିତ ହୋଇଥିଲା । କିନ୍ତୁ ୨୦୦୯ ମସିହାରେ ଦୁହେଁ ଛାଡପତ୍ର ଦେଇ ପରସ୍ପରଙ୍କ ଠାରୁ ବିଚ୍ଛେଦ ହୋଇ ଯାଇଥିଲେ ।

କହିରଖୁଛୁ କି ବର୍ତ୍ତମାନ ଶେଫାଲୀ ସମ୍ପୂର୍ଣ୍ଣ ବଦଳି ଯାଇଛନ୍ତି । ସେ ବର୍ତ୍ତମାନ ଆହୁରି ସୁନ୍ଦର ହୋଇ ଯାଇଛନ୍ତି । ତାଙ୍କ ଫୋଟ ଗୁଡିକୁ ଦେଖିଲେ ତାଙ୍କ ଭିତରେ ଏକ ବିରାଟ ପରିବର୍ତ୍ତନ ହୋଇଥିବା ନଜର ଆସୁଛି । ତାଙ୍କର ସୁନ୍ଦରତା ଏବଂ ପ୍ରଶଂସକଙ୍କ ସଂଖ୍ୟା ଆଜି ବହୁ ମାତ୍ରାରେ ରହିଛନ୍ତି । ବର୍ତ୍ତମାନ ଦିନ ମାନଙ୍କରେ ତାଙ୍କର ଫୋଟ ଇଣ୍ଟରନେଟରେ ବିପୁଳ ମାତ୍ରାରେ ଭାଇରାଲ୍ ହୋଇଥାଏ । ଶେଫାଲୀ ଜରିୱାଲାଙ୍କ ଗୀତ ‘କାଣ୍ଟା ଲଗା’ ୨୦୦୨ ମସିହାରେ ମୁକ୍ତିଲାଭ କରିଥିଲା, ସେହି ଗୀତ ରିଲିଜ୍ ହେବାର ଆଜିକୁ ୧୯ ବର୍ଷ ଅତିବାହିତ ହୋଇଗଲାଣି । କିନ୍ତୁ ଆଜି ମଧ୍ୟ ଏହି ଗୀତ ଲୋକମାନଙ୍କ ମନ ମଧ୍ୟରେ ସବୁଦିନ ପାଇଁ ସତେଜ ହୋଇ ରହିଛି ।

ଅନ୍ୟପକ୍ଷରେ, ଶେଫାଲୀ ଜରିୱାଲା କଲର୍ସ ଟିଭିର ପ୍ରସିଦ୍ଧ ଶୋ ‘ବିଗ୍ ବସ୍’ର ୧୩ ତମ ଅଧିବେଶନରେ ମଧ୍ୟ ନଜର ଆସି ସାରିଛନ୍ତି । ଏହି ଶୋ’ ମାଧ୍ୟମରୁ ସେ ବହୁତ ଲୋକପ୍ରିୟ ମଧ୍ୟ ହୋଇଥିଲେ । ଏହି ଅଧିବେଶନରେ ତାଙ୍କ ନାମ ସିଦ୍ଧାର୍ଥ ଶୁକ୍ଲାଙ୍କ ସହିତ ଯୋଡ଼ି ହୋଇଥିଲା । ସେ ଏହା ମଧ୍ୟ ସ୍ପଷ୍ଟ ଭାବରେ ସ୍ୱୀକାର କରିଥିଲେ କି ସେ ପୂର୍ବରୁ ସିଦ୍ଧାର୍ଥ ଶୁକ୍ଲାଙ୍କ ବାନ୍ଧବୀ ଥିଲେ । ସେ ପ୍ରଥମେ ହିମାଂଶୀ ଖୁରାନା ଏବଂ ଅସୀମ ରିୟାଜଙ୍କ ବନ୍ଧୁ ହୋଇଥିଲେ ଏବଂ ପରେ ଅସୀମ ରିୟାଜଙ୍କ ଶତ୍ରୁ ହେବା ସହିତ ପରବର୍ତ୍ତୀ ସମୟରେ ଶେଫାଲୀଙ୍କ ସହିତ ସମ୍ପର୍କକୁ ନେଇ ହେଡଲାଇନରେ ଆସିଥିଲେ ।

Leave a Reply

Your email address will not be published. Required fields are marked *