ଯେତେବେଳେ ପ୍ରିୟଙ୍କାକୁ ମିଳିଥିଲା ‘ବୁବ୍ ଜବ୍’ର ପରାମର୍ଶ ! ନିର୍ଦ୍ଦେଶକଙ୍କ ସହିତ ମିଶିବା ପରେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଅଭିନେତ୍ରୀ…

ଯେତେବେଳେ ପ୍ରିୟଙ୍କାକୁ ମିଳିଥିଲା ‘ବୁବ୍ ଜବ୍’ର ପରାମର୍ଶ ! ନିର୍ଦ୍ଦେଶକଙ୍କ ସହିତ ମିଶିବା ପରେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଅଭିନେତ୍ରୀ…

ହିନ୍ଦୀ ସିନେମାରୁ ଆରମ୍ଭ କରି ହଲିଉଡ଼ ପର୍ଯ୍ୟନ୍ତ ନିଜ ସୁନ୍ଦରତାରୁ କୋଟି କୋଟି ଲୋକଙ୍କୁ ନିଜର କରିଛନ୍ତି ପ୍ରିୟଙ୍କା ଚୋପ୍ରା ବୈଶ୍ୱିକ ଷ୍ଟାର୍ ରୂପେ ପରିଚିତ । ପ୍ରିୟଙ୍କା ଚୋପ୍ରାଙ୍କ ଫ୍ୟାନ୍ ମାନେ ସାରା ବିଶ୍ୱରେ ଉପସ୍ଥିତ ଅଛନ୍ତି । ସେ ବର୍ତ୍ତମାନ ପର୍ଯ୍ୟନ୍ତ ବଲିଉଡ଼କୁ ଭଲ ଭଲ ଚଳଚ୍ଚିତ୍ର ଦେଇଛନ୍ତି । ଜଣାଇଦେଉଛୁ ଯେ, ବର୍ତ୍ତମାନ ବିବାହ ପରେ ନିଜ ସ୍ୱାମୀ ନିକ ଜୋନ୍ସଙ୍କ ସହିତ ଆମେରିକାରେ ରହୁଛନ୍ତି ।

ପ୍ରିୟଙ୍କା ଚୋପ୍ରା ନିଜ ଚଳଚ୍ଚିତ୍ର ଓ ସୁନ୍ଦରତା ଯୋଗୁଁ ଖବରରେ ଛାଇ ରୁହନ୍ତି । କିନ୍ତୁ ଏଥର ସେ ଏକ ପୁସ୍ତକ କାରଣରୁ ଖବରରେ ଆସିଛନ୍ତି । ଜଣାଇଦେଉଛୁ ଯେ ଅଭିନେତ୍ରୀ ନିକଟରେ ନିଜ କ୍ୟାରିୟର୍ ଓ ଜୀବନକୁ ନେଇ ଏକ ପୁସ୍ତକ ଲେଖିଛନ୍ତି । ଯାହାର ନାମ ‘ଅନଫିନିସଡ୍’ ଅଟେ । ସେ ଏହି ପୁସ୍ତକରେ ନିଜ ଜୀବନ ସହ ଜଡ଼ିତ ଅନେକଗୁଡ଼ିଏ ଖୁଲାସା କରିଛନ୍ତି ।

ପ୍ରିୟଙ୍କା ଚୋପ୍ରା ଏହି ପୁସ୍ତକରେ ‘ବୁବ୍ ଜବ୍’ କୁ ନେଇ ମଧ୍ୟ ଏକ ଖୁଲାସା କରିଛନ୍ତି । ଅଭିନେତ୍ରୀ କାହାର ନାମ ନନେଇ କହିଛନ୍ତି ଯେ, ଏକ ନିର୍ଦ୍ଦେଶକ ତାଙ୍କୁ ‘ବୁବ୍ ଜବ୍’ର ପରାମର୍ଶ ଦେଇଥିଲେ । ଅଭିନେତ୍ରୀଙ୍କ ଅନୁଯାୟୀ, ୨୦୦୦ରେ ଯେତେବେଳେ ସେ ବିଶ୍ୱ ସୁନ୍ଦରୀର ପଦ ଜିତିଛନ୍ତି, ଏହାପରେ ଏହି ନିର୍ଦ୍ଦେଶକଙ୍କୁ ପ୍ରଥମଥର ପାଇଁ ଦେଖା କରିଥିଲେ, ସେ ତାଙ୍କୁ ଏପରି କଥା କହିଥିଲେ । ପ୍ରିୟଙ୍କା ଏହା ମଧ୍ୟ କହିଛନ୍ତି ଯେ, ମୋତେ ଏହି ପରାମର୍ଶ ଶରୀରର ଅନୁପାତ ଠିକ୍ କରିବାକୁ ଦିଆଯାଇଛି ।

ପ୍ରାପ୍ତ ମିଡ଼ିଆ ରିପୋର୍ଟ ଅନୁଯାୟୀ, ପ୍ରିୟଙ୍କା ନିଜ ପୁସ୍ତକରେ ଲେଖିଛନ୍ତି ଯେ, ‘କିଛି ମିନିଟର କଥାବାର୍ତ୍ତା ପରେ ନିର୍ଦ୍ଦେଶକ ତାଙ୍କୁ ଛିଡ଼ା ହେବା ଓ ବୁଲିବା ପାଇଁ କହିଲେ । ଯେତେବେଳେ ସେ ଏପରି କଲେ ସେତେବେଳେ ନିର୍ଦ୍ଦେଶକ ତାଙ୍କୁ ଦେଖିବା ପରେ କହିଲେ ଯେ ଆପଣଙ୍କୁ “ବୁବ୍ ଜବ୍” କରାଇବା ଉଚିତ୍ କାରଣ ତାଙ୍କ ଶରୀର ଅନୁପାତ ଠିକ୍ ହୋଇଯାଉ ଏବଂ ସେ ଆହୁରି ଭଲ ଦେଖାଯାନ୍ତୁ ।’

ମିଟିଂ ପରେ ଚକିତ ହୋଇଗଲେ ପ୍ରିୟଙ୍କା…

କୁହାଯାଏ ଯେ, ନିର୍ଦ୍ଦେଶକଙ୍କ ସହିତ ଦେଖା ସାକ୍ଷାତ କରିବା ପରେ ପ୍ରିୟଙ୍କା ଚୋପ୍ରା ଖୁବ୍ ଆଶ୍ଚର୍ଯ୍ୟ ଚକିତ ହୋଇଯାଇଥିଲେ । ସେ ଏହାପରେ ନିଜକୁ ବହୁତ ଛୋଟ ଓ ଲଜ୍ଜିତ ଅନୁଭବ କରୁଥିଲେ । ଅଭିନେତ୍ରୀ ପ୍ରିୟଙ୍କା ଦ୍ୱାରା ନିଜ ପୁସ୍ତକ ବିଷୟରେ ଏକ ଅଡ଼ିଓ ନୋଟ୍ ସାହାଯ୍ୟରେ ଇଂଷ୍ଟାଗ୍ରାମରେ ସୂଚନା ଦେଇଛନ୍ତି ।

୨୦୦୩ରେ କରିଥିଲେ ଡେବ୍ୟୁ…

ପ୍ରିୟଙ୍କା ଚୋପ୍ରା ୨୦୦୩ରେ ‘ଦ ହିରୋ’ରୁ ବଲିଉଡ଼ରେ ଡେବ୍ୟୁ କରିଥିଲେ । ଏହାପରେ ୨୦୦୪ରେ ଅକ୍ଷୟ କୁମାରଙ୍କ ସହିତ ଆସିଥିବା ଚଳଚ୍ଚିତ୍ରରେ ତାଙ୍କର ଉତ୍ତମ ଅଭିନୟକୁ ଖୁବ୍ ପ୍ରଶଂସା କରାଗଲା । ସେ ଲଗାତାର ଚଳଚ୍ଚିତ୍ରରେ ସକ୍ରିୟ ଅଛନ୍ତି ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ଅନେକଗୁଡ଼ିଏ ହିଟ୍ ଚଳଚ୍ଚିତ୍ର ଦେଇଛନ୍ତି । ବଲିଉଡ଼ ସଙ୍ଗେ ସଙ୍ଗେ ସେ ନିଜ ଅଭିନୟର ଯାଦୁ ହଲିଉଡ଼ରେ ମଧ୍ୟ ଦେଖାଇଛନ୍ତି ।

Leave a Reply

Your email address will not be published. Required fields are marked *