ଏହି ଅଭିନେତ୍ରୀ ନିରାଶ ଓ ଚିନ୍ତିତ ହୋଇ କଲେ ଆତ୍ମହତ୍ୟାର ଉଦ୍ୟମ ! ଗମ୍ଭୀର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ।

ଏହି ଅଭିନେତ୍ରୀ ନିରାଶ ଓ ଚିନ୍ତିତ ହୋଇ କଲେ ଆତ୍ମହତ୍ୟାର ଉଦ୍ୟମ ! ଗମ୍ଭୀର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ।

ରିପୋର୍ଟ ଅନୁଯାୟୀ ବିଜୟଲକ୍ଷ୍ମୀ ଫେସବୁକରେ ଏକ ଭିଡ଼ିଓ ସେୟାର କରି କହିଛନ୍ତି ଯେ – ଏହା ମୋର ଶେଷ ଭିଡ଼ିଓ ଅଟେ । ମୁଁ ଗତ ଚାରି ମାସରୁ ସୀମାନ ଓ ତାଙ୍କ ଲୋକଙ୍କ ପାଇଁ ବହୁତ ଚିନ୍ତିତ ଅଛି । ମୁଁ ବହୁତ ଚେଷ୍ଟା କଲି ଯେ ମୁଁ ମୋ ପରିବାର ପାଇଁ ଜୀବିତ ରହିବି କିନ୍ତୁ ଏପରି କିଛି ହୋଇପାରିଲା ନାହିଁ । ମୋତେ ହରିନାଦର ମିଡ଼ିଆରେ ବହୁତ ଅପମାନିତ କରିଛନ୍ତି । ମୁଁ ରକ୍ତଚାପର ଔଷଧ ଖାଇ ଦେଇଛି । କିଛି ସମୟ ମଧ୍ୟରେ ମୋର ରକ୍ତଚାପ ପୁରାପୁରି କମିଯିବ ଓ ମୋର ମୃତ୍ୟୁ ହୋଇଯିବ ।

google

ସାଉଥ ଚଳଚ୍ଚିତ୍ର ଜଗତର ଜଣେ ଜଣାଶୁଣା ଅଭିନେତ୍ରୀ ବିଜୟଲକ୍ଷ୍ମୀ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ତାଙ୍କୁ ଗମ୍ଭୀର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଆତ୍ମହତ୍ୟା ପ୍ରଚେଷ୍ଟା କରିବା ପୂର୍ବରୁ ବିଜୟଲକ୍ଷ୍ମୀ ଫେସବୁକରେ ଏକ ଭିଡ଼ିଓ ସେୟାର କରି କହିଥିଲେ ଯେ କିଛି ସମୟ ମଧ୍ୟରେ ମୋର ମୃତ୍ୟୁ ଘଟିଯିବ । ଏହା ପୂର୍ବରୁ ଅଭିନେତ୍ରୀ ସୋସିଆଲ ମିଡ଼ିଆରେ ଭିଡ଼ିଓ ପ୍ରେରଣ କରିଥିଲେ, ଯେଉଁଥିରେ ସେ କହିଥିଲେ ଯେ ତାଙ୍କୁ ବହୁତ ଦୁର୍ବ୍ୟବହାର କରାଯାଉଛି ଓ ସେ ଖୁବ୍ ବ୍ୟାକୁଳ ଓ ଚିନ୍ତିତ ଅଛନ୍ତି । ସେ ଆତ୍ମହତ୍ୟା ପାଇଁ ରକ୍ତଚାପ ବା ବ୍ଲଡ଼ ପ୍ରେସରର ବହୁତଗୁଡିଏ ଔଷଧ ଏକା ସାଥିରେ ଖାଇ ଦେଇଛନ୍ତି ଯାହା ଫଳରେ ତାଙ୍କ ରକ୍ତଚାପ ଧୀରେ ଧୀରେ କମିବାକୁ ଲାଗୁଛି । ଯଦିଓ ସମୟ ଥାଉ ଥାଉ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଦିଆଗଲା ।

ସୋସିଆଲ ମିଡ଼ିଆରେ ହେଉଥିଲା ଶୋଷଣ

google

ରିପୋର୍ଟ ଅନୁଯାୟୀ ବିଜୟଲକ୍ଷ୍ମୀ ଫେସବୁକରେ ଏକ ଭିଡ଼ିଓ ସେୟାର କରି କହିଛନ୍ତି ଯେ – ଏହା ମୋର ଶେଷ ଭିଡ଼ିଓ ଅଟେ । ମୁଁ ଗତ ଚାରି ମାସରୁ ସୀମାନ ଓ ତାଙ୍କ ଲୋକମାନଙ୍କ ପାଇଁ ଚିନ୍ତାରେ ଅଛି ।

ଫ୍ୟାନ୍ସ ମାନଙ୍କୁ କଲେ ଅନୁରୋଧ

google

ବିଜୟଲକ୍ଷ୍ମୀ ଭିଡ଼ିଓରେ ଆଗକୁ କହିଛନ୍ତି ଯେ – ମୋ ଭିଡ଼ିଓ ଦେଖୁଥିବା ଫ୍ୟାନ୍ସ ମାନଙ୍କୁ ମୁଁ କହିବା ପାଇଁ ଚାହେଁ ଯେ ମୁଁ କେବଳ କର୍ଣ୍ଣାଟକରେ ଜନ୍ମ ଗ୍ରହଣ କରିଥିବା ଯୋଗୁଁ ସୀମାନ ମୋତେ ବହୁତ ଅତ୍ୟାଚାର କରିଛନ୍ତି । ଜଣେ ମହିଳା ଭାବରେ ମୁଁ ସବୁକିଛି କରିବା ପାଇଁ ଚେଷ୍ଟା କରିଲି କିନ୍ତୁ ବର୍ତ୍ତମାନ ମୁଁ ଆଉ କିଛି ସମ୍ଭାଳି ପାରିବି ନାହିଁ । ମୁଁ ପିଲ୍ଲଇ କମ୍ୟୁନିଟିର ଅଟେ । ଯାହାର ଏଲଟିଟିଇର ମୁଖ୍ୟ ପ୍ରଭାକରଣ ଥିଲେ । ଆଜି ସୀମାନ ଯାହା କିଛି ଅଛି ତାହା କେବଳ ପ୍ରଭାକରଣ କାରଣରୁ ଅଟେ କିନ୍ତୁ ବର୍ତ୍ତମାନ ସେ ସୋସିଆଲ ମିଡ଼ିଆରେ ବାରମ୍ବାର ଶୋଷଣ କରୁଛନ୍ତି ।

Leave a Reply

Your email address will not be published. Required fields are marked *