କାର୍ ଦୁର୍ଘଟଣାର ଶିକାର ହେଲେ ଏହି ଅଭିନେତ୍ରୀ ! ଦୁର୍ଘଟଣା ପରେ ହସ୍ପିଟାଲରେ ଭର୍ତ୍ତି…

କାର୍ ଦୁର୍ଘଟଣାର ଶିକାର ହେଲେ ଏହି ଅଭିନେତ୍ରୀ ! ଦୁର୍ଘଟଣା ପରେ ହସ୍ପିଟାଲରେ ଭର୍ତ୍ତି…

କନ୍ନଡ଼ ସିନେମାର ଅଭିନେତ୍ରୀ ରୋହିଣୀ ସିଂହ ଗୁରୁବାର ଦିନ କାର୍ ଦୁର୍ଘଟଣାର ଶିକାର ହୋଇ ଆହତ ହୋଇଯାଇଥିଲେ । ତାଙ୍କ ସହିତ ସାଉଥ ସିନେମାର ପ୍ରସିଦ୍ଧ ଅଭିନେତା ଜୟ ଜଗଦୀଶର ଝିଅ ଅର୍ପିତା ମଧ୍ୟ ଉପସ୍ଥିତ ଥିଲେ । କାର୍ ଦୁର୍ଘଟଣାରେ ରୋହିଣୀ ସିଂହ ଓ ଅର୍ପିତାକୁ ଅନେକ ସ୍ଥାନରେ ଆଘାତ ମଧ୍ୟ ଲାଗିଛି । ବେଙ୍ଗାଲୁରୁର ମାବଲ୍ଲୀପୁରାରେ ନିଜର ଗାଡିକୁ ଚଳଉଥିବେ ବେଳେ ନିୟନ୍ତ୍ରଣ ହରେଇ ବସିଲେ । ଯାହାପରେ ଗାଡ଼ି ଏକ ଗଛରେ ଯାଇ ଧକ୍କା ହୋଇଗଲା । ଏହି ଦୁର୍ଘଟଣାରେ ଉପସ୍ଥିତ ଲୋକମାନେ ଏହି ଦୁହିଁଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

Google

ବର୍ତ୍ତମାନ ରୋହିଣୀ ସିଂହ ଓ ଅର୍ପିତାଙ୍କ ଅବସ୍ଥା ଭଲ ଅଛି ଓ ହସ୍ପିଟାଲରୁ ଗୋଟିଏ କିମ୍ବା ଦୁଇ ସପ୍ତାହ ମଧ୍ୟରେ ଛୁଟି ମିଳିପାରେ । ଅନ୍ୟପକ୍ଷରେ ରୋହିଣୀ ସିଂହଙ୍କ ଗାଡ଼ି ଦୁର୍ଘଟଣାର ଖବର ବିଷୟରେ ଜଣାପଡ଼ିବା ପରେ ଏମାନଙ୍କ ଫ୍ୟାନ୍ସମାନେ ସୋସିଆଲ ମିଡ଼ିଆ ଜରିଆରେ ଚିନ୍ତା ବ୍ୟକ୍ତ କରିଥିଲେ ଏବଂ ଖୁବଶୀଘ୍ର ଭଲ ହେବା ପାଇଁ କାମନା କରୁଛନ୍ତି । ମିଡ଼ିଆ ରିପୋର୍ଟ ଅନୁଯାୟୀ ରୋହିଣୀ ସିଂହ ଓ ଅର୍ପିତା ଗୁରୁବାର ଦିନ ଜନ୍ମଦିନ ପାର୍ଟିରୁ ପ୍ରତ୍ୟାବର୍ତ୍ତନ କରୁଥିଲେ ।

Google

ଆପଣଙ୍କୁ ଜଣାଇ ଦେଉଛୁ ଯେ ରୋହିଣୀ ସିଂହ ପ୍ରସିଦ୍ଧ ନିର୍ମାତା ଓ ନିର୍ଦ୍ଦେଶକ ରାଜେନ୍ଦ୍ର ସିଂହ ବାବୁଙ୍କ ଝିଅ ଓ ଅଭିନେତା ଆଦିତ୍ୟଙ୍କ ଭଉଣୀ ଅଟନ୍ତି । ରୋହିଣୀ ସିଂହ ନିଜ ଫିଲ୍ମୀ କ୍ୟାରିୟରର ଶୁଭାରମ୍ଭ ୨୦୧୧ ମସିହାରେ କରିଥିଲେ । ତାଙ୍କର ଡେବ୍ୟୁ ଚଳଚ୍ଚିତ୍ରର ନାମ ହେଉଛି “କାନ୍ତିରିବା” । ଏହି ଚଳଚ୍ଚିତ୍ରରେ ତାଙ୍କ ସହିତ ଅଭିନେତା ଧୁନିୟା ବିଜୟ ମୁଖ୍ୟ ଭୂମିକାରେ ଥିଲେ । ଚଳଚ୍ଚିତ୍ର “କାନ୍ତିରିବା” ପରେ ରୋହିଣୀ ସିଂହ ଅନେକ ଗୁଡ଼ିଏ ଚଳଚ୍ଚିତ୍ରରେ ଅଭିନୟ କରିସାରିଛନ୍ତି ।

Leave a Reply

Your email address will not be published. Required fields are marked *