କୋମାଣ୍ଡ ଚଳଚିତ୍ରରେ ନିଜ ଦମଦାର୍ ଅଭିନୟ ଦ୍ୱାରା ଲୋକଙ୍କ ହୃଦୟକୁ ଜିତିଥିବା ଅଭିନେତା ଭିଦ୍ୟୁତ୍ ଜାୱାଲଙ୍କ ହୃଦୟରେ ଅଛନ୍ତି ଏହି ଅଭିନେତ୍ରୀ !

କୋମାଣ୍ଡ ଚଳଚିତ୍ରରେ ନିଜ ଦମଦାର୍ ଅଭିନୟ ଦ୍ୱାରା ଲୋକଙ୍କ ହୃଦୟକୁ ଜିତିଥିବା ଅଭିନେତା ଭିଦ୍ୟୁତ୍ ଜାୱାଲଙ୍କ ହୃଦୟରେ ଅଛନ୍ତି ଏହି ଅଭିନେତ୍ରୀ !

ବଲିଉଡ଼ ଇଣ୍ଡଷ୍ଟ୍ରିର ନୂଆଁ ଏକ୍ସନ୍ ଅଭିନେତା ରୂପେ ପ୍ରସିଦ୍ଧ ହୋଇଥିବା ଭିଦ୍ୟୁତ୍ ଜାୱାଲ ଅନେକ ଲୋକଙ୍କ ହୃଦୟରେ ରାଜ୍ କରୁଛନ୍ତି । ସେ ନିଜ ଦମଦାର୍ ଅଭିନୟ ଦ୍ୱାରା ଲୋକଙ୍କ ହୃଦୟକୁ ଜିତିଛନ୍ତି । ବଲିଉଡ଼ ଇଣ୍ଡଷ୍ଟ୍ରିରେ ଅନେକ ସୁପର ହିଟ୍ ଚଳଚିତ୍ରରେ କାମ କରିସାରିଛନ୍ତି । ଚଳଚିତ୍ର କୋମାଣ୍ଡ ହେଉ ବା ଫୋର୍ସ ସେଥିରେ ଖୁବ୍ ସୁନ୍ଦର ରୂପେ ଅଭିନୟ କରି ଲୋକଙ୍କ ହୃଦୟକୁ ଜିତିଥିଲେ । ଯାହାପରେ କି ସେ ବହୁତ ଲୋକପ୍ରିୟ ହୋଇଥିଲେ । ସେଥିପାଇଁ ତ’ ସେ ଆଜି ମଧ୍ୟ ଅନେକ ବଡ଼ ପ୍ରୋଜେକ୍ଟରେ କାମ କରୁଛନ୍ତି । କଣ ଆପଣ ଭିଦ୍ୟୁତ୍ ଜାୱାଲଙ୍କ ବିଷୟରେ ସମ୍ପୂର୍ଣ୍ଣ ରୂପେ ଜାଣିଛନ୍ତି କି ? ତାଙ୍କ ଗାର୍ଲ ପ୍ରେଣ୍ଡ କିଏ, ସେ କିପରି ଦେଖା ଯାଆନ୍ତି ଓ କଣ କରନ୍ତି, ଆସନ୍ତୁ ଆଜି ଆମେ ଏହି ବିଷୟରେ ସମ୍ପୂର୍ଣ୍ଣ ରୂପେ ଜାଣିବା ।

google

ବଲିଉଡ଼ ଇଣ୍ଡଷ୍ଟ୍ରିର ନୂଆଁ ଏକ୍ସନ୍ ଅଭିନେତା ରୂପେ ପ୍ରସିଦ୍ଧ ହୋଇଥିବା ଭିଦ୍ୟୁତ୍ ଜାୱାଲ ୧୦ ଡ଼ିସେମ୍ବର ୧୯୮୦କୁ ଜାମ୍ମୁରେ ଜନ୍ମ ହୋଇଥିଲା । ସେ ଆର୍ମି ପବ୍ଲିକ୍ ସ୍କୁଲରେ ନିଜ ପାଠପଢ଼ା ପୂରଣ କରିଥିଲେ । ଏହି ପ୍ରସିଦ୍ଧ ଅଭିନେତାଙ୍କ ଏକ୍ଟିଙ୍ଗ କ୍ୟାରିଅର ବିଷୟରେ କହିବାକୁଗଲେ, ସେ ୨୦୧୧ରେ ଆସିଥିବା ତେଲୁଗୁ ଚଳଚିତ୍ର ଶକ୍ତିରୁ ଡେବ୍ୟୁ କରିଥିଲେ । ଯେଉଁଥିରେ କି ତାଙ୍କ ଅଭିନୟକୁ ଲୋକମାନେ ଖୁବ୍ ପ୍ରଶଂସା କରିଥିଲେ । ଏହି କାରଣ ଯୋଗୁଁ ସେହି ବର୍ଷ ଜନ୍ ଇବ୍ରାହିମଙ୍କ ସହିତ ଫୋର୍ସ ଚଳଚିତ୍ରରେ କାମ କରିବାକୁ ସୁଯୋଗ ମିଳିଥିଲା । ଏହାପରେ ତାଙ୍କୁ ବଲିଉଡ଼ ଇଣ୍ଡଷ୍ଟ୍ରିରେ ଅନେକ ସୁପର ହିଟ୍ ଚଳଚିତ୍ରରେ କାମ କରିବାକୁ ସୁଯୋଗ ମିଳିଥିଲା । ଯେପରିକି କୋମାଣ୍ଡ, ବାଦସାହୋ, ଜଙ୍ଗଲି ଭଳି ଅନେକ ସୁପର ହିଟ୍ ଚଳଚିତ୍ର ସାମିଲ ଅଛି ।

google

ତାଙ୍କ ଗାର୍ଲ ଫ୍ରେଣ୍ଡଙ୍କ ବିଷୟରେ କହିବାକୁଗଲେ ସେ ଆଜି ପର୍ଯ୍ୟନ୍ତ ବିବାହ ବନ୍ଧନରେ ବାନ୍ଧି ହୋଇନାହାଁନ୍ତି । ଅନେକ ଲୋକଙ୍କ ହୃଦୟକୁ ଜିତିଥିବା ଏହି ଅଭିନେତାଙ୍କ ହୃଦୟରେ ଟିଭି ଜଗତର ଲୋକପ୍ରିୟ ଅଭିନେତ୍ରୀ ମୋନା ସିଙ୍ଗ୍ ଥିଲେ । ମୋନା ସିଙ୍ଗ୍ ଓ ଭିଦ୍ୟୁତ୍ ଜାୱାଲଙ୍କ ମଧ୍ୟରେ ଥିବା ପ୍ରେମ ସମ୍ପର୍କ ଚାରିଆଡ଼େ ବ୍ୟାପିବାକୁ ଲାଗିଲା । ପ୍ରଥମଥର କରି ଏକ ସାଧାରଣ ମିତ୍ର ରୂପେ ଦୁହେଁଙ୍କର ଭେଟ ହୋଇଥିଲା । ସେହି ସମୟରେ ଭିଦ୍ୟୁତ୍ ଜାୱାଲ ଅଭିନୟ ଦୁନିଆରେ ନୂଆଁ କରି ଏଣ୍ଟ୍ରି କରିଥିଲେ । ସେହି ସମୟରେ ହିଁ ସେ ମୋନା ସିଙ୍ଗକୁ ଭଲପାଇବାକୁ ଲାଗିଲେ । ଏହି ଦୁହେଁ ଦୁଇ ବର୍ଷ ପର୍ଯ୍ୟନ୍ତ ଡ଼େଟ୍ କରିଲେ କିନ୍ତୁ ବିତୁଥିବା ସମୟ ମଧ୍ୟରେ ତାଙ୍କ ମଧ୍ୟରେ ସମ୍ପର୍କ ବିଗିଡ଼ିବାରେ ଲାଗୁଥିଲା । କୁହାଯାଉଛି କି ନିଜେ ବ୍ୟସ୍ତରେ ରହୁଥିବା କାରଣରୁ ସେ ମୋନା ସିଙ୍ଗଙ୍କୁ ସମୟ ଦେଇପାରୁନଥିଲେ । ଏହି କାରଣରୁ ଦୁହେଁ ଏହି ସମ୍ପର୍କକୁ ଭାଙ୍ଗିବାକୁ ନିର୍ଣ୍ଣୟ ନେଲେ । ଏହାପରେ ୨୦୧୯ରେ ମୋନା ସିଙ୍ଗ୍, ଶ୍ୟାମ ଗୋପାଳଙ୍କ ସହିତ ବିବାହ କରିଥିଲେ ଓ ସେ ଏବେ ନିଜ ସ୍ୱାମୀଙ୍କ ସହିତ ବହୁତ ଖୁସିରେ ଅଛନ୍ତି । କିନ୍ତୁ ଭିଦ୍ୟୁତ୍ ଜାୱାଲ ଆଜି ପର୍ଯ୍ୟନ୍ତୁ ଏକୁଟିଆ ହୋଇ ଅଛନ୍ତି ।

Leave a Reply

Your email address will not be published. Required fields are marked *