ଅସଦାଚରଣ ଏବଂ ଭୁଲ୍ ଭାବରେ ଛୁଇଁବା ଯୋଗୁଁ ହିରୋଙ୍କୁ ଚାପୁଡ଼ା ମାରି ସାରିଛନ୍ତି ଏହି ଅଭିନେତ୍ରୀ ମାନେ ! ନମ୍ବର ୨ର ଅଭିନେତ୍ରୀ ଗଣମାଧ୍ୟମରେ ଦେଇଥିଲେ ଉଚିତ ଶିକ୍ଷା ।

ଅସଦାଚରଣ ଏବଂ ଭୁଲ୍ ଭାବରେ ଛୁଇଁବା ଯୋଗୁଁ ହିରୋଙ୍କୁ ଚାପୁଡ଼ା ମାରି ସାରିଛନ୍ତି ଏହି ଅଭିନେତ୍ରୀ ମାନେ ! ନମ୍ବର ୨ର ଅଭିନେତ୍ରୀ ଗଣମାଧ୍ୟମରେ ଦେଇଥିଲେ ଉଚିତ ଶିକ୍ଷା ।

ଆଜିକାଲି ସବୁଦିନେ ଝିଅମାନଙ୍କ ସହିତ ଦୁର୍ବ୍ୟବହାରର ଖବର ଆସିଥାଏ । ଯଦି ମହିଳା ମାନଙ୍କ ସହିତ ହେଉଥିବା ଅପରାଧ ବିଷୟରେ ଆଲୋଚନା କରିବା ତେବେ ଏଥିପାଇଁ କଠୋର ନିୟମ ପ୍ରଣୟନ କରାଯାଇଛି ଏହା ସତ୍ତ୍ୱେ ଆମେ ମହିଳାମାନଙ୍କ ଉପରେ ହେଉଥିବା ଅତ୍ୟାଚାର ବିଷୟରେ ଶୁଣୁଛୁ । କିନ୍ତୁ ଆଜିକାର ଏହି ପରିବର୍ତ୍ତନଶୀଳ ଯୁଗରେ ମହିଳାଙ୍କ ସୁରକ୍ଷା ନିଜ ହାତରେ ହିଁ ରହିଥାଏ । ଯଦି ସେମାନେ ସାହସ ଦେଖାଇ ନିଜ ସହିତ ହେଉଥିବା ଅନ୍ୟାୟ ଓ ଅପରାଧ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବେ ତେବେ ପୁରୁଷ ତାଙ୍କ ଉପରେ ହିଂସା କରିବା କିମ୍ବା ତାଙ୍କ ସହିତ ଖରାପ ବ୍ୟବହାର ପ୍ରଦର୍ଶନ କରିବା ପୂର୍ବରୁ ଶହେ ଥର ଭାବିବେ । କେବଳ ସାଧାରଣ ଝିଅ ନୁହଁନ୍ତି ବରଂ କିଛି ବଲିଉଡ଼ ଅଭିନେତ୍ରୀ ମଧ୍ୟ ଏହାର ଶିକାର ହୁଅନ୍ତି । ବଲିଉଡ଼ ଅଭିନେତ୍ରୀ ମାନଙ୍କ ସହ ହେଉଥିବା ଦୁର୍ବ୍ୟବହାର ବିଷୟରେ ସବୁବେଳେ ଶୁଣିବାକୁ ମିଳେ । ଯେଉଁଠି କିଛି ଅଭିନେତ୍ରୀ ନିଜ ସହିତ ହେଉଥିବା ଯୌନ ନିର୍ଯାତନାକୁ ଚୁପ୍ ଚାପ୍ ସହ୍ୟ କରି ନିଅନ୍ତି ଏବଂ ଆଉ କିଛି ଅଭିନେତ୍ରୀ ଏହା ବିରୁଦ୍ଧରେ ସ୍ୱର ଉତ୍ତୋଳନ କରୁଥିବାର ନଜର ଆସନ୍ତି । ଅନ୍ୟ କୌଣସି ଲୋକ ଛାଡ଼ନ୍ତୁ କ୍ରୋଧ ସେତେବେଳେ ଆସେ ଯେତେବେଳେ ନିଜ ଚିହ୍ନା ପରିଚୟ ଲୋକ ହିଁ ଆପଣଙ୍କ ସହିତ ଦୁର୍ବ୍ୟବହାର କରନ୍ତି । ଆଜିକାର ଏହି ବିଷୟରେ ଆମେ ଆପଣଙ୍କୁ ବଲିଉଡ଼ର ସେହି ଅଭିନେତ୍ରୀ ମାନଙ୍କ ବିଷୟରେ କହିବୁ ଯେଉଁମାନେ ସୁଟିଂ ସମୟରେ ନିଜ ଚଳଚ୍ଚିତ୍ରରେ ହିରୋଙ୍କୁ ଅସଦାଚରଣ କିମ୍ବା ଖରାପ ଭାବେ ଛୁଇଁବା ଯୋଗୁଁ ଚାପୁଡ଼ା ମଧ୍ୟ ମାରି ସାରିଛନ୍ତି ।

ରାଧିକା ଆପ୍ଟେ

newstrend

ଗତ କିଛି ସମୟ ମଧ୍ୟରେ ରାଧିକା ଆପ୍ଟେ ବଲିଉଡ଼ର ଏକ ଜଣାଶୁଣା ଅଭିନେତ୍ରୀ ଭାବେ ପରିଚିତ ହୋଇଯାଇଛନ୍ତି । ସେ କିଛି ଲୋକପ୍ରିୟ ୱେବ୍ ସିରିଜରେ ମଧ୍ୟ ନଜର ଆସିଛନ୍ତି । ଅଧିକାଂଶ ବୋଲ୍ଡ ଚରିତ୍ରରେ ଅଭିନୟ କରୁଥିବା ଅଭିନେତ୍ରୀ ରାଧିକା ଆପ୍ଟେଙ୍କୁ ତାଙ୍କ ଚଳଚ୍ଚିତ୍ରରେ ହିରୋ ଥରେ ଭୁଲ୍ ଭାବରେ ଛୁଇଁବା ପାଇଁ ଚେଷ୍ଟା କରିଥିଲେ । ବାସ୍ତବରେ ରାଧିକା ଏକ ଚଳଚ୍ଚିତ୍ରର ସୁଟିଂ କରୁଥିଲେ ଯେଉଁଥିରେ ହିରୋ ହଠାତ୍ ଆସି ଶୋଇଥିବା ରାଧିକାଙ୍କ ପାଦକୁ ଛୁଇଁବାକୁ ଲାଗିଲା । ଏହି କଥାଟି ରାଧିକାଙ୍କୁ ଆଦୌ ପସନ୍ଦ ଆସିଲା ନାହିଁ ଏବଂ ସେ ଏହାର ବିରୋଧ କରି ହିରୋ ମୁହଁରେ ଏକ ଚାପୁଡ଼ା ମାରିଦେଲେ ।

ରବିନା ଟଣ୍ଡନ

newstrend

ରବିନା ଟଣ୍ଡନଙ୍କ ନାମ ବଲିଉଡ଼ର ଏକ ସୁନ୍ଦରୀ ଓ ପ୍ରସିଦ୍ଧ ଅଭିନେତ୍ରୀ ମାନଙ୍କ ମଧ୍ୟରେ ସାମିଲ ଅଛି । ରବିନାଙ୍କ ବହୁତ ଭଲ ଭଲ ଓ ସୁପରହିଟ୍ ଚଳଚ୍ଚିତ୍ର ରହିଛି । ୯୦ ଦଶକରେ ରବିନା ଅନେକ ସୁପରହିଟ୍ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । କିଛି ବର୍ଷ ପୂର୍ବରୁ ଏକ ଚଳଚ୍ଚିତ୍ରର ସୁଟିଂ ସମୟରେ ରବିନା ନିଜ ସହ କଳାକାରକୁ ତିନି ଥର ଚାପୁଡ଼ା ମାରି ଦେଇଥିଲେ କାରଣ ସେ ରବିନାଙ୍କୁ ଭୁଲ୍ ଭାବରେ ଛୁଇଁବା ପାଇଁ ଚେଷ୍ଟା କରୁଥିଲା । ଯଦିଓ ପରେ ଏହାକୁ ମିଛ କହିଦେଇ ନିର୍ଦେଶକ କହି ଦେଇଥିଲେ ଯେ ଏହା ସୁଟିଂର ଏକ ଅଂଶ ଥିଲା ।

ସ୍କାରଲେଟ୍ ବିଲସନ୍

newstrend

ସ୍କାରଲେଟ୍ ବିଲସନ୍ ଚଳଚ୍ଚିତ୍ରରେ ବାହୁବଳିରେ ଏକ ଆଇଟମ୍ ସଙ୍ଗ କରିଥିଲେ । ଆଇଟମ୍ ସଙ୍ଗ ବା ଗୀତ ସୁଟିଂ ସମୟରେ ସେଠାରେ ଠିଆ ହୋଇଥିବା ଜଣେ ବ୍ୟକ୍ତି ତାଙ୍କୁ ଖରାପ ଖରାପ କଥା କହୁଥିଲା ଏବଂ ତାଙ୍କୁ ବାରମ୍ବାର ଦେଖୁଥିଲା । ବ୍ୟକ୍ତିର ଏପରି ବ୍ୟବହାରକୁ ଦେଖି ସ୍କାରଲେଟ୍ ବିଲସନ୍ ଖୁବ୍ ରାଗିଗଲେ ଓ କ୍ରୋଧରେ ଆସି ସେ ସେହି ବ୍ୟକ୍ତିକୁ ସମ୍ପୂର୍ଣ୍ଣ କାଷ୍ଟ ସମ୍ମୁଖରେ ଚାପୁଡ଼ା ମାରି ଦେଇଥିଲେ ।

ଗୀତିକା

newstrend

ବଲିଉଡ଼ ଅଭିନେତ୍ରୀ ଗୀତିକା ନିଜ ଚଳଚ୍ଚିତ୍ରର ନିର୍ମାତା ସୁଭାଷ କପୂରଙ୍କୁ ସମସ୍ତଙ୍କ ସମ୍ମୁଖରେ ଜୋରଦାର ଚାପୁଡ଼ା ମାରି ଦେଇଥିଲେ । ବାସ୍ତବରେ, ସେ ତାଙ୍କ ସହିତ ଜବରଦସ୍ତି କରିବା ଚେଷ୍ଟା କରୁଥିଲେ ଏବଂ ଏହା ଗୀତିକା ସହି ପାରିଲେ ନାହିଁ । ପରେ ସୁଭାଷ ଗୀତିକାଙ୍କୁ ନିଜ ଚଳଚ୍ଚିତ୍ରରୁ ବାହାର କରି ଦେଇଥିଲେ ଯାହା ଉପରେ ଗୀତିକା କହିଥିଲେ ଯେ ସେ ନିଜେ ଏହି ଚଳଚ୍ଚିତ୍ରରୁ ବାହାରି ଯାଇଥିଲେ ।

Leave a Reply

Your email address will not be published. Required fields are marked *