ଖୁବ୍ ସୁନ୍ଦର ଅଟନ୍ତି “ଯୋଦ୍ଧା ଆଖବର” ଧାରାବାହିକରେ ଅଭିନୟ କରିଥିବା ଏହି ଅଭିନେତାଙ୍କ ସ୍ତ୍ରୀ !

ଟିଭି ଜଗତର ଛୋଟ ପରଦାରେ ଯୋଦ୍ଧା ଆଖବର ବହୁତ ଲୋକପ୍ରିୟ ଧାରାବାହିକ ଥିଲା । ଏହି ଧାରାବାହିକର ନିର୍ମାଣ ଏକ୍ତା କପୂର କରିଥିଲେ । ଏହି ଧାରାବାହିକ ୧୮ ଜୁନ୍ ୨୦୧୩ରେ ପ୍ରସାରଣ କରାଯାଇଥିଲା । ଏହି ଧାରାବାହିକରେ ସମସ୍ତ କଳାକାର ବହୁତ ଭଲ ରୂପେ ଅଭିନୟ କରିଥିଲେ । ଯେଉଁଥିରେ କି ଖାସ୍ କରି ଯୋଦ୍ଧା ଆଖବର ଚରିତ୍ରରେ ଅଭିନୟ କରିଥିବା କଳାକାର ନିଜ ଦମଦାର ଅଭିନୟ ଦ୍ୱାରା ସଭିଙ୍କ ହୃଦୟକୁ ଜିତିଥିଲେ ।

google

ଯୋଦ୍ଧା ଆଖବରଙ୍କ ଚରିତ୍ରରେ ଅଭିନୟ କରିଥିବା ଅଭିନେତାଙ୍କ ଅସଲି ନାମ ହେଉଛି ରଜତ୍ ଟୋକାସ୍ । ରଜତ୍ ଟୋକାସଙ୍କ ଜନ୍ମ ୧୯ ଜୁଲାଇ ୧୯୯୧ରେ ଦିଲ୍ଲୀର ମୁନିର୍କା ଠାରେ ହୋଇଥିଲା । ରଜତ୍ ୨୦୦୫ ମସିହାରୁ ଟିଭି ଜଗତ ସହ ଜଡ଼ିତ ଥିଲେ । ସେ ୨୦୦୫ରେ ସାଇ ବାବା ଧାରାବାହିକରୁ ନିଜ କ୍ୟାରିଅର ଆରମ୍ଭ କରିଥିଲେ । ଏହାପରେ ସେ ୨୦୦୬ ଠାରୁ ୨୦୦୭ ପର୍ଯ୍ୟନ୍ତ ଧରିତ୍ରୀର ବୀର ଯୋଦ୍ଧା ପୃଥିବୀ ରାଜ୍ ଚୌହାନଙ୍କ ଚରିତ୍ରରେ ଅଭିନୟ କରିଥିଲେ । ଯେଉଁଥିରେ କି, ସେ ପୃଥିବୀ ରାଜ୍ ଚୌହାନଙ୍କ ଛୋଟ ବେଳର ଚରିତ୍ରରେ ଅଭିନୟ କରିଥିଲେ । ଏହି ଚରିତ୍ରରେ ସେ ଅଭିନୟ କରି ବହୁତ ଲୋକପ୍ରିୟ ହାସଲ କରିଥିଲେ । ଏହି ଚରିତ୍ରରେ ଅଭିନୟ କରି ସେ ନିଜର ଏକ ପରିଚୟ ସୃଷ୍ଟି କରିଥିଲେ ।

google

ତାଙ୍କ ପତ୍ନୀଙ୍କ ବିଷୟରେ କହିବାକୁଗଲେ, ରଜତ୍ ଟୋକାସଙ୍କ ସ୍ତ୍ରୀଙ୍କ ନାମ ସୃଷ୍ଟି ନାୟାର ଅଟେ । ରଜତ୍ ଓ ସୃଷ୍ଟି ୨୦୧୫ରେ ବିବାହ ହୋଇଥିଲେ । ସୃଷ୍ଟି ଏକ ଥିଏଟର୍ ଆର୍ଟିଷ୍ଟ ରୂପେ କାମ କରିସାରିଛନ୍ତି । ସୃଷ୍ଟି ଦେଖିବାକୁ ଖୁବ୍ ସୁନ୍ଦର ଅଟନ୍ତି । ଯାହାଙ୍କ ସୁନ୍ଦରତା କୌଣସି ବଲିଉଡ଼ ଅଭିନେତ୍ରୀଙ୍କ ଠାରୁ କମ୍ ନୁହେଁ । ବର୍ତ୍ତମାନ ସେ ନିଜ ସ୍ୱାମୀ ରଜତ୍ ଟୋକାସଙ୍କ ସହିତ ବହୁତ ଖୁସିରେ ରହୁଛନ୍ତି । ରଜତ୍ ଟୋକାସଙ୍କ ଯୋଦ୍ଧା ଆଖବରଙ୍କ ଚରିତ୍ରରେ କରିଥିବା ଅଭିନୟ ଆପଣଙ୍କୁ କିପରି ଲାଗିଥିଲା ତାହା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାନ୍ତୁ ।

Be the first to comment

Leave a Reply

Your email address will not be published.


*