ଅଜାଣତରେ ଏହି ଅଭିନେତା ଲଗାଇ ଦେଇଥିଲେ କରିଷ୍ମା କପୂରଙ୍କ ମଥାରେ ସିନ୍ଦୂର ! ତା’ପରେ ବଲିଉଡ ଜଗତରୁ ଅଦୃଶ ହୋଇଯାଇଥିଲେ…

ଅଜାଣତରେ ଏହି ଅଭିନେତା ଲଗାଇ ଦେଇଥିଲେ କରିଷ୍ମା କପୂରଙ୍କ ମଥାରେ ସିନ୍ଦୂର ! ତା’ପରେ ବଲିଉଡ ଜଗତରୁ ଅଦୃଶ ହୋଇଯାଇଥିଲେ…

ଆଜି ଆମେ ଏପରି ଏକ ଅଭିନେତାଙ୍କ ବିଷୟରେ ଆଲୋଚନା କରୁଛୁ ଯିଏ ଅଜାଣତରେ କରିଷ୍ମା କପୂରଙ୍କ ମଥାରେ ସିନ୍ଦୂର ଲଗାଇ ଦେଇଥିଲେ । ଆମେ ଆଲୋଚନା କରୁଛୁ ଦକ୍ଷିଣ ଚଳଚ୍ଚିତ୍ର ଜଗତର ସୁପରଷ୍ଟାର୍ ଦଗୁବତ୍ତୀ ବେଙ୍କେଟେଶଙ୍କ ବିଷୟରେ । ଯିଏ କରିଷମାଙ୍କ ସହିତ ଅନାଡ଼ି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରରେ ଅଭିନେତା ଏକ ସାଧାରଣ ଓ ସରଳ ବ୍ୟକ୍ତିର ଭୂମିକାରେ ନଜର ଆସିଥିଲେ । ତାଙ୍କର ଏହି ଚରିତ୍ରକୁ ଦେଖି ସବୁ ସ୍ଥାନରେ ତାଙ୍କ ଚର୍ଚ୍ଚା ଆରମ୍ଭ ହୋଇ ଯାଇଥିଲା ।

ଯଦି ଆମେ ସୁପରଷ୍ଟାର୍ ଦଗୁବତ୍ତୀ ବେଙ୍କେଟେଶଙ୍କ ବିଷୟରେ ଆଲୋଚନା କରିବା ତେବେ ସେ ଦକ୍ଷିଣ ଚଳଚ୍ଚିତ୍ର ଜଗତରେ ଅନେକଗୁଡ଼ିଏ ଭଲ ଭଲ ଚଳଚ୍ଚିତ୍ର ଭେଟି ଦେଇଛନ୍ତି । ଏହି କାରଣରୁ ସେଠାରେ ସେ ‘ବିକ୍ଟ୍ରି ବେଙ୍କେଟେଶ’ ନାମରେ ପରିଚିତ । ଏହି ଅଭିନେତା ୧୧ ବର୍ଷ ବୟସରେ ଚଳଚ୍ଚିତ୍ର ‘ପ୍ରେମ ନଗର୍’ ସହିତ ନିଜ କ୍ୟାରିୟରର ଡେବ୍ୟୁ କରିଥିଲେ । ଆଜି ଆମେ ଆପଣଙ୍କୁ ତା’ସହ ଜଡ଼ିତ କିଛି କଥା କହିବାକୁ ଯାଉଛୁ ।

ଅଭିନେତା ଦଗୁବତ୍ତୀ ବେଙ୍କେଟେଶ ନିଜ ୩୦ ବର୍ଷର କ୍ୟାରିୟରରେ ୭୯ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି । ଆପଣଙ୍କୁ ସୁଚାଇଦେଉଛୁ ଯେ ବେଙ୍କେଟେଶଙ୍କ ପିତା ଡାକ୍ତର ରାମାନାୟଡୁ ଦଗୁବତ୍ତୀ ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ମାତା ଓ ପୂର୍ବ ସାଂସଦ ଥିଲେ । ସୁରେଶ ପ୍ରଡକ୍ସନକୁ ଚଳାଉଥିବା ସୁରେଶ ବାବୁ ଦଗୁବତ୍ତୀଙ୍କ ବଡ଼ ଭାଇ ଅଟନ୍ତି । ବେଙ୍କେଟେଶ ମୁଖ୍ୟ କଳାକାର ଭାବେ ନିଜ ଚଳଚ୍ଚିତ୍ର କ୍ୟାରିୟରର ଶୁଭାରମ୍ଭ ୧୯୮୬ରେ ଆସିଥିବା ଚଳଚ୍ଚିତ୍ର ‘କଳିୟୁଗା ପାଣ୍ଡାବୁଲୁ’ରୁ କରିଥିଲେ । ତାଙ୍କ ପ୍ରଥମ ଚଳଚ୍ଚିତ୍ର ପାଇଁ ତାଙ୍କୁ ପ୍ରତିଷ୍ଠିତ ପୁରସ୍କାର ନନ୍ଦୀ ପ୍ରଦାନ କରାଯାଇଥିଲା ।

ଏହାପରେ ବେଙ୍କେଟେଶ ବଲିଉଡ଼ରେ କରିଷ୍ମା କପୂରଙ୍କ ଚଳଚ୍ଚିତ୍ର ‘ଅନାଡ଼ି’ରେ ପାଦ ରଖିଥିଲେ । ଏହି ଚଳଚ୍ଚିତ୍ର ମଧ୍ୟ ସୁପରହିଟ୍ ସାବ୍ୟସ୍ତ ହୋଇଥିଲା । ଏହି ଚଳଚ୍ଚିତ୍ରରେ ସେ ନିଜ ନିରୀହ ଗୁଣ ଯୋଗୁଁ ଦର୍ଶକଙ୍କ ହୃଦୟରେ ଏକ ବିଶେଷ ସ୍ଥାନ ଅଧିକାର କରିଥିଲେ । ଏହି ଚଳଚ୍ଚିତ୍ରରେ କରିଷ୍ମା ତିନୋଟି ଭାଇଙ୍କ ଏକମାତ୍ର ସୁନାନାକୀ ଭଉଣୀ ରାଜ ନନ୍ଦିନୀଙ୍କ ଭୂମିକାରେ ନଜର ଆସିଥିଲେ । ତାପରେ ବେଙ୍କେଟେଶ ଦ୍ୱିତୀୟ ଥର ପାଇଁ ବଲିଉଡରେ ୧୯୯୫ରେ ଆସିଥିବା ଚଳଚ୍ଚିତ୍ର ‘ତକଦୀରବାଲା’ରେ ନଜର ଆସିଥିଲେ ।

ଅଭିନେତା ବେଙ୍କେଟେଶ ଚଳଚ୍ଚିତ୍ର ଜଗତରେ ନିଜ ଅଭିନୟ ଯୋଗୁଁ ୫ ଥର ଫିଲ୍ମ ଫେୟାର୍ ଓ ୭ ଥର ନନ୍ଦୀ ପୁରସ୍କାର ଲାଭ କରିଥିଲେ । ଲକ୍ଷ୍ୟ କରିବା ବିଷୟ ଏହିକିଯେ ବେଙ୍କେଟେଶ ଫିଲ୍ମ ପ୍ରଡକ୍ସନକୁ ଯିବାକୁ ଚାହୁଁଥିଲେ, କିନ୍ତୁ ତାଙ୍କ ଭାଗ୍ୟ ତାଙ୍କୁ ତେଲୁଗୁ ଚଳଚ୍ଚିତ୍ରର କଳାକାରରେ ପରିଣତ କରିଦେଲା । ବେଙ୍କେଟେଶ ୧୯୮୫ରେ ନିରଜାଙ୍କୁ ବିବାହ କରିଥିଲେ । ଏ ଦୁହିଁଙ୍କ ତିନୋଟି ଝିଅ ଓ ଗୋଟିଏ ପୁଅ ଅଛନ୍ତି । ପୁଅର ନାମ ଅର୍ଜୁନ ରାମନାଥ ଦଗୁବତ୍ତୀ ଅଟେ । ତାଙ୍କ ଝିଅମାନଙ୍କ ନାମ ଆଶ୍ରିତା, ହୟାବାହିନୀ ଓ ଭାବନା ଅଟେ, ଏମାନେ ସର୍ବଦା ଲାଇମ୍ ଲାଇଟ୍ ଠାରୁ ଦୂରେଇ ରୁହନ୍ତି ।

ସେପଟେ ଚଳଚ୍ଚିତ୍ରରେ ତାଙ୍କ ନାୟିକା ସାଜିଥିବା କରିଷ୍ମାଙ୍କ ବିଷୟରେ ଆଲୋଚନା କରିବା ତେବେ ସେ ବର୍ତ୍ତମାନ ଚଳଚ୍ଚିତ୍ର ଜଗତରୁ ଦୁରେଇ ଅଛନ୍ତି । କରିଷ୍ମା ନିଜ ସ୍ୱାମୀଙ୍କ ଠାରୁ ଅଲଗା ହୋଇ ନିଜ ବ୍ୟବସାୟ ଓ ନିଜ ପିତାଙ୍କ ଦେଖାଶୁଣା କରନ୍ତି । ଶେଷଥର ପାଇଁ ସେ କିଛି ମାସ ପୂର୍ବରୁ ପ୍ରଥମ ୱେବ୍ ସିରିଜ୍ ମଦରହୁଡ଼ରେ ନଜର ଆସିଥିଲେ । ସେ ନିଜର ଦୁଇଟି ଶିଶୁଙ୍କ ସହିତ ଖୁସିରେ ଅଛନ୍ତି ଏବଂ ଜୀବନର ମଜା ନେଉଛନ୍ତି ।

ଅଭିନେତ୍ରୀ କରିଷ୍ମା କପୂର ବହୁତ ଭଲ ଭଲ ଚଳଚ୍ଚିତ୍ର ମାନଙ୍କରେ ଅଭିନୟ କରିଛନ୍ତି । ଯେଉଁଥିରେ ଜିଗର୍ (୧୯୯୨), ଅନାଡ଼ି (୧୯୯୩), ରାଜା ବାବୁ ଓ ସୁହାଗ୍ (୧୯୯୪), ଗୋପୀ କିଶନ୍ (୧୯୯୪), କୁଲି ନମ୍ବନ୍-୧ (୧୯୯୫), ଓ ସାଜନ୍ ଚଲେ ସସୁରାଲ ଏବଂ ଏକ୍ସନ ଥ୍ରୀଲର ଜିତ (୧୯୯୬)ରେ ନଜର ଆସିଛନ୍ତି । ରାଜା ହିନ୍ଦୁସ୍ତାନୀ (୧୯୯୬) ସହିତ ସେ ନିଜକୁ ବଲିଉଡ଼ରେ ଏକ ସଫଳ ଅଭିନେତ୍ରୀ ରୂପେ ପ୍ରତିଷ୍ଠିତ କରିପାରିଥିଲେ । ଏହାପରେ ସେ ହିରୋ ନଂ-୧ (୧୯୯୭) ଓ ବିବି ନଂ-୧ (୧୯୯୯), ହମ୍ ସାଥ୍ ସାଥ୍ ହେ (୧୯୯୯), ଦୁଲହନ୍ ହମ୍ ଲେ ଯାଏଙ୍ଗେ (୨୦୦୦) ଆଦି ଚଳଚ୍ଚିତ୍ରରେ ନିଜ ଅଭିନୟର ଯଲବା ଦେଖାଇଛନ୍ତି ।

Leave a Reply

Your email address will not be published. Required fields are marked *