ଦୁର୍ଘଟଣା ଏଭଳି କରିଦେଇଥିଲା ଚଳଚିତ୍ର “ଆଶିକୀ”ର ଅଭିନେତ୍ରୀଙ୍କ ଅବସ୍ଥା ! ୨୯ ଦିନ ପର୍ଯ୍ୟନ୍ତ ମୃତ୍ୟୁ ସହ ଲଢ଼ିଥିଲେ, ବର୍ତ୍ତମାନ ଗୋଟିଏ କାମ କରି ନାମ କମାଉଛନ୍ତି…

ଦୁର୍ଘଟଣା ଏଭଳି କରିଦେଇଥିଲା ଚଳଚିତ୍ର “ଆଶିକୀ”ର ଅଭିନେତ୍ରୀଙ୍କ ଅବସ୍ଥା ! ୨୯ ଦିନ ପର୍ଯ୍ୟନ୍ତ ମୃତ୍ୟୁ ସହ ଲଢ଼ିଥିଲେ, ବର୍ତ୍ତମାନ ଗୋଟିଏ କାମ କରି ନାମ କମାଉଛନ୍ତି…

ଅନୁ ଅଗ୍ରୱାଲଙ୍କ ନାମ ନେବା ମାତ୍ରେ ମୁଣ୍ଡକୁ ସର୍ବପ୍ରଥମେ ଚଳଚ୍ଚିତ୍ର “ଆଶିକୀ” ଆସିଥାଏ । ଆଶିକୀ ଚଳଚ୍ଚିତ୍ର ହିଟ୍ ହେବାପରେ ତାଙ୍କୁ ଦକ୍ଷିଣ ଭାରତୀୟ ସହ ହଲିଉଡ଼ରୁ ମଧ୍ୟ ଅଫର୍ ମିଳିବା ଆରମ୍ଭ ହୋଇ ଯାଇଥିଲା କିନ୍ତୁ ୧୯୯୯ ମସିହାରେ ହୋଇଥିବା ଏକ ଦୁର୍ଘଟଣା ତାଙ୍କର ସମଗ୍ର ଜୀବନକୁ ପରିବର୍ତ୍ତନ କରିଦେଇଥିଲା । ସେ କୋମାକୁ ଚାଲି ଯାଇଥିଲେ । ଅନୁ ଜୀବନ ସହ ଯୁଦ୍ଧ ଲଢ଼ିଥିଲେ ଏବଂ କୋମାରୁ ବାହାରକୁ ଆସିବା ପରେ ସେ ବଲିଉଡକୁ ପୁଣିଥରେ ଫେରିବା ପରିବର୍ତ୍ତେ ଯୋଗିନୀ ଏବଂ ଲେଖିକା ହେବାପାଇଁ ନିଷ୍ପତ୍ତି ନେଇଥିଲେ । ୨୦୧୫ ମସିହାରେ ସେ ନିଜର ଆତ୍ମଜୀବନୀ ଅନୟୁଜୁଏଲ୍: ମେମୋଇର୍ ଅଫ୍ ଏ ଗାର୍ଲ ହୁ କମ ବ୍ୟାକ ଫ୍ରମ୍ ଡେଡ୍ ଲେଖିଥିଲେ । ନିକଟରେ ସେ ନିଜର ଅଡିଓବୁକ୍ ମଧ୍ୟ ଲଞ୍ଚ କରିଛନ୍ତି । ଏହି ସମୟ ମଧ୍ୟରେ ଅନୁ ନିକଟରେ ଚଳଚ୍ଚିତ୍ର, ପ୍ରସିଦ୍ଧି ଏବଂ ଜୀବନ ପରିବର୍ତ୍ତନ ବିଷୟରେ ଏକ ସାକ୍ଷାତକାରରେ ଅନେକ କଥା କହିଛନ୍ତି ।

ସାକ୍ଷାତକାର ମାଧ୍ୟମରେ ସେ କହିଥିଲେ ଯେ, ଜାନୁଆରୀ ମାସରେ ସେ “ଆଶିକୀ” ଚଳଚ୍ଚିତ୍ରର ଶୁଟିଂ ଆରମ୍ଭ କରିଥିଲେ ଏବଂ ଅଭିନୟ କରିବା ମାତ୍ରେ ତାଙ୍କ ମନ ବଦଳି ଯାଇଥିଲା । ସେ ମଡେଲିଙ୍ଗକୁ ଫେରିବାକୁ ଚାହୁଁନଥିଲେ । କିନ୍ତୁ ‘ଆଶିକୀ’ ପରେ ତାଙ୍କ ଜୀବନ ପରିବର୍ତ୍ତନ ହୋଇ ଯାଇଥିଲା ଏବଂ ସେ ରାତାରାତି ଷ୍ଟାର୍ ହୋଇ ଯାଇଥିଲେ ।

“ଆଶିକୀ” ଚଳଚ୍ଚିତ୍ରର ସଫଳତା ପରେ ଲୋକମାନଙ୍କ ନିକଟରୁ ତାଙ୍କୁ ଯେଉଁ ଭଲପାଇବା ମିଳିଥିଲା, ତାହା ଉପରେ ସେ ବିଶ୍ୱାସ କରି ପାରିନଥିଲେ । ବାହାରକୁ ଯିବା ମାତ୍ରେ ତାଙ୍କ ପ୍ରଶଂସକ ମାନେ ଆସି ତାଙ୍କର ଅଟୋଗ୍ରାଫ୍ ନେଉଥିଲେ । କେବଳ ଏତିକି ନୁହେଁ ଲୋକମାନେ ତାଙ୍କର ଗୋଟିଏ ଝଲକ୍ ପାଇବା ପାଇଁ ଘର ବାହାରେ ଛିଡ଼ା ହୋଇ ରହୁଥିଲେ ।

ଷ୍ଟାରଡ଼ମ୍ ପାଇଁ ସେ ଆଦୌ ପ୍ରସ୍ତୁତ ନଥିଲେ ବୋଲି କହିଥିଲେ । ଷ୍ଟାରଡ଼ମ୍ ଉପରେ ସେ କିପରି ପ୍ରତିକ୍ରିୟା ପ୍ରକାଶ କରିବେ ତାହା ଜାଣିନଥିଲେ । କଳାକାର ହେବା ପାଇଁ ସେ କେବେ ମଧ୍ୟ ସ୍ଵପ୍ନ ଦେଖିନଥିଲେ । ସଦା ସର୍ବଦା ସମାଜ ସେବୀ ଥିଲେ ଏବଂ ସଂଯୁକ୍ତ ରାଷ୍ଟ୍ର ସହ କାମ କରିବା ତାଙ୍କ ସ୍ଵପ୍ନ ଥିଲା ।

“ଆଶିକୀ” ଚଳଚ୍ଚିତ୍ର ପରେ ତାଙ୍କୁ ରାକେଶ୍ ରୋଶନ୍ ଏବଂ ମଣିରତ୍ନମଙ୍କର ଫୋନ୍ ଆସିଥିଲା ବୋଲି ଅନୁ କହିଥିଲେ । ତାଙ୍କୁ ଏକ ହଲିଉଡ଼ ଚଳଚ୍ଚିତ୍ରର ମଧ୍ୟ ଅଫର୍ ଆସିଥିଲା । ତାଙ୍କ ହାତରେ ଅନେକ ଭଲ ପ୍ରକଳ୍ପ ଥିଲା କିନ୍ତୁ ସେ ସବୁବେଳେ ପ୍ରଥମେ ସ୍କ୍ରିପ୍ଟ ପଢିବାକୁ ଚାହୁଁଥିଲେ ।

ଏକ ଦୁର୍ଘଟଣା ସମୟର କଥାକୁ ମନେ ପକାଇ ଅନୁ କହିଥିଲେ କି ସେ ତାଙ୍କ ଜୀବନରେ ଅତ୍ୟନ୍ତ କଷ୍ଟକର ସମୟ ଦେଇ ଅତିବାହିତ କରିଛନ୍ତି, ଯାହା ଅତ୍ୟନ୍ତ କଠିନ ଥିଲା । ଯେଉଁଠାରେ ରୋଗ ଥିଲା, ଯନ୍ତ୍ରଣା ଥିଲା ଏବଂ କିଛି ମଧ୍ୟ ଠିକ୍ ହୋଇ ପାରୁନଥିଲା । ତେବେ ସମସ୍ତଙ୍କୁ କେବେ ନା କେବେ ଏଭଳି କଷ୍ଟକର ସମୟ ଦେଇ ଗତି କରିବାକୁ ପଡିଥାଏ । ସେ କହିଥିଲେ ଯେ, ଏଭଳି ସମୟରେ ନିଶ୍ଚିତ ଭାବରେ ଧ୍ୟାନ କରିବା ଉଚିତ ।

କହିରଖୁଛୁ ଯେ, ଭୟଙ୍କର ଦୁର୍ଘଟଣା ପରେ ଅନୁ ବର୍ତ୍ତମାନ ଗ୍ଲାମର୍ ଦୁନିଆଁ ଠାରୁ ଦୂରେଇ ଯାଇ ବସ୍ତି କୁଡ଼ିଆରେ ଗରିବ ପିଲାମାନଙ୍କୁ ମାଗଣାରେ ଯୋଗ ଶିଖାଉଛନ୍ତି । ତାଙ୍କୁ ଶେଷଥର ପାଇଁ ମହେଶ ଭଟ୍ଟଙ୍କର ପ୍ରୋଡକଶନ୍ ହାଉସ୍ ବିଶେଷ ଚଳଚ୍ଚିତ୍ରର ୩୦ତମ ବାର୍ଷିକ ଉତ୍ସବ ପାର୍ଟିରେ ଦେଖିବାକୁ ମିଳିଥିଲା ।

୧୯୯୬ ମସିହା ପରଠାରୁ ଅନୁ କୌଣସି ଚଳଚ୍ଚିତ୍ର କରିନାହାଁନ୍ତି ଏବଂ ଯୋଗ ଓ ଆଧ୍ୟାତ୍ମିକ ପଥକୁ ଆପଣେଇ ନେଇଛନ୍ତି । ଏହି ସମୟ ମଧ୍ୟରେ ୧୯୯୯ ମସିହାରେ ଭୟଙ୍କର ସଡ଼କ ଦୁର୍ଘଟଣାରେ ତାଙ୍କର ସ୍ମରଣ ଶକ୍ତି ଚାଲି ଯାଇଥିଲା । ପ୍ରାୟତଃ ୨୯ ଦିନ ପର୍ଯ୍ୟନ୍ତ କୋମାରେ ରହିବା ପରେ ସେ ହୋଶକୁ ଫେରିଥିଲେ କିନ୍ତୁ ସେ ନିଜକୁ ସମ୍ପୂର୍ଣ୍ଣ ଭାବରେ ଭୁଲି ସାରିଥିଲେ । ସ୍ମରଣ ଶକ୍ତି ହରାଇ ସାରିଥିବା ଅନୁଙ୍କର କ୍ରମାଗତ ଭାବରେ ୩ ବର୍ଷ ପର୍ଯ୍ୟନ୍ତ ଚିକିତ୍ସା ଚାଲିଥିଲା । ଏହାପରେ ସେ ପୁଣିଥରେ ତାଙ୍କର ସ୍ମରଣ ଶକ୍ତିକୁ ଫେରି ପାଇଥିଲେ ।

ଏକ ସାକ୍ଷାତକାରରେ ଅନୁ କହିଥିଲେ କି ବଲିଉଡ ଛାଡିବା ପରେ ସେ ଯୋଗ ଉପରେ ଧ୍ୟାନ ଦେଇଥିଲେ । ବାସ୍ତବରେ ସେ ପ୍ରଥମରୁ ଯୋଗ ଶିଖୁଥିଲେ ଏବଂ ୧୯୯୭ ମସିହାରେ ସେ ଉତ୍ତରାଖଣ୍ଡର ଏକ ଆଶ୍ରମରୁ ଯୋଗ ଶିଖିଥିଲେ । କିନ୍ତୁ ଏହି ସମୟ ମଧ୍ୟରେ ୧୯୯୯ ମସିହାରେ ତାଙ୍କର ଦୁର୍ଘଟଣା ହୋଇଗଲା ଏବଂ ସେ କୋମାରେ ରହିଥିଲେ । ତାଙ୍କର ମୃତ୍ୟୁ କୋମାରେ ହୋଇଯିବ ବୋଲି ଡାକ୍ତର ତାଙ୍କ ପିତାମାତାଙ୍କୁ କହିଥିଲେ । କିନ୍ତୁ ଯୋଗ ବଳରେ ସେ ମୃତ୍ୟୁ ମୁଖରୁ ମଧ୍ୟ ବଞ୍ଚି ଆସିଥିଲେ ।

ଦିଲ୍ଲୀ ବିଶ୍ଵବିଦ୍ୟାଳୟରୁ ସମାଜଶାସ୍ତ୍ରରେ ଅନୁ ଅଗ୍ରୱାଲ୍ ପାଠ ପଢ଼ିଛନ୍ତି । ପାଠ ପଢା ସମୟରେ ଅନୁଙ୍କୁ ମହେଶ୍ ଭଟ୍ଟ ନିଜ ଚଳଚ୍ଚିତ୍ର “ଆଶିକୀ”ରେ ପ୍ରଥମଥର ପାଇଁ ସୁଯୋଗ ଦେଇଥିଲେ । ପ୍ରାୟତଃ ୨୧ ବର୍ଷ ବୟସରେ ଅଭିନୟ ଦୁନିଆଁରେ ପାଦ ରଖିଥିବା ଅନୁ ଏହି ଚଳଚ୍ଚିତ୍ର ଦ୍ୱାରା ରାତାରାତି ଷ୍ଟାର୍ ହୋଇ ଯାଇଥିଲେ ।

ଗଜବ୍, ତମାଶା, କିଙ୍ଗ ଅଙ୍କଲ୍, ଖଳନାୟିକା, କନ୍ୟାଦାନ୍, ଜନ୍ମ କୁଣ୍ଡଳୀ ଏବଂ ‘ରିଟର୍ଣ୍ଣ ଟୁ ଜ୍ଵେଲ୍ ଥିଫ୍’ ଭଳି ଚଳଚ୍ଚିତ୍ରରେ ଅନୁ ଅଗ୍ରୱାଲ୍ କାମ କରିଛନ୍ତି । ତାମିଲ୍ ଚଳଚ୍ଚିତ୍ର ‘ଥିରୁଦା-ଥିରୁଦା’ ଏବଂ କ୍ଷୁଦ୍ର ଚଳଚ୍ଚିତ୍ର ‘ଦ କ୍ଲାଉଡ୍ ଡୋର୍’ରେ ମଧ୍ୟ ଅନୁ ଅଗ୍ରୱାଲ୍ କାମ କରିଛନ୍ତି ।

Leave a Reply

Your email address will not be published. Required fields are marked *