ବଲିଉଡର ଏହି ୭ଜଣ ତାରକା ଶିଳ୍ପା ସେଠୀଙ୍କ ଭଳି ସରୋଗେସୀ କରାଇ ପିତାମାତା ହୋଇଥିଲେ ।

ବଲିଉଡର ଏହି ୭ଜଣ ତାରକା ଶିଳ୍ପା ସେଠୀଙ୍କ ଭଳି ସରୋଗେସୀ କରାଇ ପିତାମାତା ହୋଇଥିଲେ ।

ପ୍ରତିଟି ମହିଳା ମାଆ ହେବା ପାଇଁ ସ୍ୱପ୍ନ ଦେଖିଥାନ୍ତି । ଗରିବ କିମ୍ବା ଧନୀ ମହିଳା ହୁଅନ୍ତୁ ନା କାହିଁକି ମାଆ ହେବା ସୁଖର ଆନନ୍ଦ ସମସ୍ତେ ନେବା ପାଇଁ ଇଚ୍ଛା ପ୍ରକଟ କରିଥାନ୍ତି । କିଛି ନିଜସ୍ୱ କାରଣ ଯୋଗୁଁ ପ୍ରତିଟି ମହିଳା ୯ମାସ ପର୍ଯ୍ୟନ୍ତ ନିଜ ସନ୍ତାନକୁ ନିଜ ଔରସରେ ରଖି ପାରନ୍ତି ନାହିଁ । ଏହି ପରିପ୍ରେକ୍ଷୀରେ ସରଗେସୀ କାର୍ଯ୍ୟରେ ଆସିଥାଏ । ଏହି ପ୍ରକ୍ରିୟାରେ ମାତାପିତାଙ୍କ ଡିମ୍ବାଣୁ ଏବଂ ଶୁକ୍ରାଣୁକୁ ଏକ ଟେଷ୍ଟ ଟିୟୁବରେ ଫାର୍ଟିଲାଇଜର କରାଯାଇଥାଏ ଏବଂ ପରେ ଅନ୍ୟ କୌଣସି ମହିଳାଙ୍କ ଔରସରେ ୯ମାସ ପାଇଁ ଛାଡି ଦିଆଯାଇଥାଏ । ଏହିପରି ସନ୍ତାନର ଡିଏନଏ ମାତାପିତାଙ୍କ ହୋଇଥାଏ କିନ୍ତୁ ସନ୍ତାନ ଅନ୍ୟ ମହିଳାଙ୍କ ଔରସରେ ବଵୃଦ୍ଧି ହୋଇଥାଏ ଏବଂ ସେହି ମହିଳାଙ୍କୁ ଏହି କାର୍ଯ୍ୟ ନିମନ୍ତେ କିଛି ପାଉଣା ଦିଆଯାଇଥାଏ । ଯେଉଁ ମହିଳା ଏହି କାର୍ଯ୍ୟରେ ଲିପ୍ତ ରୁହଁନ୍ତି ସେହି ମହିଳା ଏବଂ ପିତାମାତାଙ୍କ ମଧ୍ୟରେ ଏକ ଚୁକ୍ତିନାମା ସାକ୍ଷର ହୋଇଥାଏ । ମହିଳାଙ୍କ ଖାଦ୍ୟପେୟ ଖର୍ଚ୍ଚ ଔଷଧ ଖର୍ଚ୍ଚ ମାତାପିତା ବହନ କରିଥାନ୍ତି । ବଲିଉଡରେ ସରଗେସୀ ପ୍ରସଦ୍ଧ ଅଟେ । ନିକଟରେ ଏହାର ସହାୟତାରେ ଶିଳ୍ପା ସେଠୀ ଦ୍ଵିତୀୟ ଥର ମାତା ହେବାର ସୋଭାଗ୍ୟ ଅର୍ଜନ କରିଛନ୍ତି

ଶିଳ୍ପା ସେଠୀ

ଶିଳ୍ପା ସେଠୀ ଏବଂ ଶିଳ୍ପାଙ୍କ ପତି ରାଜ କୁନ୍ଦ୍ରା ନିକଟରେ ସରୋଗେସୀ ମାଧ୍ୟମରେ ଏକ ପୁତ୍ରୀ ସନ୍ତାନ ମନୀଷା ସେଠୀଙ୍କ ପିତାମାତା ହେବାର ସୋଭାଗ୍ୟ ଅର୍ଜନ କରିଛନ୍ତି । ଯେତେବେଳେ ହଠାତ ଶିଳ୍ପା ମାତୃତ୍ୱ ଲାଭ କରିଥିବା ଖବର ମିଡ଼ିଆକୁ ଜଣାଇଥିଲେ ସେହି ସମୟରେ ପ୍ରତିଟି ବ୍ୟକ୍ତି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଶିଳ୍ପାଙ୍କ ପୁତ୍ରୀ ୧୫ ଫେବ୍ରୁଆରୀ ୨୦୨୦ରେ ଜନ୍ମଲାଭ କରିଥିଲେ କିନ୍ତୁ ଏହାର ସୂଚନା ଶିଳ୍ପା ନିକଟରେ ହିଁ ଦେଇଥିଲେ । ଶିଳ୍ପାଙ୍କ ପୂର୍ବରୁ ବିବାହ ନାମକ ଏକ ପୁତ୍ର ସନ୍ତାନ ରହିଛି ।

 

ସାରୁଖ ଖାନ

 

ସାରୁଖ ଏବଂ ସାରୁଖଙ୍କ ପତ୍ନୀ ଗୌରୀ ଖାନଙ୍କ ୩ଜଣ ସନ୍ତାନ ଅଛନ୍ତି ସେମାନେ ହେଲେ ସୁହାନା , ଆରୟାନ ଏବଂ ଆବ୍ରହାମ ।ଏମାନଙ୍କ ମଧ୍ୟରୁ ଆବ୍ରାହମ ସରଗେସୀ ମାଧ୍ୟମରେ ଜନ୍ମ ହୋଇଥିଲେ । ଆବ୍ରାହମ ୨୭ମଇ ୨୦୧୩ରେ ଜନ୍ମ ଗ୍ରହଣ କରିଥିଲେ ।

 

ଆମୀର ଖାନ

 

ଆମୀର ଏବଂ ଆମୀରଙ୍କ ଦ୍ୱିତୀୟ ପତ୍ନୀ କିରଣ ରାଓଙ୍କ ପୁତ୍ର ଆଜାଦ ମଧ୍ୟ ସରଗେସୀ ମାଧ୍ୟମରେ ଜନ୍ମ ହୋଇଥିଲେ । କିନ୍ତୁ ଆମୀରଙ୍କ ପ୍ରଥମ ପତ୍ନୀ ରୀନା ଦାତାଙ୍କ ଔରସରୁ ସାମାନ୍ୟ ରୂପରେ ଜୁନେଦ ଏବଂ ଇରା ଜନ୍ମ ହୋଇଥିଲେ ।

 

ସନି ଲିଓନି

 

ସନି ଏବଂ ତାଙ୍କର ପତି ଡେନିୟଲ ବେବର ୨୦୧୭ରେ ଦୁଇଟି ଯାଆଁଳା ସନ୍ତାନଙ୍କୁ ଜନ୍ମ ଦେଇଥିଲେ ।ଦୁହିଙ୍କ ନାମ ହେଉଛି ଅସର ଏବଂ ନୋହା । ଏହି ଦୁଇ ସନ୍ତାନ ସରୋଗେରି ମାଧ୍ୟମରେ ଜନ୍ମ ହୋଇଥିଲେ ।ଏହା ପୂର୍ବରୁ ସନି ଏବଂ ଡେନିୟଲ ନିଶା ନାମକ ଏକ ପୁତ୍ରୀଙ୍କୁ ପୋଷ୍ୟପୁତ୍ରୀ କରିଥିଲେ ।

 

କରଣ ଜୋହର

 

ସରୋଗେରି ମାଧ୍ୟମରେ ହିଁ କରଣ ଜୋହର କାନୁନୀ ରୂପରେ ଦୁଇଟି ଯାଆଁଳା ସନ୍ତାନଙ୍କ ପିତା ହୋଇପାରିଛନ୍ତି । କରଣଙ୍କ ସନ୍ତାନ ରୁହି ଏବଂ ୟଶଙ୍କ ଜନ୍ମ ୬ମାର୍ଚ୍ଚ ୨୦୧୮ରେ ହୋଇଥିଲା ।

 

ତୁଷାର କପୁର

 

ତୁଷାର ଜଣେ ଅବିବାହିତ ଅଭିନେତା ଅଟନ୍ତି । ସରଗେରି ମାଧ୍ୟମରେ ତୁଷାର ଅବିବାହିତ ପିତୃ ହେବାର ସୋଭାଗ୍ୟ ଅର୍ଜନ କରିଛନ୍ତି । ତୁଷାରଙ୍କ ପୁତ୍ରର ନାମ ଲକ୍ଷ ଅଟେ ।

 

ଏକତା କପୁର

 

ନିଜ ଭାଇଙ୍କ ଭଳି ଏକତା କପୁର ମଧ୍ୟ ଅବିବାହିତ ସିଙ୍ଗଲ ପେରେଣ୍ଟ ଅଟନ୍ତି । ଏକତାଙ୍କ ପୁତ୍ର ରବିର ଜନ୍ମ ୨୭ଜାନୁଆରୀ ୨୦୧୯ରେ ସରୋଗେରି ମାଧ୍ୟମରେ ହୋଇଥିଲା ।

 

ସୋହେଲ ଖାନ

 

 

ସଲମାନ ଖାନଙ୍କ ଭାଇ ସୋହେଲ ଖାନ ଏବଂ ସୋହେଲଙ୍କ ପତ୍ନୀ ସୀମା ନିଜର କନିଷ୍ଠ ସନ୍ତାନକୁ ସରୋଗ୍ରେସି ମାଧ୍ୟମରେ ଜନ୍ମ ଦେଇଥିଲେ । ସୋହେଲଙ୍କ କନିଷ୍ଠ ସନ୍ତାନର ନାମ ୟୋହାନ ଅଟେ ଏବଂ ଜ୍ୟେଷ୍ଠ ପୁତ୍ରର ନାମ ନିର୍ବାଣ ଅଟେ ।

 

ଆପଣ ଏହି ଲେଖା ପଢିବା ପରେ କଣ ସରଗ୍ରେସି ମାତାପିତା ହେବା ପାଇଁ ଚିନ୍ତା କରୁଛନ୍ତି କି ? ସାଧାରଣ ରୂପରେ ଏହି ପ୍ରକ୍ରିୟା ସେହି ମହିଳାଙ୍କ ନିମନ୍ତେ ଉପଯୋଗୀ ଅଟେ ଯେଉଁମାନେ ଡାକ୍ତରୀ କାରଣରୁ ନିଜ ସନ୍ତାନକୁ ନିଜ ଔରସରେ ପାଳି ପାରନ୍ତି ନାହିଁ । କିଛି ବ୍ୟକ୍ତି ଏହି ପ୍ରକ୍ରିୟାକୁ ଅନ୍ୟ ରୂପରେ ମଧ୍ୟ ବ୍ୟବହାର କରିଥାନ୍ତି ।

Leave a Reply

Your email address will not be published. Required fields are marked *