ଟିଭି ଧାରାବାହିକର ଏହି ୭ ଜଣ ଅଭିନେତ୍ରୀ ଯେଉଁମାନେ ହିଟ୍ ସାବ୍ୟସ୍ତ ହୋଇ ମଧ୍ୟ ଟିଭି ଜଗତରୁ ଯାଇଛନ୍ତି ଦୂରେଇ !

ଟିଭି ଧାରାବାହିକର ଏହି ୭ ଜଣ ଅଭିନେତ୍ରୀ ଯେଉଁମାନେ ହିଟ୍ ସାବ୍ୟସ୍ତ ହୋଇ ମଧ୍ୟ ଟିଭି ଜଗତରୁ ଯାଇଛନ୍ତି ଦୂରେଇ !

ପୂଜା ରାଜପୁତ – ଛୋଟ ପରଦାରେ ସର୍ବଦା ଟିଭି ଅଭିନେତ୍ରୀ ମାନଙ୍କ ଚର୍ଚ୍ଚା ଚାଲେ । ନାୟରା, ପ୍ରଜ୍ଞା, ପ୍ରୀତୋ, ଇଶିତା, ମହର, ଗୁଡ଼ନ୍ ଏହା ସେହି ବୋହୂ ଅଟନ୍ତି ଯେଉଁମାନେ ଅନେକ ବର୍ଷ ଧରି ଦର୍ଶକଙ୍କୁ ମନୋରଞ୍ଜନ କରି ଆସୁଛନ୍ତି । କିନ୍ତୁ କିଛି ଚେହେରା ଏପରି ମଧ୍ୟ ଅଛନ୍ତି, ଯେଉଁମାନେ ନିଜର ଏକ ବିଶେଷ ପରିଚୟ ସୃଷ୍ଟି କରି ମଧ୍ୟ ଆଜି ସିରିଏଲ ଜଗତରୁ ଦୂରେଇ ଯାଇଛନ୍ତି । ଯାହା ବିଷୟରେ ଆଜି ଆମେ ଆଲୋଚନା କରିବା –

ରାଜଶ୍ରୀ ଠାକୁର –

google

କଳା ରଙ୍ଗ ଥିବା ରାଜଶ୍ରୀ ଠାକୁର ତାଙ୍କ ରଙ୍ଗ ରୂପ କାରଣରୁ ଟିଭି ଜଗତରେ ଏକ ବିଶେଷ ପରିଚୟ ମିଳିଥିଲା । ୨୦୦୫ ମସିହାରେ ଆସିଥିବା ଜି ଟିଭିର ଧାରାବାହିକ ‘ସାତ ଫେରେ’ରେ ରାଜଶ୍ରୀ ସଲୋନୀ ଭୂମିକାରେ ଅଭିନୟ କରିଥିଲେ । ଯାହାକୁ ସବୁବେଳେ ନିଜ ବର୍ଣ୍ଣ ପାଇଁ ସମାଜରୁ ଅପମାନ ସହିବାକୁ ପଡ଼ୁଥିଲା । ସଲୋନୀ ଚରିତ୍ରକୁ ରାଜଶ୍ରୀ ଜୀବନ୍ତ କରିଦେଇଥିଲେ । ତାଙ୍କ ଅଭିନୟର ସମସ୍ତେ ଫ୍ୟାନ୍ ହୋଇଯାଇଥିଲେ ।

google

କିନ୍ତୁ ସାତ ଫେରେ ଧାରାବାହିକ ଶେଷ ହେବା ପରେ ରାଜଶ୍ରୀ ଠାକୁର ଛୋଟ ପରଦାରୁ ଦୀର୍ଘ ସମୟ ଧରି ଦୁରେଇ ଯାଇଥିଲେ । ଶେଷ ଥର ପାଇଁ ରାଜଶ୍ରୀ ୨୦୧୩ରେ ଆସିଥିବା ଧାରାବାହିକ ଧରତୀ କା ବୀର ଯୋଦ୍ଧା – ମହାରାଣା ପ୍ରତାପରେ ନଜର ଆସିଥିଲେ । ଏହି ଶୋ ଶେଷ ହେବା ପରଠାରୁ ରାଜଶ୍ରୀ ପୁଣିଥରେ ଛୋଟ ପରଦାରୁ ଦୁରେଇ ଯାଇଛନ୍ତି ।

ନୌଶିନ୍ ଅଲ୍ଲି ସର୍ଦାର –

google

ସୋନି ଟିଭିର ଏକ ପ୍ରସିଦ୍ଧ ଓ ଲୋକପ୍ରିୟ ଧାରାବାହିକ ଥିଲା ‘କୁସୁମ୍’ । ଯେଉଁଥିରେ ମୁଖ୍ୟ ଚରିତ୍ରରେ ଅଭିନୟ କରିଥିଲେ ଅଭିନେତ୍ରୀ ନୌଶିନ୍ ଅଲ୍ଲି ସର୍ଦାର । ଏକ୍ତା କପୁରଙ୍କ ଏହି ଧାରାବାହିକ ସୁପରହିଟ୍ ଥିଲା । ‘କୁସୁମ୍’ଙ୍କ ଚରିତ୍ରରେ ଅଭିନୟ କରିଥିବା ନୌଶିନ୍ କୁସୁମ୍ ନାମରେ ପରିଚିତ ହୋଇଗଲେ । ଏହା ପରେ ସେ ଛୋଟ ପରଦାରୁ ଦୂରେଇ ଗଲେ ।

google

କିଛି ଧାରାବାହିକ ମାନଙ୍କରେ ନୌଶିନ୍ ଗେଷ୍ଟ ଅପିରିଏନ୍ସରେ ମଧ୍ୟ ନଜର ଆସିଥିଲେ, କିନ୍ତୁ ତାଙ୍କୁ କୁସୁମ୍ ଭଳି ସଫଳତା ଆଉ ମିଳିପାରିଲା ନାହିଁ । ଗତ ବର୍ଷ ନୌଶିନ୍ ଅଲଟ ବାଲାଜୀର ୱେବ୍ ସିରିଜ୍ କ୍ଲାସ୍ ଅଫ ୨୦୨୦ରେ ନଜର ଆସିଥିଲେ । କିନ୍ତୁ କେହି ନିଜ ପ୍ରିୟ କୁସୁମଙ୍କୁ ଚିହ୍ନି ପାରିନଥିଲେ ।

ଶ୍ୱେତା କ୍ୱାତ୍ରା –

google

ଧାରାବାହିକ ‘କହାନୀ ଘର୍ ଘରକି’ର ପଲ୍ଲବୀ ଅଗ୍ରବାଲଙ୍କୁ ଆପଣ ମାନେ ମନେ ରଖିଥିବେ । ପାର୍ବତୀ ଅଗ୍ରବାଲଙ୍କ ଦେବରାନୀ ପଲ୍ଲବୀ ଅଗ୍ରବାଲଙ୍କ ଚରିତ୍ରରେ ଅଭିନୟ କରିଥିବା ଅଭିନେତ୍ରୀ ଶ୍ଵେତା କ୍ୱାତ୍ରା । ‘କହାନୀ ଘର୍ ଘର କି’ ପରେ ଶ୍ୱେତା କୁସୁମ୍, କୃଷ୍ଣା ଅର୍ଜୁନ, ସି ଆଇ ଡ଼ି, ଯସସି ଜେସି କୋଈ ଧାରାବାହିକ ମାନଙ୍କରେ ଅଭିନୟ କରିଛନ୍ତି ।

google

ଶ୍ୱେତା ଦୀର୍ଘ ସମୟ ଧରି ଛୋଟ ପରଦାରୁ ଦୂରେଇ ଯାଇଛନ୍ତି । ଆପଣଙ୍କୁ ସୁଚାଇଦେଉଛୁ ଯେ ଶ୍ୱେତା ଟିଭି ଅଭିନେତା ମାନବ ଗୋହିଲଙ୍କୁ ବିବାହ କରିଛନ୍ତି । ଦୁହିଁଙ୍କ ଗୋଟିଏ ଝିଅ ଅଛି ।

ପୁନମ୍ ନରୁଲା –

google

୯୦ ଦଶକରେ ସୋନି ଟିଭିରେ ଏକ ବହୁତ ପ୍ରସିଦ୍ଧ ଧାରାବାହିକ ଆସିଥିଲା ଯାହାର ନାମ ହେଉଛି ‘କନ୍ୟାଦାନ’ । ଧାରାବାହିକରେ କିରନ୍ ଖେର୍, ଜୟତୀ ଭାଟିୟାଙ୍କ ବ୍ୟତୀତ ମୁଖ୍ୟ ଭୂମିକାରେ ନଜର ଆସିଥିଲେ ଅଭିନେତ୍ରୀ ପୁନମ୍ ନରୁଲା । ଏକ୍ତା କପୂରଙ୍କ ଧାରାବାହିକ ‘କସୋଟି ଜିନ୍ଦଗୀ କେ’ରେ ମଧ୍ୟ ପୁନମ୍ ନିବେଦିତା ବାସୁଙ୍କ ଭୂମିକାରେ ଅଭିନୟ କରିଥିଲେ । ପୁନମ୍ ଛୋଟ ପରଦାର ଏକ ଚିହ୍ନା ପରିଚିତ ଚେହେରା ଥିଲେ । କିନ୍ତୁ ୨୦୧୦ ପରେ ପୁନମ୍ କୌଣସି ଧାରାବାହିକରେ ନଜର ଆସି ନାହାଁନ୍ତି ।

ଶିଖା ସ୍ୱରୂପ –

google

୯୦ ଦଶକର ଆରମ୍ଭରେ ଶିଖା ସ୍ୱରୂପ ଚଳଚ୍ଚିତ୍ର ଜଗତରୁ ଛୋଟ ପରଦାକୁ ଆସିଲେ । ଆଜି ମଧ୍ୟ ସମସ୍ତେ ତାଙ୍କୁ ଚନ୍ଦ୍ରକାନ୍ତା ବୋଲି ଜାଣନ୍ତି । ଶିଖାଙ୍କୁ ଶେଷ ଥର ପାଇଁ ୨୦୧୨ ମସିହାରେ ଜି ଟିଭିରେ ପ୍ରସାରିତ ହେଉଥିବା ଧାରାବାହିକ ‘ରାମାୟଣ ସବକେ ଜୀବନ କା ଆଧାର’ରେ କୈକେୟୀଙ୍କ ଚରିତ୍ରରେ ଅଭିନୟ କରୁଥିବାର ଦେଖାଯାଇଥିଲା ।

ଭୈରବୀ ରାୟଚୁରା –

google

ବାଳିକା ବଧୂରେ ଭୈରବୀ ରାୟଚୁରା ଆନନ୍ଦିଙ୍କ ମାଁଙ୍କ ଚରିତ୍ରରେ ନଜର ଆସିଥିଲେ । ଭୈରବୀ ନିଜ କ୍ୟାରିୟରର ଆରମ୍ଭ କରିଥିଲେ କମେଡି ଶୋ ‘ହମ୍ ପାଞ୍ଚ’ ଠାରୁ । ହମ୍ ପାଞ୍ଚରେ ଭୈରବୀ କାଜଲ ଭାଇ ଭୂମିକାରେ ନଜର ଆସିଥିଲେ । ଏହା ପରେ ଭୈରବୀ ଅନେକ ଟିଭି ଧାରାବାହିକ ମାନଙ୍କରେ ଅଭିନୟ କଲେ, କିନ୍ତୁ ଭୈରବୀଙ୍କୁ ଆନନ୍ଦିଙ୍କ ମାଁ ଭୂମିକା ଭାଗବତୀ ସିଂହଙ୍କ ଚରିତ୍ରରେ ଦର୍ଶକଙ୍କ ଠାରୁ ଖୁବ୍ ଭଲପାଇବା ମିଳିଲା । ଦୀର୍ଘ ସମୟରୁ ଭୈରବୀ ଅଚିହ୍ନା ଭାବରେ ଛୋଟ ପରଦାରୁ ଦୂରେଇ ଯାଇ ଜୀବନ କାଟୁଛନ୍ତି ।

ଶେଫାଳି ଶର୍ମା –

google

କଳର୍ସର ହିଟ୍ ଧାରାବାହିକ ‘ବାନି ଇଶ୍କ ଦା କଲମା’ରେ ବାନୀ ଚରିତ୍ରରେ ଅଭିନୟ କରି ଶେଫାଲୀ ଶର୍ମା ଟିଭିର ଏକ ପ୍ରସିଦ୍ଧ ଚେହେରା ହୋଇଗଲେ । ଧାରାବହିକ ‘ଦୀୟା ଔର ବାତୀ ହମ୍’ରେ ମଧ୍ୟ ଶେଫାଲୀ କାମ କରିଛନ୍ତି । ୨୦୧୬ ମସିହାରୁ ଶେଫାଳି କୌଣସି ଧାରାବାହିକରେ ନଜର ଆସିନାହାନ୍ତି ।

Leave a Reply

Your email address will not be published. Required fields are marked *