ପ୍ରଥମ ପ୍ରେମରେ ବିଫଳ ହୋଇଥିଲେ ଏହି ୬ ଜଣ ଟିଭି ଅଭିନେତ୍ରୀ, କାହାର ଛାଡପତ୍ର ହୋଇଥିଲା ତ ପୁଣି କାହାର ପାର୍ଟନର ଆତ୍ମହତ୍ୟା କରିଥିଲେ

ପ୍ରଥମ ପ୍ରେମରେ ବିଫଳ ହୋଇଥିଲେ ଏହି ୬ ଜଣ ଟିଭି ଅଭିନେତ୍ରୀ, କାହାର ଛାଡପତ୍ର ହୋଇଥିଲା ତ ପୁଣି କାହାର ପାର୍ଟନର ଆତ୍ମହତ୍ୟା କରିଥିଲେ

କେତେ ସୁନ୍ଦର ହୋଇଥାଏ ନା ପ୍ରଥମେ ପ୍ରେମରେ ପଡ଼ିବା ? ଗୋଟିଏ ଅଲଗା ଅନୁଭୂତି ହିଁ ରହିଥାଏ । କେହି କେହି ତୁମ ଜୀବନରେ ଜଡିତ ହୁଅନ୍ତି, ଯାହାକୁ ତୁମେ ବହୁତ ପ୍ରେମ ଦେବାକୁ ଚାହୁଁଛ । ବହୁତ ଖାସ ହୋଇଥାଏ ପ୍ରତ୍ୟେକଙ୍କ ପାଇଁ ସେମାନଙ୍କ ପ୍ରଥମ ପ୍ରେମ । କିନ୍ତୁ ପ୍ରତ୍ୟେକ ବ୍ୟକ୍ତି ସୌଭାଗ୍ୟବାନ ହୋଇନଥାନ୍ତି ଯେଉଁମାନଙ୍କ ପ୍ରଥମ ପ୍ରେମ ସଫଳ ହୋଇଯାଇଥାଏ । ଅନେକ ଥର ଏହି ତିକ୍ତତା ପ୍ରେମ ଭରା ସମ୍ପର୍କରେ ଏତେ ମାତ୍ରାରେ ବିଷ ଜର୍ଜରିତ ହୋଇଯାଏ କି ସମ୍ପର୍କର ବନ୍ଧନକୁ ଏହା ଭାଙ୍ଗି ଦେଇଥାଏ । ଏଠାରେ ଆମେ ଆପଣଙ୍କୁ ଟିଭି ଜଗତର ଏହିପରି ହିଁ କିଛି ଅଭିନେତ୍ରୀ ମାନଙ୍କ ବିଷୟରେ କହିବାକୁ ଯାଉଛୁ, ଯେଉଁମାନେ ନିଜ ପ୍ରଥମ ପ୍ରେମରେ ଅସଫଳ ରହିଛନ୍ତି ।

ଅଙ୍କିତା ଲୋଖଣ୍ଡେ :

google

ନିଶ୍ଚିତ ଭାବେ ସବୁଠାରୁ ଉପରେ ଏହି ନାମକୁ ଆମେ ରଖିବୁ, କାରଣ ଟିଭି ସିରିଏଲ “ପବିତ୍ର ରିସ୍ତା” ସେଟ୍ ରେ ହିଁ ଆରମ୍ଭ ହୋଇଥିଲା ଅଙ୍କିତା ଲୋଖଣ୍ଡେ ଏବଂ ସୁଶାନ୍ତ ସିଂହ ରାଜପୂତଙ୍କ ଏହା ଏତେ ନିବିଡ଼ ସମ୍ପର୍କ ଥିଲା ଯେ, ବହୁତଜଣ ଏହି ପ୍ରେମୀ ଯୋଡିଙ୍କର ବିବାହର ଅପେକ୍ଷା କରିଥିଲେ, କିନ୍ତୁ ପରସ୍ପର ପ୍ରେମ ପାଇଁ ମରିବା ପାଇଁ ମଧ୍ୟ ପ୍ରସ୍ତୁତ ଥିବା ଏବଂ ଲିଭ ଇନ ରିଲେସନସିପରେ ରହିବା ପରେ ମଧ୍ୟ ୨୦୧୬ ମସିହାରେ ଦୁହିଁଙ୍କ ମଧ୍ୟରେ ଏମିତି କିଛି ହୋଇଥିଲା କି, ଦୁହେଁ ଅଲଗା ଅଲଗା ରାସ୍ତାରେ ଯିବା ଆରମ୍ଭ କରିଦେଇଥିଲେ । ପ୍ରଥମ ଭଲପାଇବାକୁ ଅଙ୍କିତା ହରାଇ ଦେଇଥିଲେ ଏବଂ ବର୍ତ୍ତମାନ ସେ ବ୍ୟବସାୟୀ ବିକୀ ଜୈନଙ୍କ ସହିତ ସମ୍ପର୍କରେ ଥିବା କୁହାଯାଉଛି ।

ଶ୍ଵେତା ତିୱାରୀ :

google

ଏହି ସୂଚୀରେ ଦ୍ୱିତୀୟ ସ୍ଥାନରେ ଶ୍ୱେତା ତିୱାରୀଙ୍କୁ ରଖିବାକୁ ତ ପଡ଼ିବ, କାରଣ “କସୌଟି ଜିନ୍ଦଗୀ” ସିରିଏଲ କାରଣରୁ ତାଙ୍କର ପ୍ରସିଦ୍ଧ ପ୍ରେରଣା ନାମରେ ସେ ଘରେ-ଘରେ ପରିଚିତ ହୋଇଯାଇଥିଲେ। ଭୋଜପୁରୀ ଚଳଚ୍ଚିତ୍ର ଅଭିନେତା ରାଜା ଚୈଧରୀଙ୍କ ନା କେବଳ ତାଙ୍କର ପ୍ରଥମ ପ୍ରେମ ଥିଲେ ବରଂ ବିବାହ ମଧ୍ୟ କରିଦେଇଥିଲେ, କିନ୍ତୁ ଝିଅ ପଲକ ଯେତେବେଳେ ଏହି ଦୁନିଆକୁ ଆସିଥିଲା, ଦୁହିଁଙ୍କ ମଧ୍ୟରେ ପ୍ରେମ ଚୁକ୍ତିରେ ବଦଳି ଯାଇଥିଲା ଏବଂ ଦୁହେଁ ଅଲଗା ହୋଇଯାଇଥିଲେ। ଅଭିନାଭ କୋହଲିଙ୍କ ସହିତ ଯେତେବେଳେ ପୁନର୍ବାର ପ୍ରେମ ହୋଇଥିଲା ଏବଂ ଶ୍ୱେତା ତାଙ୍କ ସହିତ ହିଁ ନିଜ ଘର ବସାଇଥିଲେ ତାଙ୍କ ପ୍ରଶଂସକମାନେ ବହୁତ ଖୁସି ହୋଇଥିଲେ, କିନ୍ତୁ ତାଙ୍କ ସହିତ ମଧ୍ୟ ଏହି ସମ୍ପର୍କ ଅଧିକ ଦିନ ପର୍ଯ୍ୟନ୍ତ ରହିପାରିଲା ନାହିଁ।

ରଶ୍ମି ଦେସାଈ :

google

ପ୍ରଥମ ପ୍ରେମ ପ୍ରସିଦ୍ଧ ଟିଭି ଅଭିନେତ୍ରୀ ନନ୍ଦୀଶ ସନ୍ଧୁଙ୍କ ସହିତ ହୋଇଥିଲା । “ଉତରନ” ଠାରୁ ଲୋକପ୍ରିୟ ହୋଇଥିବା ରଶ୍ମି ଦେସାଈ ପ୍ରଥମ ପ୍ରେମକୁ ନନ୍ଦୀଶଙ୍କ ସହିତ ବହୁତ ଉପଭୋଗ କରୁଥିଲେ, କିନ୍ତୁ ତାଙ୍କର ଏହି ସମ୍ପର୍କ ହଠାତ ସମାପ୍ତ ହୋଇଗଲା । ଜଣା ପଡିଥିଲା କି, ଏମିତକି ମାରପିଟ ପର୍ଯ୍ୟନ୍ତ ନନ୍ଦୀଶ ସନ୍ଧୁ ତାଙ୍କ ସହ ଆରମ୍ଭ କରିଦେଇଥିଲେ । ପୁଣି ରଶ୍ମିଙ୍କ ଜୀବନରେ ଅରହାନ ଖାନଙ୍କ ପ୍ରେମର ଫୁଲ ଫୁଟିଥିଲା, ଯେତେବେଳେ ସେ ବିଗ୍ ବସ୍-୧୩ ରେ ସେ ରଶ୍ମିଙ୍କୁ ପ୍ରପୋଜ କରିଥିଲେ। ଅବଶ୍ୟ, ଯେତେବେଳେ ରଶ୍ମିଙ୍କୁ ଜଣାପଡିଥିଲା କି, ଅରହାନ ବିବାହିତ ଏବଂ ସେ ଜଣେ ସନ୍ତାନର ପିତା ଅଟନ୍ତି, ସେତେବେଳେ ରଶ୍ମି ଅରହାନଙ୍କ ଠାରୁ ଦୂରତା ରଖିବା ଉଚିତ ବୋଲି ମୋନେକରିଲେ ।

ଦିଲଜିତ କୌର :

google

ଶାଲୀନ ଭାନୋଟଙ୍କ ସହିତ ଟିଭି ଅଭିନେତ୍ରୀ ଦଲଜୀତ କୌରଙ୍କ ପ୍ରଥମ ପ୍ରେମ ହୋଇଥିଲା । ସେମାନେ ବହୁତ ସମୟ ଧରି ପରସ୍ପରକୁ ଡେଟ କରିଥିଲେ ଏବଂ ୨୦୦୯ ମସିହାରେ ବିବାହ ମଧ୍ୟ କରିଥିଲେ । ଦଲଜୀତ ଏକ ପୁତ୍ର ସନ୍ତାନଙ୍କୁ ମଧ୍ୟ ଜନ୍ମ ଦେଇଥିଲେ, କିନ୍ତୁ ଶାଲୀନ ଭନୋଟଙ୍କ ସହିତ ଦଲଜୀତଙ୍କ ସମ୍ପର୍କରେ ତିକ୍ତତା ଆସିବାକୁ ଲାଗିଲା । ଶେଷରେ ଦୁହେଁ ଅଲଗା ହୋଇଯାଇଥିଲେ। ଏମିତିରେ, ବିଗତ ଜାନୁୟାରୀ ମାସରେ ଏହି ଦୁଇଜଣ ପୁଣିଥରେ ପରସ୍ପରକୁ ଡେଟ୍ କରୁଥିବା ଖବର ସାମ୍ନାକୁ ଆସିଥିଲା। ତାଙ୍କ ପୁଅର ନାମ ଶରାୱ ଅଟେ ।

ମଧୁରିମା ତୁଲୀ :

google

ପ୍ରସିଦ୍ଧ ଟିଭି ଅଭିନେତ୍ରୀ ମଧୁରିମା ତୁଲୀଙ୍କୁ ପ୍ରଥମେ ବିଶାଲ ଆଦିତ୍ୟ ସିଂହଙ୍କ ସହିତ ପ୍ରେମ ହୋଇଥିଲା । ବହୁତ ଶୀଘ୍ର ହିଁ ଏହି ଦୁଇଜଣଙ୍କର ପ୍ରେମ ଝଗଡ଼ାରେ ମଧ୍ୟ ବଦଳି ଯାଇଥିଲା ଏବଂ ଦୁହେଁ ଅଲଗା ହୋଇଗଲେ । ବିଗ୍ ବସ୍-୧୩ ରେ, ଉଭୟଙ୍କ ମଧ୍ୟରେ ମାରପିଟ ହେବ ମଧ୍ୟ ଦେଖା ଯାଇଥିଲା । ବର୍ତ୍ତମାନ ଉଭୟେ ପରସ୍ପରଙ୍କୁ ଦେଖିବାକୁ ମଧ୍ୟ ଛାଉନାହାନ୍ତି । ବିଶାଲ କହିଥିଲେ କି, ମଧୁରିମା ତାଙ୍କୁ ସବୁବେଳେ ଗାଳି କରୁଥିଲେ ଏବଂ ପ୍ରଚଣ୍ଡ କ୍ରୋଧ ମଧ୍ୟ ହେଇଯାଉଥିଲେ । ଏହି କାରଣରୁ ହିଁ ଉଭୟଙ୍କର ବ୍ରେକଅପ୍ ହୋଇଯାଇଥିଲା । ଏଥି ସହିତ ମଧୁରିମା ମଧ୍ୟ କହିଛନ୍ତି ଯେ, ବିଶାଲ ତାଙ୍କ ସହିତ ମାରପିଟ କରୁଥିଲେ । ତେଣୁ ସେମାନେ ଅଲଗା ହୋଇଯିବାକୁ ହିଁ ଉଚିତ ମନେକରିଥିଲେ ।

ଜୋନିଫର ବିଙ୍ଗେଟ :

ପ୍ରସିଦ୍ଧ ଟିଭି ଅଭିନେତ୍ରୀ ଜୋନିଫରଙ୍କ ଯୋଡ଼ି ତାରକା କରଣ ସିଂହ ଗ୍ରୋଭରଙ୍କ ସହିତ ବହୁତ ଜମୁ ଥିଲା | “କସୌଟୀ ଜିନ୍ଦଗୀ” ରେ କାମ କରୁଥିବା ସମୟରେ ଦୁହିଁଙ୍କ ମଧ୍ୟରେ ବନ୍ଧୁତା ହୋଇଥିଲା ଏବଂ “ଦିଲ ମିଲ ଗଏ” ସମୟରେ ସେମାନଙ୍କ ମଧ୍ୟରେ ପ୍ରେମ ହୋଇଯାଇଥିଲା । ସେମାନଙ୍କ ପ୍ରଶଂସକମାନେ ମଧ୍ୟ ଏହି ଯୋଡିକୁ ଦେଖି ଆତ୍ମବିଭୋର ହେଇଯାଉଥିଲେ। ଦୁହେଁ ୨୦୧୨ ମସିହାରେ ବିବାହ ମଧ୍ୟ କରିଦେଇଥିଲେ, କିନ୍ତୁ ୨୦୧୪ ମସିହାରେ ଦୁହେଁ ଛାଡପତ୍ର ନେଇଯାଇଥିଲେ । ଛାଡପତ୍ରର ଦେବାର କାରଣର ଖୁଲାସା କେବେ ମଧ୍ୟ ଏହି ଦୁହିଁଙ୍କ ତରଫରୁ କରାଯାଇନାହିଁ । ମାନଆଯାଉଛି କି, ବିପାଶା ବସୁଙ୍କ ସହିତ କରଣଙ୍କ ନିକଟତର କାରଣରୁ ହିଁ ଏହି ସମ୍ପର୍କ ଭାଙ୍ଗି ଯାଇଥିଲା ।

Leave a Reply

Your email address will not be published. Required fields are marked *