୬ ଦିନର ଝିଅର ପେଟରେ ମିଳିଲା ଅବିକଶିତ ଭ୍ରୁଣ ! ଡାକ୍ତର ମଧ୍ୟ ହେଲେ ଆଶ୍ଚର୍ଯ୍ୟ…

୬ ଦିନର ଝିଅର ପେଟରେ ମିଳିଲା ଅବିକଶିତ ଭ୍ରୁଣ ! ଡାକ୍ତର ମଧ୍ୟ ହେଲେ ଆଶ୍ଚର୍ଯ୍ୟ…

ଏକ ଆଶ୍ଚର୍ଯ୍ୟଜନକ ଘଟଣା ଛତିଶଗଡ଼ରୁ ଆସିଅଛି । ଏଠାରେ ଜଣେ ମହିଳା ୬ ଦିନ ପୂର୍ବରୁ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ । ବର୍ତ୍ତମାନ କୁହାଯାଉଛି କି ତାର ପେଟରେ ଏକ ଅବିକଶିତ ଭ୍ରୁଣ ମିଳିଅଛି । ଡାକ୍ତର ମଧ୍ୟ ଏସବୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ସେମାନେ ଯେଉଁ କଥା ଝିଅର ପିତାମାତାଙ୍କୁ କହିଛନ୍ତି, ତାହା ଶୁଣି ଘର ଲୋକେ ଅତ୍ୟନ୍ତ ଚିନ୍ତିତ ହୋଇ ଯାଇଛନ୍ତି । ସେମାନେ ପିଲାକୁ ନେଇ ଗୋଟିଏ ହସ୍ପିଟାଲରୁ ଅନ୍ୟ ହସ୍ପିଟାଲକୁ ବୁଲୁଛନ୍ତି ।

ଏହି ଘଟଣା ଛତିଶଗଡ଼ର ରାଜନାନ୍ଦଗାୱ ଜିଲ୍ଲାର ଅମଲିଡିହ ଗ୍ରାମର ଅଟେ । ମିଳିଥିବା ସୂଚନା ଅନୁଯାୟୀ, ୬ ଦିନ ପୂର୍ବରୁ ଏଠାରେ ଜଣେ ମହିଳା ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ । ସେ ଶାରୀରିକ ରୂପରେ ଅତ୍ୟନ୍ତ ଅସୁସ୍ଥ ଥିଲା । ଅକ୍ଟୋବର ୧୭ ତାରିଖ ଦିନ ଘର ଲୋକେ ତାକୁ ନେଇ ଏକ ବେସରକାରୀ ଡାକ୍ତରଖାନାରେ ପହଞ୍ଚିଥିଲେ । ନର୍ସିଂହୋମର ମାଲିକ ଡାକ୍ତର ଅନିମେଶ ଗାନ୍ଧୀ କହିଛନ୍ତି ଯେ, ପିଲାର ପେଟ ଅଂଶରେ ଏକ ଫୁଲା ରହିଥିଲା । ମେଡ଼ିକାଲ୍ ରିପୋର୍ଟ ଦେଖିବା ପରେ ତାର ସୋନୋଗ୍ରାଫି ଟେଷ୍ଟ କରାଗଲା ।

ରିପୋର୍ଟରୁ ଜଣାପଡିଲା କି, ଝିଅଟି ଏକ ବିରଳ ରୋଗରେ ଗ୍ରସ୍ତ ଅଛି । ତାର ପେଟରେ ଅଳ୍ପ ବିକଶିତ ଭ୍ରୁଣ ମିଳିଅଛି । ଯାଞ୍ଚ ରିପୋର୍ଟକୁ ଦେଖିବା ପରେ ଏହା ସୂଚନା ମିଳିଅଛି କି ଅବିକଶିତ ଭ୍ରୁଣ ତାର କୌଣସି ଅଙ୍ଗ ସହ ଜଡିତ ହୋଇନାହିଁ । ଡାକ୍ତର ଗାନ୍ଧୀ କହିଛନ୍ତି ଯେ, ଝିଅଟିକୁ ହସ୍ପିଟାଲରୁ ଡିସଚାର୍ଜ କରିଦିଆଯାଇଛି । ଝିଅର ଓଜନ ପ୍ରାୟତଃ ୪-୫ କିଲୋ ହୋଇଗଲେ ଡାକ୍ତରମାନେ ଭ୍ରୁଣ ବାହାର କରିବାପାଇଁ ଅସ୍ତ୍ରୋପଚାର କରିବେ ।

Leave a Reply

Your email address will not be published. Required fields are marked *