ବଲିଉଡରେ ଏମିତି ଅନେକ ଜଣ ତାରକା ଅଛନ୍ତି, ଯେଉଁମାନେ ନିଜ ପ୍ରଶଂସକମାନଙ୍କ ହୃଦୟରେ ରାଜ କରୁଛନ୍ତି, କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ସେମାନେ ବୈବାହିକ ଜୀବନ ନୁହେଁ ବରଂ ଏକାକୀ ଜୀବନ ବିତାଉଛନ୍ତି । ଆଜ୍ଞା ହଁ, ୪୦ ବର୍ଷ ଅତିକ୍ରମ କରି ସାରିଲାଣି ଏମାନଙ୍କ ବୟସ, କିନ୍ତୁ ଏବେ ମଧ୍ୟ ଏମାନଙ୍କ ମନରେ ବିବାହର କୌଣସି ଇଚ୍ଛା ଥିବାର ନଜର ଆସୁନାହିଁ । ଏଠାରେ ଆମେ ଆପଣଙ୍କୁ ଏମିତି ହିଁ କିଛି ବଲିଉଡ ତାରକାମାନଙ୍କ ବିଷୟରେ କହିବାକୁ ଯାଉଛୁ, ଯେଉଁମାନେ ଅବିବାହିତ ହୋଇ ମଧ୍ୟ ନିଜ ଜୀବନକୁ ଖୁସିରେ ଅତିବାହିତ କରୁଛନ୍ତି ।
ସଲମାନ ଖାନ :

ଏମିତି ନାହିଁ କି ସଲମାନ ଖାନଙ୍କୁ କେବେ କାହା ସହ ପ୍ରେମ ହୋଇନାହିଁ । ତାଙ୍କ ପ୍ରେମ ଏବଂ ତାଙ୍କ ସମ୍ପର୍କର ଖବର ତ ସବୁବେଳେ ଶୀର୍ଷରେ ରହିଆସୁଛି, କିନ୍ତୁ କେବେ ମଧ୍ୟ ସଲମାନଙ୍କ ବିବାହ କଥା କାହା ସହ ହେଲେ ମଧ୍ୟ ପକ୍କା ହୋଇନାହିଁ । ଏମିତିରେ ଏବେ ମଧ୍ୟ ସଲମାନ ଘର ବସାଇବା ପାଇଁ ଇଚ୍ଛୁକ ଥିବାର ନଜର ଆସୁନାହାଁନ୍ତି । ସେ ଥରେ କହିଥିଲେ କି, ପ୍ରେମରେ ମୋର ବିଶ୍ୱାସ ନାହିଁ । ଏମିତି କିଛି କାରଣ ନାହିଁ ମୋ ପାଖରେ, ଯେଉଁଥି ପାଇଁ ମୁଁ ମାନିବି ଯେ ପ୍ରେମର କିଛି ଅର୍ଥ ହୋଇଥାଏ ।
କରଣ ଜୌହର :

ବଲିଉଡର ସବୁଠାରୁ ଚର୍ଚ୍ଚିତ ନିର୍ମାତା, ନିର୍ଦେଶକ ମାନଙ୍କ ମଧ୍ୟରୁ କରଣ ଜୌହର ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ କୁଆଁରା ଅଛନ୍ତି । ବର୍ତ୍ତମାନ ସୁଦ୍ଧା ବଲିଉଡରେ ବହୁତ ପ୍ରେମ କାହାଣୀ ଥିବା ଚଳଚ୍ଚିତ୍ର ସେ ନିର୍ମାଣ କରିସାରିଛନ୍ତି, କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ କରଣ ଜୌହରଙ୍କୁ ବିବାହ କରିବାର କୌଣସି ମଧ୍ୟ ଆଗ୍ରହ ଥିବାର ଦୃଷ୍ଟି ଗୋଚର ହେଉନାହିଁ । କରଣ ଜୌହରଙ୍କୁ ଲାଗୁଛି ଯେ, ଇଣ୍ଡଷ୍ଟ୍ରିରେ ବର୍ତ୍ତମାନ ପର୍ଯ୍ୟନ୍ତ କେହି ମଧ୍ୟ ବିବାହ ହୋଇ ସୁଖଦ ଜୀବନ ଅତିବାହିତ କରିପାରି ନାହାନ୍ତି ।
ରଣଦୀପ ହୁଡ୍ଡା :

ବଲିଉଡ ଅଭିନେତା ରଣଦୀପ ହୁଡ୍ଡା, ଯାହାଙ୍କ ବ୍ୟକ୍ତିଗତ ଦେଖିବା ଉପରେ ହିଁ ଗଠିତ ଏବଂ ଯିଏ ସୁଷ୍ମିତା ସେନ ଏବଂ ନୀତୂ ଚନ୍ଦ୍ରାଙ୍କୁ ମଧ୍ୟ ଡେଟ୍ କରିସାରିଛନ୍ତି, ସେ ବର୍ତ୍ତମାନ ପର୍ଯ୍ୟନ୍ତ କୁଆଁରା ଅଛନ୍ତି । ସେ ଥରେ କହିଥିଲେ କି, ବିବାହର ନିକଟତର ବର୍ତ୍ତମାନ ପର୍ଯ୍ୟନ୍ତ ମୁଁ ପହଞ୍ଚି ନାହିଁ । ଏକାଠି ମିଳିମିଶି ଜୀଵନ ଅତିବାହିତ କରିବା ହେଉଛି ବିବାହର ଆଧାର ।
ସାଜିଦ ଖାନ :

ସାଜିଦ ଖାନ ଗୋଟିଏ ସମୟରେ ନିଜ ଚଳଚ୍ଚିତ୍ର କ୍ୟାରିୟରରେ ସଫଳତାର ସିଡ଼ି ଚଢ଼ି ଚଢି ଯାଉଥିଲେ । ଜୈକଲୀନ ଫର୍ଣ୍ଣାଡୀସଙ୍କ ସହିତ ତାଙ୍କର ନିକଟତର ବଢିଥିଲା । ପୁଣି ନିଜ ନିର୍ଦେଶନା କ୍ୟାରିୟରରେ ଏତେ ନିମଗ୍ନ ରହିଲେ କି, ବିବାହ ବିଷୟରେ ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କର ଧ୍ୟାନ ହିଁ ନାହିଁ । ସାଜିଦ ଥରେ କହିଥିଲେ କି, ମୋତେ ଲାଗୁଛି କି ଭୁଲ କାରଣ ହେତୁ ଲୋକମାନେ ବିବାହ କରିଦିଅନ୍ତି । ମୁଁ ମଧ୍ୟ ବିବାହର ନିକଟକୁ ବହୁତ ଥର ପହଞ୍ଚିଛି, କିନ୍ତୁ କେବେ କେବେ ମୋ ମନ ମୋତେ ଅଟକାଉଛି ତ ପୁଣି କେବେ ଝିଅଙ୍କ ମନ ଭାଙ୍ଗି ଯାଉଛି ।
ଉଦୟ ଚୋପଡ଼ା :

ଉଦୟ ଚୋପଡ଼ା ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ କୁଆଁରା ରହିଛନ୍ତି । ତାଙ୍କ ସମ୍ପର୍କ ସୁଷ୍ମିତା ସେଟ୍ଟୀ ଏବଂ ନରଗୀସ ଫାଖରୀଙ୍କ ପର୍ଯ୍ୟନ୍ତ ଯୋଡି ହୋଇଯାଇଛି, କିନ୍ତୁ ବିବାହ ପର୍ଯ୍ୟନ୍ତ ଏହା ପହଞ୍ଚି ପାରି ନଥିଲା । ନରଗୀସ ଫାଖରୀଙ୍କ ସହିତ ତ ୨୦୧୭ ମସିହାରେ ତାଙ୍କ ବିବାହ ହେବାର ଥିଲା, କିନ୍ତୁ ଏହା ହୋଇପାରିନଥିଲା । ଉଦୟ ଚୋପଡ଼ା ଏବେ ମଧ୍ୟ କୁଆଁରା ରହି ଖୁସି ଦେଖାଯାଉଛନ୍ତି ।
ରାହୁଲ ଵୋସ :

ବଲିଉଡ ଅଭିନେତା ରାହୁଲ ଵୋସଙ୍କୁ ମଧ୍ୟ ବିବାହ କରିବାକୁ କୌଣସି ତତ୍ପରତା ଦେଖାଯାଉ ନାହିଁ । ବିବାହରେ ତ ସେମାନଙ୍କର ଅଧିକ ବିଶ୍ୱାସ ନାହିଁ । ଥରେ ରାହୁଲ କହିଥିଲେ କି, ମୋତେ ବୁଝା ପଡ଼ୁ ନାହିଁ କି ବିବାହ କରିବା କାହିଁକି ଜରୁରୀ ଅଟେ । ମୁଁ ଭଲ ଭାବରେ ସେଟେଲ ହୋଇଛି । ପ୍ରେମ ତ ମୋ ପାଇଁ ସ୍ୱପ୍ନ ଅଟେ । ମୁଁ ମୋ ଜୀବନରେ ପ୍ରେମ କରିଥିଲି ଏବଂ ଭଲ ସମ୍ପର୍କ ମଧ୍ୟ ରଖିଥିଲି କିନ୍ତୁ ହତାସ ହୋଇଛି ।
ଅକ୍ଷୟ ଖନ୍ନା :

ବଡ ପରଦାରେ ଅକ୍ଷୟ ଖାନ୍ନା ଅନେକ ଲୋକଙ୍କ ହୃଦୟ ଜିତିଛନ୍ତି, କିନ୍ତୁ ଏହା ମଧ୍ୟ ଖୋଲିକରି କହିଛନ୍ତି କି, ବିବାହ କରିବାରେ ତାଙ୍କୁ ଆଦୌ ରୁଚି ନାହିଁ । ସେ ଥରେ କହିଥିଲେ କି, କୌଣସି ମଧ୍ୟ ଦାୟିତ୍ୱ ମୋତେ ଡର ଲାଗିନଥାଏ କିନ୍ତୁ ମୁଁ ମୋ ପତ୍ନୀ କିମ୍ବା ସନ୍ତାନର ଦାୟିତ୍ୱ ବହନ କରିପାରିବି କି ନାହିଁ ବର୍ତ୍ତମାନ ପର୍ଯ୍ୟନ୍ତ ଏହାକୁ ନେଇ ସନ୍ଦେହ କରୁଛି ।
ସୁଷ୍ମିତା ସେନ :

ମିସ୍ ୟୁନିଭର୍ସ ସୁଷ୍ମିତା ସେନ ହୋଇସାରିଛନ୍ତି । ବଲିଉଡର ଏହିପରି ଜଣେ ଅଭିନେତ୍ରୀ ଭାବରେ ସୁଷ୍ମିତା ଜଣାଯାଇଥାନ୍ତି, ଯିଏକି କେବଳ ସୁନ୍ଦର ଅଟନ୍ତି ତାହା ନୁହଁ, ବରଂ ଯାହାଙ୍କ ବ୍ୟକ୍ତିତ୍ୱ ମଧ୍ୟ ସମସ୍ତଙ୍କୁ ଆକୃଷ୍ଟ କରିଥାଏ । ସର୍ବଦା ନିଜ ପଦ୍ଧତିରେ ହିଁ ସୁଷ୍ମିତା କାମ କରିଛନ୍ତି । ଦୁଇଟି ଛୁଆଙ୍କୁ ମଧ୍ୟ ସେ ଗ୍ରହଣ କରିଛନ୍ତି, କିନ୍ତୁ ବିବାହର କୌଣସି ଇରାଦା ଏ ପର୍ଯ୍ୟନ୍ତ ଦେଖାଯାଉ ନାହିଁ ।
ଏକତା କପୂର :

ଏକତା କପୂର ଅନେକ ଟିଭି ସିରିଏଲ ପ୍ରଯୋଜନା କରିସାରିଛନ୍ତି । ତାଙ୍କ ସିରିଏଲରେ ପ୍ରେମଠାରୁ ଆରମ୍ଭ କରି ବିବାହ ଏବଂ ଅଲଗା ହେବା ପର୍ଯ୍ୟନ୍ତ ସବୁକିଛି ଦେଖିବାକୁ ମିଳିଥାଏ, କିନ୍ତୁ ଏକତା କପୂର ବର୍ତ୍ତମାନ ପର୍ଯ୍ୟନ୍ତ କୁଆଁରୀ ଅଟନ୍ତି । ବିବାହକୁ ନେଇ ଥରେ ସେ କହିଥିଲେ କି, ମୋତେ କ୍ଲାନ୍ତ ହେବାର ନାହିଁ । ମୋତେ ମୋର କାମ ପସନ୍ଦ ଅଟେ । ସାଙ୍ଗମାନଙ୍କ ସହିତ ମଜା କରିବାକୁ ମୋତେ ପସନ୍ଦ ।
ତବ୍ବୁ :

ଅନେକ ବ୍ଲକବଷ୍ଟର ଚଳଚ୍ଚିତ୍ର ତବ୍ବୁ ତାଙ୍କ କ୍ୟାରିୟରରେ ଦେଇସାରିଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ତବ୍ବୁଙ୍କ ପ୍ରଶଂସକମାନେ ତାଙ୍କ ବିବାହର ଅପେକ୍ଷାରେ ବସି ରହିଛନ୍ତି । ବିବାହ ବିଷୟରେ ତବ୍ବୁ ଥରେ କହିସାରିଛନ୍ତି କି, ବିବାହର କୌଣସି ଅର୍ଥ ମୋତେ ବୁଝାପଡୁ ନାହିଁ । ତଥାପି ମୁଁ ବିବାହ, ପିଲା ଏବଂ ପରିବାର ପାଇଁ ପ୍ରସ୍ତୁତ ଅଟେ ।
ଡ଼ିନୋ ମାରିୟା :

ବଲିଉଡ ଅଭିନେତା ଡିନୋ ମାରିୟାଙ୍କ ବୟସ କେବେଠାରୁ ୪୦ ବର୍ଷ ଅତିକ୍ରମ କରିସାରିଲାଣି । କିଛି ସମୟ ମଧ୍ୟରେ ବିପାଶା ବସୁଙ୍କ ସହ ତାଙ୍କର ସମ୍ପର୍କ ଥିବା ଖବର ଆସିଥିଲା, କିନ୍ତୁ ବିପାଶା ବସୁ ଜନ୍ ଆବ୍ରାହାମଙ୍କ ସହ ଚାଲିଗଲେ । ପୁଣିଥରେ ଲାରା ଦତ୍ତାଙ୍କ ସହ ଡିନୋ ମାରିୟାଙ୍କ ସମ୍ପର୍କ ବିଷୟରେ ଚର୍ଚ୍ଚା ହେବାକୁ ଲାଗିଲା, କିନ୍ତୁ ଦୁହେଁ ମଧ୍ୟ ଅଲଗା ହୋଇଗଲେ । ନନ୍ଦିତା ମହତାନୀଙ୍କ ସହ ଡିନୋ ମାରିୟାଙ୍କ ବିବାହର ଚର୍ଚ୍ଚା ୨୦୧୬ ମସିହାରେ କରାଯାଇଥିଲା, କିନ୍ତୁ ଏହିପରି ହୋଇ ନଥିଲା ।
ରାହୁଲ ଖନ୍ନା :

ରାହୁଲ ଖନ୍ନା ଏତେ ହ୍ୟାଣ୍ଡସମ ଅଟନ୍ତି ଯେ କୌଣସି ମଧ୍ୟ ଝିଅ ଆରାମରେ ତାଙ୍କ ଉପରେ ଫିଦା ହୋଇଯିବେ । ଏହା ସତ୍ତ୍ୱେ ମଧ୍ୟ ରାହୁଲ ଖନ୍ନାଙ୍କ ବୟସ ମଧ୍ୟ ୪୫ ବର୍ଷ ଅତିକ୍ରମ କରିସାରିଛି, କିନ୍ତୁ ବର୍ତ୍ତମାନ ସୁଦ୍ଧା ସେ କୁଆଁରା ରହିଛନ୍ତି ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କ ବିବାହ ବିଷୟରେ କୌଣସି ଚର୍ଚ୍ଚା ହେଉନାହିଁ। ଏମିତିରେ, ତାଙ୍କ ପ୍ରଶଂସକଙ୍କ ତାଲିକା ଏବେ ମଧ୍ୟ ବହୁତ ଲମ୍ବା ଅଟେ।
ମନୀଷ ମଲ୍ହୋତ୍ରା :

ବଲିଉଡର ବହୁ ପ୍ରସିଦ୍ଧ ଫ୍ୟାଶନ ଡିଜାଇନର ମନୀଷ ମଲ୍ହୋତ୍ରା ଦେଖିବାକୁ ବହୁତ ହ୍ୟାଣ୍ଡସମ ଅଟନ୍ତି। ଅନେକ ବଲିଉଡ ଅଭିନେତ୍ରୀଙ୍କ ବିବାହ ପାଇଁ ସେ ଡ୍ରେସ ଡିଜାଇନ୍ କରିଛନ୍ତି, କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ମନୀଷ ମଲ୍ହୋତ୍ରାଙ୍କ ଜୀବନରେ ନିଜ ବିବାହ ପାଇଁ ଡ୍ରେସ ଡିଜାଇନ୍ କରିବାର ସୁଯୋଗ ଆସିନାହିଁ ।
ଅମୀଷା ପଟେଲ :

ଚଳଚ୍ଚିତ୍ର କହୋ ନା ପ୍ୟାର ହେ ଠାରୁ ବଲିଉଡରେ ପାଦ ଦେଇଥିବା ଏବଂ ଗଦର ଠାରୁ ବକ୍ସ ଅଫିସରେ ଗଡରଙ୍କୁ କାଟିଥିବା ବଲିଉଡ ଅଭିନେତ୍ରୀ ଅମୀଷା ପଟେଲ ମଧ୍ୟ ବର୍ତ୍ତମାନ କୁଆଁରୀ ଅଟନ୍ତି । ଅମୀଷା ପଟେଲ ମଧ୍ୟ ଥରେ କହିଥିଲେ କି, ମୋ ପାଇଁ ଗୋଟିଏ ପୁଅ ଖୋଜି ଦିଅ । ମୁଁ ବିବାହ କରିଦେବି ।
ତନିଷା ମୁଖାର୍ଜୀ :

ବଲିଉଡ ଅଭିନେତ୍ରୀ କାଜୋଲଙ୍କ ସାନ ଭଉଣୀ ତନିଷା ମୁଖାର୍ଜୀଙ୍କ ବୟସ ମଧ୍ୟ ୪୦ ବର୍ଷ ଅତିକ୍ରମ କରିସାରିଛି, କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ସେ କୁଆଁରୀ ଅଟନ୍ତିb। ତନିଷା ମୁଖାର୍ଜୀ ଉଦୟ ଚୋପଡ଼ା ଏବଂ ଅରମାନ କୋହଲୀଙ୍କ ସହିତ ନିଜର ସମ୍ପର୍କକୁ ନେଇ ଚର୍ଚ୍ଚାରେ ରହିସାରିଛନ୍ତି । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ତନିଷା ମୁଖାର୍ଜୀଙ୍କୁ ତାଙ୍କ ଜୀବନ ସାଥୀ ମିଳିନାହିଁ ।
ଦିଵ୍ୟା ଦତ୍ତା :

ବଲିଉଡ ଅଭିନେତ୍ରୀ ଦିବ୍ୟା ଦତ୍ତା, ଯିଏକି ଭାଗ ମିଲ୍ଖା ଭାଗ ରେ ଏକ ଅବିସ୍ମରଣୀୟ ଭୂମିକା ଗ୍ରହଣ କରିଥିଲେ, ସେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ କୁଆଁରୀ ଅଟନ୍ତି । ଏମିତିରେ, ସେ ବିବାହ କରିବାକୁ ଚାହୁଁଛନ୍ତି । ସେ ଥରେ ମଧ୍ୟ କହିଥିଲେ କି, ବାସ ଠିକ ବ୍ୟକ୍ତି ମୋତେ ମିଳିଯାଆନ୍ତୁ ତେବେ ମୁଁ ନିଶ୍ଚିତ ବିବାହ କରିଦେବି ।
ଆଶା ପାରେଖ :

ସମଗ୍ର ଜୀଵନ ଏକୁଟିଆ ରହିବା ବିଷୟରେ ଆଶା ପାରେଖ ଥରେ କହିଥିଲେ କି, ମୋତେ ଲାଗୁ ନାହିଁ କି ମୋତେ ଜଣେ ସାଥୀଙ୍କ ଦରକାର ଅଟେ । ଦୁନିଆରେ ଆମେ ଏକୁଟିଆ ଆସିଛୁ ଏବଂ ଆମକୁ ଏକୁଟିଆ ହିଁ ଯିବାକୁ ପଡିବ । ଜଣେ ସ୍ବାମୀଙ୍କ ଆବଶ୍ୟକ ହେବା ଆପଣଙ୍କ ପାଇଁ ବିଲକୁଲ ମଧ୍ୟ ଜରୁରୀ ନୁହେଁ ।