ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ କାହା ସହିତ ବି ବନ୍ଧୁତା କରିବା ପୂର୍ବରୁ ଧ୍ୟାନ ଦିଅନ୍ତୁ ଏହି ଚାରୋଟି ଗୁଣ ଉପରେ ! ତା’ପରେ  କରନ୍ତୁ ବନ୍ଧୁତା…

ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ କାହା ସହିତ ବି ବନ୍ଧୁତା କରିବା ପୂର୍ବରୁ ଧ୍ୟାନ ଦିଅନ୍ତୁ ଏହି ଚାରୋଟି ଗୁଣ ଉପରେ ! ତା’ପରେ କରନ୍ତୁ ବନ୍ଧୁତା…

ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ ଜୀବନରେ କେବଳ ସେହି ଲୋକଙ୍କ ସହିତ ବନ୍ଧୁତା କରିବା ଉଚିତ ଯିଏ ଆପଣଙ୍କ କାମରେ ଆସିପାରିବ । କେବେବି ସେହି ଲୋକଙ୍କ ସହିତ ବନ୍ଧୁତା କରନ୍ତୁ ନାହିଁ ଯିଏ କମ୍ ବୁଦ୍ଧିମାନ୍ ହୋଇଥିବ ଏବଂ ସବୁବେଳେ କ୍ରୋଧ କରୁଥିବ । କେଉଁ ବ୍ୟକ୍ତି ସହିତ ବନ୍ଧୁତା କରିବା ଉଚିତ୍ ଏହା କିପରି ଜାଣି ହେବ । ଏହି ସମ୍ବନ୍ଧରେ ଆଚାର୍ଯ୍ୟ ଚାଣକ୍ୟ ବିସ୍ତାରରେ ସୂଚନା ଦେଇଛନ୍ତି । ଏଥିପାଇଁ ଯଦି ଆପଣ କାହା ସହିତ ବନ୍ଧୁତା କରୁଛନ୍ତି ତେବେ ତଳେ କୁହାଯାଇଥିବା ଗୁଣ ଗୁଡ଼ିକୁ ପ୍ରଥମେ ଜାଣି ନିଅନ୍ତୁ ।

ଆଚାର୍ଯ୍ୟ ଚାଣକ୍ୟ ‘ଚାଣକ୍ୟ ନୀତିର ପଞ୍ଚମ ଅଧ୍ୟାୟ’ର ଦ୍ୱିତୀୟ ଶ୍ଳୋକରେ ଲେଖିଛନ୍ତି ଯେ,

“ଯଥା ଚତୁର୍ଭିଃ କନକଂ ପରୀକ୍ଷତେ ନିର୍ଘର୍ଷଣଂ ଛେଦନତାପତାଡନୈଃ
ଯଥା ଚତୁର୍ଭିଃ ପୁରୁଷଂ ତ୍ୟାଗେନ ଶୀଳେନ ଗୁଣେନ କର୍ମଣା ।”

ଏହି ଶ୍ଳୋକର ଅର୍ଥ ଏହିକି ଯେ ଯେପରି ୪ଟି ଗୁଣ ଦ୍ୱାରା ସୁନାର ପରୀକ୍ଷା କରାଯାଇଥାଏ ଠିକ୍ ସେହିପରି ମଣିଷର ପରଖ ମଧ୍ୟ ହୋଇଥାଏ । କୌଣସି ମଣିଷ କେତେ ତ୍ୟାଗ କରେ, ତାର ଚରିତ୍ର କିପରି ଅଟେ, ତାହାର ଗୁଣ ଏବଂ କର୍ମ କଣ ଅଟେ । ଏହା ସାହାଯ୍ୟରେ ମଣିଷର ପରୀକ୍ଷା କରାଯାଇପାରିବ ।

1. ତ୍ୟାଗର ଭାବନା :-

କୌଣସି ବି ମଣିଷକୁ ଚିହ୍ନିବା ପୂର୍ବରୁ ଆପଣ ଏହା ଜାଣି ନିଅନ୍ତୁ ଯେ ତା ମଧ୍ୟରେ ତ୍ୟାଗର ଭାବନା ଅଛି କି ନାହିଁ । ଯେଉଁ ଲୋକ ତ୍ୟାଗର ଭାବନା ରଖିଥାଏ ସେ କେବେବି କାହା ମନରେ ଦୁଃଖ ଦେଇ ନଥାଏ । ଯେଉଁ ଲୋକ ଅନ୍ୟର ଖୁସି ପାଇଁ ନିଜର ଖୁସି ତ୍ୟାଗ କରି ଦେଇଥାଏ ସେ ଖୁବ୍ ଭଲ ମଣିଷ ହୋଇଥାଏ । ଏଥିପାଇଁ ଯେଉଁ ଲୋକ ମନରେ ତ୍ୟାଗ ଭାବନା ନଥାଏ ସେମାନେ ସର୍ବଦା ନିଜ ବିଷୟରେ ସର୍ବପ୍ରଥମେ ଭାବନ୍ତି ଏବଂ ସେମାନେ କେତେବେଳେ ବି କାହାର ଅନିଷ୍ଠ କରି ପାରନ୍ତି ।

୨. ଚରିତ୍ର :-

ମଣିଷର ଚରିତ୍ର ସାହାଯ୍ୟରେ ତାକୁ ଚିହ୍ନିହେବ । ଚାଣକ୍ୟ କହନ୍ତି ଯେ ଯେଉଁ ଲୋକଙ୍କ ଚରିତ୍ର ବେଦାଗ ହୋଇଥାଏ, ଯେଉଁମାନେ ସତ କହନ୍ତି । ଖରାପ କାମ ଠାରୁ ନିବୃତ ରହନ୍ତି ଏବଂ ମନରେ କେବେବି ଭୁଲ୍ ଭାବନା ରଖନ୍ତି ନାହିଁ । ସେମାନେ ମଧ୍ୟ ଭଲ ମଣିଷ ହୋଇଥାନ୍ତି ।

୩. ଗୁଣ :-

କୌଣସି ବ୍ୟକ୍ତିକୁ ଚିହ୍ନିବା ପାଇଁ ତାର ଗୁଣକୁ ନିଶ୍ଚିତ ଭାବରେ ଦେଖନ୍ତୁ ଯେଉଁ ଲୋକ କଥା କଥାରେ ମିଛ କହିଥାଏ, ଅନ୍ୟର ଅପମାନ କରିଥାଏ ଏବଂ ତା’ମଧ୍ୟରେ ଅହଂକାରର ଭାବନା ରହିଥାଏ । ତେଣୁ ଏପରି ଲୋକ ଠାରୁ ଦୂରେଇ ରହିବା ଉଚିତ । ସେପରି ଲୋକଙ୍କ ସହିତ ବନ୍ଧୁତା କରନ୍ତୁ ନାହିଁ ।

୪. କର୍ମ :-

ମଣିଷର କର୍ମ କିପରି ତା ସାହାଯ୍ୟରେ ମଧ୍ୟ ତାଙ୍କ ବିଷୟରେ ଅନେକ କିଛି ଜାଣିହେବ । ଯେଉଁ ଲୋକମାନେ ଭଲ କର୍ମ କରନ୍ତି, ସେମାନଙ୍କ ହୃଦୟ ପରିସ୍କାର ହୋଇଥାଏ । ସେହିଭଳି ଯେଉଁ ଲୋକଙ୍କ କର୍ମ ବେକାର ହୋଇଥାଏ ସେମାନେ ସର୍ବଦା ଅନ୍ୟକୁ ଦୁଃଖ ଦେଇଥାନ୍ତି । ସେମାନଙ୍କର ହୃଦୟ ବୋଲି କିଛି ନଥାଏ । ଏପରି ଲୋକଙ୍କ ସହିତ ବନ୍ଧୁତା କରିବା ଦ୍ୱାରା ଆପଣଙ୍କୁ କ୍ଷତି ହୋଇଥାଏ । ଏହିପ୍ରକାରର ଲୋକ କାହାକୁ ବି ହାନି ପହଞ୍ଚାଇ ପାରନ୍ତି ।

କାହା ସହିତ ବି ବନ୍ଧୁତା କରିବା ପୂର୍ବରୁ ଉପରେ କୁହାଯାଇଥିବା କଥା ପ୍ରତି ଦୃଷ୍ଟି ଦିଅନ୍ତୁ । ଯଦି ବ୍ୟକ୍ତି ମଧ୍ୟରେ ଏହି ଗୁଣ ମଧ୍ୟ ହୋଇଥାଏ ତେବେ ତା ସହିତ ନିଶ୍ଚିତ ବନ୍ଧୁତା କରନ୍ତୁ ।

Leave a Reply

Your email address will not be published. Required fields are marked *