ବଲିଉଡ଼ର ହୋଇଥିବା ୫ ଜଣକଙ୍କର ଭୟଙ୍କର ବ୍ରେକ୍ଅପ୍ ! କେଉଁମାନଙ୍କ ମଧ୍ୟରେ ହୋଇଥିଲା ମାଡ଼ପିଟ ତ ଆଉ ଅନ୍ୟ କେଉଁମାନଙ୍କ ମାମଲା ପହଞ୍ଚି ଯାଇଥିଲା କୋର୍ଟ ପର୍ଯ୍ୟନ୍ତ…

ବଲିଉଡ଼ର ହୋଇଥିବା ୫ ଜଣକଙ୍କର ଭୟଙ୍କର ବ୍ରେକ୍ଅପ୍ ! କେଉଁମାନଙ୍କ ମଧ୍ୟରେ ହୋଇଥିଲା ମାଡ଼ପିଟ ତ ଆଉ ଅନ୍ୟ କେଉଁମାନଙ୍କ ମାମଲା ପହଞ୍ଚି ଯାଇଥିଲା କୋର୍ଟ ପର୍ଯ୍ୟନ୍ତ…

ବଲିଉଡ ତରକାଙ୍କ ପ୍ରେମ କାହାଣୀ, ବାଲି ଘର ସଦୃଶ । ବଲିଉଡ଼ରେ ଅନେକ ଯୋଡି ତିଆରି ହୁଅନ୍ତି ଏବଂ ପରେ ଏହା ଭାଙ୍ଗିଯାଏ । ଯଦିଓ ଏମାନଙ୍କ ମଧ୍ୟରୁ ଏପରି କିଛି ଯୋଡ଼ି ରହିଥାଏ, ଯାହା ଭାଙ୍ଗିବା ଫଳରେ ତାଙ୍କ ଫ୍ୟାନ୍ସ ମାନଙ୍କୁ ବହୁତ ଦୁଃଖ ଲାଗିଥାଏ । ଏମିତିରେ ଆଜି ଆମେ ଆପଣମାନଙ୍କୁ ବଲିଉଡ଼ର ସବୁଠାରୁ ପ୍ରସିଦ୍ଧ ଓ ବିବାଦୀୟ ବ୍ରେକ୍ଅପ୍ ଗୁଡ଼ିକ ବିଷୟରେ ଜଣାଇବୁ । ତେବେ ଆସନ୍ତୁ ଜାଣିବା :

ସଲମାନ ଖାଁ ଓ ଐଶ୍ଚର୍ଯ୍ୟା ରାୟ :

Google

ଏହି ବ୍ରେକ୍ଅପ୍ ସବୁଠାରୁ ଅଧିକ ଚର୍ଚ୍ଚିତ ଥିଲା ଓ ବିବାଦରେ ରହିଥିଲା । “ହମ୍ ଦିଲ୍ ଦେ ଚୁକେ ସନମ୍”ରୁ ଦୁଇଜଣଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ପ୍ରେମ ସମ୍ପର୍କ ମାର୍ଚ୍ଚ ୨୦୦୨ ମସିହାରେ ସମାପ୍ତ ହୋଇଥିଲା । ତାଙ୍କ ବ୍ରେକ୍ଅପର କାରଣ ଥିଲା ସଲମାନଙ୍କ କ୍ରୋଧ, ସନ୍ଦେହ ଓ ଦୁର୍ବ୍ୟବହାର ଆଚରଣ କରିବା । ଏହି ବିଷୟରେ ଐଶ୍ଚର୍ଯ୍ୟା ଏକ ଇଣ୍ଟରଭିୟୁ ସମୟରେ କହିଥିଲେ ଯେ, ସଲମାନ ତାଙ୍କ ସହିତ ଖରାପ ବ୍ୟବହାର କରୁଥିଲେ । ଏପରି କି ତାଙ୍କୁ ଶାରୀରିକ ନିର୍ଯ୍ୟାତନା ମଧ୍ୟ ଦେଉଥିଲେ । ଏମାନଙ୍କ ବ୍ରେକ୍ଅପ୍ ପରେ ତାଙ୍କ ଫ୍ୟାନ୍ସମାନେ ବହୁତ ଦୁଃଖିତ ହୋଇଥିଲେ ।

ଜନ ଅବ୍ରହାମ୍ ଓ ବିପାଶା ବସୁ :

Google

ଏହା ବଲିଉଡ଼ର ସବୁଠାରୁ ହଟ୍ ଯୋଡ଼ି ଥିଲା । ଦୁହେଁ ପରସ୍ପର ସହିତ ୧୦ ବର୍ଷ ବିତାଇଥିଲେ । ‘ଜିସ୍ମ’ ଚଳଚ୍ଚିତ୍ରରେ ଦୁଇଜଣଙ୍କ ଯୋଡ଼ିକୁ ଫ୍ୟାନ୍ସମାନେ ଖୁବ୍ ପସନ୍ଦ କରିଥିଲେ । ଡ଼ିନୋ ମୋରିୟାଙ୍କ ସହିତ ବ୍ରେକ୍ଅପ୍ ପରେ ବିପାଶାଙ୍କୁ ଜନ ଅବ୍ରହାମ୍ ସମ୍ଭାଳି ଥିଲେ । କିନ୍ତୁ ଯେତେବେଳେ ଏମାନଙ୍କ ବ୍ରେକ୍ଅପ୍ ହେଲା ସେତେବେଳେ ଫ୍ୟାନ୍ସମାନେ ବହୁତ ନିରାଶ ହୋଇଗଲେ । ଖବର ଅନୁସାରେ ବିପାଶା ବାହା ହୋଇ ଘର ସଂସାର କରିବାକୁ ଚାହୁଁଥିଲେ କିନ୍ତୁ ଜନ୍ ଏପରି ଚାହୁଁ ନଥିଲେ । କେବଳ ଏହି କାରଣ ଯୋଗୁଁ ତାଙ୍କ ବ୍ରେକ୍ଅପ୍ ହୋଇଥିଲା ।

ପ୍ରୀତି ଜିଣ୍ଟା ଓ ନେସ୍ ବାଡ଼ିୟା :

Google

ଏ ଦୁହେଁ ୨୦୦୫ ମସିହାରେ ଡ଼େଟିଙ୍ଗ ଆରମ୍ଭ କରିଥିଲେ । ଏମାନଙ୍କ ପ୍ରେମ କାହାଣୀ କୌଣସି ଚଳଚ୍ଚିତ୍ର କାହାଣୀ
ଠାରୁ କମ୍ ନଥିଲା । ଡ଼ିନର୍ ହେଉ କିମ୍ବା କ୍ରିକେଟ ମ୍ୟାଚ ଦେଖିବା, ଏମାନେ ସବୁ ସ୍ଥାନରେ ଏକାଠି ନଜର ଆସୁଥିଲେ । ପରେ ଦିନେ ହଠାତ ପ୍ରୀତି ନେସ ବାଡ଼ିୟା ଉପରେ ଉତ୍ପୀଡ଼ନ ଓ ଦୁର୍ବ୍ୟବହାର କରିଥିବା ଅଭିଯୋଗ କରିଥିଲେ ଏବଂ ତାଙ୍କ ଉପରେ ମାମଲା ରୁଜୁ କରିଦେଲେ । ପ୍ରୀତି ୱାନଖଡ଼େ ଷ୍ଟାଡିୟମର ଏକ ଘଟଣା ସମ୍ପର୍କରେ କହିଥିଲେ ଯେ ନେସ୍ ତାଙ୍କୁ ଧମକ ଦେଇଥିଲେ ଯେ ତାଙ୍କୁ କୁଆଡେ ହତ୍ୟା କରିଦେବେ । ପ୍ରୀତି ନେସ୍ ଉପରେ ଆହୁରି ଅନେକ ଅଭିଯୋଗ କରିଥିଲେ । ଏହାର ଫଳସ୍ୱରୂପ ୨୦୧୪ ମସିହାରେ ଦୁହେଁ ଅଲଗା ହୋଇଗଲେ । ଏପରି ଭାବରେ ଏମାନଙ୍କ ବ୍ରେକ୍ଅପ୍ ସବୁଠାରୁ ଅଧିକ ବିବାଦୀୟ ହୋଇଯାଇଥିଲା ।

ଅଙ୍କିତା ଲୋଖଣ୍ଡେ ଓ ସୁଶାନ୍ତ ସିଂହ ରାଜପୁତ :

Google

ଏମାନଙ୍କ ପ୍ରେମ କାହାଣୀ “ପବିତ୍ର ରିସ୍ତା” ସେଟ୍ ରୁ ଆରମ୍ଭ ହୋଇଥିଲା । ଦୁହେଁ ୬ ବର୍ଷ ଲିବ୍ ଇନ୍ ସମ୍ପର୍କରେ ଥିଲେ । କିନ୍ତୁ ପରେ ଦୁଇଜଣଙ୍କ ବ୍ରେକ୍ଅପ୍ ବା ବିଚ୍ଛେଦ ହୋଇଗଲା । ଖବର ଅନୁଯାୟୀ ଏହି ବ୍ରେକ୍ଅପର ମୁଖ୍ୟ କାରଣ ସୁଶାନ୍ତ ଓ କୃତି ସେନନଙ୍କ ମଧ୍ୟର ସମ୍ପର୍କ ଥିଲା । ଏହା ବ୍ୟତୀତ ଅଙ୍କିତା ଶୀଘ୍ର ବାହା ହେବା ପାଇଁ ଚାହୁଁଥିଲେ କିନ୍ତୁ ସୁଶାନ୍ତ ଏପରି ଚାହୁଁ ନଥିଲେ । ସୁଶାନ୍ତଙ୍କ ଯୋଗୁଁ ଅଙ୍କିତାଙ୍କ ହାତରୁ ଗୋଟିଏ ଚଳଚ୍ଚିତ୍ର ମଧ୍ୟ ଚାଲିଯାଇଥିଲା । ବାସ୍ତବରେ ସୁଶାନ୍ତଙ୍କ ସେହି ପ୍ରଡକ୍ସନ ହାଉସ୍ ସହିତ ବିବାଦ ଚାଲିଥିଲା । ନିକଟରେ ସୁଶାନ୍ତ ଅନ୍ତିମ ସଂସ୍କାର ଅବସରରେ ଅଙ୍କିତା ଆସିଥିଲେ ଓ ବହୁତ ଦୁଃଖିତ ନଜର ଆସୁଥିଲେ ।

ଶାହୀଦ କପୂର ଓ କରିନା କପୂର :

Google

କରିନା ଶାହୀଦଙ୍କ ବ୍ରେକ୍ଅପ ମଧ୍ୟ ବହୁତ ବିବାଦିତ ଥିଲା । ଫ୍ୟାନ୍ସମାନେ ଏମାନଙ୍କ ଯୋଡ଼ିକୁ ଖୁବ ପସନ୍ଦ କରୁଥିଲେ । ଦୁହେଁ “ମିଲେଙ୍ଗେ ମିଲେଙ୍ଗେ”, “ଜବ୍ ବି ମେଟ୍”, “୩୬ ଚାଇନା” ଓ “ଚୁପ୍ ଚୁପକେ” ଭଳି ଚଳଚ୍ଚିତ୍ର ମାନଙ୍କରେ ଏକ ସାଥିରେ ଅଭିନୟ କରିଛନ୍ତି । ଯଦିଓ ଏମାନଙ୍କ ସମ୍ପର୍କରୁ କରିନାଙ୍କ ମାଁ ବବିତା ଓ ଭଉଣୀ କୃଷ୍ଣା ଖୁସି ନଥିଲେ । ଶେଷରେ ଏମାନଙ୍କ ୫ ବର୍ଷ ପୁରୁଣା ସମ୍ପର୍କ ଭାଙ୍ଗିଗଲା । ଏମାନଙ୍କ ସମ୍ପର୍କ ମଧ୍ୟରେ ଫାଟ “ଜବ୍ ବି ମେଟ୍” ଶୁଟିଂ ସମୟରୁ ସୃଷ୍ଟି ହୋଇଥିଲା । ସେପଟେ କରିନା ‘ଟଶନ’ ଚଳଚ୍ଚିତ୍ର ସମୟରେ ସୈଫଙ୍କୁ ହୃଦୟ ଦେଇ ବସିଥିଲେ । ସେହି ସମୟରେ ଶାହୀଦ ଓ ବିଦ୍ୟା ବାଲନଙ୍କ ଅଫେୟାରର ଖବର ମଧ୍ୟ ଶୁଣିବାକୁ ମିଳୁଥିଲା । ସେହି ସମୟରେ ଦୁହେଁ “କିସମତ୍ କନେକସନ୍” ଚଳଚ୍ଚିତ୍ର କରୁଥିଲେ ।

Leave a Reply

Your email address will not be published. Required fields are marked *