ଅଧିନାୟକଙ୍କ ବିନା ଶ୍ରୀଲଙ୍କା ଗସ୍ତରେ ଯିବ ଭାରତୀୟ କ୍ରିକେଟ ଦଳ ! ବାଦ ପଡିଛନ୍ତି ରୋହିତ-ବୁମରାହଙ୍କ ପରି ଖେଳାଳି…

ଅଧିନାୟକଙ୍କ ବିନା ଶ୍ରୀଲଙ୍କା ଗସ୍ତରେ ଯିବ ଭାରତୀୟ କ୍ରିକେଟ ଦଳ ! ବାଦ ପଡିଛନ୍ତି ରୋହିତ-ବୁମରାହଙ୍କ ପରି ଖେଳାଳି…

ବୀସୀସୀଆଈ(BCCI) ଅଧ୍ୟକ୍ଷ ସୌରଭ୍ ଗାଙ୍ଗୁଲୀ ରବିବାର ଦିନ କହିଛନ୍ତି କି ଭାରତୀୟ ଦଳ ସୀମିତ ଓଭର୍ ଦ୍ୱିପାକ୍ଷିକ ସିରିଜ୍ ପାଇଁ ଜୁଲାଇ ମାସରେ ଶ୍ରୀଲଙ୍କା ଗସ୍ତ କରିବ। କ୍ୟାପଟେନ୍ ବିରାଟ କୋହଲୀ ଏବଂ ଭାଇସ୍ କ୍ୟାପଟେନ୍ ରୋହିତ ଶର୍ମାଙ୍କ ପରି ବଡ ନାମ ଏହି ଗସ୍ତର ଅଂଶୀଦାର ରହିବେ ନାହିଁ । ଗଣମାଧ୍ୟମ ସହିତ ବାର୍ତ୍ତାଳାପ କରିବା ସମୟରେ ଗାଙ୍ଗୁଲୀ କହିଛନ୍ତି କି,”ଆମେ ଜୁଲାଇ ମାସରେ ସିନିୟର୍ ପୁରୁଷ ଦଳ ପାଇଁ ଏକ ହ୍ଵାଇଟ୍ ବଲ୍ ସିରିଜ୍ ଯୋଜନା କରିଛୁ, ଯେଉଁ ଠାରେ ସେମାନେ ଶ୍ରୀଲଙ୍କା ବିପକ୍ଷରେ ଟି-୨୦ ଅନ୍ତର୍ଜାତୀୟ ଏବଂ ଦିନିକିଆ ମ୍ୟାଚ୍ ଖେଳିବେ ।” ଏଠାରେ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ୩ ଗୋଟି ଦିନିକିଆ ଏବଂ ୫ ଗୋଟି ଟି-୨୦ ମ୍ୟାଚ୍ ହେବାକୁ ଅଛି । ତଥାପି, ବର୍ତ୍ତମାନ ସୁଦ୍ଧା କୌଣସି ତାରିଖ ଘୋଷଣା କରାଯାଇ ନାହିଁ ।

ଏହି କାରଣ ହେତୁ ଦଳରୁ ବାଦ ପଡିଛନ୍ତି ଦିଗ୍ଗଜ ଖେଳାଳି

ଭାରତୀୟ କ୍ରିକେଟ୍ ଦଳ ଜୁନ୍ ମାସ ୧୮ ତାରିଖ ଠାରୁ ୨୨ ପର୍ଯ୍ୟନ୍ତ ଇଂଲଣ୍ଡ ଠାରେ ICC ୱାର୍ଲଡ୍ ଟେଷ୍ଟ ଚାମ୍ପିୟନସିପର ଫାଇନାଲ୍ ମ୍ୟାଚ୍ ଖେଳିବ । ଏହାପରେ ଅଗଷ୍ଟ ମାସ ୪ ତାରିଖ ଠାରୁ ଇଂଲଣ୍ଡ ବିପକ୍ଷରେ ଅନ୍ୟ ଏକ ଟେଷ୍ଟ ସିରିଜ୍ ଆରମ୍ଭ ହେବ । ଏହିପରି ପରିସ୍ଥିତିରେ ଜୁଲାଇ ମାସରେ ଅନୁଷ୍ଠିତ ହେବାକୁ ଥିବା ଟୀ-୨୦ ଏବଂ ଦିନିକିଆ ସିରିଜ୍ ନିମନ୍ତେ ବିରାଟ କୋହଲୀ, ଜଶପ୍ରୀତ ବୁମରାହ ଏବଂ ରୋହିତ ଶର୍ମା ଦଳର ଅଂଶୀଦାର୍ ରହିବେ ନାହିଁ, କାରଣ କରୋନା ସମୟରେ ଏକ ମାସ ମଧ୍ୟରେ ଇଂଲଣ୍ଡ ଗସ୍ତ କରି ପୁଣି ଶ୍ରୀଲଙ୍କା ପ୍ରତ୍ୟାବର୍ତ୍ତନ ଏବଂ ପୁନର୍ବାର ଇଂଲଣ୍ଡ ଗସ୍ତ କରିବା ନିମନ୍ତେ ସେମାନଙ୍କୁ ଅନୁମତି ମିଳିବ ନାହିଁ । ତେଣୁ ଏହିପରି ପରିସ୍ଥିତିରେ ଦଳ କୁ ସେମାନଙ୍କ ବିନା ଏହି ଦୁଇଟି ସିରିଜ୍ ଖେଳିବାକୁ ପଡ଼ିବ ।

ଏହି ଖେଳାଳି ମାନଙ୍କୁ ସ୍ଥାନ ମିଳିପାରେ

ଶ୍ରୀଲଙ୍କା ଗସ୍ତ ସମୟରେ ଅନେକ ଖେଳାଳିଙ୍କୁ ଅନ୍ତର୍ଜାତୀୟ ସ୍ତରରେ ଡେବ୍ୟୁ କରିବାର ସୁଯୋଗ ମିଳିପାରେ । ଟୀ-୨୦ ୱାର୍ଲଡ଼ କପ୍ ନଜରରେ ଭାରତୀୟ ଦଳକୁ ପ୍ରୟୋଗ କରିବାର ସୁଯୋଗ ମଧ୍ୟ ମିଳିପାରେ, ଯେପରି କି ଦଳରେ ‘ଲେଗ୍ ସ୍ପିନ୍’ର ରାହୁଲ୍ ଚାହର୍ ଏବଂ ରାହୁଲ୍ ତେବାତିୟା ସାମିଲ୍ ହୋଇପାରନ୍ତି । ‘ରାଜସ୍ଥାନ ରୋୟଲସ୍’ର ଯୁବା ଵୋଲର୍ ଚେତନ୍ ସକାରିୟାଙ୍କୁ ବାମ ହାତ ବିକଳ୍ପ ଭାବରେ ଆପଣାଇ ଯାଇପାରେ । ଵୋଲର୍ ଭାବରେ ୟୁଜବେନ୍ଦ୍ର ଚହଲ୍, କୁଲଦୀପ୍ ୟାଦବ୍, କ୍ରୁନାଲ୍ ପାଣ୍ଡ୍ୟାଙ୍କ ବ୍ୟତିରେକ୍ ବରୁଣ ଚକ୍ରବର୍ତ୍ତୀ, ଶ୍ରେୟସ୍ ଗୋପାଲ୍ ଏବଂ ରବି ବିଶ୍ରୋଈଙ୍କ ପରି ନୂତନ ଚେହେରା ଉପରେ ସମସ୍ତଙ୍କ ଦୃଷ୍ଟି ରହିଛି ।

ବ୍ୟାଟିଙ୍ଗ ନିମନ୍ତେ ଶ୍ରେୟସ୍ ଅୟ୍ୟର୍ ଯଦି ସେ ସମୟରେ ଖେଳିବା ନିମନ୍ତେ ପ୍ରସ୍ତୁତ ଥିବେ ତେବେ ତାଙ୍କୁ ଦଳର ଅଧିନାୟକ ପଦ ମଧ୍ୟ ମିଳିବାର ସମ୍ଭାବନା ରହିଛି । ଏହା ବ୍ୟତୀତ ପୃଥ୍ୱୀ ଶା ଏବଂ ହାର୍ଦିକ ପାଣ୍ଡ୍ୟାଙ୍କୁ ପଠାଇବା ନିଶ୍ଚିତ ଅଟେ । ଆରସୀବୀର ଦେବଦୂତ ପଡିକ୍କଲ୍ କିମ୍ବା ଋତୁରାଜ୍ ଗାୟକବାଡ଼ଙ୍କୁ ସଲାମୀ ବ୍ୟାଟ୍ସମ୍ୟାନ୍ ଭାବରେ ସୁଯୋଗ ମିଳିପାରେ । ଅପରପକ୍ଷରେ ମଧ୍ୟବର୍ତ୍ତୀ ଭାବରେ ଦାୟିତ୍ୱ ନେବା ନିମନ୍ତେ ସୂର୍ଯ୍ୟକୁମାର୍ ୟାଦବ୍ ଏବଂ ‘ଈଶାନ୍ କିଶନ୍’ଙ୍କୁ ନ୍ୟସ୍ତ କରାଯାଇପାରେ । ଦିନେଶ୍ କାର୍ତ୍ତିକ୍, ମନୀଷ ପାଣ୍ଡେ ଏବଂ ସଞ୍ଜୁ ସୈମସନ୍ ମଧ୍ୟ ଚୟନ ନିମନ୍ତେ ପ୍ରବଳ ଦାବିଦାର୍ ଅଟନ୍ତି ।

Leave a Reply

Your email address will not be published. Required fields are marked *