ଅଧ୍ୟୟନରତ ଛାତ୍ରଙ୍କ ସହିତ ଫେରାର୍ ହେଲେ ମହିଳା ଶିକ୍ଷୟତ୍ରୀ ! ପ୍ରତିଦିନ ନିଜ ଘରେ ୪ ଘଣ୍ଟା ଟ୍ୟୁସନ୍ କରୁଥିଲେ…

ଅଧ୍ୟୟନରତ ଛାତ୍ରଙ୍କ ସହିତ ଫେରାର୍ ହେଲେ ମହିଳା ଶିକ୍ଷୟତ୍ରୀ ! ପ୍ରତିଦିନ ନିଜ ଘରେ ୪ ଘଣ୍ଟା ଟ୍ୟୁସନ୍ କରୁଥିଲେ…

ହରିୟାଣାର ପାନୀପତ ସହରରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି । ଏଠାରେ ଜଣେ ମହିଳା ଶିକ୍ଷୟତ୍ରୀ ଛାତ୍ରଙ୍କ ସହ ପଳାଇ ଯାଇଛନ୍ତି । ଯାହାପରେ ଏହି ଅଞ୍ଚଳରେ ଏକ ଅପ୍ରୀତିକର ବାତାବରଣ ସୃଷ୍ଟି ହୋଇଯାଇଛି । ନିଖୋଜ ଛାତ୍ରଙ୍କ ବାପା ପୋଲିସ୍ ନିକଟରେ ଅଭିଯୋଗ କରିଥିଲେ ଏବଂ ପୁଅକୁ ଖୋଜିବାକୁ ଅନୁରୋଧ କରିଥିଲେ ।

ନ୍ୟୁଜ୍ ଚ୍ୟାନେଲ୍ ‘ଆଜ୍ ତକ୍’ର ଏକ ରିପୋର୍ଟ ଅନୁଯାୟୀ, ଏହି ଘଟଣାଟି ପାନୀପତ ସହର ଦେଶରାଜ କଲୋନୀର ଅଟେ, ଯେଉଁଠାରେ ଜଣେ ଘରୋଇ ବିଦ୍ୟାଳୟର ଶିକ୍ଷୟିତ୍ରୀ ଜଣେ ୧୭ ବର୍ଷର ଛାତ୍ରଙ୍କୁ ନେଇ ନିଖୋଜ ହୋଇଯାଇଛନ୍ତି । କୁହାଯାଉଛି କି ଶିକ୍ଷୟିତ୍ରୀ ଜଣଙ୍କ ନିଜ ଛାଡପତ୍ର ପରେ ନିଜ ମାତୃ ଘରେ ରହୁଥିଲେ

ପ୍ରତିଦିନ ଘରେ ୪ ଘଣ୍ଟା ଟ୍ୟୁସନ୍ କରୁଥିଲେ

ନିଖୋଜ ହୋଇଥିବା ଛାତ୍ରଙ୍କ ପିତାଙ୍କ ଅନୁସାରେ, ତାଙ୍କ ପୁଅ ପ୍ରତିଦିନ ପରି ମଇ ମାସ ୨୯ ତାରିଖ ଦିନ ଅପରାହ୍ନ ୨ ଘଣ୍ଟ ସମୟରେ ତାଙ୍କ ଗୁରୁମାଙ୍କ ଘରକୁ ଟ୍ୟୁସନ୍ ନିମନ୍ତେ ଯାଇଥିଲେ କିନ୍ତୁ ଏହାପର ଠାରୁ ସେ ଆଉ ଫେରି ଆସି ନାହିଁ । ନିଖୋଜ ଛାତ୍ରଙ୍କ ପିତା ଯେତେବେଳେ ମହିଳା ଶିକ୍ଷୟତ୍ରୀଙ୍କ ଘରେ ପହଞ୍ଚି ଥିଲେ, ସେଠାରେ ସେ ଜାଣିବାକୁ ପାଇଥିଲେ କି, ପ୍ରଥମେ ତାଙ୍କ ପରିବାର ମନା କରିଥିଲେ ଏବଂ ପରବର୍ତ୍ତୀ ସମୟରେ ସେମାନେ ମଧ୍ୟ ସ୍ୱୀକାର କରିଥିଲେ କି ତାଙ୍କ ଝିଅ ନିଖୋଜ ଅଛି ।

କୁହାଯାଉ ଅଛି କି, ନିଖୋଜ ହେବାପରେ ଦୁହିଁଙ୍କ ମୋବାଇଲ୍ ଫୋନ୍ ସ୍ୱିଚ୍ ଅଫ୍ ହୋଇଯାଇଛି । ପୋଲିସ୍ କୁ ଦିଆଯାଇଥିବା ଅଭିଯୋଗରେ ଛାତ୍ରଙ୍କ ପିତା କହିଛନ୍ତି କି, ତାଙ୍କ ପୁଅ ଏକାଦଶ ଶ୍ରେଣୀର ଛାତ୍ର ଏବଂ ଅଭିଯୁକ୍ତ ମହିଳା ତାଙ୍କର ଶ୍ରେଣୀ ଶିକ୍ଷୟତ୍ରୀ ଅଟନ୍ତି । ନାବାଳକ ଛାତ୍ର ଜଣକ ଗତ ଦୁଇ ବର୍ଷ ଧରି ଶିକ୍ଷାଦାନ ପାଇଁ ଶିକ୍ଷୟତ୍ରୀଙ୍କ ଘରକୁ ଯାଉଥିଲେ ।

‘ଲକଡାଉନ୍’ରେ ସ୍କୁଲ୍ ବନ୍ଦ ଥିବା ହେତୁ, ଛାତ୍ର ଜଣକ ପ୍ରତିଦିନ ଚାରି ଘଣ୍ଟା ଟ୍ୟୁସନ୍ ପାଇଁ ଯାଉଥିଲେ । ପୋଲିସଙ୍କ ସୂଚନାନୁସାରେ, ଘରୁ ପଳାଇବା ସମୟରେ ସେମାନେ ଘରୁ କୌଣସି ମଧ୍ୟ ଜିନିଷ ନେଇ ନଥିଲେ । ମୂଲ୍ୟବାନ୍ ସାମଗ୍ରୀ ମଧ୍ୟରେ ଶିକ୍ଷୟତ୍ରୀଙ୍କ ହାତରେ କେବଳ ଗୋଟିଏ ସୁନା ମୁଦି ଅଛି ।

Leave a Reply

Your email address will not be published. Required fields are marked *