ଅଗଷ୍ଟ ମାସରେ ବୃଷ ରାଶିର ଲୋକମାନଙ୍କୁ ରହିବାକୁ ହେବ ସାବଧାନ !

ଅଗଷ୍ଟ ମାସରେ ବୃଷ ରାଶିର ଲୋକମାନଙ୍କୁ ରହିବାକୁ ହେବ ସାବଧାନ !

ଏହି ମାସରେ ଆପଣଙ୍କୁ ସକରାତ୍ମକ ଓ ନକରାତ୍ମକ ଦୁଇଟି ପ୍ରକାରର ଫଳାଫଳ ଦେଖିବାକୁ ମିଳିବ । କିନ୍ତୁ ଆପଣଙ୍କୁ ଅଧିକ ସକରାତ୍ମକ ଫଳାଫଳ ମିଳିବ । ବର୍ତ୍ତମାନ ଆମେ ପ୍ରଥମ ସକରାତ୍ମକ ଫଳାଫଳ ବିଷୟରେ ଜାଣିବା ।

ଭାଗ୍ୟର ସ୍ୱାମୀ, ଆପଣଙ୍କ ସୁଖର ସ୍ୱାମୀ ଶୁକ୍ର ଗ୍ରହ ଓ କୌଣସି ମଧ୍ୟ ଗ୍ରହ ବିଶେଷ କରି କାରକ ଗ୍ରହ ଯଦି ବଳବାନ ହୋଇଥାନ୍ତି ବା ଶକ୍ତିଶାଳୀ ହୋଇଥାନ୍ତି ତେବେ ସମସ୍ତ ବ୍ୟକ୍ତିଙ୍କୁ ଲାଭ ଦେଖିବାକୁ ମିଳିଥାଏ । ସୁଖ ସମୃଦ୍ଧିରେ ଆପଣଙ୍କର ବିସ୍ତାର ହେବ । ଭାଗ୍ୟ ଶକ୍ତିଶାଳୀ ହେବ ଭାଗ୍ୟ ଆପଣଙ୍କ ଉପରେ କୃପା ଦୃଷ୍ଟି ରଖିବେ । ଯାହାକି ଆପଣଙ୍କ କାର୍ଯ୍ୟ କ୍ଷେତ୍ରରେ ସହାୟତା ହେବ । ଯେଉଁ କାମରେ ମଧ୍ୟ ହାତ ଦେବେ, ତାହା ନିଶ୍ଚୟ ରୂପେ ସଫଳ ହେବ । ଯେଉଁ ବ୍ୟକ୍ତି ସାମାଜିକ କାର୍ଯ୍ୟ କରନ୍ତି ବା ଯେଉଁ ବ୍ୟକ୍ତିଙ୍କର ଏପରି କିଛି କାର୍ଯ୍ୟ ଯାହା ସମାଜ ସହିତ ଜଡ଼ି ରହିଛି ଯେପରିକି ପୋଲିଟିକାଲ, ଆଧ୍ୟାତ୍ମିକ, ପାର୍ଲର୍ ମିଡ଼ିଆ କିମ୍ବା ଅଫିସରେ ମଧ୍ୟ କୌଣସି କାର୍ଯ୍ୟ ରହିଛି ସେହି ଲୋକଙ୍କ ପାଇଁ ଏହି ମାସଟି ବହୁତ ଉତ୍ତମ ରହିବ । ବଡ଼ ମାତ୍ରାରେ ସଫଳତା ପ୍ରାପ୍ତି ହେବ ଯାହା ବିଦ୍ୟାର୍ଥୀଙ୍କ ମଧ୍ୟରେ ଦେଖିବାକୁ ମିଳିବ । ଚାକିରୀ କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କୁ ମଧ୍ୟ ଏହି ମାସ ବହୁତ ଉତ୍ତମ ରହିବ । କିନ୍ତୁ ବୈବାହିକ ଜୀବନରେ ଅଳ୍ପ ଅଶାନ୍ତି ଆସିପାରେ । ମାନସିକ ମତଭେଦ ଦେଖା ଯାଇପାରେ । ଏହି କାରଣରୁ ବୈବାହିକ ଜୀବନରେ ଅଧିକ ଅଶାନ୍ତି ଉତ୍ପନ୍ନ ହେବ । ଏଥିପାଇଁ ପତ୍ନୀ କିମ୍ବା ପତିଙ୍କ ଉପରେ ପ୍ରଭାବିତ ହୋଇପାରେ ଏହାପ୍ରତି ଆପଣ ବିଶେଷ ଧ୍ୟାନ ରଖିବାର ଅଛି ।

google

ଏହି ଗୋଚର ୧୫ ତାରିଖ ପରେ ସେହି ଲୋକମାନଙ୍କ ପାଇଁ ମଧ୍ୟ ଅଶୁଭ ରହିବ ଯାହାକୁ ହୃଦୟ ସମ୍ବନ୍ଧୀୟ ଅସୁବିଧା ଅଛି । ଆପଣଙ୍କୁ ଯଦି ହୃଦୟ ସମ୍ବନ୍ଧୀୟ କିଛି ସମସ୍ୟା ଅଛି କିମ୍ବା ଆପଣଙ୍କ ଘରେ କାହାକୁ ହୃଦୟ ସମ୍ବନ୍ଧୀୟ କିଛି ସମସ୍ୟା ଅଛି ତେବେ ଆପଣଙ୍କୁ ଏହି ସମୟରେ ଶ୍ରୀ ଗଣେଶଙ୍କ ମନ୍ତ୍ର ଜପ କରିବାକୁ ପଡ଼ିବ । କାରଣ ଏଠାରେ ଏହାକୁ ନେଇ କିଛି ସମସ୍ୟା ଦେଖା ଯାଇପାରେ । ତେଣୁ ଆପଣଙ୍କୁ ଅଧିକ ସବଧାନରେ ରହିବାକୁ ପଡ଼ିବ । କାର୍ଯ୍ୟ କ୍ଷେତ୍ରରେ ଆପଣ ନିରନ୍ତର ଉନ୍ନତି ଆଡ଼କୁ ଅଗ୍ରସର କରିବେ । ଆର୍ଥିକ ସ୍ଥିତି ଆପଣଙ୍କର ମଜବୁତ ରହିବ । ଆପଣ ଦେଶବିଦେଶ ଭ୍ରମଣ କରିପାରନ୍ତି । ବେପାରିମାନଙ୍କୁ ଅଧିକ ଲାଭ ଦେଖିବାକୁ ମିଳିବ । ଏହି ମାସରେ କ୍ୟାରିଅର ସମ୍ବନ୍ଧୀୟ ବହୁତ ଭଲ ରହିବ ।

ଆର୍ଥିକ ସ୍ଥିତି କିଭଳି ରହିବ ?

google

ଏହି ମାସରେ ଆପଣଙ୍କର ଆର୍ଥିକ ସ୍ଥିତି ବହୁତ ମଜବୁତ ରହିବ । ଯାହା ଫଳରେ ଆପଣ ଆପଣଙ୍କ ଅନୁସାରେ ହିଁ ଖର୍ଚ୍ଚ କରିପାରିବେ । ନିୟମିତ ଧନ ଆସିବ । କିନ୍ତୁ ଏହି ମାସରେ ଅଚାନକ ଧନ ଲାଭର ସମ୍ଭାବନା ଦେଖାଯାଉନାହିଁ । ଆପଣ ଯଦି ଅବିବାହିତ ଅଟନ୍ତି, ତେବେ ଆପଣଙ୍କୁ ଭଲ ବିବାହ ପ୍ରସ୍ତାବ ଆସିପାରେ । ଆପଣ ଯଦି ବିବାହିତ ଅଟନ୍ତି ତେବେ ଆପଣଙ୍କ ଜୀବନସାଥୀ ସହ ଭଲ ସମୟ ବ୍ୟତୀତ ହେବ ।

ଶିକ୍ଷା କ୍ଷେତ୍ର କିପରି ରହିବ ?

google

ଆପଣଙ୍କର ଉଚ୍ଚ ଶିକ୍ଷାର ସ୍ୱାମୀ ବୃହସ୍ପତି ଏହି ଅଗଷ୍ଟ ମାସରେ ଅନୁକୂଳ ହୋଇ ରହିବେ । ଏଥିପାଇଁ ଆପଣ ପରୀକ୍ଷାରେ ସଫଳତାର ଆଶା କରିପାରନ୍ତି । ଶିକ୍ଷାରେ ଆପଣଙ୍କୁ ରୁଚି ବଢ଼ିବ ।

ସ୍ୱାସ୍ଥ୍ୟ କିପରି ରହିବ ?

Female doctor with the stethoscope holding heart

ଅଗଷ୍ଟ ମାସ ପ୍ରଥମ ଚରଣରେ ଅର୍ଥାତ ୧୭ ତାରିଖ ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ବିଷୟରେ ଅଧିକ ସତର୍କତାରେ ରହିବାକୁ ପଡ଼ିବ । ଏହି ସମୟରେ ଆପଣଙ୍କୁ ଥକ୍କାପନ, ଦୁର୍ବଳତା, ପେଟ ସମ୍ବନ୍ଧୀୟ ସମସ୍ୟା ହୋଇପାରେ କିନ୍ତୁ ମାସର ଶେଷ ଆଡ଼କୁ ଏଥିରୁ ସୁଧାର ହେବା ଦେଖିବାକୁ ମିଳିବ ।

Leave a Reply

Your email address will not be published. Required fields are marked *