ଖୁବ୍ ସୁନ୍ଦର ଅଟନ୍ତି ‘ ଟପ୍ପୂ ‘ଙ୍କ ଗାର୍ଲଫ୍ରେଣ୍ଡ । ଆପଣ ଦେଖି ଆଶ୍ଚର୍ଯ୍ୟ ହୋଇଯିବେ !

ଖୁବ୍ ସୁନ୍ଦର ଅଟନ୍ତି ‘ ଟପ୍ପୂ ‘ଙ୍କ ଗାର୍ଲଫ୍ରେଣ୍ଡ । ଆପଣ ଦେଖି ଆଶ୍ଚର୍ଯ୍ୟ ହୋଇଯିବେ !

ଟିଭି ଇଣ୍ଡଷ୍ଟ୍ରିରେ ଏପରି ଅନେକ ଶିଶୁ କଲକାର ଅଛନ୍ତି ଯେଉଁମାନେ ବର୍ତ୍ତମାନ ବଡ଼ ହୋଇ ଗଲେଣି । କେହି ବିବାହ କରି ସାରିଲେଣି ତ କେହି ନିଜର ବିଜେନସ୍ ଆରମ୍ଭ କରି ସାରିଲେଣି । ଯଦି ଆମେ ଟିଭିର ଲୋକପ୍ରିୟ ଶୋ ତାରକ୍ ମେହତା କା ଉଲ୍ଟା ଚଷମା ବିଷୟରେ କହିବୁ ତେବେ ଏହି ଶୋ’କୁ ୧୦ ବର୍ଷ ହୋଇଗଲାଣି ଏବଂ ଏଥିରେ ନଜର ଆସୁଥିବା ଶିଶୁ କଳାକାର ଖୁବ୍ ବଡ଼ ହୋଇଗଲେଣି ମଧ୍ୟ । ସେଥିମଧ୍ୟରୁ ଜଣେ ଲୋକପ୍ରିୟ ଚରିତ୍ର ଟପ୍ପୂଙ୍କର ଯାହାକୁ ପ୍ରଥମରୁ ଆରମ୍ଭ କରି ଗତ ବର୍ଷ ପର୍ଯ୍ୟନ୍ତ ଅଭିନେତା ଭବ୍ୟ ଗାନ୍ଧୀ ତୁଲାଇ ଥିଲେ କିନ୍ତୁ ଗତ ବର୍ଷ କୌଣସି ବିବାଦ କାରଣରୁ ସେ କାମ ଛାଡ଼ି ଦେଇଥିଲେ । ବର୍ତ୍ତମାନ ସେ ଏତେ ବଡ଼ ହୋଇ ଯାଇଛନ୍ତି ଯେ ତାଙ୍କର ଜଣେ ଗାର୍ଲଫ୍ରେଣ୍ଡ ମଧ୍ୟ ଅଛନ୍ତି ଏବଂ ତାଙ୍କ ଗାର୍ଲଫ୍ରେଣ୍ଡ ମଧ୍ୟ ଖୁବ୍ ସୁନ୍ଦର ଅଟନ୍ତି ।

ଅତ୍ୟନ୍ତ ସୁନ୍ଦର ଅଟନ୍ତି ଟପ୍ପୂଙ୍କ ଗାର୍ଲଫ୍ରେଣ୍ଡ :-

newstrend

ଟପ୍ପୂ ଭୂମିକାରେ କାମ କରୁଥିବା ଭବ୍ୟ ଗାନ୍ଧୀ ବର୍ତ୍ତମାନ ଶୋ’ର ସଦସ୍ୟ ନୁହନ୍ତି କିନ୍ତୁ ସେ ମୋଡେଲିଙ୍ଗରେ ନିଶ୍ଚିତ ଭାବରେ ରହିଛନ୍ତି । ବର୍ତ୍ତମାନ ସେ ଅଭିନେତ୍ରୀ ଦିଗଙ୍ଗନା ସୂର୍ଯ୍ୟବଂଶୀଙ୍କୁ ଡେଟ୍ କରୁଛନ୍ତି ଯିଏକି ଜଣେ ରାଜବଂଶ ପରିବାରରୁ ଅଟନ୍ତି । ସେ କେତେକ ସିରିଏଲରେ କାମ କରିଛନ୍ତି କିନ୍ତୁ ଷ୍ଟାରପ୍ଲସରେ ପ୍ରସାରିତ ହେଉଥିବା ଶୋ ବୀରା ଠାରୁ ତାଙ୍କୁ ଅଧିକ ଲୋକପ୍ରିୟତା ମିଳିଥିଲା । ସେ ଗୋବିନ୍ଦାଙ୍କ ଫିଲ୍ମ ରଙ୍ଗିଲା ରାଜାରେ ଗୋବିନ୍ଦାଙ୍କ ସ୍ତ୍ରୀ ଭୂମିକାରେ ନଜର ଆସିଥିଲେ । ଦିଗଙ୍ଗନା ନିଜ ମାତା ପିତାଙ୍କର ଏକମାତ୍ର ଝିଅ ଅଟନ୍ତି ଏବଂ ନିଜ ଜୀବନକୁ ଜଣେ ରାଜକୁମାରୀ ଭାବରେ ବଂଚନ୍ତି । ଏହିପରି ମଧ୍ୟ ସେ ବାସ୍ତବ ଜୀବନରେ ଜଣେ ରାଜକୁମାରୀ ଅଟନ୍ତି ଯାହାଙ୍କୁ ନିଜ ବାପା ମାଆଙ୍କର ଖୁବ୍ ସପୋର୍ଟ ମିଳିଥାଏ । ଭବ୍ୟ ଗାନ୍ଧୀ ଏବଂ ଦିଗଙ୍ଗନା ଏବେ ଅନେକ ଇଂଭେଣ୍ଟରେ ନଜର ଆସୁଛନ୍ତି ଏବଂ ଅନେକ ସମୟରେ ସେମାନଙ୍କୁ ମୁମ୍ବାଇର ରେଷ୍ଟରେଣ୍ଟରେ ମଧ୍ୟ ଦେଖାଯାଇଛି । ଭବ୍ୟ ଏବଂ ଦିଗଙ୍ଗନା ଛୋଟ ପରଦାରେ ଚର୍ଚ୍ଚିତ ହେଉଥିବା ଚେହେରାଙ୍କ ମଧ୍ୟରୁ ଅନ୍ୟତମ ଯାହାଙ୍କୁ ଲୋକମାନେ ବହୁତ ପସନ୍ଦ କରନ୍ତି । କିନ୍ତୁ ଦିଗଙ୍ଗନା ଭବ୍ୟଙ୍କ ଠାରୁ ବୟସରେ ବଡ଼ ଅଟନ୍ତି । କିନ୍ତୁ ଆଜିକାଲିକା ସମୟରେ ପ୍ରେମ ବୟସ ନୁହେଁ ବରଂ ହୃଦୟ ଚିହ୍ନିଥାଏ । କମ୍ ବୟସର ଝିଅ ପୁଅ ଡେଟ୍ କରିବା ଦୂରର କଥା ସେମାନେ ବିବାହ ମଧ୍ୟ କରୁଛନ୍ତି । ଏହାର ଏକ ଉଦାହରଣ ହେଉଛନ୍ତି ପ୍ରିୟଙ୍କା ଚୋପଡ଼ା ।

ଏହି କାରଣରୁ ଭବ୍ୟ ଶୋ ଛାଡ଼ିଥିଲେ :-

newstrend

ସବ୍ ଟିଭିର ଲୋକପ୍ରିୟ ଶୋ ତାରକ୍ ମେହତା କା ଉଲ୍ଟା ଚଷମାକୁ ଛାଡ଼ିବା ପଛର କାରଣକୁ ଭବ୍ୟ ଏକ ଇଣ୍ଟରଭ୍ୟୁରେ କହିଥିଲେ । ଏକ ଇଂରାଜୀ ୱେବସାଇଟକୁ ଦେଇଥିବା ଇଣ୍ଟରଭ୍ୟୁରେ ଭବ୍ୟ କହିଥିଲେ ଯେ ସେ ଅନେକଥର ନିର୍ମାତାଙ୍କୁ ନିଜ ଭୂମିକାକୁ ସାଇଡ଼ଲାଇନ କରାଯିବାକୁ ନେଇ କହିଥିଲେ । କିନ୍ତୁ ସେ କୌଣସି ପୋଜିଟିଭ ଉକ୍ତି ଦେଇନଥିଲେ । ଭବ୍ୟଙ୍କ ମୁତାବକ, ” ମୁଁ ଶୋ ଏଥିପାଇଁ ଛାଡ଼ି ନଥିଲି ଯେ ମୋ ଭୂମିକର କୌଣସି ସ୍କୋପ୍ ନଥିଲା । ଏଥିରେ ଖୁବ୍ ପକ୍ଷପାତ ଥିଲା, କିନ୍ତୁ ତା’ଠାରୁ ଅଧିକ ସ୍କୋପ୍ ଦିଆଯାଇନଥିଲା । ସବୁବେଳେ ଅଣଦେଖା କରାଯାଉଥିଲା । ମୁଁ ଅନେକ ଥର ମେକର୍ସଙ୍କୁ ଏହି ବିଷୟରେ ଜଣାଇଥିଲି କିନ୍ତୁ ଏହାକୁ ସବୁବେଳେ ଅଣଦେଖା କରାଯାଉଥିଲା । ସିରିଏଲରେ ମୋତେ ସବୁବେଳେ ବିନା କୌଣସି ଭୂମିକା ଥିବା ଲୋକ ଭଳି ଦର୍ଶା ଯାଉଥିଲା ତେଣୁ ଏହି କାରଣ ପାଇଁ ମୁଁ ଶୋ ଛାଡ଼ିଥିଲି । “

Leave a Reply

Your email address will not be published. Required fields are marked *