କଥା କଥାରେ ‘ପେନ୍-କିଲର୍’ ଖାଇବା ଅଭ୍ୟାସ ହୋଇପାରେ ହାନିକାରକ ! ଯଦି ଆପଣ ମଧ୍ୟ ଏପରି କରନ୍ତି ତେବେ ହୋଇଯାନ୍ତୁ ସାବଧାନ୍…

କଥା କଥାରେ ‘ପେନ୍-କିଲର୍’ ଖାଇବା ଅଭ୍ୟାସ ହୋଇପାରେ ହାନିକାରକ ! ଯଦି ଆପଣ ମଧ୍ୟ ଏପରି କରନ୍ତି ତେବେ ହୋଇଯାନ୍ତୁ ସାବଧାନ୍…

କିଛି ଲୋକଙ୍କ ଅଭ୍ୟାସ ରହିଥାଏ ଯେ ସେମାନେ ଛୋଟ ବଡ଼ ଯନ୍ତ୍ରଣା ହେଲେ ପେନକିଲର୍ ବ୍ୟବହାର କରନ୍ତି । କୁହାଯାଏ ଯେ ଯେତେବେଳେ ଯାଏ ଅଧିକ ପୀଡ଼ା ଯନ୍ତ୍ରଣା ନହୁଏ ତାକୁ ସହ୍ୟ କରିବା ଉଚିତ । ଯେତେବେଳେ ଲାଗିବ ଯେ କଷ୍ଟ ବହୁତ ବଢ଼ିଗଲା ଏବଂ ଅସହନୀୟ ହୋଇଯିବ ସେତେବେଳେ ପେନକିଲର୍ ଖାଇବା ଉଚିତ । ପେନକିଲର୍ ଖାଇବା ଫଳରେ ଅନେକ ଗୁଣ ଭଲ ଆପଣ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । ପେନକିଲର୍ ବା କଷ୍ଟ ନିବାରକ ଔଷଧର ସେବନ ବିପଦଜନକ ସାବ୍ୟସ୍ତ ହୋଇଥାଏ । ଏଥିରୁ ଯେତିକି ପାରୁଛନ୍ତି ଦୂରେଇ ରହିବା ଉଚିତ୍ । କିନ୍ତୁ କିଛି ଲୋକ ଟିକିଏ ଯନ୍ତ୍ରଣା ମଧ୍ୟ ସହ୍ୟ କରିପାରନ୍ତି ନାହିଁ ଏବଂ ତୁରନ୍ତ ପେନ୍-କିଲର୍ ଖାଇ ଦିଅନ୍ତି । ଟିକିଏ ମୁଣ୍ଡ ବ୍ୟଥା କିମ୍ବା ଶରୀର କଷ୍ଟ ହେଲେ ସେମାନେ ପେନକିଲର୍ ଖାଇ ଦିଅନ୍ତି । କିନ୍ତୁ କଣ ଆପଣ ଜାଣନ୍ତି ଯେ କଥା କଥାରେ ପେନ୍-କିଲର୍ ଖାଇବା ଏହି ଅଭ୍ୟାସ ଆପଣଙ୍କ ପାଇଁ ବିପଦଜନକ ହୋଇପାରେ ? ଯଦି ଆପଣ ମଧ୍ୟ ସେଥି ମଧ୍ୟରୁ ଜଣେ ଅଟନ୍ତି ଯିଏକି ପେନ୍-କିଲର୍ ଖାଆନ୍ତି ତେବେ ଆମର ଆଜିକାର ଏହି ଲେଖା ନିଶ୍ଚିତ ଭାବରେ ପଢନ୍ତୁ । ଆମକୁ ବିଶ୍ୱାସ ଅଛି ଯେ ଲେଖାକୁ ପଢ଼ିବା ପରେ ଆପଣଙ୍କ ଏହି ଅଭ୍ୟାସ କିଛିଟା କମ୍ ହୋଇଯିବ କିମ୍ବା ପୁରାପୁରି ଦୂର ହୋଇଯିବ ।

ଯେକୌଣସି ‘ପେନ୍-କିଲର୍’ର ବ୍ୟବହାର ଡାକ୍ତରଙ୍କୁ ପଚାରି କରିବା ଉଚିତ୍ । ଯଦି ଆପଣ ଭୁଲ୍ ଭାବେ ଏହାର ସେବନ କରିବେ ତେବେ ଏହାର କିଛି ପାର୍ଶ୍ଵ ପ୍ରଭାବ ସହିବାକୁ ପଡ଼େ । ପେନ୍-କିଲର୍ ନେବା ଫଳରେ ସେହି ସମୟରେ ଶରୀରକୁ ଆରାମ ମିଳିଯାଏ କିନ୍ତୁ ଏହାକୁ ପ୍ରତିଦିନ ସେବନ କରିବା ଫଳରେ ଆପଣଙ୍କୁ ଅନେକ ପ୍ରକାରର ରୋଗର ସମ୍ମୁଖୀନ ହେବାକୁ ପଡ଼େ ।

ଅଧିକ ‘ପେନ୍-କିଲର୍’ ବ୍ୟବହାର ଫଳରେ ହୋଇପାରେ ରୋଗ

କିଛି ‘ପେନ୍-କିଲର୍’ର ଶ୍ୱାସ ସମ୍ବନ୍ଧୀୟ ରୋଗକୁ ଆମନ୍ତ୍ରଣ କରେ । ଏହାକୁ ଅଧିକ ପ୍ରୟୋଗ କରିବା ଫଳରେ ଅସ୍ଥାମାର ଶିକାର ହେବାକୁ ପଡ଼େ ।

ଅଧିକ ମାତ୍ରାରେ ପେନ୍-କିଲର୍ ନେବା ଫଳରେ ‘ଫୁସ୍-ଫୁସ୍’ରେ କଷ୍ଟ ହୁଏ ।

ଏହାର ଅଧିକ ସେବନରୁ ପେଟରେ ଗ୍ୟାସ୍ ସମସ୍ୟା ରହିବା ସାଧାରଣ ହୋଇଯାଏ ।

ଦୀର୍ଘ ସମୟ ଧରି କୌଣସି ‘ପେନ୍-କିଲର୍’ର ସେବନ କିଡନୀ ଫେଲ୍, ଯକୃତ ନଷ୍ଟ କିମ୍ବା ମାନସିକ ରୋଗର କାରଣ ହୋଇଥାଏ ।

‘ପେନ୍-କିଲର୍’ରୁ ରକ୍ତ ଦୂଷିତ ହୋଇଥାଏ ଯାହା ଫଳରେ ହାର୍ଟ ଅଟେକ, ହାର୍ଟ ଫେଲୀୟର୍ ଭଳି ସମସ୍ୟା ବୃଦ୍ଧି ପାଏ ।

ଅଧିକ ମାତ୍ରାରେ ପେନକିଲର ନେବା ଫଳରେ ଯକୃତ ଟିସୁ ଗୁଡ଼ିକ ଭାଙ୍ଗିବାକୁ ଲାଗେ ଯାହାର ସବୁଠାରୁ ବଡ଼ ଲକ୍ଷଣ କମ୍ ଭୋକ ଲାଗିବା ଅଟେ ।

ଅନେକ ଲୋକ ଯେଉଁମାନଙ୍କ ଠାରେ ଯନ୍ତ୍ରଣା ସହ୍ୟ କରିବା ଶକ୍ତି ନଥାଏ ସେମାନେ ଖାଲି ପେଟରେ ପେନ୍-କିଲର୍ ସେବନ କରିନିଅନ୍ତି ଯାହା ଫଳରେ ଗେଷ୍ଟ୍ରିକ୍ କିମ୍ବା ଏସିଡ଼ିଟିର ସମସ୍ୟା ହୋଇଥାଏ । ଏଥିପାଇଁ ପେନ୍-କିଲର୍ କେବେହେଲେ ଖାଲି ପେଟରେ ନେବା ଉଚିତ ନୁହେଁ । ଅଧିକ ପେନ୍-କିଲର୍ ସେବନ କରିବା ଫଳରେ ରକ୍ତର ରାସାୟନିକ ସଂରଚନା ବଦଳିବାକୁ ଲାଗେ ଯାହାକୁ ବ୍ଲଡ୍ ଡିସ୍କରେସିୟା କୁହନ୍ତି । ଏହା ଏପରି ଏକ ରୋଗ ଅଟେ ଯାହା ନିଜ ସହିତ ଅନେକଗୁଡ଼ିଏ ରୋଗକୁ ନିମନ୍ତ୍ରଣ ଦେଇଥାଏ । ଯଦି ଭୁଲରେ ସୁଦ୍ଧା ଏହି ରୋଗର ପ୍ରଭାବ ହୋଇଯାଏ ତେବେ ରୋଗୀର ଜୀବନ ମଧ୍ୟ ଯାଇପାରେ । ଗର୍ଭବତୀ ମହିଳା ମାନଙ୍କୁ ‘ପେନ୍-କିଲର୍’ର ବ୍ୟବହାରରୁ ଦୂରେଇ ରହିବା ଉଚିତ୍ । ଏହି ଅବସ୍ଥାରେ ଅଧିକ ଔଷଧ ସେବନ କରିବା ଫଳରେ ଗର୍ଭପାମଧ୍ୟ ହୋଇପାରେ । ପେନ୍-କିଲର୍ ଅଧିକ ମାତ୍ରାରେ ଖାଇବା ଫଳରେ ରକ୍ତ ପତଳା ହୋଇଯାଏ ଓ ରକ୍ତ ଜମାଟ ବାନ୍ଧିବାକୁ ଲାଗେ ଯାହା ଫଳରେ ରକ୍ତ ଚାପ ବୃଦ୍ଧି ପାଇବା ବିପଦ ଥାଏ । ଏତିକିନୁହେଁ, ଏହାର ବଦ ଅଭ୍ୟାସ ଆପଣଙ୍କୁ ମୃତ୍ୟୁ ପର୍ଯ୍ୟନ୍ତ ନେଇଯାଏ ।

Leave a Reply

Your email address will not be published. Required fields are marked *