ରାବଣ ସଂହିତାର ଏହି ପ୍ରଭାବଶାଳୀ ଉପାୟ ଆପଣନ୍ତୁ ! ଚମକିବ ଭାଗ୍ୟ, ପରିବର୍ତ୍ତନ ହେବ ଜୀବନ :-

ରାମାୟଣରେ ଲଙ୍କାର ରାଜା ରାବଣଙ୍କ ଚରିତ୍ର ସାଧରଣତଃ ନକରାତ୍ମକ ଅଟେ । ପରନ୍ତୁ ତାଙ୍କୁ ଶ୍ରେଷ୍ଠ ବିଦ୍ଵାନ ବ୍ରାହ୍ମଣ ବୋଲି ମଧ୍ୟ ବିଶ୍ଵାସ କରାଯାଏ, ରାବଣ ପାଖରେ ତନ୍ତ୍ର ମନ୍ତ୍ର ସହିତ ଜଡ଼ିତ ଅପାର ଶକ୍ତି ଥିଲା, କେବେଳ ଏତିକି ନୁହେଁ ବରଂ ରାବଣ ଜଣେ ଏପରି ବିଦ୍ଵାନ ଥିଲେ ଯାହାକୁ ଅନେକ ଶାସ୍ତ୍ରର ଜ୍ଞାନ ଥିଲା, ରାବଣ ଜ୍ୟୋତିଷ ଏବଂ ତନ୍ତ୍ର ଶାସ୍ତ୍ର ସହିତ ସମ୍ବନ୍ଧୀତ ଜ୍ଞାନ ପାଇଁ ରାବଣ ସଂହିତାର ରଚନା କରିଥିଲେ । ରାମାୟଣରେ ରାବଣ ସୀତା ମାତାଙ୍କୁ ହରଣ କରିଥିଲେ । ଯେଉଁ ଭୁଲ୍ କାରଣରୁ ତାଙ୍କୁ ନିଜ ଜୀବନ ହରାଇବାକୁ ପଡ଼ିଥିଲା । ରାବଣ ଏତେ ଶକ୍ତିଶାଳୀ ଥିଲେ ଯେ, ତାଙ୍କ ଆଦେଶରେ ସମସ୍ତ ଗ୍ରହର ଚଳନ ହେଉଥିଲା । କୌଣସି ବି ଗ୍ରହ ଲଙ୍କ।ପତି ରାବଣର ଇଚ୍ଛା ବିନା କୌଣସି କାର୍ଯ୍ୟ କରୁନଥିଲେ ।

google

ରାବଣ ସଂହିତାର ରଚନା ରାବଣ ଦ୍ଵାରା ହୋଇଥିଲା । ଯେଉଁଥିରେ ଭବିଷ୍ୟତ ବିଷୟରେ ଜାଣିବାର ଅନେକ ପ୍ରକାରର ରହସ୍ୟ ବିଷୟରେ ଉଲ୍ଲେଖ କରାଯାଇଛି । ରାବଣ ସଂହିତାର ଏପରି ଅନେକ କଥା କୁହାଯାଇଛି, ଯାହା ସାହାଯ୍ୟରେ ଜଣେ ବ୍ୟକ୍ତି ନିଜର ଖରାପ ସମୟକୁ ଭଲ ସମୟରେ ପରିବର୍ତ୍ତିତ କରିପାରିବ ଅର୍ଥାତ ନିଜର ଭାଗ୍ୟ ବଦଳାଇ ପାରିବ । ଆଜି ଆମେ ଆପଣଙ୍କୁ ସେହି ରାବଣ ସଂହିତାର କିଛି ଉପାୟ ବିଷୟରେ ଅବଗତ କରାଇବୁ, ଯାହା ଆପଣଙ୍କ ଜୀବନକୁ ପରିବର୍ତ୍ତିନ କରିବାରେ ସହାୟକ ହେବ ଏବଂ ଆପଣଙ୍କ ଭବିଷ୍ୟତକୁ ଠିକ ଭାବରେ ଗଢ଼ି ପାରିବ ।

ରାବଣ ସଂହିତାର ଶକ୍ତିଶାଳୀ ଉପାୟ :-

ମନୁଷ୍ୟ ଧନ ସମ୍ପତ୍ତି ପ୍ରାପ୍ତ କରିବାକୁ କିଛି ବି କରିଥାଏ । ସେଥିମଧ୍ୟରୁ କିଛି ଲୋକଙ୍କୁ ଏହା କରିବା ସହଜ ହୋଇଥାଏ ଆଉ କିଛି ଲୋକଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ କରିବାକୁ ପଡ଼ିଥାଏ । ତେଣୁ ଏପରି ପରିସ୍ଥିତିରେ ଆପଣ ଏହି ମନ୍ତ୍ର “ଓଁ ସରସ୍ଵତୀ ଈଶ୍ୱରୀ ଭଗବତୀ ମାତା କ୍ରାଂ କ୍ଲିଂ ଶ୍ରୀଂ ଶ୍ରୀଂ ମମ୍ ଧନଂ ଦେହି ଫଟ୍ ସ୍ଵାହା”ର ଜପ ୪୦ ଦିନ ପର୍ଯ୍ୟନ୍ତ କରନ୍ତୁ । ଆପଣ ଏହି ମନ୍ତ୍ରର ଜପ ନିଜ ଘରେ ମଧ୍ୟ କରିପାରିବେ । ଯଦି ଆପଣ ଏହି ଉପାୟକୁ ଠିକ ଭାବରେ ଏବଂ ନିଷ୍ଠାର ସହିତ କରନ୍ତି; ତେବେ ଏଥିରେ ଆପଣଙ୍କୁ ଧନ ପ୍ରାପ୍ତିର ମାର୍ଗରେ ଯାହାବି ବାଧା ରହିଥିବ କିମ୍ବା ଆସିବାକୁ ଥିବ ସେଥିରୁ ମୁକ୍ତି ମିଳିପାରିବ । ଆପଣ ଏହି ମନ୍ତ୍ରର ଜପ ୧୦୮ ଥର କରନ୍ତୁ ।

google

ରାବଣ ସଂହିତାର ଅନ୍ୟ ଏକ ଉପାୟ ବିଷୟରେ କୁହାଯାଇଛି ଯେଉଁଥିରେ ଯଦି ଆପଣଙ୍କୁ ଧନ ପ୍ରାପ୍ତିର ଇଚ୍ଛା ରହିଛି ଏବଂ ଯଦି ଆପଣ ଚାହୁଁଛନ୍ତି ଯେ, ଆପଣଙ୍କ ଜୀବନରେ କେବେ ଧନର ଅଭାବ ନହେଉ ତେବେ ଆପଣ ଏହି ଉପାୟକୁ ନିହାତି ଆପଣେଇବା ଉଚିତ । ଏହି ଉପାୟ ଅନୁସାରେ ଆପଣ କୌଣସି ଶୁଭ ମୁହୂର୍ତ୍ତରେ କିମ୍ବା କୌଣସି ଶୁଭ ଦିନରେ ପ୍ରାତଃ ସମୟରେ ଶୀଘ୍ର ଉଠି ନିଜର ସମସ୍ତ ନିତ୍ୟକର୍ମ ଶେଷ କରି କୌଣସି ଏକ ନଦୀ ତଟରେ ଯାଇ କୌଣସି ଶାନ୍ତ ଏବଂ ନିସଙ୍ଗ ସ୍ଥାନରେ, ବଟ ବୃକ୍ଷ ମୂଳରେ ବସି ଧନ ପ୍ରାପ୍ତି ପାଇଁ “ଓଁ ହ୍ରିଂ ଶ୍ରିଂ କ୍ଳୀଂ ନମଃ ଧ୍ଵଃ ଧ୍ଵଃ ସ୍ଵାହା” ଏହି ମନ୍ତ୍ରର ଜପ କରନ୍ତୁ । ଆପଣଙ୍କୁ ଏହି ମନ୍ତ୍ରର ଜପ ୨୧ ଦିନ ପର୍ଯ୍ୟନ୍ତ କରିବାକୁ ପଡ଼ିବ । ଏହି ମନ୍ତ୍ରର ଜପ କରିବା ପାଇଁ ଆପଣ ରୁଦ୍ରାକ୍ଷ ମାଳାର ବ୍ୟବହାର କରିପାରିବେ ।

google

ନିଜର ଧନ ବଢ଼ାଇବା ପାଇଁ ଆପଣ ଛେଳି କ୍ଷୀର ସହିତ ଅପାମାର୍ଗର ମଂଜି ପେଷି ମଥାରେ ଏହାର ଲେପନ ଲଗାନ୍ତୁ :

ଯଦି ଆପଣ ଚାହୁଁଛନ୍ତି ଯେ, ସମସ୍ତ କ୍ଷେତ୍ରରୁ ଆପଣଙ୍କୁ ଧନ ଲାଭ ହେଉ; ତେବେ ଏଥିପାଇଁ ଆପଣ ଦୀପାବଳି ଦିନ ଏହି ଉପାୟ ନିଶ୍ଚିତ କରନ୍ତୁ, ଆପଣ ଦୀପାବଳି ଦିନ ବିଧିବିଧାନ ପୂର୍ବକ ଧନର ଦେବୀ ମାତା ଲକ୍ଷ୍ମୀଙ୍କ ପୂଜା ଅର୍ଚ୍ଚନା କରନ୍ତୁ ଏବଂ ଆଗାମୀ ଦିନ ପ୍ରାତଃ ସମୟରେ ଶୀଘ୍ର ଉଠି ଯାଆନ୍ତୁ । ମାତ୍ର ସେହି ସମୟରେ ଆପଣ ବିଛଣା ତ୍ୟାଗ କରିବେ ନାହିଁ, ଆପଣ ମନ୍ତ୍ର “ॐ ନମୋ ଭଗବତୀ ପଦ୍ମା ପଦମାବୀ ଊଁ ହ୍ରୀଂ ଊଁ ଊଁ ପୂର୍ବାୟ ଦକ୍ଷିଣାୟ ଉତ୍ତରାୟ ଆଷ ପୂରୟ ସର୍ବଜନ ବଶ୍ୟ କୁରୁ କୁରୁ ସ୍ଵାହା”ର ଜପ ୧୦୮ ଥର କରନ୍ତୁ । ଯେତେବେଳେ ଆପଣ ଏହି ମନ୍ତ୍ରର ଜପ କରିବେ, ସେତେବେଳେ ଆପଣ ଦଶ ଦିଗକୁ ୧୦-୧୦ ଥର ଫୁଂକିବା ଉଚିତ ।

google

ମାନ୍ୟତା ଅନୁସାରେ ଯଦି ଧନର ଦେବତା କୁବେରଙ୍କ କୃପା ଦୃଷ୍ଟି କୌଣସି ବ୍ୟକ୍ତି ଉପରେ ଥାଏ; ତେବେ ସେହି ବ୍ୟକ୍ତିର ଜୀବନରେ କେବେବି ଧନ ସମ୍ବନ୍ଧୀତ ସମସ୍ୟା ଉତ୍ପନ୍ନ ହୋଇନଥାଏ । ଧନର ଦେବତା କୁବେରଙ୍କ ଆଶୀର୍ବାଦ ପ୍ରାପ୍ତ କରିବା ପାଇଁ ଆପଣ ମନ୍ତ୍ର “ଓଁ ଯକ୍ଷାୟ କୁବେରାୟ ସମୃଦ୍ଧି ମେ ଦେହି ଦାପୟ ସ୍ଵାହା”ର ଜପ କରନ୍ତୁ ।

Be the first to comment

Leave a Reply

Your email address will not be published.


*