ଏକ ଟଙ୍କାରେ କରୋନା ରୋଗୀଙ୍କ ପାଇଁ ମିଳିବ ଅମ୍ଳଜାନ୍ ସିଲିଣ୍ଡର୍, କିନ୍ତୁ ପ୍ରତିବଦଳରେ ପୁରଣ କରିବାକୁ ପଡିବ ଏହି ସର୍ତ୍ତଗୁଡିକ !

ଏକ ଟଙ୍କାରେ କରୋନା ରୋଗୀଙ୍କ ପାଇଁ ମିଳିବ ଅମ୍ଳଜାନ୍ ସିଲିଣ୍ଡର୍, କିନ୍ତୁ ପ୍ରତିବଦଳରେ ପୁରଣ କରିବାକୁ ପଡିବ ଏହି ସର୍ତ୍ତଗୁଡିକ !

କରୋନା ମହାମାରୀର ଦ୍ୱିତୀୟ ତରଙ୍ଗ ପ୍ରଥମ ଅପେକ୍ଷା ଅଧିକ ବିପଦଜ୍ଜନକ ଅଟେ । ବର୍ତ୍ତମାନ ଗୋଟିଏ ଦିନରେ ତିନି ଲକ୍ଷରୁ ଅଧିକ ମାମଲା ରୁଜୁ ହେଉଛି । ଗୋଟିଏ ଦିନରେ ହଜାରେରୁ ଉର୍ଦ୍ଧ୍ବ କରୋନା ରୋଗୀ ମୃତ୍ୟୁବରଣ କରୁଛନ୍ତି । ଠିକ୍ ସମୟରେ ଅମ୍ଳଜାନ୍ ସିଲିଣ୍ଡର୍ ଉପଲବ୍ଧ ନହେବା କରୋନା ରୋଗୀଙ୍କର ମୃତ୍ୟୁ ପାଇଁ ଏକ ପ୍ରମୁଖ କାରଣ ପାଲଟିଛି । ଏପରି ଅବସ୍ଥା ଯୋଗୁଁ ଅମ୍ଳଜାନ ସିଲିଣ୍ଡରର ଚାହିଦା ହଠାତ୍ ବୃଦ୍ଧି ପାଇଛି ।

ଏଭଳି ପରିସ୍ଥିତିରେ କିଛି ଲୋକ ଅମ୍ଳଜାନ ସିଲିଣ୍ଡରକୁ ନେଇ କଳାବଜାରୀ କରୁଥିବାବେଳେ ଅନ୍ୟ ପଟେ କିଛି ଅନୁଷ୍ଠାନ ଏବଂ ଗୋଷ୍ଠୀ ଅଛନ୍ତି ଯେଉଁମାନେ କମ୍ ମୂଲ୍ୟରେ ଲୋକଙ୍କୁ ଅମ୍ଳଜାନ ସିଲିଣ୍ଡର୍ ଯୋଗାଉଛନ୍ତି । ହମିରପୁର ଜିଲ୍ଲାର ସୁମେରପୁର ଇଣ୍ଡଷ୍ଟ୍ରିଆଲ୍ ଏରିଆରେ ଥିବା ଏକ ଇସ୍ପାତ କାରଖାନାର ମାଲିକ ମନୋଜ ଗୁପ୍ତାଙ୍କୁ ହେଉଛନ୍ତି ଏହାର ଜ୍ୱଳନ୍ତ ଉଦାହରଣ । ସେ ମାତ୍ର ୧ଟଙ୍କାରେ କରୋନା ସଂକ୍ରମିତ ଲୋକଙ୍କୁ ଅମ୍ଳଜାନ ସିଲିଣ୍ଡର୍ ଯୋଗାଇ ଦେଉଛନ୍ତି । ମାତ୍ର ୧ଟଙ୍କା ଦେଇ ଯେକୌଣସି ବ୍ୟକ୍ତି ସେଠାରେ ଅମ୍ଳଜାନ ସିଲିଣ୍ଡର୍ ରିଫିଲ୍ କରିପାରିବ ।

ବର୍ତ୍ତମାନ ସୁଦ୍ଧା ମନୋଜ ଗୁପ୍ତା ତାଙ୍କ ପ୍ଲାଣ୍ଟରେ ୧୦୦୦ରୁ ଅଧିକ ଅମ୍ଳଜାନ ସିଲିଣ୍ଡର୍ ରିଫିଲ୍ କରିସାରିଲେଣି । ଏହି ଉପାୟରେ ସେ ଅନେକ କରୋନା ରୋଗୀଙ୍କ ଜୀବନ ବଞ୍ଚାଇଛନ୍ତି । ମନୋଜ ଏହି ପଦକ୍ଷେପ ଆରମ୍ଭ କରିଥିଲେ କାରଣ ସେ ଜଣେ କରୋନା ରୋଗୀର ଯନ୍ତ୍ରଣାକୁ ଭଲ ଭାବେ ବୁଝିପାରନ୍ତି । କରୋନା ଭୁତାଣୁର ପ୍ରଥମ ତରଙ୍ଗରେ ସେ ନିଜେ ଏହା ଦ୍ୱାରା ଆକ୍ରାନ୍ତ ହୋଇଥିଲେ । ‘କୋଭିଡ୍-୧୯’ ଦ୍ୱାରା ସଂକ୍ରମିତ ହେଲେ ରୋଗୀର ଅବସ୍ଥା କ’ଣ ହୁଏ ତାହା ସେ ଭଲଭାବେ ଜାଣନ୍ତି । ଏହି କାରଣରୁ ସେ ମାତ୍ର ୧ଟଙ୍କାରେ ଅମ୍ଳଜାନ ସିଲିଣ୍ଡର୍ ରିଫିଲ୍ କରୁଛନ୍ତି ।

ତାଙ୍କ କାରଖାନାରୁ ଅମ୍ଳଜାନ ସିଲିଣ୍ଡର୍ ରିଫିଲ୍ କରିବା ପାଇଁ ଝାନସୀ, ବାନ୍ଦା, ଲଲିତପୁର୍, କାନପୁର୍, ଓରାଇ ଏବଂ ଲଖନୌ ସମେତ ଅନେକ ଜାଗାରୁ ଲୋକ ଆସୁଛନ୍ତି । ତେବେ ମନୋଜ ଗୁପ୍ତା ତାଙ୍କୁ ୧ଟଙ୍କାରେ ଅମ୍ଳଜାନ ସିଲିଣ୍ଡର୍ ଦେବା ପାଇଁ ଏକ ସର୍ତ୍ତ ରଖିଛନ୍ତି । ଏହି ସର୍ତ୍ତଟି ହେଉଛି କୋଭିଡ୍ ସଂକ୍ରମିତ ବ୍ୟକ୍ତିଙ୍କ ସମ୍ପର୍କୀୟଙ୍କୁ ରୋଗୀଙ୍କ RT-PCR ରିପୋର୍ଟ ସାଙ୍ଗରେ ଆଣିବାକୁ ପଡିବ । ଏହି ରିପୋର୍ଟ ଦେଖିବା ପରେ ସେମାନେ ଅମ୍ଳଜାନ ସିଲିଣ୍ଡର୍ ଭରିବେ । ଏହା ଦ୍ୱାରା ସିଲିଣ୍ଡରର କଳାବଜାରୀ ହେବନାହିଁ ଏବଂ ଅମ୍ଳଜାନ ସିଲିଣ୍ଡର୍ ସଠିକ୍ ବ୍ୟକ୍ତିଙ୍କ ନିକଟରେ ପହଞ୍ଚିବ ।

ମନୋଜଙ୍କ ଏହି କାର୍ଯ୍ୟକୁ ସୋସିଆଲ୍ ମିଡିଆରେ ବହୁତ ପ୍ରଶଂସା ମିଳୁଛି । ସେହିଭଳି ‘ଗାଜିଆବାଦ୍’ର ଗୁରୁଦ୍ୱାରା ଇନ୍ଦିରାପୁରମରେ ମଧ୍ୟ ଏହି କାର୍ଯ୍ୟ କରାଯାଉଛି । ଏଠାରେ ଅମ୍ଳଜାନ ଲଙ୍ଗରର ବ୍ୟବସ୍ଥା ଆରମ୍ଭ ହୋଇଛି । ଏହାର ଏକ ହେଲ୍ପ ଲାଇନ୍ର ନମ୍ବର୍ ୯୦୯୭୦୪୧୩୧୩ ରହିଛି । ଏହାକୁ କଲ୍ କରି ଯେକୌଣସି ବ୍ୟକ୍ତି ଅମ୍ଳଜାନ ସିଲିଣ୍ଡର୍ ସମ୍ବନ୍ଧୀୟ ସୂଚନା ପାଇପାରିବେ ।

ଆଶା କରୁଛୁ ଆପଣ ମଧ୍ୟ ଏପରି କାର୍ଯ୍ୟ ଦ୍ୱାରା ଅନୁପ୍ରାଣିତ ହୋଇଥିବେ ଏବଂ କରୋନା ରୋଗୀଙ୍କୁ ସାହାଯ୍ୟ କରିବାକୁ ଆଗକୁ ଆସିବେ ।

Leave a Reply

Your email address will not be published. Required fields are marked *