ଏହି ଫଟୋକୁ ପାଖରୁ ଦେଖନ୍ତୁ ! ଫଟୋ ଦେଖି ଆପଣଙ୍କ ଲୋମ ଟାଙ୍କୁରି ଉଠିବ…

ଏହି ଫଟୋକୁ ପାଖରୁ ଦେଖନ୍ତୁ ! ଫଟୋ ଦେଖି ଆପଣଙ୍କ ଲୋମ ଟାଙ୍କୁରି ଉଠିବ…

ଫୋଟ ଉଠାଇବା ସମୟରେ ଅନେକ ଥର ସେଥିରେ କିଛି ଏପରି ଜିନିଷ ଆବଦ୍ଧ ହୋଇଯାଏ ଯାହାକି କେହି କଳ୍ପନା ମଧ୍ୟ କରିନଥିବେ । ଏହି ଫଟୋଗୁଡ଼ିକୁ ଧ୍ୟାନ ଦେଇ ଦେଖିଲେ ଏଥିରେ ଲୁଚି ରହିଥିବା ଅନେକଗୁଡ଼ିଏ ରହସ୍ୟ ଉନ୍ମୋଚନ ହୋଇଥାଏ । ଆଜି ଆମେ ଆପଣଙ୍କୁ ଏପରି ଫୋଟଗୁଡିକର ଏକ କଲେକ୍ସନ୍ ଦେଖାଇବାକୁ ଯାଉଛୁ ।

ଏହି ସେଲ୍ଫିକୁ ଧ୍ୟାନ ଦେଇ ଦେଖିବା ପରେ ଏଥିରେ କାଚରେ ଏକ ଅଦ୍ଭୁତ ଭୟଙ୍କର ଚେହେରା ନଜର ଆସିବ । ଯେତେବେଳେ ଝିଅ ପରେ ଏହାକୁ ଧ୍ୟାନର ସହିତ ଦେଖିଲେ ସେତେବେଳେ ସେ ଫାଦରକୁ ଡକାଇ ନିଜ ଘରକୁ ପବିତ୍ର କରାଇଲେ । ଏହି କୋଠରୀରେ ଆଜି କେହି ଶୁଅନ୍ତି ନାହିଁ । ଏହାକୁ ଘର ଲୋକମାନେ କମନ୍ ରୁମ୍ କରି ରଖିଛନ୍ତି ।

ଏଥିରେ ଝିଅମାନଙ୍କ ଏକ ଦଳ କରି ପୋଜ୍ ଦେଉଛନ୍ତି । କିନ୍ତୁ ପଛପଟେ ସମୁଦ୍ରରେ ବସି ରହିଥିବା ଜଣେ ବ୍ୟକ୍ତି ଏମାନଙ୍କ ନକଲ କରି ଫୋଟକୁ ଖରାପ କରିଦିଏ ।

ଦୁଇଟି ଭଲ ବନ୍ଧୁ ରିନାହା ଓ କେଟି ପେରିଙ୍କ ଏହି ଫୋଟ ଏକ ପୁରସ୍କାର ବିତରଣ ସମାରୋହର ଅଟେ । ଏହାକୁ ଧ୍ୟାନ ଦେଇ ଦେଖିବା ପରେ କେଟିଙ୍କ ଚୌକି ତଳେ ଜଣେ ବ୍ୟକ୍ତିର ମୁହଁ ଦେଖାଯାଉଛି । ଏହାକୁ ଦେଖି ଏପରି ଲାଗୁଛି ଯେ ଯେପରିକି ସେ କେଟିର ଡ୍ରେସ୍ ତଳକୁ ଦେଖୁଛି । ଯଦିଓ ପରେ ଜଣାପଡୁଛି ଯେ ଏହା ଫଟୋଶପ୍ କରାଯାଇଥିବା ଇମେଜ୍ ଥିଲା ।

ଏହି ଫୋଟ ଆମେରିକାର ଇଡ଼ାହୋ ରାଜ୍ୟର ଏକ ନିଶବ୍ଦ ଜଙ୍ଗଲର ଅଟେ । ଫର୍ଜି ଓ ଲି ଦୁଇ ଭଉଣୀ ଏଠାରେ ଛୁଟି କାଟିବା ପାଇଁ ଆସିଥିଲେ । ଏହି ସମୟରେ ଏକ ସେଲ୍ଫିରେ ତାଙ୍କୁ ଏକ ଅଜବ ଆକୃତି ନଜର ଆସିଲା ଯାହାକୁ ଦେଖି ସେ ସେଠାରୁ ପଳାଇଗଲେ । ପରେ ଯେତେବେଳେ ସେମାନେ ଆଉଥରେ ସେହି ସ୍ଥାନକୁ ଗଲେ ସେତେବେଳେ ସେ ଜାଣିପାରିଲେ ଯେ ଏହି ଆକୃତି ଜଙ୍ଗଲରେ ହଜି ଯାଇଥିବା ଏକ ଶିଶୁର ଅଟେ । ଏମିତିରେ ସେ ମାନେ ସେହି ଶିଶୁକୁ ପୁଣିଥରେ ତା’ଘରେ ପହଞ୍ଚାଇ ଦେଲେ ।

ମେକାୟଲା କଳିନ୍ସ ଶପିଙ୍ଗ କରି ଘରକୁ ଫେରିଥିଲେ । ସେ ନିଜ କୋଠରୀକୁ ଯାଇ ନୂଆ ଡ୍ରେସ୍ ପିନ୍ଧିଲେ ଓ ସେଲ୍ଫି ନେଲେ । ପରେ ସେଲ୍ଫିରେ ପରଦା ପଛରେ ଜଣେ ବ୍ୟକ୍ତି ଲୁଚି ଲୁଚି ଦେଖୁଥିବାର ନଜର ଆସିଲା । ଏହାକୁ ଦେଖି ସେ ବହୁତ ଡରିଗଲେ । ପରେ ଜଣାପଡ଼ିଲା ଯେ ସେହି ବ୍ୟକ୍ତି ତାଙ୍କ ଭଉଣୀର ପ୍ରେମିକ ଥିଲେ ଯିଏ ସେ ଆସିବା ଯୋଗୁଁ ଲୁଚି ଯାଇଥିଲେ ।

ଜଣେ ପିତା ଅଫିସରେ ସ୍ଥିର ସମୟ ପୂର୍ବରୁ ଆସିଗଲେ । ତାଙ୍କୁ ନିଜ ଝିଅର ଫୋଟଗୁଡିକ ଆଇଙ୍କୁ ପଠାଇବାର ଥିଲା । ଏମିତିରେ ସେ ଏକ ଫୋଟ ଉଠାଇଲେ ଏବଂ ପଠାଇ ଦେଲେ । କିନ୍ତୁ ସମସ୍ତେ ନୋଟିସ୍ କଲେ ଯେ ଝିଅର ପଲଙ୍କ ତଳେ ଜଣେ ବ୍ୟକ୍ତି ଅଛି । ଏମିତିରେ ପିତା ତୁରନ୍ତ ପୋଲିସଙ୍କୁ ଫୋନ୍ କଲେ । କିନ୍ତୁ ପରେ ଯେତେବେଳେ ସେ ପୁଣିଥରେ କୋଠରୀକୁ ଗଲେ ସେତେବେଳେ ଝିଅ ସେହି ବ୍ୟକ୍ତିଙ୍କୁ କୁଣ୍ଡେଇ ଧରିଥିଲେ । ସେ ଝିଅର ବନ୍ଧୁ ଥିଲେ ।

ଝିଅ ଗଛ ପାଖକୁ ଯାଇ ବହୁତ ମଜାରେ ଫୋଟ ଉଠାଉଥିଲେ । ସେତେବେଳେ ତାଙ୍କ ମାଁ’ଙ୍କ ନଜର ପଛପଟେ ଗଛରେ ବସିଥିବା ସାପ ଉପରେ ପଡିଲା । ଭଗବାନଙ୍କ ଦୟାରୁ ସାପ ତାଙ୍କୁ ଆକ୍ରମଣ କଲେ ନାହିଁ ଏବଂ ସେମାନେ ବଞ୍ଚିଗଲେ ।

ପାର୍କରେ ଜଣେ କପଲ୍ ଏକୁଟିଆ ଥିଲେ । ପ୍ରେମିକ ପ୍ରେମିକାଙ୍କୁ ଫୋଟ ଉଠାଇଲେ । ସେତେବେଳେ ତାଙ୍କୁ ହଲିଉଡ଼ର ଏକ ଭୟଙ୍କର ଚଳଚ୍ଚିତ୍ର ସ୍ଲେଣ୍ଡରମ୍ୟାନ୍ ଭଳି ଚରିତ୍ର ଦେଖିଲେ । ଏମିତିରେ ଦୁହେଁ ଏତିକି ଡରିଗଲେ ଯେ ପଛକୁ ନ ଚାହିଁ ସେଠାରୁ ପଳାଇଗଲେ ।

ରବିନ୍ ଜଙ୍ଗଲରେ ନିଜ ସ୍ତ୍ରୀଙ୍କ ଫୋଟ କ୍ଲିକ୍ କରୁଥିଲେ ସେତେବେଳେ ତାଙ୍କୁ ପଛରେ ଏକ ଅଦ୍ଭୁତ ଆକୃତି ଦେଖାଗଲା । ଏହା ଷ୍ଟାର୍ ବାର୍ସ ଚଳଚ୍ଚିତ୍ରର ଆରଟୁଡ଼ିଟୁ ଭଳି ଭବିଷ୍ୟତରୁ ଆସିଥିବା ଏକ ରୋବୋଟ୍ ଭଳି ଥିଲା ।

ଏଠାରେ ପ୍ରେମିକ ପ୍ରେମିକାଙ୍କ ମଝିରେ ଜଣେ ବନ୍ଧୁ ମଜା କରିଗଲେ ।

୧୯୬୨ର ଏହି ଫୋଟରେ ଗୋଟିଏ ପାଦ ଅଧିକ ଦେଖାଯାଉଛି । ଯଦିଓ ପରେ ଜଣାପଡ଼ିଲା ଯେ ଏହି ପାଦ ଜଣେ ଶିଶୁର ଥିଲା ଯାହା ବ୍ୟକ୍ତି ପଛରେ ଲୁଚି ଯାଇଥିଲେ ।

ଶପିଙ୍ଗ ସମୟରେ ଝିଅଟି ବହୁତଗୁଡ଼ିଏ ଫୋଟ ଉଠାଇଥିଲେ, କିନ୍ତୁ ଏକ ଅଚିହ୍ନା ବ୍ୟକ୍ତି ପଛରେ ଛିଡ଼ା ହୋଇ ତାଙ୍କ ଫଟୋକୁ ଖରାପ କରିଦେଉଥିଲା ।

ୟୁଲୀୟା ନାମକ ଝିଅଟି ସମୁଦ୍ର କୂଳରେ ନିଜ ଭାଇ ମାନଙ୍କ ସହ ମଜା ମସ୍ତି କରିବା ପାଇଁ ଯାଇଥିଲେ । ଏଠାରେ ଏକ ଫୋଟରେ ପାଣି ଭିତରେ ଅଦ୍ଭୁତ ଜିନିଷ ସବୁ ଦେଖାଗଲା । ଏହା ଦେଖି ସେମାନେ ସେଠାରୁ ପଳାଇ ଆସିଲେ । ପରେ ଜଣାପଡ଼ିଲା ଯେ ତାହା ମରି ଯାଇଥିବା ଲାୟନ୍ସ ମେନ୍ ଜେଲିଫୀସ୍ ଥିଲା । ଏହା ଦୁନିଆର ସବୁଠାରୁ ବଡ଼ ଜେଲିଫୀସ୍ ପ୍ରଜାତି ମଧ୍ୟରୁ ଗୋଟିଏ ଅଟେ ।

ଇଣ୍ଟରନେଟରେ ଭାଇରଲ୍ ହୋଇଥିବା ଫୋଟରେ ସୋଫା ପଛରେ ଜଣେ ମହିଳାଙ୍କ ଭୟଙ୍କର ଚେହେରା ଦେଖାଯାଉଛି । ପରେ ଜଣାପଡ଼ିଲା ଯେ ଏହା ଆୟସଲ୍ୟାଣ୍ଡର ଏକ ସ୍ୱତନ୍ତ୍ର ଚଳଚ୍ଚିତ୍ରର ସିନ୍ ଅଟେ ।

ଏକ ୟୁୟୁଏମ୍ ବସ୍ ନଦୀରେ ପଡିଯିବା ଫଳରେ ୫୨ ଜଣ ଛାତ୍ରଛାତ୍ରୀଙ୍କୁ ଆଘାତ ଲାଗିଲା । ପତ୍ରକାର ଘଟଣା ସ୍ଥଳର ଫୋଟ ନେଉଥିଲେ ସେତେବେଳେ ତାଙ୍କୁ ହସୁଥିବା ଏକ ସଇତାନର ଆକୃତି ଦେଖାଗଲା । ଏହି ଘଟଣା ପରେ ସେଠାରେ କିଛି ଦିନ ପର୍ଯ୍ୟନ୍ତ କେହି ଗଲେ ନାହିଁ ।

ନିଜ ଘର ବାହାରେ ଖେଳୁଥିବା ଏହି ଭାଇ ଭଉଣୀଙ୍କ ଫୋଟରେ ଏକ ପଶୁର ଭୟଙ୍କର ଆଖି ଦେଖାଯାଉଛି । ଦେଖିଲେ ଲାଗୁଛି ସେତେ ଯେପରି ଏ ପଶୁ ଏମାନଙ୍କୁ ହାନି ପହଞ୍ଚାଇବ । କିନ୍ତୁ ବାସ୍ତବରେ ଏହା ପଡ଼ୋଶୀର କୁକୁର ଥିଲା ।

ଏଠାରେ ପାଦ ତଳେ ଏକ ଅଦ୍ଭୁତ ଚେହେରା ଦେଖାଯାଉଛି । ଏହାକୁ ଦେଖି ଫୋଟ ଉଠାଇବା ଲୋକ ଭୟ କଲା । ପରେ ଜଣାପଡ଼ିଲା ଯେ ଏହା ତାଙ୍କରି ବନ୍ଧୁଙ୍କ ଏକ ଥଟ୍ଟା ଥିଲା ।

ଟୋବି ଓ ତାଙ୍କ ପରିବାର ଛୁଟି କାଟିବା ପାଇଁ ଯାଇଥିଲେ ସେଥିରେ ତାଙ୍କ ଦ୍ୱାରା ଉଠାଇଥିବା ଫୋଟରେ ସେ ଜାଣିପାରିଲେ ଯେ ପଛରେ ଏକ ଗୁପ୍ତ ଭଉଁରୀ ଅଛି । ଏମିତିରେ ସେମାନେ ସେଠାରୁ ତୁରନ୍ତ ପଳାଇଗଲେ ।

ଏଠାରେ ଏକ ଫୋଟଗ୍ରାଫର୍ ବଧୂ ସ୍ଥାନରେ ତାଙ୍କ ବାନ୍ଧବୀଙ୍କ ଫୋଟ ଉଠାଇ ଦେଲେ । ପରେ ତା ଉପରେ ଏହି କଥାକୁ ନେଇ କେସ୍ ମଧ୍ୟ ହୋଇଥାଏ ।

Leave a Reply

Your email address will not be published. Required fields are marked *