କରୋନା କଟକଣାକୁ ଉଲ୍ଲଂଘନ କରି ଭାଇ ବାହାଘରରେ ତହସିଲଦାରଙ୍କ ଧମାକାଦାର୍ Dance ମହଙ୍ଗା ପଡିଲା…!

କରୋନା କଟକଣାକୁ ଉଲ୍ଲଂଘନ କରି ଭାଇ ବାହାଘରରେ ତହସିଲଦାରଙ୍କ ଧମାକାଦାର୍ Dance ମହଙ୍ଗା ପଡିଲା…!

କୋଭିଡ୍‌ ଗାଇଡ୍‌ଲାଇନ୍‌କୁ ଉଲ୍ଲଂଘନ କରି ଭାଇଙ୍କ ବାହାଘରରେ ସୁକିନ୍ଦା ତହସିଲଦାର ବୁଲ୍‌ବୁଲ୍ ବେହେରାଙ୍କ Dance କରିବା ମହଙ୍ଗା ପଡିଛି । ଜଗତ୍‌ସିଂହପୁର ଜିଲ୍ଲାପାଳଙ୍କୁ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । କୋଭିଡ୍‌ ନିୟମକୁ ଅଣଦେଖା କରି ଅଧିକାରୀଙ୍କ ନାଚିବା ସଂପର୍କରେ ସୁପ୍ରିମକୋର୍ଟର ଆଇନଜୀବୀ ତଥା ମାନବାଧିକାର କର୍ମୀ ରାଧାକାନ୍ତ ତ୍ରିପାଠୀଙ୍କ ଦ୍ଵାରା ଏନ୍‌ଏଚ୍‌ଆର୍‌ସିରେ ପିଟିସନ ଦାଖଲ କରାଯାଇଥିଲା ।

ରାଜ୍ୟ ସରକାରଙ୍କ ରାଜସ୍ୱ ବିଭାଗ କୋଭିଡ୍‌ କଟକଣାକୁ ଉଲ୍ଲଂଘନ କରି ଏପରି ବିଶୃଙ୍ଖଳିତ କାର୍ଯ୍ୟକଳାପ ପାଇଁ ତାଙ୍କୁ କାର୍ଯ୍ୟରୁ ନିଲମ୍ବନ କରିଥିବା ଜଣାପଡିଛି ।

ଗତ ମେ ୨୧ତାରିଖ ଦିନ ଭାଇ ବାହାଘରରେ ନାଗିନ୍‌ ଡ୍ୟାନ୍ସ କରି ତହସିଲଦାର ଶ୍ରୀମତୀ ବେହେରା ସମଗ୍ର ରାଜ୍ୟରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲିଟିଥିଲେ । କୋଭିଡ୍‌ କଟକଣାକୁ ଫୁ କରି ୭୦ରୁ ୮୦ ବରଯାତ୍ରୀଙ୍କୁ ନେଇ ଜଗତସିଂହପୁର ଜିଲ୍ଲା ଜଗନ୍ନାଥପୁର ଗ୍ରାମରେ ରାତ୍ର ବେଳା ଶୋଭାଯାତ୍ରା କରି ରାଜରାସ୍ତାରେ ବାଦ୍ୟର ତାଳେ ତାଳେ ନାଗିନ୍‌ ଡ୍ୟାନ୍‌ସ ପରିବେଷଣ କରିଥିଲେ । ଯାହାକୁ ନେଇ ଗତ ମେ ୨୩ ତାରିଖ ଦିନ ସ୍ଥାନୀୟ ସରପଞ୍ଚ ସିଲାରାଣୀ ଖଣ୍ଡୁଆଳଙ୍କ ଏତଲା କ୍ରମେ ତିର୍ତ୍ତୋଲ ପୁଲିସ ମହାମାରି ଆଇନର ଧାରା ୩ ଓ ୫୧ ବିପର୍ଯ୍ୟୟ ପରିଚାଳନା ଧାରା ଭଳି ସଂଗୀନ ମାମଲା ରୁଜୁ କରିଥିଲା ।

ପରେ ଘଟଣାକୁ ନେଇ ମାନବାଧିକାର କମିସନ ପକ୍ଷରୁ ଚଳିତ ମାସ ୭ ତାରିଖ ଜଗତସିଂପୁର ଜିଲ୍ଲାପାଳଙ୍କୁ ସୁକିନ୍ଦା ତହସିଲଦାର ଶ୍ରୀମତୀ ବେହେରା କରିଥିବା କୋଭିଡ୍‌ କଟକଣା ଉଲ୍ଲଂଘନ ଓ ସର୍ବସାଧାରଣରେ ଉତ୍ସବ ପାଳନ କରି ନୃତ୍ୟ କରିବା ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଯାହା ଉପରେ ରାଜ୍ୟ ସରକାରଙ୍କ ରାଜସ୍ୱ ବିଭାଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତାଙ୍କୁ କାର୍ଯ୍ୟରୁ ନିଲମ୍ବନ କରିଛି ।

Leave a Reply

Your email address will not be published. Required fields are marked *