ଟି-ସିରିଜର୍ ମାଲିକ ଭୂଷଣ କୁମାରଙ୍କ ଉପରେ ଲାଗିଛି ବଳାତ୍କାର ଆରୋପ ! ମୁମ୍ବାଇରେ ରୁଜ୍ଜୁ ହୋଇଛି ଏହି ମାମଲା…

ଟି-ସିରିଜର୍ ମାଲିକ ଭୂଷଣ କୁମାରଙ୍କ ଉପରେ ଲାଗିଛି ବଳାତ୍କାର ଆରୋପ ! ମୁମ୍ବାଇରେ ରୁଜ୍ଜୁ ହୋଇଛି ଏହି ମାମଲା…

ଭୂଷଣ କୁମାର୍ ଦେଶର ଅଗ୍ରଣୀ ମ୍ୟୁଜିକ୍ ପ୍ରଡକ୍ସନ୍ କମ୍ପାନୀଟି ସିରିଜର୍ ମ୍ୟାନେଜିଙ୍ଗ ଡିରେକ୍ଟର୍ ଅଟନ୍ତି । କିଛି ଦିନ ପୂର୍ବରୁ ଯେତେବେଳେ ଦେଶରେ ‘ମି ଠୁ’ ଟ୍ରେଣ୍ଡ ଚାଲିଥିଲା ସେତେବେଳେ ମଧ୍ୟ ତାଙ୍କ ବିରୋଧରେ ଅଭିଯୋଗ ଶୁଣିବାକୁ ମିଳିଥିଲା ଯାହାକୁ ସେ ଅସ୍ୱୀକାର କରିଥିଲେ । ଏବେ ପୁଣିଥରେ ଶୁଣିବାକୁ ମିଳିଛି ଯେ ଜଣେ ମହିଳା ଭୂଷଣ କୁମାରଙ୍କ ବିରୋଧରେ ବଳାତ୍କାରର ଆରୋପ ଲଗାଇ ଏକ ମାମଲା ଦାୟର୍ କରିଛନ୍ତି ।

ମୁମ୍ବାଇର ଡିଏନ୍ ନଗର ପୋଲିସ୍ ଷ୍ଟେସନରେ ଟି ସିରିଜର୍ ମ୍ୟାନେଜିଙ୍ଗ ଡିରେକ୍ଟର୍ ଭୂଷଣ କୁମାରଙ୍କ ବିରୋଧରେ ବଳାତ୍କାର ମାମଲା ରୁଜୁ ହୋଇଛି । ଜଣେ ୩୦ବର୍ଷ ବୟସ୍କା ମହିଳା ଅଭିଯୋଗ କରିଛନ୍ତି ଯେ ଭୂଷଣ କୁମାର୍ ତାଙ୍କୁ କାମର ପ୍ରଲୋଭନ ଦେଖାଇ ବଳାତ୍କାର କରିଛନ୍ତି ।

ମହିଳା ଜଣକ କହିଛନ୍ତି ଯେ ଭୂଷଣ କୁମାର୍ ତାଙ୍କୁ ଟି-ସିରିଜ୍ ପ୍ରୋଜେକ୍ଟରେ କାମ କରିବାକୁ ପ୍ରଲୋଭନ୍ ଦେଖାଇ ବଳାତ୍କାର କରିଥିଲେ । ମହିଳା ଜଣକ ଅଭିଯୋଗ କରିଛନ୍ତି ଯେ ତାଙ୍କୁ ତିନୋଟି ଭିନ୍ନ ଭିନ୍ନ ସ୍ଥାନରେ ଯୌନ ନିର୍ଯାତନା ଦିଆଯାଇଛି । ମହିଳାଙ୍କ କହିବାନୁସାରେ ଏହି ଘଟଣା ୨୦୧୭ ରୁ ୨୦୨୦ ମଧ୍ୟରେ ଘଟିଛି ।

ANI ସହ ପୋଲିସର ବାର୍ତ୍ତାଳାପରେ ପୋଲିସ୍ କହିଛି, “ଟି-ସିରିଜର ମ୍ୟାନେଜିଙ୍ଗ ଡିରେକ୍ଟର୍ ଭୂଷଣ କୁମାର୍ ମୁମ୍ବାଇର ତାଙ୍କ କମ୍ପାନୀରେ କାମଦେବା ବାହାନା କରି ଜଣେ ତିରିଶ ବର୍ଷ ବୟସ୍କା ମହିଳାଙ୍କୁ ବଳାତ୍କାର କରିଛନ୍ତି । ଆଇପିସିର ଧାରା ୩୭୬ ଅନୁଯାୟୀ ଟି ସିରିଜର୍ ମ୍ୟାନେଜିଙ୍ଗ ଡିରେକ୍ଟର୍ ଭୂଷଣ କୁମାରଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି । ତେବେ ଏପର୍ଯ୍ୟନ୍ତ ତାଙ୍କୁ ଗିରଫ୍ କରାଯାଇନାହିଁ ।”

ଏହି ମାମଲାରେ ପୋଲିସ୍ ଭୂଷଣ କୁମାରଙ୍କ ବିରୋଧରେ ଆଇପିସିର ଧାରା ୩୭୬ (ବଳାତ୍କାର), ୪୨୦ (ଠକେଇ) ଏବଂ ୫୦୬ (ଧମକ୍) ଅନୁଯାୟୀ ମାମଲା ରୁଜୁ କରିଛି ।

ମହିଳାଙ୍କ କହିବାନୁସାରେ ଭୂଷଣ ତାଙ୍କୁ ବଳାତ୍କାର କରିବା ପରେ ଧମକ୍ ଦେଉଥିଲେ । ପୋଲିସ୍ ମାମଲା ରୁଜୁ କରି ଶୀଘ୍ର ଘଟଣାର ତଦନ୍ତ କରୁଛି ଏବଂ ଖୁବ୍ ଶୀଘ୍ର ଭୂଷଣଙ୍କ ବିବୃତ୍ତି ରେକର୍ଡ କରାଯିବ । ଭୂଷଣ ବର୍ତ୍ତମାନ ମୁମ୍ବାଇ ବାହାରେ ଅଛନ୍ତି ।

ତେବେ ଏହି ଅଭିଯୋଗ ଉପରେ ଟି-ସିରିଜ୍ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟୀକରଣ ଆସିନାହିଁ । ଭୂଷଣ କୁମାର୍ ବର୍ତ୍ତମାନ ଦିଲ୍ଲୀରେ ଅଛନ୍ତି ଏବଂ ମୁମ୍ବାଇ ଫେରିବା ପରେ ପୋଲିସ୍ ତାଙ୍କୁ ପଚରାଉଚରା କରିବ ।

ସୂଚନାଯୋଗ୍ୟ ଯେ ଭୂଷଣ କୁମାରଙ୍କ ବିରୋଧରେ ଏଭଳି ଅଭିଯୋଗ ପ୍ରଥମ ନୁହେଁ । ଏହାପୂର୍ବରୁ ମଧ୍ୟ ‘ମି ଠୁ’ ମୁଭମେଣ୍ଟ ସମୟରେ ମଡେଲ୍ ମରିନା କୁନୱର୍ ଭୂଷଣ କୁମାରଙ୍କ ବିରୋଧ ଶାରୀରିକ ନିର୍ଯାତନା ଅଭିଯୋଗ ଆଣିଥିଲେ ।

Leave a Reply

Your email address will not be published. Required fields are marked *