କରୋନା ଉପରେ ପ୍ରଭାବ ପକାଇଲା ସ୍ୱାଇନ୍ ଫ୍ଲୁ ରୋଗର ଔଷଧ । ଯାହାଦ୍ୱାରା ୬ ଜଣ ରୋଗୀ ଭଲ ହୋଇ ଘରକୁ ଫେରିଛନ୍ତି ।

କରୋନା ଉପରେ ପ୍ରଭାବ ପକାଇଲା ସ୍ୱାଇନ୍ ଫ୍ଲୁ ରୋଗର ଔଷଧ । ଯାହାଦ୍ୱାରା ୬ ଜଣ ରୋଗୀ ଭଲ ହୋଇ ଘରକୁ ଫେରିଛନ୍ତି ।

ଚୀନରୁ ସୃଷ୍ଟି ହୋଇଥିବା କରୋନା ଭାଇରସ୍ ବର୍ତ୍ତମାନ ୧୨୭ ଦେଶରେ ଆତଙ୍କ ଖେଳାଇସାରିଛି । ବର୍ତମାନ ଚୀନ ଏହି ରୋଗର ଔଷଧ ବନାଇସାରିଛି ଯାହାଫଳରେ ପରିସ୍ଥିତି ବର୍ତମାନ ସୁଧୁରୁଛି । ଠିକ୍ ଏହି ସମୟରେ ଭାରତର ୬ ଜଣ ରୋଗୀ କରୋନା ଭାଇରସରୁ ଭଲ ହେବା ଖବର ଆସିଛି ।

google

ଆଉ କୁହାଯାଉଛି କି କରୋନାରେ ପୀଡିତ ଅନ୍ୟ ସମସ୍ତ ରୋଗୀଙ୍କ ଅବସ୍ଥାରେ ମଧ୍ୟ ଉନ୍ନତି ଦେଖିବାକୁ ମିଳିଛି । ଦିଲ୍ଲୀର ସଫତରଜୁଙ୍ଗ ମେଡିକାଲରେ ଗୋଟିଏ ସାଙ୍ଗରେ ୬ ଜଣ ରୋଗୀ କରୋନା ଭାଇରସରୁ ଭଲ ହୋଇ ସାରିଛନ୍ତି । ଏଥିମଧ୍ୟରୁ ଜଣେ ଦିଲ୍ଲୀର ମୟୁର ବିହାର, ଆଉ ଜଣେ ଉତ୍ତରପ୍ରଦେଶର ନୋଏଡ଼ା ଏବଂ ଅନ୍ୟ ଚାରିଜଣ ଆଗ୍ରାର ବୋଲି ଜଣା ପଡିଛି । ସଫତରଜୁଙ୍ଗ ମେଡିକାଲର ସୁପରିଟେଣ୍ଡଙ୍କ କହିବା ଅନୁଯାୟୀ ସେ ୬ ଜଣ ପ୍ରାୟ ୧୪ ଦିନ ହେବ ମେଡିକାଲରେ ଭର୍ତ୍ତି ଥିଲେ ପରବର୍ତ୍ତୀ ସମୟରେ ସୁସ୍ଥ ହେବାପରେ ସେ ନିଜର ଘରକୁ ଫେରିଥିଲେ ।

ଆଉ କୁହାଯାଉଛି ଯେ ପ୍ରଥମ ଥର କରୋନାରେ ପୀଡିତ ବ୍ୟକ୍ତି ଯିଏ ବର୍ତ୍ତମାନ ସମ୍ପୂର୍ଣ ସୁସ୍ଥ ହୋଇ ଯାଇଛନ୍ତି, ଓ ତାଙ୍କୁ ବର୍ତ୍ତମାନ ଛୁଟି ଦିଆଯାଇଛି । ଏହି ରୋଗୀଙ୍କୁ ୧୪ ଦିନ ପୂର୍ବରୁ ଯେବେ ଦେଖାଯାଇଥିଲା, ତେବେ ଭାଇରସ୍ ପଜିଟିଭ ଦେଖାଯାଇଥିଲା ହେଲେ ପରବର୍ତ୍ତୀ ସମୟରେ ଭାଇରସ୍ ସମ୍ପୂର୍ଣ ଭାବରେ ନେଗେଟିଭ ଦେଖାଦେଇଥିଲା । ୬ ଜଣ ସୁସ୍ଥ ହେବା ପରେ ଡାକ୍ତରଙ୍କ ମନରେ ଆଶା ଜାଗ୍ରତ ହୋଇଥିଲା ।

ଟେମିଫ୍ଲୁ ମେଡ଼ିସିନରୁ ବାହାରିଥିଲା ରୋଗର ନିରାକରଣ ।

google

ଡାକ୍ତର କହିଥିଲେ କି ଏଠାରେ ଅନ୍ୟ ଡାକ୍ତର ଖାନାରେ ଯେଭଳି ଏଚଆଇଭ ଦେଖାଯାଏ ଏଠାରେ ତାହା ନ କରାଯାଇ ସ୍ୱାଇନ୍ ଫ୍ଲୁ ଠିକ୍ କରାଯିବାର ମେଡ଼ିସିନ ରୋଗୀଙ୍କୁ ଦିଆଯାଇଥିଲା । ଡାକ୍ତରମାନେ କହିଥିଲେ କି ଏହି ଔଷଧ ବହୁତ ଧ୍ୟାନ ସହକାରେ ଦିଆଯାଇଥିଲା ।

କରୋନା ରୋଗରୁ ଦୁରେଇ ରହିବା ପାଇଁ ଏହି ସବୁ ଟିପ୍ପଣି ଅନୁଧ୍ୟାନ କରନ୍ତୁ ।

google

୧- ମୁଂହକୁ ଭଲଭାବରେ ମାସ୍କ ଦ୍ୱାରା ଘୋଡାଇ ରଖନ୍ତୁ । ବାରମ୍ବାର ଆଖି, ନାକ ଓ ପାଟିକୁ ଛୁଅନ୍ତୁ ନାହିଁ ।

୨- ହାତକୁ ବାରମ୍ବାର ସାବୁନରେ ସଫା କରନ୍ତୁ ।

୩- ସଂକ୍ରମିତ ଲୋକମାନଙ୍କ ଠାରୁ ୬ ଫୁଟର ଦୁରତାରେ ରୁହନ୍ତୁ ।

୪- ଥଣ୍ଡା, କାଶ, ଜ୍ଵର ଓ କଫ ରହିଲେ ସଙ୍ଗେ ସଙ୍ଗେ ଚେକ୍ ଅପ୍ କରନ୍ତୁ ।

୫- ପାଖାପାଖି ୩୦ ସେକେଣ୍ଡ ପର୍ଯ୍ୟନ୍ତ ଭଲ ଭାବରେ ସାବୁନରେ ହାତ ଧୁଅନ୍ତୁ ।

୬- ସଫା ସୁତରା ଉପରେ ଗୁରୁତ୍ୱ ଦିଅନ୍ତୁ ଓ ନିଜର ବାସଗୃହକୁ ଗରମ ରଖିବାକୁ ଚେଷ୍ଟା କରନ୍ତୁ ।

୭- ଯେଉଁ ସବୁ ସହରରେ କରୋନା ବ୍ୟାପୁଛି ସେହି ସ୍ଥାନ ମାନଙ୍କୁ ଯାତ୍ରା କରନ୍ତୁ ନାହିଁ ।

୮- ବ୍ୟବହାର କରିଥିବା ଟିସୁ ପେପରକୁ ବାହାରେ ଫିଗନ୍ତୁ ନାହିଁ, ଡଷ୍ଟବିନର ବ୍ୟବହାର କରନ୍ତୁ ।

୯- ଯେତେବେଳେ ବାହାରୁ ଘରକୁ ଫେରୁଛନ୍ତି ସେହି ସମୟରେ ହାତ ନଧୋଇ କୌଣସି ଜିନିଷ ଖାଆନ୍ତୁ ନାହିଁ ।

google

୧୦- ବଜାରର ଫାଷ୍ଟଫୁଡଡ୍ କିମ୍ବା ରାସ୍ତା କଡରେ ଜିନିଷ କିଛି ଖାଅନ୍ତୁ ନାହିଁ ।

୧୧- ବହୁତ ଜନଗହଳିକୁ ଯାଆନ୍ତୁ ନାହିଁ ।

୧୨- ଜନସାଧାରଣ ଗାଡି ଯଥା ବସରେ ଯିବା ଅପେକ୍ଷା ନିଜ ଗାଡି ବ୍ୟବହାର କରନ୍ତୁ ।

୧୩- ରୋଗ ପ୍ରତିରୋଧକୁ ଗଢି ରଖିବା ପାଇଁ ସତେଜ ଖାଦ୍ୟ ଖାଅନ୍ତୁ

୧୪- ବାହାରେ କିମ୍ବା କୌଣସି ସ୍ଥାନରେ ଛେପ ପକାନ୍ତୁ ନାହିଁ ।

ସୌଜନ୍ୟ : nari.punjabkesari

Leave a Reply

Your email address will not be published. Required fields are marked *