ସୁଶ୍ମିତାଙ୍କ ଭଲ ପାଇବା ନଷ୍ଟ କରିଦେଇଥିଲା ଏହି ନିର୍ଦ୍ଦେଶକଙ୍କ ଜୀବନ ! କହିଲେ- ମୁଁ ମୋର ସ୍ତ୍ରୀ ଓ ଝିଅକୁ…

ସୁଶ୍ମିତାଙ୍କ ଭଲ ପାଇବା ନଷ୍ଟ କରିଦେଇଥିଲା ଏହି ନିର୍ଦ୍ଦେଶକଙ୍କ ଜୀବନ ! କହିଲେ- ମୁଁ ମୋର ସ୍ତ୍ରୀ ଓ ଝିଅକୁ…

ସମସ୍ତ ପ୍ରେମ କାହାଣୀ ସଫଳ ହୋଇପାରେ ନାହିଁ, କିଛି ପ୍ରେମ କାହାଣୀ ଅଧାରେ ରହିଯାଏ ଓ ସେଥିରେ କାହାକୁ ନା କାହାକୁ କଷ୍ଟ ମଧ୍ୟ ସହ୍ୟ କରିବାକୁ ପଡ଼େ । ଚଳଚ୍ଚିତ୍ର ଜଗତ ବିଷୟରେ ଆଲୋଚନା କରିବା ତେବେ କଳାକାର ମାନଙ୍କ ପରସ୍ପର ପ୍ରେମରେ ପଡ଼ିବା ସାଧାରଣ କଥା ଅଟେ । ଯଦିଓ ବେଳେବେଳେ କିଛି ସମ୍ପର୍କରେ ଲୋକଙ୍କୁ ପରେ ଜଣା ପଡ଼େ ଯେ, ସେ ସମ୍ପର୍କରେ କିଛି ଭୁଲ୍ କରି ବସିଛନ୍ତି । ବଲିଉଡ଼ ନିର୍ଦ୍ଦେଶକ ବିକ୍ରମ ଭଟ୍ଟଙ୍କ ସହିତ ମଧ୍ୟ ଏପରି କିଛି ହୋଇଥିଲା ଯେତେବେଳେ ତାଙ୍କର ଅଭିନେତ୍ରୀ ସୁଶ୍ମିତା ସେନଙ୍କ ସହିତ ଅଫେୟାର୍ ଚାଲୁଥିଲା ।

ବିକ୍ରମ ଭଟ୍ଟ ଓ ସୁଶ୍ମିତା ସେନ୍ କ୍ୟାରିୟର୍ ଆରମ୍ଭରେ ପରସ୍ପର ନିକଟକୁ ଆସିଥିଲେ । ଏହି ସମୟରେ ସୁଶ୍ମିତାଙ୍କ ବୟସ ୨୦-୨୧ ବର୍ଷ ଥିଲା । ସେପଟେ ବିକ୍ରମ ଭଟ୍ଟ ମଧ୍ୟ ବିବାହିତ ଥିଲେ । ବିବାହ କରି ମଧ୍ୟ ବିକ୍ରମ ଭଟ୍ଟ ସୁଶ୍ମିତା ସେନଙ୍କ ସହିତ ଅଫେୟାର୍ ଚାଲିଥିଲା ଏବଂ ସେ ଯେତେବେଳେ ଜାଣିଲେ ଏଥିପାଇଁ ସେ ବହୁତ ପଶ୍ଚାତାପ କଲେ ।

୧୯୯୬ରେ ଚଳଚ୍ଚିତ୍ର ‘ଦସ୍ତକ୍’ ସେଟ୍ ସମୟରେ ସୁଶ୍ମିତା ଓ ବିକ୍ରମଙ୍କ ପ୍ରେମ ପ୍ରସଙ୍ଗର ଶୁଭାରମ୍ଭ ହୋଇଥିଲା । ସୁଶ୍ମିତାଙ୍କ ପ୍ରେମରେ ବିକ୍ରମ ଏପରି ପାଗଳ ହୋଇଯାଇଥିଲେ ଯେ ସେ ନିଜ ସ୍ତ୍ରୀ ଓ ନିଜ ଝିଅ ଠାରୁ ମଧ୍ୟ ଦୂରେଇ ଗଲେ । କିନ୍ତୁ ଆଗକୁ ଯାଇ ତାଙ୍କୁ ବହୁତ ପଶ୍ଚାତାପ କରିଥିଲେ ।

ବିକ୍ରମ ଭଟ୍ଟ କହିଥିଲେ ଯେ, ‘ମୋର ଦୁଃଖର କଥା ଏହିକି ଯେ ‘ମୁଁ ମୋ ନିଜ ସ୍ତ୍ରୀ ଓ ଶିଶୁଙ୍କୁ ଦୁଃଖ ପହଞ୍ଚାଇଲି ଏବଂ ତାଙ୍କୁ ଛାଡ଼ି ଦେଲି । ସେହିଥି ପାଇଁ ମୁଁ ବହୁତ ଦୁଃଖିତ ଅନୁଭବ କରୁଛି । ମୋର କହିବା ଅନୁଯାୟୀ ଯେତେବେଳେ ଆପଣଙ୍କ ଠାରେ ସାହସ ନାହିଁ ତେବେ ଆପଣ ଚାଲାକ୍ ହୋଇଯାନ୍ତି । ମୋ ଠାରେ ସେହି ସମୟରେ ସାହସ ନଥିଲା ଯେ ମୁଁ ଆଦିତିଙ୍କୁ କହିପାରିବି ମୁଁ କଣ ଅନୁଭବ କରୁଛି ଏବଂ ଏହା ସବୁ ଏକା ସାଙ୍ଗରେ ହୋଇଗଲା, ସବୁକିଛି ଗଡ଼ବଡ଼ ହୋଇଗଲା । ସେହି ସମୟରେ ମୁଁ ବହୁତ ଦୁର୍ବଳ ହୋଇଗଲି ଏହାର ଦୁଃଖ ଅଛି । ଯଦି ମୁଁ ସେତେବେଳେ ଦୁର୍ବଳ ପଡ଼ି ନଥାନ୍ତି ତେବେ ବୋଧହୁଏ ଆଜି କଥା ଅଲଗା ପ୍ରକାର ହୋଇଥାନ୍ତା ।

ଆତ୍ମହତ୍ୟା ଉଦ୍ୟମ କରିଥିଲେ…

ସ୍ତ୍ରୀ ଓ ଝିଅକୁ ଛାଡ଼ିବା ଓ ସୁଶ୍ମିତା ସେନଙ୍କ ସହ ଅଫେୟାର୍ ମଧ୍ୟରେ ବିକ୍ରମ ଭଟ୍ଟ ବହୁତ ଚିନ୍ତାରେ ପଡ଼ି ଯାଇଥିଲେ । ସେ ଏତେ ମାନସିକ ଅବସାଦରେ ଆସି ଯାଇଥିଲେ ଯେ ନିଜ ଜୀବନ ହାରିବାକୁ ଉଦ୍ୟମ କରି ବସିଲେ । ଏହା ବିଷୟରେ ସେ କହିଛନ୍ତି ଯେ, ‘ମୁଁ ଆତ୍ମହତ୍ୟା ଉଦ୍ୟମ ସୁଶ୍ମିତାଙ୍କ ପାଇଁ କରିନଥିଲି, ବରଂ ଏଥିପାଇଁ କରିଥିଲି ଯେ ମୁଁ ମୋ ଜୀବନରେ ସବୁକିଛି ଖରାପ କରି ଦେଇଥିଲି ।’

ମିଡ଼ିଆ ସହ କଥାବାର୍ତ୍ତା କରି ବିକ୍ରମ ଆଗକୁ କହିଛନ୍ତି ଯେ, ‘ମୁଁ ମୋ ସ୍ତ୍ରୀ ଠାରୁ ଛାଡପତ୍ର ନେଇଗଲି । ମୋ ଚଳଚ୍ଚିତ୍ର ‘ଗୁଲାମ୍’ ମୁକ୍ତିଲାଭ କରିବାକୁ ଯାଉଥିଲା, କିନ୍ତୁ ମୁଁ କେବଳ ସୁଶ୍ମିତାଙ୍କ ପ୍ରେମିକ ହୋଇ ରହିଗଲି । ମୁଁ ଡ଼ିପ୍ରେସନକୁ ଚାଲି ଯାଇଥିଲି । ମୁଁ ମୋ ଝିଅକୁ ବହୁତ ମନେ ପକାଉ ଥିଲି । ମୁଁ ମୋ ଜୀବନରେ ସବୁକିଛି ଖରାପ କରି ଦେଇଥିଲି । ମୋତେ ଲାଗୁନଥିଲା ଯେ କୌଣସି ଏକ ସମ୍ପର୍କ ମୋ ଜୀବନକୁ ନଷ୍ଟ କରିଦେବ, ବରଂ ଏହିସବୁର କାରଣ କେବଳ ମୁଁ ଥିଲି ।’

Leave a Reply

Your email address will not be published. Required fields are marked *