ଏହି ପାକିସ୍ତାନୀ କ୍ରିକେଟରଙ୍କ ପ୍ରେମରେ ଦିୱାନୀ ହୋଇଯାଇଥିଲେ ସୁଶ୍ମିତା ସେନ୍ । କରିବା ପାଇଁ ଚାହୁଁଥିଲେ ବିବାହ !

ଏହି ପାକିସ୍ତାନୀ କ୍ରିକେଟରଙ୍କ ପ୍ରେମରେ ଦିୱାନୀ ହୋଇଯାଇଥିଲେ ସୁଶ୍ମିତା ସେନ୍ । କରିବା ପାଇଁ ଚାହୁଁଥିଲେ ବିବାହ !

କ୍ରିକେଟର ଓ ସିନେ ତାରକା ମାନଙ୍କ ମଧ୍ୟର ପ୍ରେମ କାହାଣୀ ବହୁତ ପ୍ରସିଦ୍ଧ ହୋଇଥାଏ । କୁହାଯାଏ ଯେ କ୍ରିକେଟ ଓ ଚଳଚ୍ଚିତ୍ର ଜଗତର ସମ୍ପର୍କ ଅନେକ ବର୍ଷ ଧରି ଚାଲି ଆସୁଛି । ଚଳଚ୍ଚିତ୍ର ନାୟିକା ଓ କ୍ରିକେଟର ମାନଙ୍କ ପ୍ରେମ କାହାଣୀ ବିଷୟରେ ଆପଣ ମାନେ ଅନେକ କିଛି ଶୁଣିଥିବେ । ବିରାଟ-କୋହଲି, ଅନୁଷ୍କା ଶର୍ମା, ମୋହମ୍ମଦ ଅଜରୁଦିନ- ସଙ୍ଗୀତା ବିଜଲାନୀ, ୟୁବରାଜ ସିଂହ-ହେଜଲ କିଚ୍, ଜାହିର ଖାନ୍- ସାଗରିକା ଘାଟଗେ, ହରଭଜନ ସିଂହ-ଗୀତା ବସରା ଆଦି । ନିକଟରେ ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ମଡ଼େଲ ନତାଶା ଷ୍ଟାନୋବିକଙ୍କ ସହିତ ବିବାହ କରିଛନ୍ତି । ଏପରି ଅଧିକାଂଶ ସମୟରେ କେହି ନା କେହି ଖେଳାଳି କୌଣସି ଅଭିନେତ୍ରୀ କିମ୍ବା ମଡେଲଙ୍କ ପ୍ରେମରେ ପଡ଼ିଯାଆନ୍ତି । ଏପରି ଅନେକ କାହାଣୀ ମଧ୍ୟ ରହିଛି । ଯାହା ଅଧାରେ ରହିଯାଏ । ଏପରି ଏକ ଅଧୁରା ପ୍ରେମ କାହାଣୀ ବିଷୟରେ ଆମେ ଆପଣଙ୍କୁ ଜଣାଇବୁ । ଆଜି ଆପଣଙ୍କୁ ଏକ ବଲିଉଡ଼ ଅଭିନେତ୍ରୀ ଓ ଏକ ପାକିସ୍ତାନୀ କ୍ରିକେଟରଙ୍କ ଅଧାରେ ରହିଯାଇଥିବା ପ୍ରେମ କାହାଣୀ ବିଷୟରେ ଜଣାଇବୁ ।

ସୁସ୍ମିତା-ବସିମ୍

newstrend

ବାସ୍ତବରେ ବଲିଉଡ଼ ଅଭିନେତ୍ରୀ ସୁସ୍ମିତା ସେନଙ୍କୁ ପାକିସ୍ତାନର ପୂର୍ବତନ କ୍ରିକେଟର ବସିମ୍ ଅକ୍ରମଙ୍କ ସହିତ ପ୍ରେମ ହୋଇଯାଇଥିଲା । କିଛି ବର୍ଷ ପୂର୍ବରୁ ମିଡ଼ିଆରେ ଦୁଇଜଣଙ୍କ ନାମର ଖୁବ୍ ଚର୍ଚ୍ଚା ହୋଇଥିଲା । ଏହି ଖବର ବାହାଘର ପର୍ଯ୍ୟନ୍ତ ପହଞ୍ଚି ଯାଇଥିଲା । ପାକିସ୍ତାନ ହିନ୍ଦୁସ୍ତାନର ଆଉ ଏକ ନାୟିକାକୁ ନିଜ ପ୍ରେମରେ ଫଶେଇନେଲା, ଏଭଳି ଖବର ମିଡ଼ିଆରେ ଆସିବାକୁ ଲାଗୁଥିଲା, କିନ୍ତୁ ଏପରି କିଛି ହେଲା ନାହିଁ ।

‘ବସିମଙ୍କ ସହିତ ବିବାହର ଖବର ପୁରାପୁରି ମିଥ୍ୟା ଥିଲା’ – ସୁସ୍ମିତା ସେନ୍

newstrend

ସୁସ୍ମିତା ଓ ବସିମ୍ ଅନେକ ଥର ଏକାଠି ନଜର ଆସିଥିଲେ । ସେ ଦୁହେଁ ଏକ ଟିଭି ଶୋ’ର ଜଜ୍ ଭାବେ ମଧ୍ୟ ନଜର ଆସିଥିଲେ । ଏହାପରେ ସମସ୍ତଙ୍କ ସନ୍ଦେହ ସତ ହୋଇଗଲା ଏବଂ ଦୁଇଜଣଙ୍କ ଅଫେୟାରର ଚର୍ଚ୍ଚା ହେବାକୁ ଲାଗିଲା । ୨୦୧୩ ମସିହାରେ ସୁସ୍ମିତା ସେନ୍ ନିଜେ ଏହି ଖବରକୁ ମିଥ୍ୟା ବୋଲି କହିଲେ । ସୁସ୍ମିତା ଏକ ଟ୍ୱିଟରରେ ଲେଖିଥିଲେ ଯେ ମୁଁ ଗତ ବହୁ ଦିନ ଧରି ବସିମ୍ ଅକ୍ରମଙ୍କ ସହିତ ମୋ ବିବାହର ଖବର ପଢୁଛି କିନ୍ତୁ ଏହା ସମ୍ପୂର୍ଣ୍ଣ ମିଥ୍ୟା ଅଟେ । ସେ ଲେଖିଲେ ଯେ, ମୁଁ ଓ ବସିମ୍ ଦୁହେଁ ବହୁତ ଭଲ ବନ୍ଧୁ ଅଟୁ ଏବଂ ସର୍ବଦା ରହିବୁ । ବସିମଙ୍କ ଜୀବନରେ ଏକ ସୁନ୍ଦରୀ ମହିଳା ଅଛନ୍ତି । ଏହା ଆଗକୁ ସେ ଲେଖିଲେ ଯେ ଏପରି ଗୁଜବ କାହାକୁ ଅସମ୍ମାନିତ କରିବା ଭଳି ଅଟେ ।

‘ମୋର ଆଉ ସୁସ୍ମିତାଙ୍କ ବ୍ୟକ୍ତିଗତ ଜୀବନକୁ ସମ୍ମାନ କରନ୍ତୁ’ – କହିଥିଲେ – ବସିମ୍ ଅକ୍ରମ୍

ବସିମଙ୍କୁ ମଧ୍ୟ ଯେତେବେଳେ ସୁସ୍ମିତା ଓ ତାଙ୍କ ଅଫେୟାର ବିଷୟରେ ପଚରାଗଲା ତେବେ ସେ ଏହାକୁ ମିଛ ବୋଲି କହିଲେ । ବସିମ ମିଡ଼ିଆକୁ କହିଲେ ସୁସ୍ମିତାଙ୍କ ବ୍ୟକ୍ତିଗତ ଜୀବନକୁ ସମ୍ମାନ କରିବା ଉଚିତ । ଅକ୍ରମ୍ କହିଲେ ଯେ,ମୁଁ ମିଡ଼ିଆ ଦ୍ୱାରା ବର୍ଣିତ ଏପରି ଖବର ଗୁଡ଼ିକ ଶୁଣି ଦୁଃଖିତ । ସେ ଆଗକୁ କହିଲେ, ମୁଁ ଆଇପିଏଲରୁ ଗୋଟିଏ ବର୍ଷ ଛୁଟି ନେଇଥିଲି କାରଣ ଏହି ସମୟ ମୁଁ ନିଜେ ପରିବାର ଲୋକଙ୍କ ସହ ଅତିବାହିତ କରିପାରିବି । ବର୍ତ୍ତମାନ ମୁଁ ମୋର ସମ୍ପୂର୍ଣ୍ଣ ଧ୍ୟାନ ମୋ ସନ୍ତାନ ମାନଙ୍କ ଉପରେ ଦେବାକୁ ଚାହେଁ । ବସିମ୍ କହିଲେ, ମୋତେ ଏପରି ଅନୁଭବ ହୁଏ ଯେ ଫ୍ୟାନ୍ସ ଓ ମିଡ଼ିଆଙ୍କୁ ମୋର ଓ ସୁସ୍ମିତା ସେନଙ୍କ ବ୍ୟକ୍ତିଗତ ଜୀବନକୁ ସମ୍ମାନ ପ୍ରଦାନ କରିବା ଉଚିତ୍ ।

ଆପଣଙ୍କ ସୂଚନା ପାଇଁ ଜଣାଇଦେଉଛୁ ଯେ ବସିମ୍ ଅକ୍ରମଙ୍କ ପତ୍ନୀ ହୁମାଙ୍କ ୨୦୦୯ ମସିହାରେ ନିଧନ ହୋଇଥିଲା । ଏହି କାରଣରୁ ସମସ୍ତଙ୍କୁ ଲାଗିଲା ଯେ ବସିମ୍ ଓ ସୁସ୍ମିତାଙ୍କ ସହିତ ବିବାହ କରିପାରନ୍ତି । ଯଦିଓ ଏପରି କିଛି ହେଲା ନାହିଁ ଏବଂ ଦୁହେଁ ବିବାହର ଖବରକୁ ମିଥ୍ୟା ବୋଲି କହିଲେ । କେବଳ ଏତିକିନୁହେଁ ଦୁହେଁ କେବେମଧ୍ୟ ନିଜ ସମ୍ପର୍କକୁ ସ୍ୱୀକାର କରିନଥିଲେ । ଜଣାଇଦେଉଛୁ ଯେ ବସିମ୍ ଅକ୍ରମ୍ ୨୦୧୩ରେ ଶନାୟରା ଥମସନଙ୍କ ସହିତ ଦ୍ୱିତୀୟ ବିବାହ କରିଥିଲେ । ଅନ୍ୟପକ୍ଷରେ ସୁସ୍ମିତା ଆଜିକାଲି ମଡେଲ ରୋହମନ ଶାଲଙ୍କ ସହିତ ସମ୍ପର୍କରେ ଅଛନ୍ତି ।

Leave a Reply

Your email address will not be published. Required fields are marked *