ଅନେକ ପୁରୁଷଙ୍କ ସହ ଆଫେୟାର ଥିବା ସତ୍ତ୍ୱେ ବିନା ବିବାହରେ ଦୁଇଟି ଝିଅର ମାଆ ଅଟନ୍ତି ସୁସ୍ମିତା ସେନ୍ !

ଅନେକ ପୁରୁଷଙ୍କ ସହ ଆଫେୟାର ଥିବା ସତ୍ତ୍ୱେ ବିନା ବିବାହରେ ଦୁଇଟି ଝିଅର ମାଆ ଅଟନ୍ତି ସୁସ୍ମିତା ସେନ୍ !

ବଲିଉଡ଼ ଇଣ୍ଡଷ୍ଟ୍ରି, ଗ୍ଲେମର ଓ ମାୟା ମୋହରରେ ଭରପୂର ଅଟେ । ଏଠାରେ ଅଭିନୟ କରୁଥିବା କଳାକାରମାନେ ଦେଖିବାକୁ ଖୁବ୍ ସୁନ୍ଦର ଅଟନ୍ତି । ଏତେ ସୁଦର ଯେ, ପରସ୍ପର ପ୍ରତି ଆକର୍ଷଣ ସ୍ୱାଭାବିକ କଥା । ଚଳଚ୍ଚିତ୍ର ଜଗତରେ ଲଭ୍ ଅଫେୟାର, ବ୍ରେକ୍ଅପ୍, ବିବାହ ଓ ଛାଡ଼ପତ୍ର ଲାଗି ରହିଥାଏ । ଏମିତିରେ ଆଜି ଆମେ ଆପଣଙ୍କୁ ବଲିଉଡ଼ର ଏପରି ଏକ ଅଭିନେତ୍ରୀ ସହ ପରିଚିତ କରାଇବୁ ଯିଏ ୪୪ ବର୍ଷ ବୟସ୍କା ଅଟନ୍ତି କିନ୍ତୁ ଆଜି ମଧ୍ୟ ଅବିବାହିତା । ଏପରି ନୁହେଁ ଯେ, ତାଙ୍କର ଅଫେୟାର କାହା ସହିତ ନଥିଲା ବରଂ ସେ ୧୦ରୁ ଅଧିକ ପୁରୁଷ ସହ ଅଫେୟାରରେ ରହି ସାରିଛନ୍ତି । କେବଳ ତାଙ୍କର ସମ୍ପର୍କ ବିବାହ ପର୍ଯ୍ୟନ୍ତ ପହଞ୍ଚି ପାରିନଥିଲା ।

Google

ଏଠାରେ ଆମେ ୧୯୯୪ ମସିହାରେ ବିଶ୍ୱ ସୁନ୍ଦରୀର ମୁକୁଟ ଧାରଣ କରିଥିବା ସୁସ୍ମିତା ସେନଙ୍କ ବିଷୟରେ ଆଲୋଚନା କରୁଛୁ । ସୁସ୍ମିତାଙ୍କ ବଲିଉଡ଼ କ୍ୟାରିୟର ବହୁତ ଭଲ ରହିଛି । ସେ ୯୦ ଦଶକରେ ବହୁତ ପ୍ରସିଦ୍ଧ ଥିଲେ । ସେ ନିଜର ଫିଲ୍ମ କ୍ୟାରିୟରରେ ଅନେକ ପସିଦ୍ଧ ଚଳଚ୍ଚିତ୍ର ଦେଇଛନ୍ତି । ବର୍ତ୍ତମାନରେ ସେ ଚଳଚ୍ଚିତ୍ର ଜଗତରୁ ଦୁରେଇ ଯାଇଛନ୍ତି । କିନ୍ତୁ ସୋସିଆଲ ମିଡ଼ିଆରେ ସୁସ୍ମିତା ସକ୍ରିୟ ରୁହନ୍ତି । ସେ ନିଜର ବ୍ୟକ୍ତିଗତ ଜୀବନ ସହ ଜଡ଼ିତ ଫଟୋ ଗୁଡ଼ିକ ସେୟାର କରନ୍ତି ।

Google

ସୁସ୍ମିତା ଏପରି ଏକ ମହିଳା ଅଟନ୍ତି ଯିଏ ନିଜ ବ୍ୟକ୍ତିଗତ ଜୀବନରେ ନିଜ ନିୟମ ଓ ସର୍ତ୍ତରେ ଜୀଇଁବା ପାଇଁ ପସନ୍ଦ କରନ୍ତି । ବାସ୍ତବରେ ବିନା ବିବାହରେ ହିଁ ସୁସ୍ମିତା କମ୍ ବୟସରେ ଦୁଇଟି ଝିଅକୁ ପୋଷ୍ୟ ପୁତ୍ରୀ ଭାବେ ଗ୍ରହଣ କରିଛନ୍ତି । ତାଙ୍କ ପ୍ରଥମ ଝିଅର ନାମ ରେନି ଅଟେ ଓ ଅନ୍ୟ ଝିଅର ନାମ ଅଲିଶା ଅଟେ । ସୁସ୍ମିତା ନିଜର ଦୁଇଟି ଝିଅକୁ ଏକୁଟିଆ ଲାଳନ ପାଳନ କରନ୍ତି । ଅଧିକାଂଶ ସମୟରେ ସେ ନିଜ ଝିଅମାନଙ୍କ ଫଟୋ ଓ ଭିଡ଼ିଓ ମଧ୍ୟ ସେୟାର କରନ୍ତି ।

Google

ବର୍ତ୍ତମାନ ସୁସ୍ମିତାଙ୍କ ଅଫେୟାର ନିଜ ଠାରୁ ୧୫ ବର୍ଷ ଛୋଟ ରୋହମନ ଶାଲଙ୍କ ସହିତ ଚାଲୁଛି । ରୋହମନ ଏକ ମଡେଲ୍ ଅଟନ୍ତି । ତାଙ୍କ ଦେଖା ସୁସ୍ମିତାଙ୍କ ସହିତ ଇଂଷ୍ଟାଗ୍ରାମରେ ହୋଇଥିଲା । ଦୁଇଜଣଙ୍କ ଏଠାରେ କଥାବାର୍ତ୍ତା ଆରମ୍ଭ ହୋଇଥିଲା ଏବଂ ପରେ ପ୍ରେମ କାହାଣୀ ଆଗକୁ ବଢ଼ିବାରେ ଲାଗିଲା ।

Google

ରୋହମନଙ୍କ ପୂର୍ବରୁ ସୁସ୍ମିତାଙ୍କ ବଲିଉଡ଼ରେ ଆହୁରି ମଧ୍ୟ ପ୍ରସିଦ୍ଧ ଅଫେୟାର ରହିଛି । ଏଥିରେ ଚଳଚ୍ଚିତ୍ର ନିର୍ଦ୍ଦେଶକ ବିକ୍ରମ ଭଟ୍ଟଙ୍କ ସହିତ ତାଙ୍କ ଅଫେୟାର ସବୁଠାରୁ ଅଧିକ ଚର୍ଚ୍ଚିତ ଥିଲା । ସେହି ସମୟରେ ସୁସ୍ମିତା ୨୦ ବର୍ଷ ବୟସ୍କା ଥିଲେ ଓ ବିକ୍ରମ ୨୭ ବର୍ଷ ବୟସ୍କା ଥିଲେ । ଏହି ଦୁଇଜଣଙ୍କ ଅଫେୟାର ଏତେ ଅଧିକ ଚର୍ଚ୍ଚାରେ ଥିଲା ବିକ୍ରମଙ୍କ ସ୍ତ୍ରୀଙ୍କ ଛାଡ଼ପତ୍ର ହୋଇଯାଇଥିଲା । ଏହି ଛାଡ଼ପତ୍ର ପରେ ବିକ୍ରମ ଆତ୍ମହତ୍ୟା ଉଦ୍ୟମ ମଧ୍ୟ କରିଥିଲେ ।

Google

ବିକ୍ରମଙ୍କ ବ୍ୟତୀତ ସୁସ୍ମିତାଙ୍କୁ ବଲିଉଡ଼ ଅଭିନେତା ରଣଦୀପ ହୁଡ଼ଡ଼ାଙ୍କ ସହିତ ମଧ୍ୟ ଅଫେୟାର ରହିଥିଲା । ଏହି ଦୁଇଜଣଙ୍କୁ ଅନେକ ଥର ଏକାଠି ଦେଖିବାକୁ ମିଳିଥିଲେ । ଯଦିଓ ଏହି ପ୍ରେମ କାହାଣୀ ମଧ୍ୟ ଅଧିକ ଦିନ ଧରି ଚାଲିପାରିନଥିଲା । ଏହାପରେ ସୁସ୍ମିତା ରିତିକ ଭସୀନ, ବନତି ସଜଦେହ, ସଞ୍ଜୟ ନାରଙ୍ଗ, ଶବିର ଭାଟିୟା, ଇମତିଆଜ ଖତ୍ରୀ, ମୁଦସସର ଅଜିଜ, ବସୀମ ଅକରମ, ମାନବ ମେନନ ସମେତ ଅନେକ ପୁରୁଷଙ୍କ ସହିତ ପ୍ରେମ କରିଛନ୍ତି ।

ବର୍ତ୍ତମାନରେ ସୁସ୍ମିତାଙ୍କ ପ୍ରେମ ତାଙ୍କର ପ୍ରେମିକ ରୋହମନ ଶାଲ ଅଟନ୍ତି । ଏହି ଦୁଇଜଣଙ୍କ ଫଟୋ ମଧ୍ୟ ଅଧିକାଂଶ ସମୟରେ ସୋସିଆଲ ମିଡ଼ିଆରେ ଛାଇ ରହିଥାଏ । ରୋହମନ ସୁସ୍ମିତାଙ୍କ ଦୁଇଟି ଝିଅଙ୍କୁ ମଧ୍ୟ ଭଲ ପାଆନ୍ତି । ସୁସ୍ମିତା ଜଣେ ଦୃଢ଼ ମହିଳା ଅଟନ୍ତି । ସେ ଗତ ଅନେକ ବର୍ଷରୁ ଏକ ସିଙ୍ଗଲ ମଦର ଅଟନ୍ତି, ପ୍ରେଫେସନାଲ ଅଭିନେତ୍ରୀ ଓ ଲବରର ଭୂମିକା ନିଭାଇ ଆସୁଛନ୍ତି ।

Leave a Reply

Your email address will not be published. Required fields are marked *