ସୁଶାନ୍ତଙ୍କ ସାଙ୍ଗ କହିଲେ ୩ଟି Callର ରହସ୍ୟ ! କହିଲେ ମୋତେ ଜଣା ଅଛି ଯେ କିଏ କେତେବେଳେ ଏବଂ କାହିଁକି ହତ୍ୟା କରିଛି ।

ସୁଶାନ୍ତ ସିଂହ ରାଜପୁତଙ୍କ କଥିତ ଆତ୍ମହତ୍ୟା ମାମଲାରେ ସୁପ୍ରିମକୋର୍ଟ ଏକ ବଡ଼ ନିଷ୍ପତ୍ତି ଶୁଣାଇ ସୀବୀଆଈ ଯାଞ୍ଚ ପାଇଁ ଆଦେଶ ଦେଇଛି । ଶିର୍ଷ ଅଦାଲତ ଅନୁମତି ପରେ ଏହା ସ୍ପଷ୍ଟ ଯେ ବର୍ତ୍ତମାନ ଏହି ମାମଲା ଉପରେ ଯାଞ୍ଚ ଦେଶର ସବୁଠାରୁ ବଡ଼ ଯାଞ୍ଚ ଏଜେନ୍ସି ସୀବୀଆଈ କରିବ । ସୁପ୍ରିମକୋର୍ଟ ସ୍ପଷ୍ଟ ରୂପରେ କହିଛି ଯେ ସତ୍ୟତା ବାହାରକୁ ଆସିବା ଦରକାର । ଏସବୁ ମଧ୍ୟରେ ଏକ ବଡ଼ ପ୍ରଶ୍ନ ସମ୍ନାକୁ ଆସୁଛି ଯେ ବିହାର ସରକାରଙ୍କୁ ଏହି ମାମଲା ଏପରି କଣ ଲାଗିଲା ଯେଉଁ କାରଣରୁ ସୀବୀଆଈ ଯାଞ୍ଚର ଦାବି କରାଗଲା ? ଉତ୍ତର ସ୍ପଷ୍ଟ ଯେ ସାଙ୍ଗ ମାନଙ୍କ ବ୍ୟତୀତ କେତେକ ଲୋକଙ୍କର ଏପରି ବୟାନ ସମ୍ନାକୁ ଆସୁଛି ଯାହାକୁ ଶୁଣି ସନ୍ଦେହ ହେଉଛି ।

newstrend

ଗଣେଶ କହିଛନ୍ତି ଯେ ତିନୋଟି ଫୋନ କୋଲ୍ ରହିଛି ଯେଉଁଥିରେ ସୁଶାନ୍ତଙ୍କ ମୃତ୍ୟୁର କାରଣ ଲୁଚି ରହିଛି । କରିୟୋଗ୍ରାଫର ଏବଂ ସୁଶାନ୍ତଙ୍କ ଭଲ ସାଙ୍ଗ ମାନଙ୍କ ମଧ୍ୟରୁ ଜଣେ ସାଙ୍ଗ ଗଣେଶ ଯିଏ ୨୦୦୭ ମସିହାରେ ସୁଶାନ୍ତଙ୍କୁ ଡାନ୍ସ ଶିଖାଇବାରେ ସାହାଯ୍ୟ କରିଥିଲେ । ତା’ପରଠାରୁ ଦୁହିଁଙ୍କ ମଧ୍ୟରେ ଭଲ ବନ୍ଧୁତା ହୋଇଯାଇଥିଲା ଏବଂ ଦୁହେଁ ୨୦୨୯ ପର୍ଯ୍ୟନ୍ତ କଣ୍ଟାକ୍ଟରେ ଥିଲେ । ଦୁହିଁଙ୍କ ବନ୍ଧୁତ୍ଵ ସେତେବେଳୁ ରହିଛି ଯେତେବେଳେ ବଲିଉଡ଼ରେ ସୁଶାନ୍ତଙ୍କର କୌଣସି ବଡ଼ ନାମ ନଥିଲା ।

newstrend

ପ୍ରକୃତରେ ଗଣେଶ ଦାବି କରିଛନ୍ତି ଯେ ସୁଶାନ୍ତ କେବେ ଆତ୍ମହତ୍ୟା କରି ପାରିବେନି, ନିଶ୍ଚିତ ଭାବରେ ତାଙ୍କର ହତ୍ୟା କରାଯାଇଛି । ସେ ଏହା ମଧ୍ୟ କହିଛନ୍ତି ଯେ ମୋ ପାଖରେ ଯାହା ମଧ୍ୟ ସୂଚନା ଓ ତଥ୍ୟ ରହିଛି ମୁଁ ସବୁକିଛି ସୀବୀଆଈକୁ ହସ୍ତାନ୍ତର କରିଦେବି । ମୁଁ ସୀବୀଆଈ ତଦନ୍ତରେ ସାମିଲ ହେବାକୁ ପ୍ରସ୍ତୁତ ଅଛି । ଗଣେଶ କହିଛନ୍ତି ଯେ ସେ ଯେକୌଣସି ପ୍ରକାରରେ ସୁଶାନ୍ତଙ୍କୁ ନ୍ୟାୟ ଦେବା ପରେ ହିଁ ଶାନ୍ତିରେ ନିଶ୍ୱାସ ନେବେ ।

ଏହି ତିନୋଟି ଫୋନ କୋଲରେ ସୁଶାନ୍ତଙ୍କ ହତ୍ୟା ଯୋଜନା ପ୍ରସ୍ତୁତ ହୋଇଥିଲା :-

newstrend

ଗଣେଶଙ୍କର ଏହି ଦାବି ଯେ ସୁଶାନ୍ତ ବହୁତ ଶୀଘ୍ର ଦିଶା ସାଲୀୟନଙ୍କ ମୃତ୍ୟୁକୁ ନେଇ ଏକ ବଡ଼ ଖୁଲାସା କରିବାର ଥିଲା । କିନ୍ତୁ ତାହା ପୂର୍ବରୁ ହିଁ ତାଙ୍କ ସହିତ ଏପରି ଘଟଣା ଘଟିଗଲା । ସୁଶାନ୍ତଙ୍କ ସାଙ୍ଗ ସ୍ପଷ୍ଟ ରୂପରେ ତାଙ୍କର ହତ୍ୟା ହୋଇଛି ବୋଲି କହନ୍ତି । ସେ କହନ୍ତି ଯେ ସୁଶାନ୍ତଙ୍କର ଜଣେ ସାଙ୍ଗ ହେଉଛନ୍ତି ସନ୍ଦୀପ ସିଂହ । ପୁଣି ସନ୍ଦୀପ ସିଂହଙ୍କ ଟିମରେ ମୋର ଜଣେ ସାଙ୍ଗ ମଧ୍ୟ କାମ କରୁଛି, ଯିଏ ମୋତେ ଏସବୁ ସୂଚନା ଦେଇଛି । ଗଣେଶ କହନ୍ତି ଯେ ସୁଶାନ୍ତଙ୍କ ହତ୍ୟାର ଷଡ଼ଯନ୍ତ୍ର କେବଳ ୩ଟି ଫୋନ କୋଲ ରେ ହୋଇଥିଲା । ଦିଶାଙ୍କ ଠାରୁ ସୁଶାନ୍ତ, ସୁଶାନ୍ତଙ୍କ ଠାରୁ ସନ୍ଦୀପ ଏବଂ ସନ୍ଦୀପଙ୍କ ଠାରୁ ରିୟା । ଏହା ହେଉଛି ସେହି ତିନୋଟି ଫୋନ କୋଲ୍, ଯାହା ଭିତରେ ସବୁ ରହସ୍ୟ ଲୁଚି ରହିଛି ।

newstrend

କରିୟୋଗ୍ରାଫର ଏବଂ ସୁଶାନ୍ତଙ୍କ ସାଙ୍ଗ ଗଣେଶ କହିଛନ୍ତି ଯେ ସନ୍ଦୀପଙ୍କ ସହିତ କାମ କରୁଥିବା ମୋର ଜଣେ ସାଙ୍ଗ କହିଛନ୍ତି ଯେ ଦିଶା ସାଲୀୟନ ନିଜ ସହିତ ହେଉଥିବା ଖରାପ ବ୍ୟବହାର ବିଷୟରେ ସୁଶାନ୍ତଙ୍କୁ କହିଥିଲେ । ଏହାପରେ ସୁଶାନ୍ତ ମିଡିଆରେ ଏହି କଥାକୁ ପର୍ଦାଫାସ ମଧ୍ୟ କରିବାର ଥିଲା । କିନ୍ତୁ ସୁଶାନ୍ତ ଏହି କଥାକୁ ନିଜ ସାଙ୍ଗ ସନ୍ଦୀପଙ୍କୁ କହିଥିଲେ ଏବଂ ସନ୍ଦୀପ ହିଁ ଏହି କଥାକୁ ଆଉ କାହାକୁ କହିଥିଲେ ।

ଗଣେଶ କହିଛନ୍ତି ‘ ଯେ ହତ୍ୟାର ଗୋଟିଏ ରାତି ପୂର୍ବରୁ ସୁଶାନ୍ତଙ୍କ ଘରେ ପାର୍ଟି ହୋଇଥିଲା ….. ‘

ଗଣେଶ ଏହା ମଧ୍ୟ ଜୋର ଦେଇ କହିଛନ୍ତି ଯେ ହତ୍ୟା ପୂର୍ବରୁ ସୁଶାନ୍ତଙ୍କ ଘରେ ପାର୍ଟି ହୋଇଥିଲା । ଏହି ପାର୍ଟିରେ ୫ରୁ ୬ ଜଣ ଲୋକ ସାମିଲ ଥିଲେ । ହତ୍ୟା ରାତିରେ ହେଲା କିମ୍ବା ସକାଳେ ଏହା ଜଣା ନାହିଁ । ଗଣେଶ ଏହା ମଧ୍ୟ କହିଛନ୍ତି ଯେ ପାର୍ଟିରେ ଯେଉଁମାନେ ଉପସ୍ଥିତ ଥିଲେ ତାହା ମଧ୍ୟ ମୋତେ ଜଣାଅଛି । କିନ୍ତୁ ସେହିସବୁ ନାମକୁ ମୁଁ କେବଳ ସୀବୀଆଈ ସାମ୍ନାରେ ହିଁ କହିବି । ଗଣେଶ ସ୍ପଷ୍ଟ ଭାବରେ କହିଛନ୍ତି ଯେ ମୋତେ ମୁମ୍ବାଇ ପୋଲିସ୍ ଉପରେ ଆଦୋୖ ଭରସା ନାହିଁ ।

Be the first to comment

Leave a Reply

Your email address will not be published.


*