ସୁରଜ ପାଞ୍ଚୋଲିଙ୍କ ଛୁଆର ମାଆ ହେବାକୁ ଯାଉଥିଲେ ସୁଶାନ୍ତଙ୍କ Ex-Manger ? ସାମନାକୁ ଆସିଲା ଏହି ସତ୍ୟ…

ସୁରଜ ପାଞ୍ଚୋଲିଙ୍କ ଛୁଆର ମାଆ ହେବାକୁ ଯାଉଥିଲେ ସୁଶାନ୍ତଙ୍କ Ex-Manger ? ସାମନାକୁ ଆସିଲା ଏହି ସତ୍ୟ…

ବଲିଉଡ଼ର ଯୁବ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟାର ମାମଲା ସମାଧାନ ହେଉ ନାହିଁ, ବରଂ ନୂଆ ନୂଆ ଖୁଲାସା ଓ ଆହୁରି ସମସ୍ୟା ଉତ୍ପନ୍ନ ହେଉଛି । ଫ୍ୟାନ୍ସ ଓ ବଲିଉଡ଼ର କିଛି କଳାକାର ମଧ୍ୟ ଏହା କହୁଛନ୍ତି ଯେ, ସୁଶାନ୍ତଙ୍କ ମୃତ୍ୟୁର ଦାୟୀ ବଲିଉଡ଼ରେ ପ୍ରସାରିତ ନେପୋଟିଜମ୍ ଅଟେ । ବର୍ତ୍ତମାନ ସୁଶାନ୍ତ ଆତ୍ମହତ୍ୟା ମାମଲାରେ ଅଭିନେତା ସୁରଜ ପାଞ୍ଚୋଲିଙ୍କ ନାମ ମଧ୍ୟ ଜଡ଼ିତ ହୋଇଯାଇଛି । ରିପୋର୍ଟ ଅନୁଯାୟୀ, ସୁରଜ ଓ ସୁଶାନ୍ତଙ୍କ Ex-Manger ଦିଶା ସଲୀୟାନ ମଧ୍ୟରେ ଅଫେୟାର ଚାଲୁଥିଲା । ନା କେବଳ ଅଫେୟାର ବରଂ ଦିଶା ଓ ସୁରଜ ମାତାପିତା ହେବାକୁ ଯାଉଥିଲେ । ଦିଶାଙ୍କ ଗର୍ଭବତୀ ହେବାର ଖବର, ସୋସିଆଲ ମିଡ଼ିଆରେ ଖୁବ ଚର୍ଚ୍ଚିତ ହୋଇଛି ।

Google

କଣ ଦିଶା ଓ ସୁରଜ ପାଞ୍ଚୋଲିଙ୍କ ଚାଲୁଥିଲା ଅଫେୟାର ?

ଦିଶାଙ୍କ ଗର୍ଭବତୀ ହେବାର ଖବରକୁ ନେଇ ଖୁବ୍ ଚର୍ଚ୍ଚା କରାଯାଉଛି । ବର୍ତ୍ତମାନ ଏପରି ଖବର ଚର୍ଚ୍ଚା ଜୋର ଧରିଛି ଯେ ସୁଶାନ୍ତଙ୍କ Ex-Manger ଦିଶା ସଲୀୟାନ, ସୁରଜ ପାଞ୍ଚୋଲିଙ୍କ ଛୁଆର ମାଁ ହେବାକୁ ଯାଉଥିଲେ । ଏହାପରେ ଦିଶା ଓ ସୁଶାନ୍ତ ଏପରି ଆତ୍ମହତ୍ୟା କରିବା ଏହି ମାମଲାକୁ ଆହୁରି ରହସ୍ୟମୟ କରିଦେଇଛି । ଗତ ଦିନ ମାନଙ୍କରେ ସୁରଜ ପାଞ୍ଚୋଲି ଓ ସୁଶାନ୍ତ ସିଂହ ରାଜପୁତଙ୍କ ମଧ୍ୟରେ ବିବାଦର ଖବର ମଧ୍ୟ ଆସିଥିଲା ଯଦିଓ ଏହାକୁ ସୁରଜ ଖାରଜ କରିଛନ୍ତି । ସେ ଏକ ଇଣ୍ଟରଭିୟୁ ସମୟରେ କହିଛନ୍ତି ଯେ, ମୁଁ ଦିଶା କିଏ ଏହା ମଧ୍ୟ ଜାଣେ ନାହିଁ ଏବଂ ମୁଁ କେବେ ତା ସହିତ ଦେଖା ମଧ୍ୟ କରିନାହିଁ । ସୁରଜ ଆଗକୁ କହିଛନ୍ତି ଯେ, ମୋତେ ଦିଶା ଓ ସୁଶାନ୍ତଙ୍କ ମୃତ୍ୟୁ ବିଷୟରେ ସୋସିଆଲ ମିଡ଼ିଆରେ ଜଣାପଡିଥିଲା ଏବଂ ଦିଶାଙ୍କ ସହିତ ମୋ ନାମ ଯୋଡ଼ିବା ସତରେ ଆଶ୍ଚର୍ଯ୍ୟଜନକ ଅଟେ ।

Google

ଦିଶାଙ୍କ ଅପବାଦ କରନ୍ତୁ ନାହିଁ– କହିଲେ ସୁରଜ ପାଞ୍ଚୋଲି :

ସୁରଜ ନିଜର ଏହି ଇଣ୍ଟରଭିୟୁରେ କହିଛନ୍ତି ଯେ ଯେଉଁ ଲୋକମାନେ ବର୍ତ୍ତମାନ ଏହି ଦୁନିଆକୁ ଛାଡି ଚାଲି ଯାଇଛନ୍ତି, ସେମାନଙ୍କ ବିଷୟରେ ଏପରି କହିବା ଠିକ ନୁହେଁ । ସୁରଜ ଲୋକଙ୍କୁ ଅନୁରୋଧ କରି କହିଛନ୍ତି ଯେ, ଗୋଟେ ଝିଅକୁ ଅପବାଦ କରନ୍ତୁ ନାହିଁ, ତାଙ୍କ ମାତାପିତା ଓ ଭାଇ ଭଉଣୀଙ୍କ ବିଷୟରେ ଟିକେ ଚିନ୍ତା କରନ୍ତୁ । ସେ କହିଛନ୍ତି ଯେ ନିଜ ଝିଅ ବିଷୟରେ ଏପରି କିଛି ଶୁଣି ମାତାପିତାଙ୍କ ଭାବନାକୁ ଆଘାତ ଲାଗିବ ।

Google

ଆପଣଙ୍କୁ ଜଣାଇ ଦେଉଛୁ ଯେ ସୁରଜ ପାଞ୍ଚୋଲି ବର୍ତ୍ତମାନ ନିଜ ବିଷୟରେ ସୋସିଆଲ ମିଡ଼ିଆରେ ଚାଲୁଥିବା ଏପରି ଖବରକୁ ନେଇ ଦୁଃଖିତ ଅଛନ୍ତି । ସେ ଟ୍ରୋଲ୍ କରୁଥିବା ଲୋକଙ୍କୁ କହିଛନ୍ତି ଯେ, ଯେଉଁମାନଙ୍କ ପାଖରେ କରିବା ପାଇଁ କିଛି ନାହିଁ ସେମାନେ ଏହାକୁ କୌଣସି ଚଳଚ୍ଚିତ୍ରର ସ୍କ୍ରିପ୍ଟ ପରି ଲେଖିଛନ୍ତି । ମୋତେ ଲାଗେ ଯେ ଏହା ବିଷୟରେ ମୁଁ ନିଜର ବିବୃତ୍ତି ଦେଇ ନିଜ ସମୟ ନଷ୍ଟ କରୁଛି ।

ସୁରଜ ଓ ସୁଶାନ୍ତଙ୍କ ମଧ୍ୟରେ ହୋଇଥିଲା ବିବାଦ :

Google

ସୁଶାନ୍ତ ଆତ୍ମହତ୍ୟା ମାମଲାରେ ସୁରଜଙ୍କ ନାମ ଆଗରୁ ଜଡ଼ିତ ହୋଇଛି । ମିଡ଼ିଆ ରିପୋର୍ଟ ଅନୁଯାୟୀ ଏକ ପାର୍ଟି ସମୟରେ ସୁରଜ ଓ ସୁଶାନ୍ତଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା ଏବଂ କଥାଟି ମାଡ଼ପିଟ ପର୍ଯ୍ୟନ୍ତ ପହଞ୍ଚି ଯାଇଥିଲା । ବିବାଦ ଏତେ ବଢ଼ିଯାଇଥିଲା ଯେ, ସୁରଜ ପାଞ୍ଚୋଲିଙ୍କ ମେଣ୍ଟର ସଲମାନ ଖାଁ ମଧ୍ୟ ସୁଶାନ୍ତଙ୍କ ଉପରେ ରାଗି ଯାଇଥିଲେ । ଯଦିଓ ପରେ ଏପରି ଖବର ଆସିଲା ଯେ ସୁରଜ ଓ ସୁଶାନ୍ତ ମାମଲା ସମାଧାନ କରି ନେଇଥିଲେ । ସୁଶାନ୍ତଙ୍କ ନିଧନ ପରେ ସୁରଜ ପାଞ୍ଚୋଲି ଏହାକୁ ନେଇ କହିଥିଲେ ଯେ, ତାଙ୍କର ଓ ସୁଶାନ୍ତଙ୍କ ମଧ୍ୟରେ କୌଣସି ବିବାଦ ନଥିଲା, ଯେଉଁ ଲୋକମାନେ ମୋ ଉପରେ ଆରୋପ ଲଗାଉଛନ୍ତି ସେମାନଙ୍କୁ ସତ୍ୟତା ଜଣାନାହିଁ ।

Leave a Reply

Your email address will not be published. Required fields are marked *