ଅଭିନେତା ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା କରିଛନ୍ତି ନା ତାଙ୍କର ହତ୍ୟା କରାଯାଇଛି । ଏହାର ସମ୍ପୂର୍ଣ୍ଣ ଖୁଲାସା ବର୍ତ୍ତମାନ CBI କରିବ । କାରଣ, ସୁପ୍ରିମକୋର୍ଟ ନିଜ ନିଷ୍ପତ୍ତିରେ ମାମଲାର ଯାଞ୍ଚ କରିବା ଦାୟିତ୍ବ ମୁମ୍ବାଇ ପୋଲିସ୍ ଦେଇ ନାହାଁନ୍ତି କି ବିହାର ପୋଲିସଙ୍କୁ ଦିଆଯାଇନାହିଁ । ବରଂ ଏହି ମାମଲାକୁ CBIକୁ ହସ୍ତାନ୍ତର କରିଦିଆଯାଇଛି । ଯଦିଓ କୋର୍ଟ ନିଷ୍ପତ୍ତିରୁ ମହାରାଷ୍ଟ୍ର ସରକାର ଓ ରିୟା ଚକ୍ରବର୍ତ୍ତୀଙ୍କୁ ଏକ ବଡ଼ ଝଟକା ଲାଗିଛି । କାରଣ, ରିୟା ମାମଲା ସିବିଆଇକୁ ନୁହେଁ ବରଂ ପାଟଣାରେ ଦାଖଲ ମାମଲାକୁ ମୁମ୍ବାଇରେ ହସ୍ତାନ୍ତର କରିବା ପାଇଁ ପତ୍ର ଦାଖଲ କରିଥିଲେ । ଯାହାକୁ କୋର୍ଟ ଖାରଜ କରିଦେଲା । କୋର୍ଟର ନିଷ୍ପତ୍ତିରୁ ଲୋକମାନେ ବହୁତ ଖୁସି ଅଛନ୍ତି ଏବଂ ଆଶା କରାଯାଉଛି ଯେ ବର୍ତ୍ତମାନ ସୁଶାନ୍ତଙ୍କୁ ନ୍ୟାୟ ନିଶ୍ଚିତ ଭାବେ ମିଳିବ ଏବଂ ସତ୍ୟ ସମସ୍ତ ଦୁନିଆ ନିକଟକୁ ଆସିବ । ଏହି ମାମଲାରେ ପ୍ରଥମ ଥର ଅକ୍ଷୟ କୁମାର କିଛି କହିଛନ୍ତି ଓ ଏହା ସହିତ ତାଙ୍କ ପୂର୍ବତନ ପ୍ରେମିକା ଅଙ୍କିତା ଲୋଖଣ୍ଡେଙ୍କ ଠାରୁ ଆରମ୍ଭ କରି ତାଙ୍କ ଭଉଣୀର ମଧ୍ୟ ପ୍ରତିକ୍ରିୟା ପ୍ରକାଶ ପାଇଛି ।
ଅଙ୍କିତା ଲୋଖଣ୍ଡେଙ୍କ ଆଶାର ବିଜୟ
ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ପୂର୍ବ ପ୍ରେମିକା ଅଙ୍କିତା ଲୋଖଣ୍ଡେ ଏହି ପରିସ୍ଥିତିରେ ପରିବାର ସହ ଠିଆ ହୋଇଥିବାର ନଜର ଆସିଲେ ଓ ଯେତେବେଳେ ସୁପ୍ରିମକୋର୍ଟର ନିଷ୍ପତ୍ତି ଆସିଲା ସେତେବେଳେ ଅଭିନେତ୍ରୀ ଏକ ଟ୍ୱିଟରେ ଲେଖିଲେ ଯେ – ‘ଜଷ୍ଟିସ୍ ଇଜ୍ ଦ ତ୍ରୁଥ ଇନ୍ ଏକ୍ସନ, ତ୍ରୁଥ ବିନସ….. #ଫାଷ୍ଟ ଷ୍ଟେପ ଟୁ ଏସଏସଆରଜଷ୍ଟିସ ।’ ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ ଅଭିନେତ୍ରୀ ଏହି ନିଷ୍ପତ୍ତିରୁ ଅତ୍ୟନ୍ତ ଆନନ୍ଦିତ ଅଛନ୍ତି ।
କ୍ରୀତି ସେନନଙ୍କ ଜାଗି ଉଠିଲା ଆଶା

ସୁଶାନ୍ତଙ୍କ କୋ-ଷ୍ଟାର ରହିଥିବା କ୍ରୀତି ସେନନ୍ ମଧ୍ୟ ଟ୍ୱିଟ୍ କଲେ ଓ ଲେଖିଲେ ଯେ – ‘ଗତ ୨ ମାସରେ ସମସ୍ତ ବିଷୟ ଅବ୍ୟବସ୍ଥିତ ଓ ପୀଡ଼ାଦାୟକ ଥିଲା । ସୁପ୍ରିମକୋର୍ଟ ସିବିଆଇଙ୍କୁ ସୁଶାନ୍ତଙ୍କ ମାମଲାରେ ଯାଞ୍ଚ କରିବା ଆଦେଶ ଦେବା ଏହି ଆଶାର ଏକ କିରଣ ଅଟେ ଯେ ସତ୍ୟ ଦିନେ ନା ଦିନେ ଚମକି ଉଠିବ । ସମସ୍ତଙ୍କୁ ବିଶ୍ୱାସ ଯେ, ସତ୍ତା ବନ୍ଦ କରନ୍ତୁ ଓ ବର୍ତ୍ତମାନ ସିବିଆଇ କୁ ନିଜ କାମ କରିବାକୁ ଦିଆଯାଉ!’
ଜିତିଗଲା ମାନବତ୍ୱ – କଙ୍ଗନା ରାନାୱତ୍
Humanity wins, congratulations to each one of SSR warriors, first time I felt such strong force of collective consciousness, AMAZING 👏👏👏#CBITakesOver
— Kangana Ranaut (@KanganaTeam) August 19, 2020
ଏହି ମାମଲାରେ ଆରମ୍ଭରୁ ହିଁ ସୁଶାନ୍ତଙ୍କ ପାଇଁ ନ୍ୟାୟ ପାଇବା ଆଶା କରୁଥିବା କଙ୍ଗନାଙ୍କ ଦଳ ଏହି ନିଷ୍ପତ୍ତି ପରେ ଟ୍ୱିଟ୍ କଲେ ଯେ, ‘ମାନବତା ଜିତିଗଲା, ସୁଶାନ୍ତଙ୍କ ପାଇଁ ଯୁଦ୍ଧ ଲଢ଼ୁଥିବା ଯୋଦ୍ଧାଙ୍କୁ ଅଭିନନ୍ଦନ, ପ୍ରଥମ ଥର ପାଇଁ ମୁଁ ଲୋକଙ୍କ ଏକତାର ଏତେ ବଡ଼ ଶକ୍ତିକୁ ଦେଖିଲି, ବହୁତ ଭଲ ।’
ଭଉଣୀଙ୍କୁ ମିଳିଲା ପ୍ରଥମ ବିଜୟ

ଅଭିନେତାଙ୍କ ଭଉଣୀ ଶ୍ୱେତା ସିଂହ କୀର୍ତ୍ତି ଯିଏ ପ୍ରତି କ୍ଷଣ ଭଗବାନଙ୍କ ଠାରୁ ନିଜ ଭାଇଙ୍କ ପାଇଁ ନ୍ୟାୟର ପ୍ରାର୍ଥନା କରୁଛନ୍ତି ସେ ନିଷ୍ପତ୍ତି ପରେ ତିନୋଟି ଟ୍ୱିଟ୍ କଲେ । ପ୍ରଥମ ଟ୍ୱିଟରେ ଶ୍ୱେତା ଲେଖିଲେ ଯେ – ଶେଷରେ !! SSRଙ୍କ ପାଇଁ #ସିବିଆଇ ଟେକ୍ସ ଓଭର… ଦ୍ୱିତୀୟ ଟ୍ୱିଟରେ ଶ୍ୱେତା ଲେଖିଛନ୍ତି ଯେ – ‘ଧନ୍ୟବାଦ ଈଶ୍ବର ! ଆପଣ ଆମ ପ୍ରାର୍ଥନାର ଉତ୍ତର ଦେଇଛନ୍ତି !! କିନ୍ତୁ ଏହା କେବଳ ଆରମ୍ଭ ଅଟେ….ସତ୍ୟତା ଆଡକୁ ପ୍ରଥମ ପଦକ୍ଷେପ ! ସିବିଆଇ ଉପରେ ରହିଛି ସମ୍ପୂର୍ଣ୍ଣ ବିଶ୍ୱାସ!!
ତୃତୀୟ ଟ୍ୱିଟରେ ଅଭିନେତାଙ୍କ ଭଉଣୀ ଖୁସି ପ୍ରକାଶ କରି ଲେଖିଛନ୍ତି ଯେ, ‘ମୋର ବିସ୍ତୃତ ପରିବାରକୁ ଅଭିନନ୍ଦନ!! ଏତେ ଖୁସି… ପ୍ରଥମ ବିଜୟ ଓ ନିଷ୍ପକ୍ଷ ଯାଞ୍ଚ ଦିଗରେ ଏକ ପଦକ୍ଷେପ ।
ଖିଲାଡ଼ି କୁମାର – ସତ୍ୟର ବିଜୟ ହେଉ

ବଲିଉଡ଼ ଖିଲାଡ଼ି ଅକ୍ଷୟ କୁମାର ଯାହାଙ୍କ ତରଫରୁ ଏହି ମାମଲାକୁ ନେଇ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇନଥିଲା । ତାଙ୍କ ପକ୍ଷରୁ ମଧ୍ୟ କୋର୍ଟର ନିଷ୍ପତ୍ତି ପରେ ପ୍ରତିକ୍ରିୟା ଆସିଛି । ଅଭିନେତା ଟ୍ୱିଟ୍ କରି ଜଣାଇଛନ୍ତି ଯେ ‘ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁର ଯାଞ୍ଚ ପାଇଁ ସୁପ୍ରିମକୋର୍ଟ ସିବିଆଇ ଯାଞ୍ଚର ନିର୍ଦ୍ଦେଶ ଦେଇଛନ୍ତି । ସର୍ବଦା ସତ୍ୟର ବିଜୟ ହେଉ । ଏହା ସହିତ ସେ ହାତ ଯୋଡ଼ି ଥିବା ଇମୋଜି ସେୟାର କରିଛନ୍ତି ।
Last 2months have been extremely restless with everything being so blurry. Supreme Court’s order to let the CBI investigate Sushant’s case is a ray of hope that the truth will finally shine🤞🙏🏻 Lets all have faith, stop speculating & let the CBI do their work now!🙏🏻 #CBIForSSR ✊🏻
— Kriti Sanon (@kritisanon) August 19, 2020
There we go!! Finally!! CBI for SSR!! #CBITakesOver
— shweta singh kirti (@shwetasinghkirt) August 19, 2020
SC directs CBI to investigate Sushant Singh Rajput’s death. May the truth always prevail 🙏🏻 #Prayers
— Akshay Kumar (@akshaykumar) August 19, 2020