ସୁଶାନ୍ତଙ୍କ ଟଙ୍କା ଖର୍ଚ୍ଚ କରୁଥିଲେ ରିୟା, ଯେତେବେଳେ ସାଙ୍ଗ ମାନେ ସଚେତନ କରାଇଥିଲେ ସେତେବେଳେ ସୁଶାନ୍ତ କହିଥିଲେ ଯେ ‘ମୋତେ ଜଣାଅଛି ରିୟା ମୋ ଟଙ୍କାକୁ…..

ସୁଶାନ୍ତ ସିଂହ ରାଜପୁତ ଙ୍କୁ ନେଇ ତାଙ୍କ ସାଙ୍ଗ ସିଦ୍ଧାର୍ଥ ପିଠାନୀ ଏକ ବଡ଼ ଖୁଲାସା କରିଛନ୍ତି । ସିଦ୍ଧାର୍ଥ ପିଠାନୀଙ୍କ ଅନୁସାରେ ରିୟା ସୁଶାନ୍ତଙ୍କ ଟଙ୍କା ପ୍ରାୟ ଖର୍ଚ୍ଚ କରୁଥିଲେ ଏବଂ ଏହି କଥା ସୁଶାନ୍ତ ଖୁବ ଭଲ ଭାବରେ ଜାଣିଥିଲେ । କେବଳ ଏତିକି ନୁହେଁ ସୁଶାନ୍ତଙ୍କ ଷ୍ଟାଫଙ୍କୁ ମଧ୍ୟ ଏହା ଜଣାଥିଲା ଯେ ରିୟା ସୁଶାନ୍ତଙ୍କ ଟଙ୍କା ଖର୍ଚ୍ଚ କରୁଛନ୍ତି । ସିଦ୍ଧାର୍ଥ ପିଠାନୀ ଏହି କଥା ଜୁନ୍ ମାସରୁ ହିଁ କହି ଆସିଛନ୍ତି ।

google

କଣ କହିଲେ ସିଦ୍ଧାର୍ଥ ପିଠାନୀ :-

ସିଦ୍ଧାର୍ଥ ପିଠାନୀ ସୁଶାନ୍ତ ଏବଂ ରିୟାଙ୍କ ସମ୍ପର୍କ ଉପରେ ଖୋଲା ଖୋଲି ଭାବରେ କହିଛନ୍ତି । ସୁଶାନ୍ତ ସିଂହ ରାଜପୁତଙ୍କ ସାଙ୍ଗ ସିଦ୍ଧାର୍ଥ ପିଠାନୀ କହିଛନ୍ତି ଯେ ରିୟା ସବୁ ସମୟରେ ସୁଶାନ୍ତଙ୍କ ସହିତ ରହୁଥିଲେ । ସୁଶାନ୍ତ ଯେଉଁଠି ରହୁଥିଲେ ରିୟା ମଧ୍ୟ ସେହିଠାରେ ରହୁଥିଲେ । ତାହା ପୁରୁଣା ଘର ହେଉ କିମ୍ବା ରିସର୍ଟ ହେଉ । ସିଦ୍ଧାର୍ଥ ପିଠାନୀଙ୍କ ଅନୁସାରେ ଘରର ଯେଉଁ ଷ୍ଟାଫ ମାନେ ଥିଲେ ସେମାନେ ଅଭିଯୋଗ କରୁଥିଲେ ଯେ ରିୟା, ସୁଶାନ୍ତ ଙ୍କ ଟଙ୍କା ବ୍ୟବହାର କରୁଛନ୍ତି କିନ୍ତୁ ସୁଶାନ୍ତ ରିୟାଙ୍କୁ ଡରୁ ଥିଲେ । କିନ୍ତୁ ଯେତେବେଳେ ସିଦ୍ଧାର୍ଥ ସୁଶାନ୍ତଙ୍କ ସହିତ ଏହି ବିଷୟରେ କଥା ହୋଇଥିଲେ ସେତେବେଳେ ସୁଶାନ୍ତ ତାଙ୍କୁ ଏହି ମାମଲା ଠାରୁ ଦୂରେଇ ରହିବାକୁ କହିଥିଲେ । ତାହାସହିତ ସୁଶାନ୍ତ ସିଦ୍ଧାର୍ଥଙ୍କୁ କହିଥିଲେ ଯେ, ‘ ମୋତେ ଜଣାଅଛି ଯେ ରିୟା ମୋ ଟଙ୍କା ଖର୍ଚ୍ଚ କରୁଛନ୍ତି କିନ୍ତୁ ତୁମେ ଏହି ମାମଲାରେ ପଡିବାର ଆବଶ୍ୟକତା ନାହିଁ । ସିଦ୍ଧାର୍ଥଙ୍କ ମୁତାବକ ସୁଶାନ୍ତଙ୍କ ଘରର ଷ୍ଟାଫ ଏବଂ ହାଉସ୍ ମ୍ୟାନେଜର ତାଙ୍କୁ କହୁଥିଲେ ଯେ ରିୟାଙ୍କର ଯାହା ମଧ୍ୟ ଜିନିଷ ଆସୁଥିଲା ସେ ସବୁର ଟଙ୍କା ସୁଶାନ୍ତଙ୍କ କାର୍ଡ଼ରୁ ହିଁ ଦିଆଯାଉଥିଲା ।

newstrend

ରିୟା ସୁଶାନ୍ତଙ୍କ ସହିତ ତାଙ୍କ ନୂଆଁ ଫ୍ଲାଟରେ ରହୁଥିଲେ ଏବଂ ପ୍ରାୟ ରିୟାଙ୍କୁ ଦେଖା କରିବା ପାଇଁ ତାଙ୍କ ଭାଇ ଶୌବିକ୍ ଆସୁଥିଲେ । ସୁଶାନ୍ତଙ୍କ ଖାତାରୁ ୧୫ କୋଟି ଟଙ୍କା ଉଠାଇବା ବିଷୟରେ ସିଦ୍ଧାର୍ଥ କିଛି ଜାଣିନଥିଲେ ବୋଲି କହିଥିଲେ ।

ମ୍ୟାନେଜରଙ୍କ ନିଧନ କାରଣରୁ ଦୁଃଖୀ ଥିଲେ :-

ସିଦ୍ଧାର୍ଥଙ୍କ ଅନୁସାରେ ସୁଶାନ୍ତ ସିଂହ ରାଜପୁତ ତାଙ୍କ ମ୍ୟାନେଜର ଦିଶା ସାଲୀୟନଙ୍କ ଆତ୍ମହତ୍ୟା କାରଣରୁ ସେ ଅତ୍ୟନ୍ତ ଦୁଃଖିତ ଥିଲେ । ସୁଶାନ୍ତ ଏହି କଥାରୁ ଅତ୍ୟନ୍ତ ଦୁଃଖିତ ହୋଇ ପଡ଼ିଥିଲେ ଯେ ଏହି ଘଟଣା ସହିତ କାହିଁକି ତାଙ୍କ ନାମକୁ ଯୋଡ଼ା ଯାଉଥିଲା । ସୁଶାନ୍ତଙ୍କ କହିବା କଥା ଯେ ଦିଶା ବହୁତ କମ୍ ସମୟ ପାଇଁ ତାଙ୍କ ମ୍ୟାନେଜର ରହିଥିଲେ ଏବଂ ସେ ତାଙ୍କ ସହିତ ମାତ୍ର ଥରେ ଦେଖା କରିଥିଲେ । କେବଳ ଏତିକି ନୁହେଁ ସୁଶାନ୍ତ ଦିଶାଙ୍କ ଆତ୍ମହତ୍ୟା ଘଟଣା ଶୁଣି ଖୁବ୍ କାନ୍ଦି ଥିଲେ । ଏବଂ ପୁଣି ଯେତେବେଳେ ରିୟା ସୁଶାନ୍ତଙ୍କୁ ଛାଡ଼ି ଚାଲିଯାଇଥିଲେ, ସେହି ସମୟରେ କିଛି ଦିନ ପାଇଁ ତାଙ୍କ ଭଉଣୀ ମିତୁ ତାଙ୍କ ସହିତ ରହିଥିଲେ । ତାଙ୍କ ଭଉଣୀ ଯିବାର ମାତ୍ର କିଛି ଦିନ ପରେ ହିଁ ସୁଶାନ୍ତ ଆତ୍ମହତ୍ୟା କରିଥିଲେ ।

newstrend

ସୁଶାନ୍ତଙ୍କ ଆତ୍ମହତ୍ୟା ମାମଲାରେ ଅନେକ ରହସ୍ୟ ସମ୍ନାକୁ ଆସିବାରେ ଲାଗିଛି । କିନ୍ତୁ ସତ କଣ ତାହା ବର୍ତ୍ତମାନ ସୁଦ୍ଧା କାହାରି ସମ୍ନାକୁ ଆସିନାହିଁ । ସୁଶାନ୍ତଙ୍କ କେସର ଯାଞ୍ଚ ଦୁଇଟି ରାଜ୍ୟର ପୋଲିସ୍ କରୁଛନ୍ତି । ପୁଣି ବର୍ତ୍ତମାନ ଏହି ମାମଲାକୁ ସୀବୀଆଇକୁ ହସ୍ତାନର କରିବାକୁ ବିହାର ସରକାର ପ୍ରସ୍ତୁତି ଚଳାଉଛନ୍ତି ।

newstrend

ସୁଶାନ୍ତ ସିଂହ ରାଜପୁତ ନିଜର ଫ୍ଲାଟରେ ଫାସୀ ଲଗାଇ ଆତ୍ମହତ୍ୟା କରିଥିଲେ । ସୁଶାନ୍ତଙ୍କ ପରିବାର ଲୋକ ରିୟାଙ୍କ ସହିତ ଅନ୍ୟ ୬ ଜଣଙ୍କ ଉପରେ ମାମଲା ଦାଖଲ କରିଛନ୍ତି । ସୁଶାନ୍ତଙ୍କ ପରିବାର ଲୋକଙ୍କ କହିବା କଥା ଯେ ରିୟାଙ୍କ କାରଣରୁ ହିଁ ସୁଶାନ୍ତ ଏପରି ପଦକ୍ଷେପ ନେଇଛନ୍ତି । ରିୟା ସୁଶାନ୍ତଙ୍କୁ ତାଙ୍କ ପରିବାର ଲୋକଙ୍କ ସହିତ କଥା ହେବାକୁ ଦେଉନଥିଲେ ଏବଂ ଧମକ୍ ମଧ୍ୟ ଦେଉଥିଲେ । ଯେଉଁ କାରଣରୁ ସୁଶାନ୍ତ ସବୁବେଳେ ଚିନ୍ତିତ ରହୁଥିଲେ ।

Be the first to comment

Leave a Reply

Your email address will not be published.


*