ଉଦାସୀନତାକୁ ନେଇ ସୁଶାନ୍ତ ସିଂହଙ୍କ ଥେରାପିଷ୍ଟ ମୌନତା ଭଙ୍ଗ କରିଛନ୍ତି ! କହିଲେ ରିୟାଙ୍କ ପାଇଁ କହିଛନ୍ତି ଏହିପରି କଥା…

ଯେବେ ଠାରୁ ସୁଶାନ୍ତ ସିଂହ ରାଜପୂତଙ୍କ ପିତା କେ.କେ ସିଂହ ପାଟନାର ରାଜୀବ ନଗର ଥାନାରେ ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ ଅଭିଯୋଗ କରିଛନ୍ତି, ସେହିଦିନ ଠାରୁ ଦିନକୁ ଦିନ ସୁଶାନ୍ତଙ୍କ ମାମଲାରେ ଗୋଟିଏ ପରେ ଗୋଟିଏ ନୂଆ ନୂଆ ଖୁଲାସା ହେବାରେ ଲାଗିଛି । ସୁଶାନ୍ତଙ୍କ ମୃତ୍ୟୁର ଦେଢ଼ ମାସ ଠାରୁ ଅଧିକ ସମୟ ବିତିଗଲାଣି କିନ୍ତୁ ତାଙ୍କୁ ନେଇ
କଳ୍ପନାଜଳ୍ପନା ଥମିବାର ନାମ ହିଁ ନେଉନାହିଁ । ପୂର୍ବରୁ ପ୍ରଶଂସକମାନେ ଯେତେବେଳେ ସୁଶାନ୍ତଙ୍କ ଆତ୍ମହତ୍ୟା ପଛରେ ଆତ୍ମୀୟ ପରିଜନମାନଙ୍କୁ ଅଧିକ ଗୁରୁତ୍ୱ ଦେବା ବୋଲି ମାନୁଥିଲେ କିନ୍ତୁ ବର୍ତ୍ତମାନ ପୁରା ଧ୍ୟାନ ରିୟା ଚକ୍ରବର୍ତ୍ତୀଙ୍କ ଉପରକୁ ଚାଲିଯାଇଛି ।

Google

ରିୟାଙ୍କ ଉପରେ ଏହି ଅଭିଯୋଗ ଲଗାଯାଉଛି ଯେ, ସେ ବିନା ଯାଞ୍ଚରେ ହିଁ ସୁଶାନ୍ତଙ୍କୁ ଉଦାସୀନତାର ଔଷଧ ଦେଉଥିଲେ । ଏଥି ସହିତ ଏହି ମାମଲାରେ ସୁଶାନ୍ତଙ୍କ ଥେରାପିଷ୍ଟ ରିୟାଙ୍କୁ ଏହି ପ୍ରସଙ୍ଗରେ ସମର୍ଥନ କରିଛନ୍ତି । ଥେରାପିଷ୍ଟଙ୍କ କହିବ ମୁତାବିକ ରିୟା ସୁଶାନ୍ତଙ୍କ ସବୁଠାରୁ ଶକ୍ତିଶାଳୀ ସମର୍ଥନ ଥିଲେ । ନିକଟ ଅତୀତରେ ସୁଶାନ୍ତଙ୍କ ପୂର୍ବତନ ଗର୍ଲଫ୍ରେଣ୍ଡ ଅଙ୍କିତା ଲୋଖଣ୍ଡେ ସୁଶାନ୍ତଙ୍କ ମୃତ୍ୟୁ ପରେ ପ୍ରଥମ ଥର ପାଇଁ ଖୋଲାଖୋଲି ଭାବେ ସାମ୍ନାକୁ ଆସିଛନ୍ତି ଏବଂ ନ୍ୟାସନାଲ୍ ଟିଭିରେ ଦାବି କରିଥିଲେ ଯେ, ସୁଶାନ୍ତଙ୍କ ଉଦାସ ନଥିଲେ ।

ଥେରାପିଷ୍ଟ କରିଛନ୍ତି ଖୁଲାସା :

Google

ଅଙ୍କିତାଙ୍କ କହିବା ଅନୁସାରେ ସୁଶାନ୍ତ କୌଣସି ଅବସାଦର ଶିକାର ନଥିଲେ କିନ୍ତୁ ଏହି ମାମଲାରେ ସୁଶାନ୍ତଙ୍କ ଥେରାପିଷ୍ଟ ଥିବା ଡାକ୍ତର ସୁଜୈନ ୱାକର କିଛି ଆଶ୍ଚର୍ଯ୍ୟଜନକ କଥା କହିଛନ୍ତି । ଡାକ୍ତର ସୁଜୈନଙ୍କ କହିବା ଅବୁସାରେ ସୁଶାନ୍ତ ଉଦାସୀନତାର ବହୁତ ଗମ୍ଭୀର ପରିସ୍ଥିତି ଦେଇ ଗତି କରୁଥିଲେ ଏବଂ ସେହି ସମୟରେ ରିୟା ତାଙ୍କର ସମର୍ଥନ ହୋଇଥିଲେ । ରିପୋର୍ଟ ଅନୁଯାୟୀ, ଡାକ୍ତର ସୁଜୈନ ସୁଶାନ୍ତଙ୍କ ଉଦାସୀନତା ଏବଂ ଦ୍ୱିପାକ୍ଷିକ କଥା ସ୍ୱୀକାର କରିଛନ୍ତି । ଡାକ୍ତର ସୁଜୈନ କହିଛନ୍ତି, ଯେଉଁପରି ଭାବେ ନ୍ୟୁଜ୍ ଚ୍ୟାନେଲ ଏବଂ ଗଣମାଧ୍ୟମରେ ସୁଶାନ୍ତଙ୍କ ବିଷୟରେ ମିଥ୍ୟା ଗୁଜବ ପ୍ରଚାର କରୁଛନ୍ତି, ଏମିତିରେ ତାଙ୍କୁ ସାମ୍ନାକୁ ଆସିବାକୁ ପଡିଲା ।

ରିୟା ସମର୍ଥନ କରିଛନ୍ତି :

Google

ଡାକ୍ତରଙ୍କ କହିବାନୁସାରେ, ସେ ସୁଶାନ୍ତ ଏବଂ ରିୟାଙ୍କୁ ଅନେକ ଥର ଭେଟିଛନ୍ତି । ବିଗତ ବର୍ଷ ନଭେମ୍ବର ଓ ଡିସେମ୍ବର ଏବଂ ଏହି ବର୍ଷ ଜୁନ୍ ମାସରେ ରିୟାଙ୍କ ସହ ତାଙ୍କର ବାର୍ତ୍ତାଳାପ ହୋଇଥିଲା । ରିପୋର୍ଟ ଅନୁଯାୟୀ ଡାକ୍ତର କହିଛନ୍ତି ଯେ, ଏହି ସମୟରେ ରିୟା ଚକ୍ରବର୍ତ୍ତୀ ସୁଶାନ୍ତଙ୍କ ସବୁଠାରୁ ବଡ ସମର୍ଥନ ଥିଲେ । ସେ ସୁଶାନ୍ତଙ୍କ ବହୁତ ଧ୍ୟାନ ମଧ୍ୟ ରଖୁଥିଲେ । ଡାକ୍ତରଙ୍କ କହିବାନୁସାରେ, ଯେତେବେଳେ ସେ ପ୍ରଥମ ଥର ଏହି ଦମ୍ପତିଙ୍କୁ ଭେଟିଥିଲେ, ସେତେବେଳେ ରିୟା ଯେଉଁପରି ଭାବେ ସୁଶାନ୍ତଙ୍କ ଧ୍ୟାନ ରଖୁଥିଲେ ଏହାକୁ ଦେଖି ସେ ବହୁତ ପ୍ରଭାବିତ ହୋଇଥିଲେ । ଦୁହିଁଙ୍କ ମଧ୍ୟରେ ପ୍ରେମ ସ୍ପଷ୍ଟ ଦେଖାଯାଉଥିଲା । ରିୟା କେବଳ ସୁଶାନ୍ତଙ୍କ ଆପାର୍ଟମେଣ୍ଟ ଦେଖୁନଥିଲେ ବରଂ ତାଙ୍କୁ ସାହସ ମଧ୍ୟ ଦେଉଥିଲେ ।

ପିତାଙ୍କ ଅଭିଯୋଗ :

Google

ଗୁରୁତ୍ୱପୂର୍ଣ୍ଣ କଥା ଏହିକି ଯେ, ସୁଶାନ୍ତ ଆତ୍ମହତ୍ୟା ମାମଲାରେ ମୁମ୍ବାଇ ପୋଲିସ ରିୟାଙ୍କୁ ପ୍ରାୟ ୧୧ ଘଣ୍ଟା ଧରି ପଚରାଉଚରା କରିଥିଲା । ପୋଲିସ ରିୟାଙ୍କୁ ତାଙ୍କ ସମ୍ପର୍କ, ଝଗଡା, ଫୋନ କଲ୍, ମେସେଜ୍, ସୁଶାନ୍ତଙ୍କ ଉଦାସୀନତା ସହ ଜଡିତ ଅନେକ ପ୍ରଶ୍ନ ପଚାରିଥିଲେ । ରିୟାଙ୍କ ଭାଇଙ୍କୁ ମଧ୍ୟ ଏହି ମାମଲାରେ ପଚରାଉଚରା କରାଯାଇଥିଲା । ଅପର ପକ୍ଷରେ ସୁଶାନ୍ତଙ୍କ ପିତା ମଧ୍ୟ ରିୟାଙ୍କ ବିରୋଧରେ ଅନେକ ଗୁରୁତର ଅଭିଯୋଗ ଲାଗିଛନ୍ତି । ସୁଶାନ୍ତଙ୍କ ପିତା କହିବା ଅନୁସାରେ, ରିୟା ତାଙ୍କ ପୁଅକୁ ନିୟନ୍ତ୍ରଣ କରୁଥିଲେ । ସୁଶାନ୍ତଙ୍କୁ କେବେ କାହା ସହିତ ସାକ୍ଷାତ କରିବାକୁ ହେବ, କାହା ସହିତ କଥା ହେବାକୁ ପଡିବ ଏହା ମଧ୍ୟ ରିୟା ଦେଖୁଥିଲେ । ସେ ଏହା ମଧ୍ୟ ଅଭିଯୋଗ କରିଛନ୍ତି କି ରିୟା ସୁଶାନ୍ତଙ୍କୁ ତାଙ୍କ ପ୍ରେମର ଜାଲରେ ପକାଇ ଟଙ୍କା ଲୁଟି ନେଉଥିଲେ ।

Be the first to comment

Leave a Reply

Your email address will not be published.


*