ସୁଶାନ୍ତ ସିଂଙ୍କ ପିତା ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ ଦାଖଲ କରିଛନ୍ତି FIR । କରିଛନ୍ତି ଅନେକ ଗମ୍ଭୀର ଅଭିଯୋଗ !

ସୁଶାନ୍ତ ସିଂଙ୍କ ପିତା ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ ଦାଖଲ କରିଛନ୍ତି FIR । କରିଛନ୍ତି ଅନେକ ଗମ୍ଭୀର ଅଭିଯୋଗ !

ସୁଶାନ୍ତ ସିଂ ରାଜପୁତଙ୍କ ନିଧନକୁ ଏକ ମାସରୁ ଅଧିକ ସମୟ ବିତିଗଲାଣି କିନ୍ତୁ ତାଙ୍କ ପ୍ରଂଶସକ ମଧ୍ୟରେ ବର୍ତ୍ତମାନ ମଧ୍ୟ ଦୁଃଖ ରହିଛି । ସେମାନେ ବର୍ତ୍ତମାନ ମଧ୍ୟ ତାଙ୍କ ମୃତ୍ୟୁର ଦୁଃଖରୁ ବାହାରକୁ ବାହାରି ନାହାନ୍ତି । ତାଙ୍କ ବନ୍ଧୁମାନେ ସୁଶାନ୍ତ ସିଂଙ୍କ ମାମଲାକୁ ସିବିଆଇ ଯାଞ୍ଚ କରିବା ପାଇଁ ଅନୁରୋଧ କରିଛନ୍ତି । ଲୋକମାନେ ସୁଶାନ୍ତଙ୍କ ପୁରୁଣା ଫୋଟୋ ଓ ଭିଡ଼ିଓକୁ ସେୟାର କରି ତାଙ୍କୁ ମନେ ପକାଉଛନ୍ତି ।

newstrend

ସୁଶାନ୍ତ ଆତ୍ମହତ୍ୟା ମାମଲାରେ ମୁମ୍ବାଇ ପୋଲିସର ପଚାରାଉଚରା ଜାରି ରହିଛି । ପୋଲିସ୍ ଏହି ମାମଲାରେ ବର୍ତ୍ତମାନ ୩୭ ଲୋକଙ୍କ ବୟାନ ଦର୍ଜ କରିଛି । ପୁଣି, ବିତି ଯାଇଥିବା ଦିନରେ ସୁଶାନ୍ତଙ୍କ ଭିଶେରା ରିପୋର୍ଟ ଆସିଛି । ଯେଉଁଥିରେ ଖୁଲାସା ହୋଇଛିକି ସୁଶାନ୍ତଙ୍କ ଶରୀରରେ କୋଣସି ପ୍ରକାରର କିଛି ମଧ୍ୟ ବିଶ ନାହିଁ । ଏହା ମଧ୍ୟରେ ସୁଶାନ୍ତଙ୍କ ବାପା କେକେ ସିଂ ଖୁଲାସା କରି ରିୟା ଚକ୍ରବର୍ତ୍ତୀଙ୍କ ଉପରେ ଗମ୍ଭୀର ଆରୋପ ଲଗାଇଛନ୍ତି । ସେ ପାଟଣାର ରାଜୀବ ନଗର ଥାନାରେ ରିୟାଙ୍କ ବିରୁଦ୍ଧରେ FIR ଦାଖଲ କରିଛନ୍ତି ।

ସୁଶାନ୍ତଙ୍କ ବାପା ଲଗାଇଲେ ଆରୋପ :-

newstrend

ଜଣେଇଦେଉଛୁ କି, ସୁଶାନ୍ତଙ୍କ ବାପା କେକେ ସିଂ ରିୟାଙ୍କ ଉପରେ ଯେଉଁ ଆରୋପ ଲଗାଇଛନ୍ତି ତାହା ଆଶ୍ଚର୍ଯ୍ୟଜନକ ଅଟେ । ତାଙ୍କ ମୁତାବକ ରିୟା ସୁଶାନ୍ତକୁ ହାତର କରି ତାଙ୍କଠୁ ବହୁତ ତାଙ୍କ ନେଇଛନ୍ତି । ଏତିକି ନୁହେଁ, ଅଭିନେତାଙ୍କ ବାପା ରିୟାଙ୍କ ଉପରେ ସୁଶାନ୍ତଙ୍କୁ ଆତ୍ମହତ୍ୟା କରିବା ପାଇଁ ଉଦ୍ୟମ କରିଥିବା ଭଳି ଆରୋପ ଲଗାଇଛନ୍ତି । ସୁଶାନ୍ତଙ୍କ ବାପାଙ୍କ ଆରୋପକୁ ଧ୍ୟାନରେ ରଖି ରିୟାଙ୍କ ଉପରେ ଆଇପିଏସର ଧାରା ୩୪୧,୩୪୨,୩୮୦,୪୦୬,୪୨୦,୩୦୬ ଅନୁସାରେ କେସ୍ ଦାଖଲ କରାଯାଇଛି ।

ଯାଞ୍ଚ ଉପରେ ଭରସା ନାହିଁ:-

newstrend

ସୁଶାନ୍ତଙ୍କ ବାପାଙ୍କ କହିବା ଏହା କି ଆତ୍ମହତ୍ୟା କେସକୁ ମୁମ୍ବାଇ ପୋଲିସ୍ ଦ୍ୱାରା କରାଯାଉଥିବା ଯାଞ୍ଚ ଉପରେ ତାଙ୍କର ଭରସା ନାହିଁ, ସେଥିପାଇଁ ସେ ଚାହାନ୍ତି କି ପାଟଣା ପୋଲିସ୍ ମଧ୍ୟ ଏହି ଯାଞ୍ଚକୁ ଆଗକୁ ବଢ଼ାଉ । କେକେ ସିଂ ସୁଶାନ୍ତଙ୍କ ଗୀର୍ଲଫ୍ରିଣ୍ଡ ରହିଥିବା ରିୟା ଚକ୍ରବର୍ତ୍ତୀ ଓ ତାଙ୍କ ପରିବାର ଉପରେ ବହୁତ ସାଂଘାତିକ ଆରୋପ ଲଗାଇଛନ୍ତି । ସୁଶାନ୍ତଙ୍କ ବାପାଙ୍କ କହିବା ଏହା ଯେ ରିୟା ସୁଶାନ୍ତକୁ ଧୋକା ଦେଇଛି ଓ ତାଙ୍କ ଟଙ୍କା ହଡପ କରିଛି । ଏତିକି ନୁହେଁ ସେ ବର୍ତ୍ତମାନ କହୁଛନ୍ତି କି ରିୟା ହିଁ ସୁଶାନ୍ତଙ୍କୁ ନିଜ ପରିବାରଠୁ ଦୂର କରିଦେଲା ।

କରିଲେ ଆଶ୍ଚର୍ଯ୍ୟ କଲା ଭଳି ଖୁଲାସା:-

newstrend

ସୁଶାନ୍ତ ଆତ୍ମହତ୍ୟା ମାମଲାରେ ପରିବାର ବର୍ତ୍ତମାନ ପର୍ଯ୍ୟନ୍ତ ଚୁପ୍ ବସିଥିଲା । କିନ୍ତୁ ବର୍ତ୍ତମାନ ପରିବାର ଦ୍ୱାରା କରାଯାଇଥିବା ଖୁଲାସା ସମସ୍ତଙ୍କୁ ଚକିତ କରି ଦେଇଛି । ବାପାଙ୍କ ଦ୍ୱାରା ଲଗାଯାଇଥିବା ଏହି ଦୋଷ ବର୍ତ୍ତମାନ ଭାବିବାକୁ ବାଧ୍ୟ କରିଦେଇଛି ।ସୁଶାନ୍ତଙ୍କ ବାପାଙ୍କ କହିବା ଏହା ଯେ ରିୟାଙ୍କ ସହ ସମ୍ପର୍କ ନ ରଖିବା ଆଗରୁ ସୁଶାନ୍ତ ପୁରାପୁରି ଠିକ୍ ଥିଲେ । ଏପରି କଣ ହେଲା ରିୟାଙ୍କ ସହ ସମ୍ପର୍କ ରଖିଲା ପରେ ସେ ସବୁବେଳେ ବ୍ୟସ୍ତରେ ରହୁଥିଲେ । ସେ ଏହା ମଧ୍ୟ କହିଲେ ଯେ ରିୟା ସୁଶାନ୍ତଙ୍କ ଉପରେ ଜବରଦସ୍ତ କରିଥିଲେ ଏବଂ ସେ ନିଜର ଫୋନ ନମ୍ବର ବଦଳାଇବାକୁ କହିଥିଲେ । ଯାହା ଦ୍ୱାରା ସେ ନିଜର ସମ୍ପର୍କୀୟ ସହ ଠିକ୍ ସେ କଥା ନ ହୋଇପାରିବ ।

ରିୟା ଦେଉଥିଲେ ଧମକ୍ :-

newstrend

ସୁଶାନ୍ତଙ୍କ ବାପା ଏହା କହୁଥିଲେ ଯେ ରିୟା ସୁଶାନ୍ତଙ୍କ ଘରେ କାମ କରୁଥିବା ପୁରୁଣା ଷ୍ଟାଫ ମାନଙ୍କୁ ହଟାଇ ନୂଆଁ ଷ୍ଟାଫ ଲୋକଙ୍କୁ କାମ ପାଇଁ ରଖିଥିଲେ । ସୁଶାନ୍ତଙ୍କ ବାପାଙ୍କ ମୁତାବକ ରିୟା ସୁଶାନ୍ତକୁ ଧମକ୍ ଦେଉଥିଲେ । ସେ କହୁଥିଲେ କି ଯଦି ତୁମେ ମୋ କଥା ନ ମାନ ତେବେ ମୁ ତୁମର ମେଡିକାଲ ରିପୋର୍ଟ ଲିକ୍ କରି ସମସ୍ତଙ୍କୁ କହିବି କି ତୁମେ ଏକ ପାଗଳ ଅଟ । ଯେତେବେଳେ ରିୟା ଭାବିଲେ ଯେ ସୁଶାନ୍ତ ତାଙ୍କ କଥା ମାନୁ ନାହାନ୍ତି ତ ସେ ୮ ଜୁନରେ ବହୁତ ସାରା ଟଙ୍କା, ଗହଣା, ଲାପଟପ୍, କ୍ରେଡ଼ିଟ୍ କାର୍ଡ, ପାସୱାର୍ଡ, ପିନ୍ ନମ୍ବର ଓ ଚିକିତ୍ସା ହେବାର ସବୁ ଡକ୍ୟୁମେଣ୍ଟ ନେଇ ସେଠାରୁ ଚାଲି ଯାଇଥିଲେ ।

newstrend

ସୁଶାନ୍ତଙ୍କ ବାପା FIRରେ କହିଛନ୍ତି କି ,’ରିୟା ସେଠାରୁ ଯିବା ଆଗରୁ ସେ ମୋ ପୁଅ ସୁଶାନ୍ତଙ୍କ ଫୋନ ନମ୍ବରରୁ ନିଜ ନମ୍ବରକୁ ବ୍ଲକ୍ କରିଦେଲେ । ଏହା ପରେ ସୁଶାନ୍ତ ମୋ ଝିଅକୁ ଫୋନ କରିଥିଲେ । ସୁଶାନ୍ତ କହିଥିଲେ କି ରିୟା ମୋତେ ଫସେଇ ଦେଵ । ସେ ଏଠାରୁ ବହୁତ ଜିନିଷ ନେଇ ଚାଲିଗଲା । ମୋତେ ଧମକ୍ ଦେଇ ଗଲା କି ଯଦି ମୁ ତାର କଥା ନ ମାନେ ତେବେ ସେ ମୋର ଚିକିତ୍ସା ହେବାର ସବୁ କାଗଜ ମିଡ଼ିଆକୁ ଦେବ ।’

ଉପେନ୍ଦ୍ର ଶର୍ମା (ପାଟଣାର ଏସଏସପି)ଙ୍କ ଆଦେଶରେ ରାଜୀବ ନଗରର ଥାନା ପ୍ରଭାରୀଙ୍କୁ ଏହି କେଶ୍ ଦିଆଗଲା । ଏହି ମାମଲାର ଯାଞ୍ଚ ପାଇଁ ଚାରି ସଦସ୍ୟାର ଟିମ୍ କରାଯାଇଛି । ଏହି ଟିମ୍ ମୁମ୍ବାଇ ପହଞ୍ଚି ସାରିଲେଣି । ଏହି ଟିମ୍ ମୁମ୍ବାଇ ପୋଲିସ୍ ସହ ମିଶି ତାଙ୍କଠାରୁ କେଶର ଡାଏରୀ ସହ ଅନ୍ୟ ଜରୁରୀ କାଗଜପତ୍ରକୁ ହାସଲ କରିବ । ଏହି ଟିମରେ ଦୁଇଟି ଇନ୍ସପେକଟର ଓ ଦୁଇଟି ସବ-ଇନ୍ସପେକଟର ଅଛନ୍ତି ।

Leave a Reply

Your email address will not be published. Required fields are marked *