ସୁଶାନ୍ତ ସିଂହ ରାଜପୁତଙ୍କ କେସରେ ଆସିଲା ନୂଆଁ ମୋଡ଼ । ଗାର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ ଉପରେ ହେଲା ବଡ଼ ଖୁଲସା !

ସୁଶାନ୍ତ ସିଂହ ରାଜପୁତଙ୍କ କେସରେ ଆସିଲା ନୂଆଁ ମୋଡ଼ । ଗାର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ ଉପରେ ହେଲା ବଡ଼ ଖୁଲସା !

ବଲିଉଡ଼ ଅଭିନେତା ସୁଶାନ୍ତ ସିଂହ ରଜପୁତଙ୍କ ମୃତ୍ୟୁକୁ ୧ ମାସରୁ ଅଧିକ ହୋଇଗଲାଣି । ଅଭିନେତା ଜଣକ ନିଜ ଘରେ ଜୁନ୍ ୧୪ରେ ଆତ୍ମହତ୍ୟା କରିଥିଲେ । ଯେଉଁ ଘଟଣା ପରେ ଗଣମାଧ୍ୟମରେ ହଲଚଲ ମଚି ଯାଇଥିଲା । ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ଆତ୍ମହତ୍ୟା ବୋଲି ବିଶ୍ଵାସ ନକରି ଅନେକ ଲୋକ ଏହାକୁ ହତ୍ୟା ବୋଲି କହିଛନ୍ତି । ଯେଉଁ କାରଣରୁ ପୋଲିସ୍ ମଧ୍ୟ ଏହି ଘଟଣା ଉପରେ ତଦନ୍ତ କରୁଛି । ପୋଲିସ୍ ଏହି ମାମଲାରେ ବଲିଉଡ଼ରେ ଅନେକ ବଡ଼ ଲୋକଙ୍କୁ ପଚରା ଉଚୁରା କରିସାରିଛି । ଯେଉଁଥିରେ ବର୍ତ୍ତମାନ ପର୍ଯ୍ୟନ୍ତ ସୁଶାନ୍ତଙ୍କ ମୃତ୍ୟୁର କାରଣ ଆତ୍ମହତ୍ୟା ବୋଲି ସମ୍ନାକୁ ଆସିଛି କିନ୍ତୁ ବର୍ତ୍ତମାନ ସୁଶାନ୍ତଙ୍କ ଗାର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କ ସହିତ ଜଡ଼ିତ ଏକ ଏପରି ସୂଚନା ସମ୍ନାକୁ ଆସିଛି ଯାହା ଉପରେ ପୋଲିସ୍ ଅନୁସନ୍ଧାନ କରୁଛି ।

Google

ବାସ୍ତବରେ ପୋଲିସ୍ ସାମ୍ନାରେ ଖୁଲାସା ହୋଇଛି ଯେ ରିୟା ଚକ୍ରବର୍ତ୍ତୀ ସୁଶାନ୍ତ ସିଂହ ରାଜପୁତଙ୍କ ଟଙ୍କା ଖର୍ଚ୍ଚ କରିଥିଲେ କିନ୍ତୁ ରିୟା କେତେ ଟଙ୍କା ଖର୍ଚ୍ଚ କରିଥିଲେ । ଏହି କଥାର ପ୍ରମାଣ ବର୍ତ୍ତମାନ ପର୍ଯ୍ୟନ୍ତ ପୋଲିସ୍ ପାଖରେ ନାହିଁ । ଏହି କାରଣରୁ ପୋଲିସ୍ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ମାମଲାର ସନ୍ଧାନ କରୁଛି । ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ଅନେକ ରିପୋର୍ଟ ସମ୍ନାକୁ ଆସିଥିଲା ଯେଉଁଥିରେ ଦାବି କରାଯାଇଛି ଯେ ବଲିଉଡ଼ରେ ସୁଶାନ୍ତଙ୍କୁ ବ୍ୟାନ୍ କରିଦିଆଯାଇଥିଲା । ଏହି କାରଣରୁ ଅନ୍ୟ ବଡ଼ ବଡ଼ ଲୋକଙ୍କ ନାମ ମଧ୍ୟ ସମ୍ନାକୁ ଆସିଛି । ଯେଉଁଥିରେ ସଲମାନ ଖାନ୍, ମହେଶ ଭଟ୍ଟ, କରନ୍ ଜୌହାର, ଆଦିତ୍ୟ ଚୋପଡ଼ା, ସଞ୍ଜୟ ଲୀଲା ଭଂସାଲି ସମେତ ଅନ୍ୟ ନିର୍ଦ୍ଦେଶକଙ୍କ ନାମ ମଧ୍ୟ ସାମିଲ ଥିଲା । ଯେଉଁ କାରଣରୁ ପୋଲିସ୍ ଏଥିମଧ୍ୟରୁ ଅନେକ ଲୋକଙ୍କୁ ପଚରାଉଚୁରା କରିଛି ।

Google

ପୋଲିସ୍ ସଞ୍ଜୟ ଲୀଲା ଭଂସାଲୀ, ଆଦିତ୍ୟ ଚୋପଡ଼ା ସମେତ ୩୫ ଲୋକଙ୍କୁ ପଚରା ଉଚୁରା କରିଛି । ଯେଉଁଥିରେ ଏହି ଖୁଲାସା ହୋଇଛି ଯେ ସୁଶାନ୍ତ ସିଂହ ରାଜପୁତ ମିଡିଆରେ ଆସୁଥିବା Blind Items ଦ୍ଵାରା ବିରକ୍ତି ଭାବ ପ୍ରକାଶ କରିଥିଲେ କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ତଥ୍ୟର କୌଣସି ମଧ୍ୟ ଲିଗାଲ ଗ୍ରାଉଣ୍ଡ….. ପୋଲିସ୍ ପାଖରେ ପ୍ରସ୍ତୁତ ହୋଇପାରିନାହିଁ । ପଚରା ଉଚୁରା ପରେ ବଲିଉଡ଼ର ସମସ୍ତ ସେଲିବ୍ରିଟିଙ୍କ ଉପରେ ଲାଗିଥିବା ଆରୋପ ଉଠି ଯାଇଛି । ତେଣୁ ପୋଲିସ୍ ଖୁବଶୀଘ୍ର ଏହି ଘଟଣା ବିଷୟରେ ନିଜର ଫାଇନାଲ ରିପୋର୍ଟ ଦେଇପାରନ୍ତି ।

Leave a Reply

Your email address will not be published. Required fields are marked *