ସୁଶାନ୍ତ ସିଂ ରାଜପୁତ ଡେଥ୍ ମିଷ୍ଟ୍ରି: ହସ୍ତକ୍ଷେପ କଲେ ମହାରାଷ୍ଟ୍ର ରାଜ୍ୟ ମାନବାଧିକାର ଆୟୋଗ

ସୁଶାନ୍ତ ସିଂ ରାଜପୁତ ଡେଥ୍ ମିଷ୍ଟ୍ରି: ହସ୍ତକ୍ଷେପ କଲେ ମହାରାଷ୍ଟ୍ର ରାଜ୍ୟ ମାନବାଧିକାର ଆୟୋଗ

ମୁମ୍ବାଇ,୨୭/୮: ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ମହାରାଷ୍ଟ୍ର ରାଜ୍ୟ ମାନବାଧିକାର ଆୟୋଗ (ମହାରାଷ୍ଟ୍ର ଷ୍ଟେଟ ହ୍ୟୁମାନ ରାଇଟ୍ସ କମିଶନ) ମଧ୍ୟ ସକ୍ରିୟ ହୋଇ ଉଠିଛି। ବୁଧବାର ମୁମ୍ବାଇ ପୋଲିସ ଓ କପୁର୍ ହସ୍ପିଟାଲକୁ ନୋଟିସ ଜାରି କରାଯାଇଛି। କେଉଁ ନିୟମ ଅନୁସାରେ ରିୟା ଚକ୍ରବର୍ତ୍ତୀଙ୍କୁ ଡାକ୍ତରଖାନା ମାର୍ଚ୍ଚରୀରେ ପ୍ରବେଶ କରିବାକୁ ଅନୁମତି ଦିଆଯାଇଥିଲା ସେନେଇ ଆୟୋଗ ଜାଣିବାକୁ ଚାହିଁଛନ୍ତି। ସିବିଆଇର ସ୍ୱତନ୍ତ୍ର ଟିମ ସୁଶାନ୍ତଙ୍କ ଫ୍ଲାଟମେଟ୍ ସିଦ୍ଧାର୍ଥ ପିଠାନିଙ୍କଠାରୁ ତାଙ୍କ ୟୁରୋପ ଯାତ୍ରା ପରର ଘଟଣାବଳୀ ବାବଦରେ ଜାଣିବାକୁ ଚାହୁଁଛନ୍ତି। ଗତବର୍ଷ ଅକ୍ଟୋବରରେ ସୁଶାନ୍ତ ଗଲଫ୍ରେଣ୍ଡ ରିୟାଙ୍କ ସହ ୟୁରୋପ ଗସ୍ତରେ ଯାଇଥିଲେ।

google

ସେହିଭଳି ପୂର୍ବତନ ଅମଲା ଆରଭିଏସ୍ ମାନି କହିଛନ୍ତି ଯେ ସୁଶାନ୍ତ ଏବଂ ଦିଶା ସାଲିଆନଙ୍କ ମୃତ୍ୟୁ ବଲିଉଡ, କ୍ରିକେଟ ଓ ଦୁବାଇକୁ ସଂଯୋଗ କରୁଛି। ଅନୁସନ୍ଧାନ ସମୟରେ ଏସବୁ ଦିଗପ୍ରତି ଗୁରୁତ୍ୱ ଦିଆଯାଉ। ରିୟା ସୁଶାନ୍ତଙ୍କ ଅଜ୍ଞାତରେ ତାଙ୍କୁ ଡ୍ରଗ୍ସ ଦେଉଥିବା ବୁଧବାର ସୁଶାନ୍ତଙ୍କ ପିତା କେକେ ସିଂଙ୍କ ଓକିଲ ବିକାଶ ସିଂ କହିଛନ୍ତି। ପରିବାର ଏହି ମାମଲା ଦୟାର କରିବାବେଳେ ସନ୍ଦେହ କରାଯାଉଥିଲା ଯେ ସୁଶାନ୍ତ ମାତ୍ରାଧିକ ଡ୍ରଗ୍ସର ଶିକାର ହୋଇଥିଲେ। ମାତ୍ର ବର୍ତ୍ତମାନ ରିୟାତାଙ୍କୁ ନିୟନ୍ତ୍ରଣରେ ରଖିବା ପାଇଁ ନିର୍ଦ୍ଧିଷ୍ଟ ଡ୍ରଗସ୍ ଦେଉଥିଲେ ବୋଲି କୁହାଯାଉଛି। ଏହି ଅପରାଧରେ ସୁଶାନ୍ତଙ୍କ ଭଉଣୀ ଶ୍ଵେତା ସିଂ ରିୟାଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିବେଦନ କରିଛନ୍ତି।

google

ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ୍ କହିଛନ୍ତି, କୋକେନ ନାମକ ଡ୍ରଗ୍ସ ବଲିଉଡରେ ବହୁଳ ମାତ୍ରାରେ ବ୍ୟବହୃତ ହୁଏ। ଏହି ଘଟଣାରେ ଏନସିବିକୁ ସାହାଯ୍ୟ କରିବାକୁ କଙ୍ଗନା ପ୍ରସ୍ତାବ ମଧ୍ୟ ଦେଇଛନ୍ତି। ଏଥିସହ ସୁରକ୍ଷା ଯୋଗାଇ ଦେବାକୁ କେନ୍ଦ୍ର ସରକାରଙ୍କୁ ଦାବି କରିଛନ୍ତି। ୧୪ ଜୁନରେ ସୁଶାନ୍ତଙ୍କ ମୃତ୍ୟୁ ପରେ ଫିଲ୍ମ ଇଣ୍ଡଷ୍ଟ୍ରିରେ ଥିବା ମାଫିଆଙ୍କ ବିରୋଧରେ କଙ୍ଗନା ସ୍ୱର ଉତ୍ତୋଳନ କରିଥିଲେ। ଏଥିସହ କଙ୍ଗନା କହିଛନ୍ତି, ଯଦି ଏନସିବି ବଲିଉଡକୁ ଆସେ ତେବେ ଅନେକ ବଡ ବଡ଼ କଳାକାର ଫସିବେ।

Leave a Reply

Your email address will not be published. Required fields are marked *